ଆମେ ଭାରତୀୟ
ଆମେ ଭାରତର କୁଶଳୀ ଯୁବକ
ନୂତନ ଯୁଗର ବାର୍ତ୍ତାବହ
ଆମ ସମ୍ମିଳିତ ସଫଳ ଉଦ୍ୟମେ
ରଚିବୁ ନିଶ୍ଚୟ ସ୍ୱର୍ଣ୍ଣ ଅଧ୍ୟାୟ ।
ଦୃଢ଼ ଇଚ୍ଛା ଶକ୍ତି ଆମ ସୁସଙ୍କଳ୍ପ
ଢାଳିବୁ ରକତ ପାଣି କରି
ପରିଶ୍ରମ ବଳେ ଆମରି ମାଟିରେ
ସରଗ ସୁଷମା ପଡିବ ଝରି ।
ଘୂଞ୍ଚାଇବୁ ଯେତେ ଅଭାବ କଷଣ
ବାଧା ପ୍ରତିବନ୍ଧ ଅଣ୍ଟାକୁ ଭିଡି
ଫୁଟିବ ସବୁରି ମୁଖେ ସ୍ମିତହାସ୍ୟ
ଅକାଳେ ଜୀବନ ନ ଯିବ ଝଡି ।
ଆମେ ସଚେତନ ସଜଗ ସର୍ବଦା
ଜାତି ସ୍ୱାଭିମାନ ସୁରକ୍ଷା ପାଇଁ
ଲଢିବୁ ନିର୍ଭୟେ ଛାତିକୁ ପତାଇ
ଶତ୍ରୁ ଆଗେ ମଥା ଦେବୁନି ନଇଁ ।
ବଞ୍ଚିବୁ ସ୍ୱଚ୍ଛନ୍ଦେ ନୀତି ଆଦରଶେ
ଗର୍ବେ ଭାରତୀୟ ବୀର ପରି
ନାଶିବୁ ଅନ୍ୟାୟ ଦୁର୍ମତି ଦୁର୍ଗତି
ସତ୍ୟ ଅହି°ସାକୁ ପାଥେୟ କରି ।
ଶାନ୍ତି ଅଗ୍ରଦୂତ ଉନ୍ମୋଚିବୁ ଆମେ
ପଥ ଆଲୋକିତ ନୂଆ ଦିଗନ୍ତ
ସଦ୍ଭାବନା ମୈତ୍ରୀ ସିଦ୍ଧି ସହଯୋଗେ
ହେବ ବିଶ୍ୱଗୁରୁ ଆମ ଭାରତ ।
ଶ୍ରୀ ଭରତବନ୍ଧୁ ବିଶ୍ୱାଳ
ଉପର ବରୁଆଁ ,କବୀରପୁର ,ଯାଜପୁର