ଦେବଶିଳ୍ପୀ ବିଶ୍ୱକର୍ମା
ସୁଖ ସମ୍ପତ୍ତି ଓ କୌଶଳ ସୃଜନ
ଦେବତାରେ ତୁମେ ଗଣା,
ବିଶ୍ୱର ବିନ୍ଧାଣୀ, ଶ୍ରେଷ୍ଠ କାରିଗର
ସବୁ ତୁମ ହାତେ ଗଢ଼ା ll
ତୁମର ସୃଜନ ପୁଷ୍ପକର ଯାନ,
ଇନ୍ଦ୍ରଙ୍କର ବଜ୍ର ଅସ୍ତ୍ର,
ଋଷି ଦଧିଚିଙ୍କ ହାଡରେ ତିଆରି
ଶ୍ରେଷ୍ଠତା ତହିଁରେ ଜାଣ ll
କୃଷ୍ଣ ଶାସନର ଦ୍ଵାରକା ନଗରୀ,
ତୁମ ହାତର ପରଶ,
ତୁମରି ସୃଷ୍ଟିରେ ମାୟାସଭା hପୁଣି,
ଦେବତାଙ୍କ ଯେତେ ଅସ୍ତ୍ର ll
ପିତା ପ୍ରଭାସ ଓ ରଚନା ମାତା ଙ୍କ
ଅଟ ସୁଯୋଗ୍ୟ ସନ୍ତାନ,
ତୁମ କୀର୍ତ୍ତିକଳା ଜଗତେ ବିଦିତ,
ହେ ବିଶ୍ୱ ସ୍ରଷ୍ଟା ପ୍ରଣାମ ll
ହେ ବିଶ୍ୱ ସ୍ରଷ୍ଟା ପ୍ରଣାମ ll
ଚିନ୍ମୟୀ ମହାପାତ୍ର
85 total views, 1 views today