ବସନ୍ତ ରାସ
ଫୁଲ ଫଗୁଣ ରେ ବସନ୍ତ ଆସେ,
ନବ ପଲ୍ଲବନେ ପ୍ରକୃତି ହସେ,
ମୁକୁଳିତ ନିପ ବନ ତୋଟା ରେ
ପିକ ଗାଉଥାଏ ପତ୍ର ଗହଳେ ଯେ
ଶାଳ ଭଞ୍ଜିକା ଶୀତଳ ଯେ,
ମଧୁବନ୍ତୀ ଗାଏ ମଧୁର ମଳୟ
ବୁଣେ ପ୍ରିତୀ ର ଫୁଆର.
ପଳାଶ ବିଳାସେ ନଈ ପଠାରେ
ଦୋଳି ଖେଳୁଥାଏ ଡାଳ ଡାଳରେ
ଲାଲିମା ଲାବଣ୍ୟ ଶିମୁଳି ତଳେ
ମଧୁରସା ମଧୁ ଅନ୍ୱେଷଣ ରେ ଯେ
ପୁଷ୍ପ ରାଗେ ଶୋଭା ଧରା ଯେ
ଅଂଶୁମାଳି ଅଂଶୁ କାମ ପଞ୍ଚ ଶର
ମୁନି ଜନ ମନ ହରା.
କେତକୀ ମାଳତୀ ଫୁଟି ଚହଟେ
ଜୁଇ ହେନା ବାସେ ସଞ୍ଜ ମହକେ
ଚଇତି ଚପଳ ଚୋରା ମଳୟ
ଅଙ୍ଗେ ଅଙ୍ଗେ ଭରି ଦିଏ ଅମୀୟ ଯେ
ବିଭାବରି ବିଭାମୟ ଯେ
ତନେ ଶୀହରଣ ମନେ ବିହରଣ
ଅଗଣା ବି ପ୍ରୀତିମୟ ଯେ.
ଫଗୁଣ ସୁନ୍ଦର ଫଗୁ ସଙ୍ଗରେ
ରାଇ ବିନୋଦିଆ ପ୍ରେମ ରଙ୍ଗ ରେ
ମନ୍ଦିରୁ ବାହାରି ପ୍ରଭୁ ମୁରାରୀ
ରାସ ରସେ ମନ କରନ୍ତି ଚୋରୀ ଯେ
ମନେ ପଡେ କୁଞ୍ଜବନ ଯେ
ଯମୁନା କୂଳିଆ ସେ ନୀଳାଚଳିଆ
ବସନ୍ତେ ଅଧୀର ପ୍ରାଣ ଯେ.
କିଶଳୟ ଛନ୍ଦା ଚରଣ ଦୁଇ,
ଅଧରେ ମୁରଲୀ ସଙ୍ଗତେ ରାଇ,
ମସ୍ତକ ମଣ୍ଡଇ ମୟୂର ଚୂଳ
ଅଙ୍ଗରାଗ ଶୋଭା ଦୟଣା ମାଳ ଯେ
ଗୋପ ଗୋପଙ୍ଗନା ମେଳେ ଯେ
ରାସ ରେ ରସ ରେ ପ୍ରିତୀ ପରଶ ରେ
ତଲ୍କୀନ ତନ୍ମୟ ମନ ଯେ.
ମିନତି
ବାରିପଦା
272 total views, 1 views today