ପାରିବ କି ଦେଇ ତୁମେ
ଏଇ କୁହନା!
କେଜାଣି ଏ ଶଙ୍ଖା ସିନ୍ଦୂର କାହିଁ ଏତେ
ନିଜର ନିଜର ଲାଗୁଛି
ଦିନଥିଲା ମୋ ହାତରେ ଚୁଡି ପାଇଁ
ଆଈ ବହୁବାର ଅଣ୍ଡିରା ଚଣ୍ଡୀ କହିଛି
ସାହି ଭାଉଜ ମାନେ ଅନେକ କିଛି ଚିଡ଼େଇଛନ୍ତି
ରାଗ ବି ଲାଗେ ଶୁଣି
ହେଲେ ଜାଣିଛ ଏବେ ନା
ନାଲି ଚୁଡି,ରଙ୍ଗୀନ ଶାଢ଼ୀ,ନାଲି ବିନ୍ଦି
ମୋତେ ଖୁବ ଭଲ ଲାଗୁଛି
ଏ ନାଲି ରଙ୍ଗରେ
ଯେମିତି ତୁମେ ତୁମେ ର ବାସ୍ନା
ସତରେ ଏ କଣ ପ୍ରେମ ର ଯାଦୁ?
ସେ ଯାହା ବି ହେଉ
ଶୁଣ ନା!
ବେଶୀ ନୁହେଁ ମ
ବାସ୍ ତୁମେ ମୋତେ ଦେଇ ପାରିବ
ତୁମ ନାଁ ର ଟୋପାଏ ସିନ୍ଦୂର?
ଶୁଣିଛି ସମସ୍ତେ କୁଆଡେ ସୁନ୍ଦରୀ ଦେଖାଯାଆନ୍ତି
ମୁଁ ବି ତୁମ ନାଁ ରେ ସୁନ୍ଦରୀ ହେବାକୁ ଚାହେଁ
କଣ କହୁଛ ଯେ?
ପାରିବ କି ଦେଇ ତୁମେ…..?
ସତରେ ଏ ସବୁ ଦେଖିଲେ
ତୁମ ଛବି ମୋ ଆଖିରେ ନାଚିଯାଉଛି
ଲାଜରେ ମଥା ନଇଁ ଯାଉଛି
ମୁଁ ନା କେବଳ ତୁମେ ରେ ହଜିଯାଉଛି
ଏବେ ହଜିବାକୁ ନୁହେଁ ଭିଜିବାକୁ ଚାହେଁ
ତୁମେ ପାରିବ ତ ଆଣିଦେଇ…?
ସରୋଜିନୀ ବେହେରା