ସ୍ବାର୍ଥୀମଣିଷ
ମଣିଷ କୂଳରେ ଯେତକ ଜନ୍ମିଲେ
ସଭିଏଁ ହୋଇଲେ ସ୍ଵାର୍ଥୀ
ପରଧନ ଦେଖି ଇର୍ଷାରେ ଡୁବିଣ
ହରାଇଲେ ଭାଵ ପ୍ରିତୀ।
କର୍ମଠ ହେବାକୁ ମନ ନ ବଳାଇ
ରଚିଲେ କୁଟିଳ ପନ୍ଥା
ଇର୍ଷା ଅଂହଙ୍କାର ଶୋଷଣ ଲୁଣ୍ଠନ
ଗୋଟେସାଥେ ଗୋଟେ ଗୁନ୍ଥା।
ସହନଶୀଳତା ନାହିଁ କାହା ପାଖେ
ପରସେବା ମନୋବୃତ୍ତି
ଲୋକ ଦେଖାଣିଆ ସଂସ୍କାର ନିତୀରେ
ବଖାଣନ୍ତି ନିଜ କୃତି।
ସରୋଜ କୁମାର ସାହୁ
ଆଠଗଡ଼ କଟକ
42 total views, 1 views today