ଶାରଦୀୟ ଦୁର୍ଗାପୂଜା
—————-
କାଶତଣ୍ଡି ନାଚି ଫୁଲ ଉଡାଉଛି
ରହିସେ ନଦୀ ପଠାରେ,
ଜଗତ କଲ୍ୟାଣେ ଧରା ଅବତରି
ଫୁଟାଇ ହସ ଓଠରେ।
ଅଇରୀ ନାଶନ ବଇରୀ ଦମନ
କରୁ ତୁ ନିଜ ଭଙ୍ଗୀରେ,
ଦାନବଙ୍କୁ ଦଳି ସନ୍ଥ ସଦା ପାଳି
କୀର୍ତ୍ତି ରଖିଛୁ ମହୀରେ।
ନାଚୁଛି ଏ ଧରା ସବୁଜିମା ଭରା
ନିରିମଳ ପରିବେଶ,
ପୁରଠାରୁ ପଲ୍ଲୀ ଆନନ୍ଦ ମୁଖର
ସବୁରି ମନେ ଉଲ୍ଲାସ।
ଲାଗିବ ପରବ ପ୍ରତି ଘରେ ଘରେ
ପିଠା ପଣାର ଆସର,
ପାର୍ବଣରେ ମାଆ ବିଜେ ପୁରେ ପୁରେ
ଆନନ୍ଦେ ହେବା ଅଧିର।
ପରବରେ ପୁଣି ପ୍ରତି ଘରେଘରେ
ହୋଇବଟି ଲୁଗା କିଣା,
ବାଜିବ ଟମକ ମହୁରୀ ନିଶାଣ
ବାଜିବ ନାନା ବାଜଣା।
ଦଶାୟୁଧ ଦଶଭୂଜେ ଧରି ମାଆ
ଦଳିବେ ଦୁଷ୍ଟ ଦନୁଜ,
ମାଆର ଏ ରୂପ ଦେଖି କରି ଶିକ୍ଷା
ପାଇବ ଏହି ସମାଜ।
ନାରୀ ସର୍ବଂସହା ନାରୀ ମହାମାୟା
ନାରୀ ପୁଣି ସଂହାରିଣୀ,
ନାରୀ ସୃଷ୍ଟିକର୍ତ୍ତା ଏଇ ସଂସାରର
ପୁଣି ସେ ଧ୍ଵସଂ କାରିଣୀ।
ସଂସାର କଲ୍ୟାଣୀ ପୁଣି ସେ ଜନନୀ
ସୁଖେ ସନ୍ତାନ ପାଳଇ,
ଭିନ୍ନ ଭିନ୍ନ କ୍ଷେତ୍ରେ ଭିନ୍ନଭିନ୍ନ ରୂପେ
ଅବତାର ସେ ନିଅଇ।
ତପସ୍ୱିନୀ ଜେନା
ଜଗତସିଂହପୁର
୨୮/୦୯/୨୦୨୨