ପୁରୁଷ ଆଖିର ଲୁହ-ସରୋଜିନୀ ବେହେରା
ପୁରୁଷ ଆଖିର ଲୁହ କିଏ କହିଲା ଏ ଲୁହ କେବଳ ନାରୀ ଆଖିରେ ଝରେ କିଏ କହିଲା ଏ କେବଳ ନାରୀ ବେଦନା ପାଇଁ କିଏ କହିଲା ଏ କେବଳ ନାରୀ ର କୋହ ପାଇଁ ମୁଁ ତ ଦେଖିଛି ପୁରୁଷ ଆଖିରେ ୟାକୁ ନିଗିଡି ବାରେ କେବଳ କୋହ ବେଦନା କୁ ନୁହେଁ କେବେ କେବେ ନିଜ
ପୁରୁଷ ଆଖିର ଲୁହ କିଏ କହିଲା ଏ ଲୁହ କେବଳ ନାରୀ ଆଖିରେ ଝରେ କିଏ କହିଲା ଏ କେବଳ ନାରୀ ବେଦନା ପାଇଁ କିଏ କହିଲା ଏ କେବଳ ନାରୀ ର କୋହ ପାଇଁ ମୁଁ ତ ଦେଖିଛି ପୁରୁଷ ଆଖିରେ ୟାକୁ ନିଗିଡି ବାରେ କେବଳ କୋହ ବେଦନା କୁ ନୁହେଁ କେବେ କେବେ ନିଜ
ଏଇତ ଏବେ ଏବେ ଏଇତ ଏବେ ଏବେ ବିନା ଫଗୁଣ ରେ କୋଇଲି ର କୁହୁକୁହୁ ମିଠା ସ୍ୱର ମୋତେ ଶୁଣାଗଲାଣି ଆମ୍ବ ବଉଳ ର ବାସ୍ନା ବି ପାଗଳ କଲାଣି….!! ଏଇତ ଏବେ ଏବେ ବିନା ଶ୍ରାବଣ ରେ ଏ ଦେହରେ ବର୍ଷାର ଛିଟା ଲାଗିଛି ଜାଣିଛ ଏ ବର୍ଷାକୁ ନା ମୁଁ ବହୁତ
ପାରିବ କି ଦେଇ ତୁମେ ଏଇ କୁହନା! କେଜାଣି ଏ ଶଙ୍ଖା ସିନ୍ଦୂର କାହିଁ ଏତେ ନିଜର ନିଜର ଲାଗୁଛି ଦିନଥିଲା ମୋ ହାତରେ ଚୁଡି ପାଇଁ ଆଈ ବହୁବାର ଅଣ୍ଡିରା ଚଣ୍ଡୀ କହିଛି ସାହି ଭାଉଜ ମାନେ ଅନେକ କିଛି ଚିଡ଼େଇଛନ୍ତି ରାଗ ବି ଲାଗେ ଶୁଣି ହେଲେ ଜାଣିଛ ଏବେ ନା ନାଲି ଚୁଡି,ରଙ୍ଗୀନ
ଥକା ସ୍ବପ୍ନ ହଁ ଏ ଆଖି ଥକି ଯାଇଛି ସ୍ବପ୍ନ ସବୁ ବୋଝ ହୋଇ ପଲକ ଭାରି ହୋଇଛି ଲୁହ ରେ କେବଳ ଲହୁ ଧାରା ଅନ୍ତରେ ମାରି ଚାଲିଛି ଶୂନ୍ୟତାର ପଥରେ ଗୁରୁଣ୍ଡି ହେବାର ଯନ୍ତ୍ରଣା ପରସ୍ତ ପରସ୍ତ ଚମଡା ଓଟାରି ହୋଇ ଖୁବ ରକ୍ତାକ୍ତ ଝୁଣି ଝୁଣି ଆଉ କଣ ବାକି ରଖିଛ? ନା
ଭିନ୍ନ ଏକ ସମ୍ପର୍କ ମୁଁ ପ୍ରଶ୍ନର ବିରାଟ ସାଗର ସେ ନୀରବତାର ଭଟ୍ଟା ଜୁଆର ମୁଁ ପଚାରି ଚାଲେ ସେ ନିରବତା ତିଳେ ନ ଖୋଲେ…..!! ମୁଁ ଅଭିମାନର ପାହାଡ଼ି ଝରଣା ସେ ବାସ୍ତବତାର ପଥରରେ ଗଣା ମୁଁ ଝରି ଯାଏ ମାନ ବଖାଣି କୁଳୁକୁଳୁ ଶବଦେ ସେ ଶୋଇଥାଏ ସେମିତି ଅଜଣା ନିଦେ…..!!
ଖଟିଖିଆ କିଏ କହୁଅଛି ଦାଦନ ଅଟଇ ଖଟିଖିଆ ନାମେ ଜଣା ଏଠି ଅନ୍ୟମାନେ ଏକଥା ଶୁଣି ଯେ କରୁଛନ୍ତି ମନ ଊଣା। କୃଷକ କହୁଛି ପ୍ରକୃତରେ ସିଏ ଅଟଇ ଯେ ଖଟିଖିଆ ସୁନାର ଫସଲ ଖେଳାଇ ଦେଉଛି ତା’ ଲାଗି ହସେ ଦୁନିଆ। ଏଭଳି ଭିଡନ୍ତି ସଭିଏଁ ଯେ ଏଠି ନିଜ କରମ ବଖାଣି
ମୁଁ ବି ତ ଗୋଟେ…… ସରୋଜିନୀ ବେହେରା ଅକୁହା ବେଦନାର କୋଢ଼ କୋଢ଼ କୋହରୁ ଭାସିଆସିଥିବା ତୁମ ପ୍ରଶ୍ନବାଚୀର ମୁଁ ବି ତ ଗୋଟେ ନିରବ ଉତ୍ତର……!! ମେଞ୍ଚା ମେଞ୍ଚା ଅଣଦେଖାକୁ ସାଇତି ରଖିଥିବା ତୁମ ସଂଗ୍ରହାଳୟରେ ମୁଁ ବି ତ ଗୋଟେ ଆବର୍ଜନା କକ୍ଷ……!! ଅସହାୟତାର ନିର୍ଜନତାରେ ଗୁରୁଣ୍ଡି ହେଉଥିବା ତୁମ ନିଷ୍ପତ୍ତିର ଦୋଛକି ରାସ୍ତାରେ ମୁଁ
ଏଇ ଦେଖ ନା……! ସରୋଜିନୀ ବେହେରା ଏଇ ଦେଖ ନା! ଆଜି ମୋ କବିତା କାହିଁକି ମନ ମାରି ବସିଛି ଯେତେ ଉପମା ଦେଲେ ବି ରୁଷ ଭାଙ୍ଗୁନି ଅଳଙ୍କାରେ ନବ ବଧୂ ପରି ଚହଟୁଥିବା ମାନିନୀଟା ଗୁମସୁମ ହୋଇ ଅନ୍ଧାରୁଆ କୋଠରୀରୁ ବାହାରକୁ ଆସୁନାହିଁ କହିଲ କହିଲ,ମୋ ସହ ତାଳ ଦେଇ ଝଅଟି ଉଠି ଆଗକୁ ଚାଲୁ……!!
ତୁମେ କଣ ପାରିବ? ସରୋଜିନୀ ବେହେରା ତୁମେ କଣ ମୋ ପାଇଁ ସୃଷ୍ଟି କରିପାରିବ ଫୁଲର ବଗିଚା ଟିଏ ଇନ୍ଦ୍ରଧନୁର ସାତରଙ୍ଗକୁ ମାଟିରେ ଓଟାରି? ସେମାନଙ୍କ ବାସ୍ନାରେ ହଜାଇ ଦିଅନ୍ତି ମୋ ନିଜକୁ…..! ତୁମେ କଣ ତୋଳିପାରିବ ମୋ ହାତରେ ଫୁଲର ଆକର୍ଷଣ ସୌନ୍ଦର୍ଯ୍ୟତାକୁ? ସେମାନଙ୍କ ଦେହରେ ମୋ ଦେହ ମିଶାଇ ଆଙ୍କିଦିଅନ୍ତି ମୋ ପ୍ରେମର ରଙ୍ଗକୁ…..!! ତୁମେ
ହଁ ମୁଁ ଫେରିଛି ସରୋଜିନୀ ବେହେରା ମୁଁ ଫେରିଆସିଛି ଆଜି ତୁମ ପାଖକୁ ପୁଣି ତୁମକୁ ପ୍ରେମ ନିବେଦନ ପାଇଁ ନୁହେଁ କି ତୁମ ହୃଦୟରେ ସ୍ଥାନ ପାଇଁ ନୁହେଁ ପ୍ରମାଣ ଦେବାକୁ ଫେରିଛି ଦେଖ ନା ମୁଁ ବଞ୍ଚିଛି ଜୀବନ୍ତ ଶବ ଟିଏ ହୋଇ ଅତୀତର ଚଉଡା ଛାତିରେ ବିତେଇଥିବା ଆଉଜା ସ୍ମୃତିକୁ ନେଇ ତୁମେ ହିଁ
ସେଦିନ ବି ରାଧା…. ସେଦିନ ବି ରାଧା ଅଭିମାନ କରୁଥିଲେ ଯେବେ ନାଟୁଆ କାହ୍ନୁ ବାଟ ଜଗି ରାଧା ପଥ ରୋକୁଥିଲେ କ୍ଷଣ ପରେ କ୍ଷଣ ବିତୁଥିଲା ସଞ୍ଜ ମୁଣ୍ଡ ଉପରେ ଛିଡା ହେବାକୁ ଧାଇଁ ଆସୁଥିଲା ବାହୁ ବନ୍ଧନ ବି ମୁକୁଳା ନଥିଲା….!! ସେଦିନ ବି ରାଧା ଈର୍ଷାରେ ଜଳୁଥିଲେ ଯେବେ ରସିକ ନାଗର କଳା କହ୍ନେଇ