ତୁମେ ମୋ ଆଖିର ଶତ ସପନ
ହେ ଆନନ୍ଦମୟ ସଂସାର ହୃଦୟ
ଅନ୍ତର ଦେବତା ପ୍ରାଣ ସ୍ପନ୍ଦନ,
ଶୟନେ ସପନେ ଅବା ଜାଗରଣେ
ତୁମେମୋ ଆଖିର ଶତ ସପନ!
ସଙ୍ଗତରେ ରହି ଦେଉଛ ବତାଇ
ସଂସାର ଚଳଣି ଦେଖାଅ ବାଟ,
ତୁମରି ଇଶାରେ ଆଶା ଭରସାରେ
ଚଳେ ବଳେ ତୁମ କରଇ ନାଟ,
ତୁମେ ଲୀଳାମୟ ହେଉଛ ସଦୟ
ଅଖିଳ ବ୍ରହ୍ମାଣ୍ତ ହୃଦ ଚନ୍ଦନ,
ହେ ଆନନ୍ଦମୟ ସଂସାର ହୃଦୟ
ଅନ୍ତର ଦେବତା ପ୍ରାଣ ସ୍ପନ୍ଦନ।
କର୍ମ କ୍ଷେତ୍ରେ ମୋର ଜ୍ଞାନରେ ଅନ୍ତର
ଭରି ସଚେତନ କରାଅ ମୋତେ,
ପୁଣ୍ୟ କରି ଯିବି ଧର୍ମ ଅରଜିବି
ପାପ ବରଜିବି ସତ୍ୟ ସଙ୍ଗତେ।
ସକଳ ଅନ୍ତରେ ରହି ନିରନ୍ତରେ
ଅଖିଳ ବ୍ରହ୍ମାଣ୍ତ ନେଉଛ ଚାଳି,
ତୁମେମୋ ସପନ ତୁମେ ମୋ ଜୀବନ
ଶ୍ଵାସ ବିଶ୍ୱାସର ଦୁଃଖୀ ସଙ୍ଖାଳି,
ସୂର୍ଯ୍ୟ ଚନ୍ଦ୍ର ତାରା ନଭ ଭବ ସାରା
ଅଣୁରୁ ଅନନ୍ତ ତୁମରି ଦାନ,
ଶୟନେ ସପନେ ଅବା ଜାଗରଣେ
ତୁମେ ମୋ ଆଖିର ସତ ସପନ!
ଜୀବ ଜଡ଼ ଦେହେ ବସିଛ ଆଗ୍ରହେ
ନିଖିଳ ବିଶ୍ୱକୁ ରହିଛ ଚାହିଁ,
ତୁମେ ଦୟାନିଧି କରୁଣା ବାରିଧି
ଦିଅ ପ୍ରଭୁ ଜ୍ଞାନ ଦୀପ ଜଳାଇ।
ଶିକ୍ଷକ , ଡେଙ୍ଗାଡି , ଗଞ୍ଜାମ,
୯୫୮୩୪୩୮୧୭୪