ମିଠା ସମ୍ମୋହନ
କଳ୍ପନା କଳ୍ପ ରେ ଆଖି ଉପକୂଳେ
ମିଠା ସମ୍ମୋହନ ଭରିଲା
ଚକ୍ଷୁ ରେ ସ୍ପନ୍ଦିତ ସୁନା ସପନର
ଢେଉ ର ଲହରୀ ଖେଳିଲା।।
ଭିଜାଭିଜା ଭାବ ନିଦ୍ରା ରେ ମୋହିତ
ହୃଦୟ ଅଦୃଶ୍ୟ କୋଣରେ
ତନ୍ମୟ ତଲ୍ଲୀନ ଝରେ ପ୍ରିତି ମହୁ
ବାନ୍ଧି ହୁଏ କାହା ପ୍ରେମ ରେ।।
ସ୍ବପ୍ନ ଭରା ରାତି ମଧୁଚନ୍ଦ୍ରିକା ରେ
ଦେହେ ତାତି ଶୁଭ୍ରାଲୋକରେ
ଚଇତି ଲଗନେ କିମିଆ କରିଲା
ପ୍ରେମ ପ୍ରିତି ଅରୁଣିମା ରେ।।
ଚହଲା ପାଣିରେ ନିଜ ଛବି ଦେଖି
ଉଛୁଳି ଯାଏ ତନୁମନ
ହେବାପାଇଁ ଇଛା ପ୍ରେମିକା ତାହାର
ହୃଦେ ଭିନ୍ନ ଆକର୍ଷଣ।।
କାହା ଆଗମନେ ପୁଲକିତ ମନେ
ମିଠା ସମ୍ମୋହନ ଭରିଲା
ସ୍ବପ୍ନେ ସ୍ମିତହାସ୍ୟେ ପ୍ରିତି ଆଲୋଡନେ
ତା ପ୍ରେମ ଫାଶରେ ବାନ୍ଧିଲା।।
ବୟସ ଦେହରେ ଭରି ପ୍ରେମ ଗୀତ
ଆବେଗେ ମତୁଆଲା ହୋଇ
ଅଲଖ୍ୟେ ବୋଳିଲା ଦେହେ ପ୍ରେମ ରଙ୍ଗ
ନୈସର୍ଗିକ ସପନେ ରହି।।
କିଏ ସେ ନାୟକ ଅବା ସେ କଳ୍ପନା
ଅଲିଭା ତାର ପାଦଚିହ୍ନ
ସଂକ୍ରମିତ କଲା ପ୍ରଲୁବ୍ଧ ପ୍ରେମ ରେ
ମିଠା ମିଠା ସମ୍ମୋହନ।।
ପ୍ରଣତି ଆଚାର୍ଯ୍ୟ ମିଶ୍ର,
ନୟାଗଡ଼, ୯୪୩୭୬୪୨୯୪୭