ଶବ୍ଦର ଶତାବ୍ଦୀ
ଶବ୍ଦ କାନ୍ଦୁ ଥିଲେ ଶତାବ୍ଦୀ ସହରେ
ବୁନ୍ଦେ ବୁନ୍ଦେ ଲୁହ ଢ଼ାଳି
କବି ଶୁଣି ଦେଲେ ଶବ୍ଦର କାନ୍ଦକୁ
ଭାବନାରେ କାନ ଡେରି।
କାଗଜ ଧରିଲେ କଲମ ଧରିଲେ
ଲୁହକୁ ଆଙ୍କିବା ପାଇଁ
ଆଙ୍କୁ ଆଙ୍କୁ କବି ଏମିତି ଆଙ୍କିଲେ
ଶବ୍ଦ ତ କାନ୍ଦିଲେ ନାହିଁ।
ଲୁହ ଝରି ଲାନି କେମିତି ଲେଖିବେ
ଚିନ୍ତାରେ ପଡ଼ିଲେ କବି
ଧିରେ ଧିରେ ଶବ୍ଦ ଅସ୍ପଷ୍ଟ ହୋଇଲେ
ହଜିଗଲା ଶବ୍ଦ ଛବି।
ରାଗି ଗଲେ କବି ଶବ୍ଦଙ୍କ ଉପରେ
କଲମେ କଲେ କ୍ଷତାକ୍ତ
ଲୁହ ସାଥେ ଲହୁ ଢ଼ାଳି ଦେଇ ଗଲେ
ନ ସହି ପାରି ଆଘାତ।
ଆଉଥରେ କବି ଲେଖି ଗଲେ ଭାବି
ଯନ୍ତ୍ରଣା ବେଦନା କୋହ
କାଗଜ ଥରିଲେ ଶବ୍ଦ ଯନ୍ତ୍ରଣାରେ
କଲମ କାନ୍ଦଇ ଭୋ ଭୋ।
କଲମ କାନ୍ଦରେ ବୋହି ଗଲେ ଶବ୍ଦ
ଆଉ ଥରେ ସହରକୁ
ଖୋଜି ପାଇଲେନି କବି ଗଣ ଆଉ
ସେ ଶବ୍ଦର ଶତାବ୍ଦୀକୁ।
ଶବ୍ଦର ସହରେ ଶବ୍ଦ ହଜି ଗଲେ
ଖୋଜୁଛନ୍ତି ଆଜି କବି
ଶବ୍ଦର ଶତାବ୍ଦୀ ନାମ ଦେଇ ଗଲେ
କେତେ କବି ଭାବି ଭାବି ।
ଜଗମୋହନ ପ୍ରଧାନ, ବଡ଼ଚଣା, ଯାଜପୁର