କବିତାର ଶୀର୍ଷକ :-
” ପ୍ରେମ ହିଁ କେବଳମ୍”
—————————-
ପ୍ରେମ ଶବ୍ଦ ଏକ ଈଶ୍ବର ପ୍ରଦତ୍ତ
ପ୍ରେମର ଅର୍ଥ ପବିତ୍ର,
ପ୍ରେମର ନ ଥାଏ ରଙ୍ଗ ଭଳି ଭଳି
ନ ଥାଏ ବି ଜାତି ଗୋତ୍ର ।
ପ୍ରେମ ଗୋଟେ ଫୁଲ ଭାରି ସୁନ୍ଦର ସେ
ଆକର୍ଷଣ ଲାଗେ ଭାରି,
ଛୁଇଁ ଦେଲେ ଥରେ ସରମି ଯାଏ ସେ
କେତେ ଅଭିମାନ କରି ।
ଯୌବନରେ ଥାପି ପ୍ରଥମ ପାହାଚେ
ପ୍ରେମ ସହ ଦେଖା ହୁଏ,
ଜୀବନେ ଆସଇ ଦୁର୍ବଳ ମୁହୂର୍ତ୍ତ
ପ୍ରେମ କ’ଣ ଜଣାଯାଏ ।
ପ୍ରେମ ଯେ ଅଟଇ ଅନ୍ତରର ଜ୍ୱାଳା
ଲିଭାଇଲେ ଲିଭେ ନାହିଁ,
ସେହି ପ୍ରେମ ବନ୍ଧୁ ମିଠା ଅନୁଭୂତି
କେବେ ଭୁଲି ହୁଏ ନାହିଁ ।
ପ୍ରେମ ନୁହେଁ କାହା ହୃଦୟ ସ୍ପନ୍ଦନ
ମରିଗଲେ ସ୍ତବ୍ଧ ହେବ,
ପ୍ରେମ ହିଁ କେବଳ ପବିତ୍ର ବନ୍ଧନ
ଯୁଗେ ଯୁଗେ ରହିଥିବ ।
– Ashok Kumar Nayak
AT/PO:-Kendudhipi
Block/District:-Nayagarh