।।ଅଭିଶପ୍ତ।।
ଆଜି ସନ୍ତ୍ରାସ ବାଦର ଛାୟା
ତାର ବିଶ୍ୱେ ମେଳାଇଛି କାୟା ।।
ବୋମା ବନ୍ଧନ କୁ ସାଥି କରିଛି ସିଏ,
ଛୁଟାଏ ଆତଙ୍କ ବାଆ
କାନ୍ଦେ ବିଶ୍ୱ ବନ୍ଦନୀୟା ମାଆ।।
ତାର ବକ୍ଷେ ଜଳୁଛି ନିଆଁ
ତା’ ନିଶ୍ୱାସ ସେ ଭରିଛି ଧୂଆଁ।।
ଜୀବନ ନଈ ରେ ତା’ ଭଉଁରୀ ଖେଳରେ,
ବଜାଇ ମୃତ୍ୟୁ ର ବୀଣା
ହୋଇଛି ସେ ବାଟବଣା
ଅଜଣା ତାର ଠିକଣା।।
ସତେକି ଏହା ବୀରପଣିଆ
ଶହୀଦ ପରି ତୁ ନୁହେଁ ଟାଣୁଆ।।
ଧର୍ମ କର୍ମ ଭୁଲି ପ୍ରାଣ ନେଇଯାଉ,
ମାନବ ଧର୍ମ କୁ ଥରେ ତୁ ଅନା
ନହୁଅ ତୁ ନୀଚମନା
ଜୀବନକୁ କରୁ ଚୂନା।।
ରକ୍ତ ନେଇ ତୁହି ନୁହେଁ ବଡ
ରକ୍ତ ଦେଇ ତୁହି ହେବୁ ବଡ।।
ସବୁରି ରକ୍ତରେ ମିଶଇଦେ ରକ୍ତ,
ଜାଣିବୁ ଜୀବନ କି ମଧୁମୟ
ସତେକି ଏ ବିଶ୍ୱ ହେବ ଅମୃତମୟ।।
************
ନିର୍ମାଲ୍ୟ ବାରିକ୍
ଯାଜପୁର
God bless you
Thank you
ବହୁତ ସୁନ୍ଦର ସୃଷ୍ଟି ବଡ଼ଭାଇ l ଢେର ସାରା ଶୁଭେଚ୍ଛା
Dhanyabad
Nice
Thank you