ବିଷୟ:- ପ୍ରେମ ହିଁ କେବଳମ୍
ସମୟ ବଦଳେ ସ୍ଥିତି ବି ବଦଳେ
ବଦଳଇ ରାତି ଦିନ,
ମନ ତ ବଦଳେ ଲକ୍ଷ୍ୟ ବଦଳିଲେ
ବଦଳି ଯାଏ ଜୀବନ ।।
ଦୁର୍ଲଭ ଜୀବନେ ନୈସର୍ଗିକ ପ୍ରେମ
ପ୍ରାପ୍ତିକୁ ନରଖେ ଆଶା,
ପ୍ରେମେ ପ୍ରଭାବିତ କଠୋର ହୃଦୟ
ଦୁଃଖର କରେ ମୀମାଂସା ।।
ମାତା ଓ ପୁତ୍ରର ତ୍ୟାଗପୂର୍ଣ୍ଣ ପ୍ରେମେ
ଉଜ୍ଜ୍ୱଳ ହୁଏ ଭବିଷ୍ୟ,
ଭଉଣୀ ଭାଈର ପବିତ୍ର ସମ୍ପର୍କ
ଜୀବନ କରେ ସରସ ।।
ଗୁରୁ ଶିଷ୍ୟଙ୍କର ଶିକ୍ଷା ଓ ସଂସ୍କାର
ଲକ୍ଷ୍ୟ କରେ ନିର୍ଦ୍ଧାରଣ,
ଅଭିମାନ ଛାଡ଼ି ପ୍ରେମରେ ବଞ୍ଚିଲେ
ଜୀବନ ହୋଇବ ଧନ୍ୟ ।।
ଯୁଗେ ଯୁଗେ ପ୍ରେମ ଅକ୍ଷୟ ଅମର
ନୁହେଁ କିଛି ତାର ତୁଲ,
ଦୁର୍ଲଭ ଜୀବନେ ସଂଜୀବନୀ ମନ୍ତ୍ର
ପ୍ରେମ ହିଁ ସତ୍ୟ କେବଳ ।।
ସରୋଜ କୁମାର ସାହୁ
ଲଇକେରା,ଝାରସୁଗୁଡା
Saroj Kumar Sahu
Laikera, Jharsuguda
36 total views, 1 views today