ଶ୍ରୀରାମ ଙ୍କ ଗଙ୍ଗା ପାର
ସେମାନଙ୍କ ମୁକ୍ତି ପାଇଁ ବାଟ ଵତାଇଲେ,
ଗଙ୍ଗାଙ୍କୁ ଆଣିଲେ ମୁକ୍ତି ପାଇବେ ସେ ଭଲେ।
ଭଗିରଥ ବହୁଦିନ ତପସ୍ୟା ସାଧିଲେ,
ବ୍ରହ୍ମା ସନ୍ତୁଷ୍ଟ ହୋଇଣ ତାଙ୍କୁ ଦେଖାଦେଲେ।
କହନ୍ତେ ଶିବଙ୍କୁ ପୂଜ ଏଵେ ହେ କୁମର,
ଗଙ୍ଗାଙ୍କୁ ଧରି ରଖିବେ ଏକା ହିଁ ଶଙ୍କର।
ବ୍ରହ୍ମାଙ୍କ ବଚନେ ଶିଵ ଆରାଧନା କରି,
ମହାଦେବ କଥାଦେଲେ ରଖିଵେ ସେ ଧରି।
ବିଷ୍ଣୁ ନଖ କୋଣୁ ଗଙ୍ଗା ଉଛୁଳି ପଡିଲେ
ଶିବଙ୍କ ଜଟା ମଧ୍ୟରେ ଗୋପନେ ରହିଲେ।
ମହାଦେବଙ୍କୁ ପୂଜିଲେ ଭକ୍ତ ଭଗିରଥ,
ବିନ୍ଦୁଏ ଦେଲେକ ଶିଵ ହୋଇ ଏକମତ
ସେହି ଏକ ବିନ୍ଦୁ ଜଳ ତିନି ଧାର ହେଲା
ସ୍ବର୍ଗ ମର୍ତ୍ତ୍ୟ ପାତାଳ କୁ ବେଗେ ଧାଇଁ ଗଲା।
ସ୍ବର୍ଗେ ମନ୍ଦାକିନୀ ହୋଇ ପ୍ରବାହିତ ହେଲା,
ପାତାଳରେ ପ୍ରଭାଵତୀ ନାମକୁ ଵହିଲା।
ମର୍ତ୍ତ୍ୟ ପୁରେ ପାପନାଶିନୀ ଟି ଗଙ୍ଗା ନାମ,
ଅତି ପବିତ୍ର ଅଟଇ ସେ ଜଳ ଉତ୍ତମ।
ହିମାଳୟ ପାର୍ବତ୍ୟ ପାର୍ଶ୍ଵରେ ବୋହି ଯାଇ,
ହରିଦ୍ଵାର ପ୍ରୟାଗରେ ଯାଇ ସେ ମିଳଇ।
ଗଙ୍ଗା ସାଗର ଓ କାଶୀ ପବିତ୍ର ସେ ସ୍ଥାନ,
ଏଠାରେ ମିଳଇ ଗଙ୍ଗା ମାତାଙ୍କ ଦର୍ଶନ
ସେ ଜଳ ପରଶେ ଶାପ ମୁକ୍ତ ହେଲେ ବୀର,
ଭାଗୀରଥି ଏଣୁ ଅନ୍ୟ ନାମ ଗଙ୍ଗାଙ୍କର।
ଆଗେ ଆଗେ ଭଗିରଥ ପଛେ ଗଙ୍ଗା ଗଲେ,
ସବୁ ତୀର୍ଥ ଭ୍ରମି ଶେଷେ ସିନ୍ଧୁ ରେ ମିଳିଲେ।
ନିଜ ବଂଶ ଗାଥା ଶୁଣି ଆନନ୍ଦ ଶ୍ରୀରାମ
ଗଙ୍ଗା ପାର ହୋଇ ଗଲେ ମିଥିଳା ଭୁବନ ।
ଅଶୋକ ସାର, ଦହିଗାଁ, 42mouza
। କଟକ।