ବୁନ୍ଦାଏ ଲୁହ
ସାବିତ୍ରୀ ଦେବୀ ସକାଳୁ ସକାଳୁ ଅଗଣାରେ ବସି ନାତି ନାତୁଣୀଙ୍କୁ ଗୀତ ଶୁଣାଉ ଥାନ୍ତି। ପାଖରେ ବି ଶରତ ବସିଥାଏ । ସୁମନ ରୋଷେଇ ଘର ଭିତରୁ ତିନି କପ୍ ଚା ଧରି ଆସିଲା ସାବିତ୍ରୀ ଦେବୀ ଶରତ ଆଉ ନିଜ ପାଇଁ ,ସେ ବି ସେଠି ବସି ପଡ଼ିଲା, ଆଉ ପିଲାଙ୍କ ଉପରେ ବଡ଼ ପାଟି କରି କହିଲା ଆଜି ସ୍କୁଲ ଯିବନି କିରେ ସକାଳୁ ସକାଳୁ ଏଠି ବସି ଗୀତ ଶୁଣିଲେ ଯାଅ ଗାଧୁଆ ପାଧୁଆ କରି ରେଡ଼ି ହବ ଜଳଖିଆ ବନେଇ ଦେଇଛି ଖାଇ ସ୍କୁଲ ଯିବ। ଆଙ୍କର ତ କିଛି କାମ ନାହିଁ ସକାଳୁ ସକାଳୁ ଗୀତ ଶୁଣାଇଲେ।
ପଡିଶା ଘର ଲୋକ କେମିତି ଦେଖୁଛନ୍ତି ଦେଖ ଏ ତମ ଗାଁ ନୁହେଁ ଏ ସହର। ଶରତ ହଠାତ୍ କହିଲା ଚୁପ୍ କର ସୁମନ ଯେତେବେଳେ ଦେଖିଲା ସେତେବେଳେ ଗାରୁ ଗାରୁ ହେଲା ଗୀତ ଟିକେ ଗାଇ ଦେଲେ ସେଠୁ କ’ଣ ହେଇଗଲା । ହଁ ସେତିକି ବେଳେ ସାବିତ୍ରୀ ଦେବୀଙ୍କ ଆଖିରୁ ବୁନ୍ଦାଏ ଲୁହ ଝରି ଚା କପ୍ ରେ ପଡ଼ିଲା, ଶରତ ସାବିତ୍ରୀ ଦେବୀଙ୍କ ଠାରୁ ସେ ଚା କପ୍ ଆଣି ନିଜ କପ୍ ତାଙ୍କୁ ବଢ଼ାଇ ଦେଲା ସାବିତ୍ରୀ ଦେବୀ ସେ ଚା କପ୍ ନେଇ ସେଠୁ ଚାଲି ଗଲେ । ଶରତ ସେ ଚା କପ୍ ପିଇବାକୁ ଆରମ୍ଭ କରିଛି କି ନାହିଁ ସୁମନ କହିଲା ଆରେ ଆରେ ସେ କପ୍ ରେ ମା ଙ୍କର ବୁନ୍ଦାଏ ଲୁହ ପଡ଼ି ଯାଇଛି ତମେ କଣ ପିଇଦଉଛ।
ଏ ବୁନ୍ଦାଏ ଲୁହ ନୁହେଁ ମୋ ପାଇଁ ଅମୃତ ତମେ ଜାଣିଛ ମୋ ପାଇଁ ମା କେତେ କଷ୍ଟ ସହିଛି ଏମିତି କେତେ ବୁନ୍ଦେ ଲୁହ ଆଖିରୁ ଢାଳି ଦେଇଛି ମୁଁ କ’ଣ ତାର ଏ ବୁନ୍ଦାଏ ଲୁହ ପିଇ ପାରିବିନି।
ହଁ ମୁଁ ତୁମକୁ କହିଦଉଛି ମା ମନରେ କେବେ କଷ୍ଟ ଦବନି ଆଉ ଏମିତି କେବେ କହିବିନି। ମା’ର ତ ବୟସ ହେଇଗଲାଣି ଆଉ କେତେ ଦିନ ଆମ ପାଖରେ ରହିବ ତାଙ୍କୁ ନିଜ ‘ମା’ ଭଳି ଭାବ।
କିଛି ଦିନ ପରେ ସମସ୍ତେ ସାଙ୍ଗ ହୋଇ ରାତ୍ରି ଭୋଜନ କରୁଥାନ୍ତି
ସାବିତ୍ରୀ ଦେବୀ କହିଲେ ବୋହୂ ତରକାରି ଆଜି ରାଗ ହୋଇ ଯାଇଛି ଟିକେ ଦେଖିକି ଲଙ୍କା ପକେଇଲେ ହୁଅନ୍ତାନି। ସୁମନ କହିଲା ଆମେ ତ ଖାଉଛୁ କିଛି ତ ଲାଗୁନି ତମକୁ ଭାରି ରାଗ ଲାଗୁଛି ତରକାରି ନ ଖାଅ ଖାଲି ଭାତ ଖାଇଦିଅ । ସାବିତ୍ରୀ ଦେବୀଙ୍କୁ ବାଧିଲି ସେ କଥା , ସେ କ’ଣ ପୁଅ ବୋହୁଙ୍କ ପାଖକୁ ଆସି କିଛି ଭୁଲ କରିଛନ୍ତି ତାଙ୍କୁ ସବୁବେଳେ ଏମିତି କଥା ଶୁଣିବାକୁ ପଡୁଛି।
ଏତିକି ଭାବିଛନ୍ତି କି ନାହିଁ ତାଙ୍କ ଆଖିରୁ ବୁନ୍ଦାଏ ଲୁହ ଆସି ହାତରେ ଧରିଥିବି ଭାତ ମୁଠିଏ ଉପରେ ପଡ଼ିଲା ସେ ଭାତ ମୁଠାଏ ରଖି ସେଠୁ ସାବିତ୍ରୀ ଦେବୀ ଉଠି ତାଙ୍କ ରୁମକୁ ପଳେଇଲେ । ଶରତ ସୁମନକୁ ପାଟିକଲା ଆଉ ସେ ଭାତ ମୁଠାଏ ନିଜେ ଖାଇଲା ଆଉ ସେ “ମା” ବିଷୟରେ ସୁମନକୁ କହିଲା । ଏ ବୁନ୍ଦାଏ ଲୁହ ର ମହତ ତୁମେ କେବେ ବୁଝି ପାରିଲନି ? ମୁଁ କାହା ପାଇଁ ସେ ଲୁହ ପାଇଁ ନା ,ଦେଖି ପାରୁଛ ମୋ ମୁଣ୍ଡରେ ଥିବା ଏ ଦାଗକୁ ମୁଁ ପିଲା ବେଳେ ପଡ଼ି ଯାଇଥିଲି ମୁଣ୍ଡ ଫାଟି ଯାଇଥିଲା ଅଚେତ ବି ହୋଇ ଯାଇଥିଲି ମୋ “ମା” ନଖାଇ ନପିଇ ମୋ ପାଖରେ ବସିଥିଲା ମୋ ପାଇଁ କେତେ କାନ୍ଦିଥିଲା । ଦେଖିପାରୁଛ ଏ ଘର ଗାଡ଼ି ତମେ ମୁଁ ଏ ଚାକିରି କେବଳ ମା ପାଇଁ ସେ ଯଦି କଷ୍ଟକରି ମୋତେ ପଢ଼ାଇ ନଥାନ୍ତା ତାହାଲେ କ’ଣ ମୁଁ ଏସବୁ ପାଇ ଥାଆନ୍ତି। କେତେ ଦିନ କେତେ ରାତି ଅନିଦ୍ରା ହୋଇ ମୋତେ ଏତେ ବଡ଼ କରିଛି।
ଜାଣି ପାରୁଛ ଏ ବୁନ୍ଦାଏ ଲୁହର ଓଜନ କେତେ ଏ ଲୁହର ଦାମ୍ କେତେ ? ତମେ ଠିକ୍ କଲନି ଏମିତି ମା ଙ୍କୁ କହି ଯାଅ ତୁରନ୍ତ ତାଙ୍କୁ ଭୁଲ ମାଗି ତାଙ୍କୁ ଖୁଆଇଦବ ସେ ଯଦି ନଖାନ୍ତି ତାହାଲେ ଭଲ ହବନି କହି ଦଉଛି। ସୁମନ ଯାଇ ମା’ଙ୍କୁ ଭୁଲ ମାଗିଲି ମନେଇ ମାନେଇ ଖୁଆଇ ଦେଲା। ସେ ଦିନ ଠାରୁ ଧିରେ ଧିରେ ସାବିତ୍ରୀ ଦେବି ଙ୍କୁ ସମ୍ମାନ ଆଦର କରିବାକୁ ଲାଗିଲା ଆଗକୁ ସେମାନେ ମା ଝିଅ ପରି ରହିବାକୁ ଲାଗିଲେ।
କିଛି ଦିନ ପରେ ସାବିତ୍ରୀ ଦେବୀଙ୍କ ଦେହାନ୍ତ ଘଟିଲା ସେ ଦିନ ସୁମନ ଆଖିରୁ ବୁନ୍ଦାଏ ନୁହେଁ ଅନେକ ଲୁହ ଝରି ଆସିଥିଲେ। ସାବିତ୍ରୀ ଦେବିଙ୍କ ଆଖିରୁ ବୁନ୍ଦାଏ ଲୁହ ତାକୁ ଗୋଟେ ଭଲ ବୋହୁ ଭଲ ଝିଅ ବନେଇ ପାରିଥିଲା । ସେ ଚା କପ୍ ରେ ସେ ମୁଠାଏ ଭାତରେ ବୁନ୍ଦାଏ ଲୁହ ତା ପାଇଁ ଆଜି ଭଲ ମଣିଷ ହବାର ସାକ୍ଷୀ ରହିଯାଇଥିଲା
ଝରିଗଲେ ସିନା ଅନେକ ଲୁହ
କିନ୍ତୁ ସାକ୍ଷୀ ରହିଗଲା ବୁନ୍ଦାଏ ଲୁହ।
ଜଗମୋହନ ପ୍ରଧାନ, ଯାଜପୁର