#ଆଉପାଦେ_ଆଗକୁ
ଆମେ ଅନେକ ସମୟରେ ଅନୁଭବ କରିଥିବା ରାସ୍ତାରେ ଚାଲୁଥିବା ସମୟରେ ଆମ ଆଖପାଖରେ ଖୁବ୍ କୋଳାହଳ ର ଶବ୍ଦ ସାଙ୍ଗକୁ ଅନେକ ଘଟଣା ଦୁର୍ଘଟଣା ର ଦୃଶ୍ୟ କୁ ଆମେ ଦେଖିଥାଉ । ବେଳେବେଳେ ଏମିତି ବି ହୁଏ କି ଆମେ ସେଇ କୋଳାହଳ ଏବଂ ଘଟଣା ଦୁର୍ଘଟଣା ର ଦୃଶ୍ୟ ସବୁକୁ ଦେଖି ବିଚଳିତ ହେଇପଡ଼ୁ ଆଉ ଆମ ଇଚ୍ଛାଶକ୍ତି ବି ଦୁର୍ବଳ ହେଇ କିଛି କ୍ଷଣ ପାଇଁ ଆମ ପାଦ ଦୁଇଟିକୁ ସ୍ଥିର କରିପକାଏ କିନ୍ତୁ ସେଇ ମୁହୂର୍ତ୍ତରେ ଆମ ଭିତରେ ଥିବା ଆତ୍ମବିଶ୍ୱାସ ନିଜର ଉପସ୍ଥିତି କୁ ଜାହିର୍ କରି ଆମ ମାନଙ୍କ ଲକ୍ଷ୍ୟସ୍ଥଳ କଥା ମନେ ପକାଇ ଆମ ପାଦ ଦୁଇଟି କୁ ବାଧ୍ୟ କରେ ଆଗକୁ ଚାଲିବା ପାଇଁ ଆଉ ଆମେ ମଧ୍ୟ ଆଗମୁହାଁ ଚାଲିଥାଉ । ଠିକ୍ ସେମିତି ଆମ ମାନଙ୍କ ଜୀବନରାସ୍ତା…..ଏଠି ପ୍ରତି ପାଦେ ପାଦେ କୋଳାହଳ , ଘଟଣା ଦୁର୍ଘଟଣା ତଥାପି ସବୁକିଛିକୁ ସାତପର କରି ଆମକୁ ଚାଲିବାକୁ ହେବ ଆଗକୁ ଆଗକୁ…ଅନେକ ଆଗକୁ…..ଯେତେପର୍ଯ୍ୟନ୍ତ ଆମ ଲକ୍ଷ୍ୟସ୍ଥଳ ଆମକୁ ନ ଦିଶିଛି ସେତେ ପର୍ଯ୍ୟନ୍ତ ଆମ ପାଦ ଦୁଇଟି ଚାଲିବା ଦରକାର ଅବଶ୍ୟ କିଛି କ୍ଷଣ ବିଶ୍ରାମ ନେଇପାରିବା କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚି ।
ଜିତେନ୍ଦ୍ର ଗିରି
ସୂଚନା ଲୋକସମ୍ପର୍କ ଅଧ୍ୟକ୍ଷ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ।