ମିଛ ପ୍ରତିଶ୍ରୁତି
ପ୍ରତିଶ୍ରୁତି ଆଜି ନେଇଛି କବର
ପ୍ରତାରଣା ରୂପ ଦେଇ
କଳଙ୍କ ର ଟୀକା ନାହିଁଛି ନାୟିକା
ପ୍ରତୀକ୍ଷାରେ ପଥ ଚାହିଁ।
ଟୋପାଏ ସିନ୍ଦୂର ଦୁଇ ପଟ ଶଙ୍ଖା
ଥିଲା ମନ୍ଦିର ଟି ସାକ୍ଷୀ
ମନ ଦିଆନିଆ ପ୍ରେମର ଅକ୍ଷର
ହୃଦୟ ରେ ଦେଇ ଲେଖି।
ପ୍ରେମିକ ପ୍ରବର ଦେଇଥିଲା
କଥା ବିବାହ କରିବି ବୋଲି
ଭୂଲି ପ୍ରେମ କଥା ଆଚରି ଶଠତା
ଦୂରେ ତାକୁ ଦେଲା ଠେଲି।
ଭୂଲି କି! ପାରିବ ପ୍ରଥମ ପ୍ରେମକୁ
ଭୂଲି ବାର ତାହା ନୁହଁ
ଅସହାୟ ହୋଇ କାନ୍ଦୁଛି ଯୁବତୀ
ନୟନୁ ଝରାଇ ଲୁହ।
ପ୍ରେମିକ ଦୁଆରେ ଦେଇଛି ଧାରଣା
ପାଇବାକୁ ନିଜ ନ୍ୟାୟ
ଅନ୍ଧ ପ୍ରେମ ପାଇଁ ହରାଇ ନିଜସ୍ଵ
ମନେ ଭରି ଉଠେ କୋହ।
ମିଛ ପ୍ରତିଶ୍ରୁତି ବସି ଥାନ ପାତି
ଯୁବତୀ ଫସୁଛି ଫାଶେ
ନ ଯାଅ ଅବଳା ନ ହୁଅ ଦୁର୍ବଳା
ମିଛ ପ୍ରତିଶ୍ରୁତି ପାଶେ।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨