#ଆଉପାଦେ_ଆଗକୁ
ବେଳେବେଳେ ଆମ ମାନଙ୍କ ଜୀବନରାସ୍ତା ଖୁବ୍ ଅଙ୍କାବଙ୍କା ଏବଂ ଅନେକ କଣ୍ଟାଯୁକ୍ତ ଦିଗ ଆଡ଼କୁ ଅଗ୍ରସର ହେଉଥାଏ । ଉଭୟ ମନ ଏବଂ ପାଦ ର ଅନିଚ୍ଛା ସତ୍ତ୍ୱେ ଆଗେଇଯିବାକୁ ହୁଏ ସେଇ ଦିଗ ଆଡ଼କୁ କାରଣ ସେତେବେଳେ ଆମେମାନେ ପରିସ୍ଥିତି ର ଦାସ ହେଇଯାଇଥାଉ । ଭାରି ଥକ୍କା ଥକ୍କା ଲାଗେ ସେଇ ସମୟ ସବୁ । ବେଳେବେଳେ ତ ଖାଲି ଗୁମ୍ ସୁମ୍ ଓ ଏକାକୀପଣ ଆମକୁ ଗିଳିବାକୁ ଚେଷ୍ଟା କରନ୍ତି ହେଲେ ଗିଳି ପାରନ୍ତି ନାହିଁ ସେମାନେ ଡରି ଯାଆନ୍ତି । ହଁ ସେମାନେ ଡରିଯାଆନ୍ତି ଆମ ଭାବନା କୁ ଦେଖି । ସେମାନେ ଡରିଯାଆନ୍ତି ଆମ ସଙ୍ଗତ କୁ ଦେଖି । ତେବେ ସେମାନଙ୍କୁ ବେସ୍ ଭଲ ଭାବରେ ଜଣା କି ଆମ ମାନଙ୍କ ଭାବନା ଖୁବ୍ ଉଚ୍ଚକୋଟିର ଏବଂ ସୁସଙ୍ଗତ ରେ ଆମମାନଙ୍କ ବସ ଉଠ । ସେମାନଙ୍କୁ ଏହା ବି ଜଣାଅଛି ପରିସ୍ଥିତି ଯେତେ ଖରାପ୍ ହେଉ ଯଦି ସଙ୍ଗତ ଠିକ୍ ଥିବ ତେବେ ଜୀବନରାସ୍ତା ଯେତେ ଅଙ୍କାବଙ୍କା ହେଉ ବାଟୋଇ ଠିକ୍ ଢଙ୍ଗରେ ପାଦ ପକେଇ ଚାଲିପାରିବ ଏବଂ କେବେ ବି ନିଜକୁ ଥକ୍କା ଥକ୍କା ଅନୁଭବ କରିବନାହିଁ ।
ଜିତେନ୍ଦ୍ର ଗିରି
ସୂଚନା ଲୋକସମ୍ପର୍କ ଅଧକ୍ଷ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ।