ସେ ଝିଅଟି ଭାରୀ ସୁନ୍ଦରୀ!
ହେ ନୀଳନୟନୀ ବାଙ୍କ ତୋ ଚାହାଣୀ
ନିରେଖି ଚାହିଁଲେ କ୍ଷଣି
ମନ ମୋ ବାୟାଣୀ ହୃଦୟର ରାଣୀ
ଛନଛନିଆ ମୋହିନୀ ।।
ଦେଖିବାକୁ ସତେ ସରଗ ସୁନ୍ଦରୀ
ମନଲାଖି ଚନ୍ଦ୍ରମୁଖୀ
ଜହ୍ନ ରାଇଜର ସିଏ ତ ଚାନ୍ଦିନୀ
ତୀର ମାରି ଦେବ ଆଖି ।।
ଗୋରା ଗାଳ ତୋର ଗୋଲାପି ଗୋଲାପି
ଅଧର ରକ୍ତିମ ନାଲି
ଦେଖିଦେଲେ ଥରେ ଚକ୍ଷୁ ଫେରେ ନାହିଁଁ
ଅନ୍ତରରେ ହୃଦ ଖୋଲି ।।
ଚାଲି ସତେ ତୋର ସିଂହ କଟୀ ଠାଣି
ଆଖି କଥା କହେ କ୍ଷଣି
ଘନକେଶୀ ମଥା ବେଣୀ କୁଞ୍ଚନତା
ଆହାଃ କି ମଧୁର ବାଣୀ ।।
ଭେଟି ଦେଲେ ଥରେ କଥା ହେବା ପାଇଁ
ପ୍ରାଣ ହୁଏ ନଟଖଟି
କହି ଦେଲେ ଥରେ ହୃଦୟର କଥା
ମନ ଭ୍ରମ ଯାଏ ତୁଟି ।।
କଥା କହୁ କହୁ ମୃଦୁ ମୃଦୁ ହସ
ମୁଖଟି ଭାରି ସୁନ୍ଦରୀ
କଥା କୁହା ହାସ ଭରି ନିଏ ତୋଷ
ଝିଅଟି ଅତି ସୁନ୍ଦରୀ ।।
ପ୍ରସନ୍ନ କୁମାର ମେହେର
ଦିଗଶିରା, ଡୁଙ୍ଗୁରିପାଲି ସୁବର୍ଣ୍ଣପୁର