ଭକ୍ତର ଭଗବାନ
ଭକତ ଭାବରେ ବନ୍ଧା ଭଗବାନ
ସେତ ଭକତ ଜୀବନ
ଭାବବିନୋଦିଆ ଭାବରେ ଭାବରେ
ଦେଇଥାନ୍ତି ଦରଶନ।।
ଭକ୍ତ ସାଲବେଗ ରଥ ଦେଖିବାକୁ
ପଥ ଚାଲି ଆସୁଥିଲେ
ମୋହ ଯିବା ଯାଏ ରଥ ନଗଡିବ
ପ୍ରଭୁଙ୍କୁ ଗୁହାରୀ କଲେ।।
ଭକତ ଗୁହାରୀ ଶୁଣି ମହାପ୍ରଭୁ
ରଥ ଆଉ ନଗଡିଲା
ସାଲବେଗ ଯେବେ ପହଞ୍ଚିଲେ ସେଠି
ରଥ ଚକ ଯେ ଗଡିଲା।।
ଦାସିଆ ବାଉରୀ ଧଳା ଯାଉ ମଧ୍ୟେ
ଶାଗର ଦୋଳାକୁ ଦେଖି
ଭକ୍ତିରେ ବିଭୋର ହୋଇ ନଖାଇଲା
କହିଲା ଏ ଚକାଆଖି ।।
ଭାବ ଭକତିରେ ବାଡି ନଡିଆକୁ
ଗ୍ରାମବାସୀ ହାତେ ଦେଲା
ହାତ ବଢାଇଣ ନଡିଆ ତା ନେଲେ
କାଳ କାଳକୁ କଥା ରହିଲା।।
ଗୀତା ପଣ୍ଡା ନିତି ନିତି ଗୀତା ପଢେ
ସ୍ତୀରି ତାର ଚିରି ଦେଲା
ନିଜେ ଭାର ବୋହି ଘରେ ତାର ଦେଲେ
ଦରିଦ୍ର ଦୂର ହୋଇଲା।।
ରଘୁ ଅରକ୍ଷିତ ଭକତି ଭାବକୁ
ପ୍ରଭୁ ପରୀକ୍ଷା କରିଲେ
ଭକତିତାଦେଖି ସନ୍ତୁଷ୍ଟ ହୋଇଣ
ମୃତ ପୁତ୍ର ଜିଆଇଲେ।।
ଭକତି ଭାବରେ ବଳରାମ ଦାସ
ବାଲିରଥେ ବିଜେ କଲେ
ଭକତର ମାନ ରଖି ବଳରାମେ
ମାନ ସନମାନ ଦେଲେ।।
କବି ଜୟଦେବ ଗୀତ ଗୋବିନ୍ଦର
ପଦକୁ ପୂରଣ କଲେ
ନିଦ ନଆସଇ ଚକାନୟନକୁ
ସେଗୀତକୁ ଶୁଣିଲେ।।
ଭକତ ଜୀବନ ସେ କାଳିଆ ଧନ
ଯୁଗେ ଯୁଗେ ଭକତର
ଭକତି ଅନ୍ତରେ ଭକତ ଡାକିଲେ
ଭରି ଦିଏ ତା ଅନ୍ତର।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।।
100 total views, 1 views today