ଭୁଲିଗଲାଣି ପ୍ରତିବଦ୍ଧତା
ଲୋକ ଭୁଲିଗଲାଣି ପ୍ରତିବଦ୍ଧତା
ସେଥିପାଇଁ ହୁଏ ଅସୁବିଧା
ଯେଉଁ ଗୁଣ ଯୋଗୁଁ ମାନବିକତା
ତାହା ପଡ଼ିଯାଏ ଵନ୍ଧା
ଭୁଲନ୍ତେ ନାହିଁ ପ୍ରତିବଦ୍ଧତା
ହୁଅନ୍ତେ ସିଏ ମହାନ୍
ଭୁଲନ୍ତି କିନ୍ତୁ କଥାଟି ସିନା
ହୁଅନ୍ତି ହିନୀମାନ୍
ଭାବନ୍ତେ ଯଦି, ଟିକିଏ କଷ୍ଟ
ହୁଅନ୍ତା ସିନା ଭାଇ
କଷ୍ଟ ସହିଲେ ମିଳନ୍ତି କୃଷ୍ଣ
ଜାଣନ୍ତି ପରା ସେହି
ହେଲେ ଅଲଗା କଥା ତାଙ୍କର
କାମ ଅଲଗା ଯୋଗୁଁ
ଭୋଗନ୍ତି ନାହିଁ ଖାଲି ତ ସିଏ
ଭୋଗନ୍ତି ତାଙ୍କ ଶିଶୁ
ବୁଝନ୍ତି ନାହିଁ ତାଙ୍କରି କର୍ମ
ଫଳ ଭୋଗିବ ଦେଶ
ନିଜ କଥାକୁ ନିଜେ ନ ରଖି
କରନ୍ତି ସର୍ବନାଶ
ପଢନ୍ତି ସିଏ ରାମାୟଣକୁ
ଜାଣନ୍ତି କର୍ଣ୍ଣ କଥା
କଥା କାମରେ ମେଳ ନ ଥାଏ
ହୁଏ ତ ଅସୁବିଧା
ପ୍ରତିବଦ୍ଧତା ଜାଣନ୍ତି ନାହିଁ
ଜାଣନ୍ତି ଖାଲି ସ୍ବାର୍ଥ
ସ୍ଵାର୍ଥପରତା ଶିଖାନ୍ତି ଭାଇ
ଖାଲି ଚାହାନ୍ତି ଅର୍ଥ
ପ୍ରତିବଦ୍ଧତା ଶବ୍ଦରେ କଳଙ୍କି
ଲାଗିଗଲାଣି ଆଜି
ମାନଵ ଆଜି ସେଇଥିପାଇଁ
ହେଉଛି ଖାଲି ଭାଜି
ଶୋଷଣ ଦୂଷଣ ବଢୁଛି ଖାଲି
କମୁଛି ମାନବିକତା
ରାମ ତ ଗଲେ ବନବାସୀ ହୋଇ
ଜାଣନ୍ତି ମାନଗୋବିନ୍ଦ କଥା
ସବୁ ଜାଣିଶୁଣି ଅଜଣା ହୁଏ
ସାମାନ୍ୟ ସ୍ବାର୍ଥ ପାଇଁ
ମାନବିକତା ଵଳୀ ପକାଏ
ଦିନ କାଟେ ହନ୍ତସନ୍ତ ହୋଇ