ବୁନ୍ଦାଏ ଲୁହ
ଆରେ ବାପରେ ପାଣି ମୁନ୍ଦେ ଦେଲୁ ,ଘଣ୍ଟାରେ କେତେ ଟା ବାଜିଲାଣି କି ?
ଏତିକି କହି କହି ଦୁଆର ମୁହଁକୁ ବାହାରି ଆସିଲେ ରାମଚରଣ ବାବୁ
ଅଦିନିଆ ମେଘ ପରି ଆଖିରେ ଲେଞ୍ଜରା ର ପହଳ।ଚଷମା ଟାକୁ ଗଞ୍ଜି ରେ ପୋଛିଦେଇ ପିନ୍ଧିଲେ ଦାଣ୍ଡ ଦୁଆରେ ।
ବିରକ୍ତ ହୋଇ ପୁଣି ଥରେ ଡାକିଲେ ଆରେ କିଏ କୁଆଡ଼େ ଗଲ ପାଣି ମୂନ୍ଦେ ଦିଅ ହୋ
ଘର ଭିତରୁ ବାହାରିଲେ ବଡ଼ପୁଅ ରବି ,ବିରକ୍ତି ହୋଇ କହି ପକେଲେ ଗୁଡ଼ାଏ କଥା , କଣ ମ ବାପା ଟିକେ ସମୟ ରହି ପାରୁନ ।
ଏତିକି କହି ସେ ପଳେଇଲେ, ତା ପରେ ବଡ଼ ବୋହୂ ଆସିଲେ ପାଣି ଗିଲାସ ଧରି ସେତେବେଳକୁ ପାଖାପାଖି ଅଧଘଣ୍ଟା ର ସମୟ , ବୁଢ଼ା ଲୋକ କିଛି ନକହି ଚୁପଚାପ୍ ପାଣି ପିଇଲେ। ସନ୍ଧ୍ୟା ପ୍ରାୟ ସାତଟା ହେବ ବୋଧେ ରାମ ବାବୁ ଚାହା ମାଗିବାରୁ କେହି ଶୁଣିଲେନି ,ବାଧ୍ୟ ହୋଇ ସେ ବଡ଼ ପୁଅ ରୁମ୍ କୁ ଯିବା ବେଳକୁ ଭିତରୁ କବାଟ ଟା ବନ୍ଦ କରି ଦିଆ ଯାଇଛି ।ସେଦିନ ରାତି ଟା ବିତିଲା ସକାଳୁ ସକାଳୁ ବଡ଼ ପୁଅ କହିଲା ବାପା ଚାଲ ଆଜି ଗୋଟେ ଜାଗାକୁ ବୁଲେଇ ନେବି । ପୁଅଠୁ ଏତିକି ଶୁଣି ରାମ ବାବୁ ଭାରି ଖୁସି ।
ସାଙ୍ଗେ ସାଙ୍ଗେ ଯାଇ ହାତ ମୁହଁ ଧୋଇ ଧୋତି ଖଣ୍ଡେ ପିନ୍ଧି ଆସିଲେ ।
ପୁଅ ଭାରି ଖୁସି ଲାଗୁଥାଏ ବୁଢ଼ା ମନରେ ଲଡ଼ୁ ଫୁଟୁ ଥାଏ ।ଯାହା ହଉ ସବୁ ଏଥର ଠିକ୍ ହେବ ବୋଲି ପ୍ରାୟ ଘଣ୍ଟାକ ଗାଡ଼ି ଚାଲିଲା ପରେ ଗାଡ଼ି ରହିଲା ସାର୍ବଜନୀନ ବୃଦ୍ଧାସ୍ରମ ନିକଟରେ ।
ରାମ ବାବୁ ଆରେ ପୁଅ ୟେ କି ଜାଗା ଚଷମା ଟା ପିନ୍ଧି ରାମ ବାବୁ ଆଶ୍ରମ ଦେଖିଲା ବେଳକୁ ସବୁ ତାଙ୍କ ଆଖି ଛଳ ଛଳ ହୋଇ ବୁନ୍ଦାଏ ଲୁହ ଗଡିଗଲ ପୁଅ କିଛି କହିବା ଆଗରୁ ରାମ ବାବୁ କହିଲେ ଭଲରେ ରହିବ ରେ ପିଇଲେ ନାତିଆ ଟାକୁ ଭଲସେ ରଖିବ । ଏତିକି କହି ଆଶ୍ରମ ଆଗେ ମୁହାଇଲେ ରାମ ବାବୁ କିଛି ବାଟ ଗଲା ପରେ ପଛକୁ ଅନେଇ ବାପରେ ମୋ ବଙ୍କୁଲି ବାଡ଼ି ଟା ଆଉ ଦୁଇଟା ଧୋତି ଆଣି ଦେଇଯିବୁ କାଲି।
ତୃପ୍ତି ମୟୀ ରାଉତ