ଶୀର୍ଷକ – ଆଜିର ନାରୀ
ବିଶ୍ଵ ସମ୍ମୋହିନୀ ମୋ ଭାରତ ଭୂଇଁ
ହିମାଳୟ ଗାଏ ଗାଥା
ମାଆର ସମ୍ମାନେ ମୋ ଦେଶେ ମାନବ
ନୁଆଇଁ ଦିଏ ତା ମଥା।।
ଭୂତେ ମାଆ ଥିଲା ଓଢ଼ଣା ଭିତରେ
କବାଟ କୋଣର ଭୁଆ
ବିଦ୍ୟା ଅରଜନ ଅନେକ ଦୂରରେ
ସବୁଥିରେ ସେ ପଛୁଆ।।
ଦଳିତା ପିଡୀତା ନିଷ୍ପେସିତା ହୋଇ
ସହୁଥିଲା କ୍ଳେଶ ଯେତେ
ସତୀଦାହ ପ୍ରଥା ତା ପାଇଁ କଠୋର
ବାଲ୍ୟ ବିଭା ତା ଅନର୍ଥେ।।
ପୁରୁଷ ପାଇଁକି ଏ ନୀତି ନିୟମ
ନଥିଲା ଏ ବିଶ୍ବ ଭୂମେ
ନାରୀ ଯେସନେ ସେ ସଭିଙ୍କ ବଇରୀ
ବିବଶ ସକଳ ଧର୍ମେ।।
ଏବେ କିନ୍ତୁ ସବୁ ମାର୍ଜନ ହେଲାଣି
ବଦଳି ଗଲାଣି କାଳ
ଆଜି ର ନାରୀ ସେ ନୁହଁଇ ଅବଳା
ଭାବନି ତାକୁ ଦୁର୍ବଳ।।
ପୁଅ ଝିଅ ମଧ୍ୟେ ଫରକ ନ ଚିନ୍ତି
ହୁଅ ସମ ଭାବାପନ୍ନ
ପୁଅ ପରି ଝିଅ ରଖିଲାଣି ଏବେ
ଦେଶ ଜାତି ସନମାନ।।
କଳ୍ପନା ନନ୍ଦିନୀ ଲତା ମଙ୍ଗେସକର
କିରଣ ଓ ଦ୍ୟୁତି ଆଦି
ମାତୃଭୂମି ନାମ ଉଜ୍ଜ୍ୱଳ କରିଲେ
ମରମ ଯାଉଛି ଭେଦୀ।।
ସାହସିକତା ର ଉଦାହରଣ ସେ
ପୂଜିତା କାଳୀକା ରୂପେ
ଜାଳି ପାରେ ସ୍ବର୍ଗୁ ପାତାଳ ପର୍ଯ୍ୟନ୍ତ
ମହାସତୀ ସାଜି କୋପେ।।
ହେୟ ମଣ ନାହିଁ ହେ ମାନବ ଗଣ
ନାରୀ ଶକ୍ତି ମହାଶକ୍ତି
ଅଜ୍ଞାନ ବ୍ୟାଖ୍ୟାନ ଯାହା ଦେଲି ମୁହିଁ
ମିଥ୍ୟା ନୁହେଁ ମୋ’ର ଉକ୍ତି।।
ସୌଦାଗର ବିଶ୍ବାଳ
୮୯୦୮୮୧୯୨୦୪