ତୁମେ ଭାରି ମନେପଡ
ତୁମେ ନ ଆସିଲେ ବି
ମୋତେ ଦିଶିଯାଅ ଚହଲା ପାଣିରେ
ସ୍ନେହ ଶ୍ରଦ୍ଧାର ବଳୟ ଭିତରେ
କୃଷ୍ଣଚୂଡ଼ା ଗଛର ଚାନ୍ଦିନୀରେ
ଦୁଃଖ ସୁଖର ଛକାପଞ୍ଝା ଖେଳରେ
ତୁମେ ନ ଥିଲେ ବି ଆସିଯାଅ
ମୋ ଭାବନାର ଅଳନ୍ଧୁ ଭିତରକୁ
ଜାଡୁଆ ଶୀତର ଅନାବନା ଜାଳେଣୀ ପାଖକୁ
ସେଇ ଜହ୍ନମାମୁଁର ରୂପାଜହ୍ନ ପାଖକୁ
ରାଜନୀତିର ପଶାପାଲି ଖେଳ ଭିତରକୁ
ତୁମେ ନ ଥିଲେ ବି ଭାରି ମନେପଡ
ଗରମ କୁକୁଡ଼ା ଝୋଳ ହାମ୍ପୁଡିଲା
ଵେଳେ
ସ୍କୁଲ ଛାତ୍ରଛାତ୍ରୀ ଭଳି କିଏ କଳି ଲାଗିଲେ
ସୁନ୍ଦର ଭଜନଟିଏ କିଏ ଗାଇଦେଲେ
କିଏ ଜ୍ଞାନ ପେଡ଼ି ଖୋଲି ବସିଗଲେ
କଳ୍ପନା ରାୟ
ଲଇଡା, ସମ୍ବଲପୁର
96 total views, 1 views today