ଅଲୋଡା ଜୀବନ
ସୁରେଶ ସୁରମା ସ୍ଵାମୀ ସ୍ତିରି ଦୁହେଁ
ସୁଖୀ ତାଙ୍କ ପଳିବାର
ଦୁଇ ପୁଅ ଆଉ ଗୋଟିଏ ଝିଅରେ
ହସୁଥାଏ ଯେ ସଂସାର।।
କିରାଣୀ ଚାକିରି ସୁରେଶ କରଇ
ଦରମା ଯାହାବି ମିଳେ
ସେଇ ପଇସାରେ ଦୁଃଖେ ସୁଖେ ତାଙ୍କ
ପରିବାର ଭଲେ ଚଳେ।।
ପୁତ୍ର କନ୍ୟା ପାଇଁ ଉପଯୁକ୍ତ ଚିଜ
ସିଏ ଯୋଗାଇ ଦିଅନ୍ତି
ସେପାଇଁ ପଛକେ ବାପ ମାଆ ଦୁହେଁ
ବହୁ କଷ୍ଟ ସହିଥାନ୍ତି।।
ପିଲାମାନେ ଯେବେ ବଡ ହୋଇଗଲେ
ବାପା ମାଆ ଖୁସି ହେଲେ
ଉପଯୁକ୍ତ ପାତ୍ରୀ, ଉପଯୁକ୍ତ ପାତ୍ର
ଦେଖି ବିଭା କରାଇଲେ।।
ବୟସ ବଢିଲା ବଳ କମିଗଲା
ଶରୀର ଅବଶ ହେଲା
ପୁଅ ବୋହୂଙ୍କର ଦୟାରେ ବଞ୍ଚିବା
ଅବସ୍ଥା ଯେ ଆସି ହୋଲା।।
ତାଙ୍କ ପାଇଁ ପିତା ମାତା ବୋଝ ହେଲେ
କହନ୍ତି କଟୁ ବଚନ
ବୃଦ୍ଧ ବୟସରେ ଆତ୍ମାକୁ ବାଧଇ
ଅଲୋଡା ହୁଏ ଜୀବନ।।
ଯେଉଁ ସନ୍ତାନଙ୍କ ପାଇଁ ପିତା ମାତା
ଏତେ ତ୍ୟାଗ କରିଥିଲେ
ତାଙ୍କ ଜୀବନ ଯେ ଅଲୋଡା ହୋଇଲା
ବୃଦ୍ଧାଶ୍ରମେ ଛାଡିଦେଲେ।।
ଆଜିର ସମାଜେ ଘଟୁଛି ଏପରି
ପିତା ମାତା ଯେ ଅଲୋଡା
ହେ ସନ୍ତାନଗଣ ଭୁଲ ନାହିଁ କେବେ
ଦିନେ ହେବ ତୁମେ ବୁଢା।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।।