ଶୀର୍ଷକ – ” ମାଆ ”
**************
ଯେତେ ଯାହା ମିଳେ ଶାନ୍ତି ନାହିଁ ତିଳେ
ତୋ’ କୋଳରେ ସୁଖ ମୋର
ସ୍ନେହ ବୋଳା ହାତୁ ଆଉଁସା ପାଇଲେ
ଦୁଃଖ ମୋତେ କରେ ପର
ହୃଦ ତୋ’ କେଡ଼େ ଉଦାର
ବକ୍ଷେ ତୋଳି ଧରି ସହିଛୁ ମାଆ ଲୋ
କେତେ ଯେ ଅର୍ଦ୍ଦଳି ମୋର
ହଁ ତୁ ସତେ କେଡ଼େ ଉଦାର…।।
ଆଖିରେ ମୋହର ଲୁହ ତୁ ଦେଖିଲେ
ଆତ୍ମା ତୋର କାନ୍ଦେ କେତେ
ପଣତେ ତୋହର ଘୋଡେ଼ଇ ରଖିଲେ
ନଜର ଲାଗେନି ମୋତେ
ପାଖେ ଯାଦୁ ତୋର ଏତେ
ଯନ୍ତ୍ରଣାକୁ ତୋର କାବୁ କରି ନେଇ
ଆରାମ ପରଷୁ ଯେତେ
ହଁ ପାଖେ ଯାଦୁ ତୋର ଏତେ…।।
ଜହ୍ନଠୁ ଶୀତଳ ମନ ତୋ ନିର୍ମଳ
କୋମଳ ତୋ’ ମୁଖ ଠାଣି
ସୁସ୍ୱାଦୁ ବ୍ୟଞ୍ଜନ ହାତେ ରାନ୍ଧି ଦେଇ
ବାଢ଼ି ଦେଉ ମାଆ ଆଣି
ଘରର ତୁ ପାଟରାଣୀ
ତୋ ସମ ଧରାରେ ନାହିଁ କେଉଁ ଜନ
ଜନନୀ ଜଗତ ମଣି
ହଁ ମାଆ ମୋର ପାଟରାଣୀ…।।
ଲକ୍ଷ୍ମୀପ୍ରିୟା ସେଠୀ
ଦେଉଳି,ଯାଜପୁର
ଅତି ସୁନ୍ଦର ଉପସ୍ଥାପନା…
ସତରେ ମା ହିଁ ପାଟରାଣୀ,
ସଦା ପୂଜନୀୟା, ବନ୍ଦନୀୟା..
ମା ‘ଙ୍କ ଆଶିଷ ମଥାପରେ ସର୍ବଦା ଥାଉ..
ତୁମ କବିତା ଟି ଅତି ସୁନ୍ଦର ଓ ମନ ଛୁଆଁ ହେଉଛି ବାନ୍ଧବୀ,ସତରେ ତୁମ କବିତା ଟି କୁ ପଢ଼ି ମୋ ମାଆଙ୍କ କଥା ମନେ ପଡ଼ି ଯାଇଛି ।
ଆଶା କରୁଛି ତମେ ଏମିତି ସୁନ୍ଦର ସୁନ୍ଦର କବିତା ଲେଖି ଆଗ କୁ ବଢ଼ି ଚାଲ ଏବଂ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମେ ତୁମ ସଫଳା ରେ ପହଞ୍ଚି ଯାଅ
❤❤❤❤
Jhio lo Tu emiti nua nua sayari lekhutha….AAU Odisha Ku emiti khusi karutha……mu ei poetry padhiki khusi heigali….god bless you..my sweet heart.my cute sister. …. Love you.lot.
ମାଆଙ୍କ ଉପରେ କବିତାଟି ଅତ୍ୟନ୍ତ ଭାବଗର୍ଭକ । ବାସ୍ତବତାର ଏକ ସୁନ୍ଦର ନିଦର୍ଶନ । ଆଶା, ଏମିତି ଆଗକୁ ତୁମର ନୂଆ ନୂଆ ସୃଷ୍ଟି ଆମକୁ ପଢିବାକୁ ମିଳିବ । ଚୁପ୍ ନରହି ଆଗକୁ ବଢିଚାଲ… ଧନ୍ୟବାଦ