ଥକା ସ୍ବପ୍ନ
ହଁ ଏ ଆଖି ଥକି ଯାଇଛି
ସ୍ବପ୍ନ ସବୁ ବୋଝ ହୋଇ ପଲକ ଭାରି ହୋଇଛି
ଲୁହ ରେ କେବଳ ଲହୁ ଧାରା
ଅନ୍ତରେ ମାରି ଚାଲିଛି
ଶୂନ୍ୟତାର ପଥରେ ଗୁରୁଣ୍ଡି ହେବାର ଯନ୍ତ୍ରଣା
ପରସ୍ତ ପରସ୍ତ ଚମଡା ଓଟାରି ହୋଇ
ଖୁବ ରକ୍ତାକ୍ତ
ଝୁଣି ଝୁଣି ଆଉ କଣ ବାକି ରଖିଛ?
ନା ପ୍ରେମ ନା ସ୍ବପ୍ନ?
ନା ସମ୍ନାନ ନା ଭବିଷ୍ୟତ?
ଦୁଃଖ ନାହିଁ ଜଳିବାକୁ ତୁମ ଘୃଣାର ଅଗ୍ନିରେ
ତଥାପି ମୁଁ ଖୁସି
ଅନ୍ତ ରେ ସାଇତି ପାରିଛିତ ଆପଣାପଣ
ଅପମାନକୁ ପିଇ ନେଇଛି
ତୁମେ ଫେରିଯାଇଛ
ମୁଁ ବି ଖୁବ ଦୂର ରାଇଜର ତୁଠ ପଥର
ତୁମେ ତୃପ୍ତି ପରେ ଘାଣ୍ଟିହୋଇ ଗଲ
ଆଉ ମୁଁ ଜଳନ୍ତା ନିଆଁରେ ଅଧା ପୋଡ଼ା ଅଙ୍ଗାର
ଏବେ ଥକି ପଡିଛି
ଖୁବ ଥକିଛି
ଏ “ଥକା ସ୍ବପ୍ନ”ରେ ମୁଁ ତ ନିର୍ବାସିତ ନାୟିକା……!!