ଵାଳ ଗୋପାଳ
ଠୁକୁ ଠୁକୁ କିଏସେ ଚାଲଇ ଲୋ,
ପଡି ଯାଉଥାଇ ତଳେ,
ଝାଡ଼ି ଝୁଡ଼ି ହୋଇ,ଉଠି ଯାଏ ଧାଇଁ
ଦେଖଲୋ ପିଲାଙ୍କ ମେଳେ।o
ଏତ ଗୋପପୁର,ନନ୍ଦର ନନ୍ଦନ
ଯଶୋଦା ର ପ୍ରାଣଧନ,
ନାଲି ନାଲି ଓଠ,ସତେକି ଖାଇଛି
ଖଇରିଆ ଖିଲି ପାନ,
ଶୀରେ ଶୋଭା ପାଏ, ମୟୁର ଚନ୍ଦ୍ରିକା
ଖୁଣି ଦେଵ କିଏ କାଳେ ।1
ଠୁକୁ ଠୁକୁ,,,,,,,,,,,ଯାଉଥାଇ ତଳେ।
ଗଳାରେ ନାଇଚି, କାଇଁଚ ର ମାଳ
କପାଳେ ଟିପା ଚନ୍ଦନ,
ଅଣ୍ଟାରେ ଵାନ୍ଧିଛି,କଳାସୁତା ଖଣ୍ଡେ
ବାହୁରେ ବାଜୁ ବନ୍ଧନ,
ରତ୍ନ ହାର ଦେଖ, ଲମ୍ବିଛି ବକ୍ଷରେ
ଘନେ କି ବିଜୁଳି ଖେଳେ ।2
ଠୁକୁ ଠୁକୁ,,,,,,ପଡି ଯାଉଥାଇ ତଳେ।
ହାତରେ ଧରିଛି,ସେ ମୋହନ ବଂଶୀ
ପାଦରେ ବନ୍ଧା ଘୁଙ୍ଗୁର,
ଏ ଅପୂର୍ବ ଶୋଭା,ଏତେ ମନ ଲୋଭା
ମନ କିଣେ ଗୋପୀଙ୍କର,
ଧର ଧର ବୋଲି,କେ ଗୋପୀ ବୋଲଇ
କିଏ ଦେଖୁଥାଇ ଭୋଳେ।3
ଠୁକୁ ଠୁକୁ କିଏସେ ଚାଲଇ ଲୋ,
ପଡି ଯାଉଥାଇ ତଳେ,
ଝାଡ଼ି ଝୁଡ଼ି ହୋଇ, ଉଠି ଯାଏ ଧାଇଁ
ଦେଖଲୋ ପିଲାଙ୍କ ମେଳେ।
ଅଶୋକ ସାର, ଦହିଗାଁ, 42mouza
।କଟକ