(କଅଁଳ ଶିଶୁ କନ୍ୟାର ଜନ୍ମ ନିବେଦନ)
ଝିଅ ହେଲି ବୋଲି ମୋତେ କରିଦିଅ ପର
ରଖ ନାହଁ ପାଖେ ତୁମ କର କାହିଁ ଦୂର
ଜନ୍ମ ଦିଅ ମା ମୋତେ ମୁଁ ତୁମ ସନ୍ତାନ
ଦୁନିଆ କୁ ଆଣି ମୋତେ କରିଦିଅ ପୁର୍ଣ୍ଣ………(1)
ବାପା ଙ୍କର ଆୟୁଷ ମୁଁ ତୁମର ମୁଁ ବଳ
କାହିଁ କର ମୋତେ ତୁମେ ସଂସାର ରୁ ଦୂର
ନୁହେଁ ବୋଝ କାହା ପାଇଁ କାହିଁକି ବୁଝୁନ
ମୋତେ ହତ୍ୟା କରି କର ନିଜ ଅପମାନ…(2)
ମାଆ ତୁମେ ଝିଅ ହୋଇ ବୁଝ ଝିଅ ମନ
ବୁଝି ଗଲେ ଆପେ ମାଆ ଲଢିବ ତୁମ ମନ
ମାଆ ର ବଳୟ ସଦା ସୁରକ୍ଷା ଭଣ୍ଡାର
ତୁମେ ଥିଲେ ସାଥେ ମୋର ରହିବନି ଡର……(3)
ବାପା ଅବୁଝା ହୁଅନ୍ତି ପୁଅ ଟିଏ ପାଇଁ
ବୁଝାଅ ମୋ ମାଆ ତାଙ୍କୁ ହେବି ତାଙ୍କ ଛାଇ
ତାଙ୍କ ପାଖେ ସଦା ନୁଆଇଁ ମୋର ମଥା
ଦିଅ ଦାନ ଜୀବନ ମୋ ହେବି ମୁଁ ଦୁହିତା…(4)
ଅନ୍ଧାର ଭିତରୁ ମାଆ ନିଅ ଆଲୋକକୁ
ଝିଅ ବୋଲି ଜୀବନ ଠେଲନି ଅନ୍ଧାରକୁ
ରହି ତୁମ ଗର୍ଭରୁ କରେ ମୁଁ ବିନତି
ଜନ୍ମ ଦିଅ ମାଆ ଦେଖିବି ଦିନ ରାତି… (5)
ଅଭିପସା ଧଳ
(ତୁଳସୀ କ୍ଷେତ୍ର)
କେନ୍ଦ୍ରାପଡ଼ା
God bless you❤