May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସମୀକ୍ଷାତ୍ମକ ଆଲେଖ୍ୟ- ଅଙ୍କିତ କୁମାର ସ୍ବାଇଁ

କ ବିଭାଗ

-: ଅଜେୟ ସାମନ୍ତ :-

“ ରାଜା ସିନା ପୂଜାପାଏ ଆପଣାଦେଶରେ ,
କବି ପୂଜା ପାଉଥାଏ ଦେଶ ବିଦେଶରେ |”

ଧାର୍ମିକ,ତାତ୍ତ୍ଵିକ ତଥା କାବ୍ୟଶାସ୍ତ୍ରଦର୍ଶୀ ଭାବେ ଅମ୍ଲାନ କୃତିତ୍ୱ ହାସଲ କରିଥିବା ଶାସ୍ତ୍ରଜ୍ଞ,ପଣ୍ଡିତ ତଥା ରସିକ କବି ହେଉଛନ୍ତି “ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ”| ବିଭିନ୍ନ ଦାର୍ଶନିକଙ୍କ ଭିନ୍ନ ମତରୁ ଅନୁମାନ କରାଯାଏ ୧୭୬୦ ଖ୍ରୀଷ୍ଟାବ୍ଦ ଫେବୃଆରୀ ୨୩ରେ ଯାଜପୁର ଜିଲ୍ଲା ବରୀ ଅଂଚଳର ବାଲିଆ ଗ୍ରାମରେ ଅପୁତ୍ରିକ ଜମିଦାର ଇନ୍ଦ୍ରଜିତ ସାମନ୍ତସିଂହାର ଓ ତୁଳସୀ ଦେବୀଙ୍କୁ ପୁତ୍ରଅର୍ଜନ ର ସୌଭାଗ୍ୟ ଦେଇ କୋଳମଣ୍ଡନ କରିଥିଲେ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର | ପୁରୁଣା ପୃଷ୍ଠାକୁ ଉଜ୍ଜୀବିତ କଲେ ଜଣାଯାଏ ‘ ପୁତ୍ ’ ନର୍କରୁ ଉଦ୍ଧାର କରିବାଲାଗି ପିତାମାତାଙ୍କ କୋଳରେ ପୁତ୍ର ଜନ୍ମଲାଭ କରିଥାଏ ଓ ଗୋଟେ ବଂଶର ପାରିବର୍ଦ୍ଧନରେ ମଧ୍ୟ ପୁତ୍ରର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ | ସେଦିନଥାଏ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥି, ପୁଣି ଶନିବାର | ଅନେକ ବୁଦ୍ଧିଜୀବୀ ମତଦିଅନ୍ତି ଅଭିମନ୍ୟୁ କ୍ଷତ୍ରିୟ ବଂଶର ଦାୟାଦ ହୋଇଥିଲେ ହେଁ ତାଙ୍କ ପୂର୍ବପୁରୁଷ ଉତ୍କଳୀୟ ନଥିଲେ ବରଂ ସେମାନେ ଜୟପୁରରୁ ଆସିଥିଲେ ଯେଉଁମାନେକି ଶାସ୍ତ୍ରଜ୍ଞ, ପଣ୍ଡିତ ମଧ୍ୟ ଥିଲେ | କାଳକ୍ରମେ ଅଭିମନ୍ୟୁ ମଧ୍ୟ ମଶୀକୁ ଅଶୀ କରି ଜିତିଚାଲିଲେ ସାହିତ୍ୟ ସାମ୍ରାଜ୍ୟ | ତାଙ୍କ କଲମ ମୁନରୁ ଝରିପଡିଥିବା କେତେଗୁଡିଏ ଅମ୍ଲାନକୃତୀ ହେଲା ‘ ବିଦଗ୍ଧ ଚିନ୍ତାମଣି ’,‘ପ୍ରେମକଳା ’,‘ରସବତୀ ’,‘ସୁଲକ୍ଷଣା’,‘ପ୍ରେମ ତରଙ୍ଗିଣୀ ’,‘ବାଘଗୀତ’,‘ଚଢେଇଗୀତ’,‘ବୋଲେ ହୁଁ ’| ସିଂହାରଙ୍କ ବଂଶ ଇତିହାସରୁ ଜଣାଯାଏ କବିଙ୍କ ବଂଶର ଜନୈକ ଦାୟାଦ ତାଙ୍କ ଅପର ସାତ ସାମନ୍ତଙ୍କୁ ଗୋଟେ ମହାବିପଦରୁ ବୁଦ୍ଧିବଳେ ରକ୍ଷାକରିବାରୁ ସେମାନେ ସନ୍ତୁଷ୍ଟ ହୋଇ ‘ ସାମନ୍ତ ସିଂହାର ’ ଅର୍ଥାତ ‘ ସାମନ୍ତ ଭୂଷଣ ’ ଉପାଧି ପ୍ରଦାନ କରିଥିଲେ | ସେହି ଉପାଧି ରାଜଦତ୍ତ ଉପାଧି ପ୍ରାୟ ସମ୍ମାନ ସହ ବଂଶପରମ୍ପରା ଚଳିଆସୁଛି |
ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ କବିଙ୍କ ପ୍ରଥମ କବିତା ଥିଲା :-
“ କରମଙ୍ଗା ଗଛ ଛାଇ ଗୋ,
ମୋର ହୁଁ ଗୋ |
କରମ ଯାହାର ସଫଳ ହୋଇବ,
କୃଷ୍ଣଙ୍କୁ ଲଭିବ ସେହି ଗୋ
ମୋର ହୁଁ ଗୋ |”
କଳାମାଣିକରେ କାବ୍ୟିକ ସର୍ତ୍ତାକୁ ଉପଲବ୍ଧି କରାଯାଏ କବିଙ୍କ ମାନସପୁତ୍ର ‘ ବିଦଗ୍ଧ ଚିନ୍ତାମଣି ’ ଠେଇଁ |କେତେଗୁଡିଏ ଜନପ୍ରିୟ ଛାନ୍ଦର ବିଶିଷ୍ଟ ରାଗ ନାମ ଏହି ଗ୍ରନ୍ଥରେ ଦେଖିବାକୁ ମିଳେ ,ଯଥା :- ଗଡ଼ମାଳିଆ,ଫୁଲତୋଳା ଇତ୍ୟାଦି | ଏଭଳି ନାମଗୁଡିକୁ କବିଙ୍କ ଶ୍ରଦ୍ଧାନାମ କୁହାଯାଇପାରେ | ‘ କଳାମାଣିକରେ କବିତାଟି ‘ ବିଦଗ୍ଧ ଚିନ୍ତାମଣି ’କାବ୍ୟର ୬୭ ଛାନ୍ଦରୁ ଗୃହୀତ |
ଏଠାରେ କବି ନିଜ ଲେଖନୀ ଚାତୁରୀରେ ବର୍ଣ୍ଣନା କରିଛନ୍ତି ଯେ ଭଗବାନ କେମିତି ତାଙ୍କ ଭକ୍ତକୁ ଅନେକ ପରୀକ୍ଷାର ସମ୍ମୁଖୀନ କରନ୍ତି | ଆଉ ମାଆଟିଏ କିଭଳି ନିଜ ପୁତ୍ରର ବିଚ୍ଛେଦରେ ଆଜି ମ୍ରିୟମାଣ | ସତରେ,କୁହାଯାଇଛି “ ମାଆଟିଏ, ଚଳନ୍ତି ଦେବୀଟିଏ |” ସନ୍ତାନଙ୍କ ବିନା ମାଆ ଯେ କେତେ କଷ୍ଟ ପାଏ ତାହା କଣ ଏ କଲମ ବର୍ଣ୍ଣନା କରିପାରେ ?ବାସ୍ତବରେ କବିଙ୍କ ବର୍ଣ୍ଣନା ଅଧୁନା ସମାଜକୁ ଏକ ଦିଗଦର୍ଶନ ସଦୃଶ |
ଶ୍ରୀକୃଷ୍ଣ ଗୋପବାଳକଙ୍କ ସହ ଗାଈଚରାଇବାକୁ ଯାଇଥିବା ବେଳେ ଗୃହକୁ ପ୍ରତ୍ୟାବର୍ତ୍ତନକରିବାରେ ହୋଇଛି ବିଳମ୍ବ। ମାତା ଯଶୋଦାଙ୍କ ମନରେ ସୃଷ୍ଟି ହୋଇଛି ଅନେକ ଭୟ, ଆଶଙ୍କା ଓ ଉଦବେଗ। ଯଶୋଦାଙ୍କ ମାତୃପ୍ରାଣଟା କାନ୍ଦିଉଠିଛି ପୁତ୍ର ବିଳମ୍ବ ଉଦ୍ଦେଶ୍ୟରେ । ସେ ଏ ସଂପର୍କରେ ସମଗ୍ର ପଣ୍ଡିତଙ୍କ ଉଦ୍ଦେଶ୍ୟରେ କହିଚାଲିଛନ୍ତି ପୁତ୍ରଙ୍କ ନ ଫେରିବାର ଦୁଃଖକୁ ଯାହାକୁ ଅତିସୁନ୍ଦର ଭାବେ କବିତାରେ ରୁପାୟନ କରିଛନ୍ତି କବି । କହିଛନ୍ତି “ ହେ ପଣ୍ଡିତେ ଥରେ ଗ୍ରହଣ କର ଏ ବାତ୍ସଲ୍ୟ ପ୍ରେମକୁ କେମିତି ଶ୍ରୀକୃଷ୍ଣଙ୍କ ବିନା ଅଧୁରା ହୋଇପଡିଛି ମାତାଙ୍କ ଜୀବନ। ” ଏହି ମର୍ମରେ ଭାଳେଣିରେ ମର୍ମାହତ ହୋଇ ପୁତ୍ରକୁ କେତେ କଣ ସମ୍ବୋଧନ କରିଛନ୍ତି ମାତା ଯଶୋଦା, ନିଧନ ସଙ୍ଖାଳି, ହୃଦରତ୍ନହୀରା, ଅନ୍ଧରଲଉଡି, ଦରିଦ୍ର ପସରା ଇତ୍ୟାଦି। ତାଙ୍କୁ ପଶୋରିଲେ ମାତାଙ୍କ ଜୀବନର କୌଣସି ମୂଲ୍ୟବୋଧ ପରିଲକ୍ଷିତ ହୋଇନାହିଁ । ତାଙ୍କ ଜୀବନରେ ଅସୀମ ସୁଖର କାରଣ ତ ସେହି କୃଷ୍ଣ।
ଆହାଃ ! ପରବର୍ତ୍ତୀ ବର୍ଣ୍ଣନାର ଚାତୁରି ବେଶ ଆମୋଦପୂର୍ଣ୍ଣ। ବିଚିତ୍ର ସେ ଲୀଳା, ଭଗବାନ ତା ଭକ୍ତ ଆଗରେ କେତେବେଳେ ପୁଅ, କେତେବେଳେ ବନ୍ଧୁ ପୁଣି କେତେବେଳେ ପ୍ରେମିକାର ପ୍ରେମିକ। ତେଣୁ କଥାରେ ଅଛି :-

“ ଧେନୁ ପଛେ ପଛେ ବତ୍ସା ଯାଏ କ୍ଷୀର ଲୋଭେ
ଭକତ ପଛରେ ତୁହି ଯାଉ ସେଇ ଭାବେ
ଏକା ତୋ ଭକତ ଜୀବନ….
ଏକା ତୁ ଭକତ ଜୀବନ……|”

ଯଶୋଦା ବିଳାପ କରିଛନ୍ତି ପୁତ୍ର ବିଚ୍ଛେଦରେ “ ହେ କୃଷ୍ଣ , ହେ ଧନ, ତୁ ତ ଅନ୍ଧାରକୁ ଭୟ କରୁ ମାତ୍ର ଗାଈଚରାଇବାକୁ ଯିବାକୁ ଯେତେ ମନାକଲେ କାହା କଥା ତ ଶୁଣୁନା , ପଳେଇଯାଉ | ତୁ କଣ ବୁଝୁଛୁ ଏ ଜନକ ଜନନୀର ଦୁଃଖକୁ। ବୃଦ୍ଧକାଳେ ତୁ ତ ମୋ ରଙ୍କୁଣୀଧନ, ପୁଣି ବିଷ୍ଣୁଙ୍କୁ ଅର୍ପିତ ସୁବାସିତ ଚନ୍ଦନ ପରି ମୋ ହୃଦଚନ୍ଦନ।
ପୁଣି ବିଚିତ୍ର ବର୍ଣ୍ଣନା, ଭଗବାନଙ୍କୁ ଭକ୍ତର ଖାଦ୍ୟଯଚା। କବିଙ୍କର ଏହି ପଦ ଦେଖିଲେ ମନେପଡିଯାଏ ଗୁଣ୍ଡିଚା ମାଆଙ୍କ ଯେଉଁ କହିଥିଲେ :-
“ଯେତେ ଦେଉଥିଲେ ସେତେ ଖାଉଥିବୁ
ହାତ ନ ଶୁଖିବ ତୋର
ଜଗତେ କହିବେ ଖାଇବା ଦିଅଁ ହେ
କାଳିଆ ଠାକୁର ମୋର |”

କବିଙ୍କ ବର୍ଣ୍ଣନାରେ ଯଶୋଦା ମାତା କୃଷ୍ଣ ଙ୍କୁ ଯେତେ ଅଧାମ,ଗୋଟିକା, ସର ଦେଲେବି ତାଙ୍କ ମନ ଥାଏ ଯାଇ ସେ ଲହୁଣୀ ପାଖରେ | ଏଭଳି ଖାଦ୍ୟପେୟର ଅରୁଚିକତାରେ କୃଷ୍ଣ ଙ୍କ ଶରୀର ଦୁର୍ବଳ ହେଇଯାଇଛି | ଯେତେବେଳେ ସେ ମାତା ଙ୍କ କୋଲମଣ୍ଡନ କରନ୍ତି ତାଙ୍କ ଦୁର୍ବଳ ଶରୀର ଦେଖି ସେ ଖୁବ ଦୁଃଖ ପ୍ରକଶ କରନ୍ତି | ପ୍ରତ୍ୟେକ ମାତା ଙ୍କ ପାଖରେ ତ ତାଙ୍କ ସନ୍ତାନ ଖୁବ ଦୁର୍ବଳ, ବାସ୍ତବ ରେ ସେ ଯେତେବି ସବଳ ହେଉନା କାହିଁକି | ଠିକ୍ ସମ ଘଟଣା ଘଟିଛି ଏହି ଚରିତ୍ର ରେ | ମାତା ଯୋଶଦା ଯେତେ ବାରଣ କଲେବି ଅମାନିଆ କୃଷ୍ଣ ବଣ କୁ ଚାଲି ଯାଇଛନ୍ତି ଯେଉଁଠିକି ରାତ୍ରି ସମୟରେ ଡାହାଣୀ, ଚିରୁକୁଣୀଙ୍କ ଉପଦ୍ରବ ଚାଲି ଥାଏ |
ଯଶୋଦା ନିଜକୁ ଧିକ୍କାର କରି କହୁଛନ୍ତି, “ ହେ କୃଷ୍ଣ ମୋତେ ବଣରେ ରାକ୍ଷସ ମାତିବାର ଶୁଣା ଗଲାଣି, ମୁଁ ଡଙ୍କୁଣୀ ଯେ ତୋତେ କାହିଁକି ବଣକୁ ଛାଡିଦେଲି l ପୁଣି ହଁ ହେଇ ବାହାରେ ପ୍ରବଳ ଝାଞ୍ଜି ଖରା ହେଉଛି l ତୋ ଦେହରେ ତ ଝାଞ୍ଜି ଖରା ଲାଗି ଝାଳ ବୋହି ଯାଉଥିବ ଆଉ ତୁ ଖରା ତେଜ ସହି ନ ପାରି, ଗଛମୂଳେ ବିଶ୍ରାମ କରୁଥିବୁ l କହିଲୁ , କାହିଁକି କଠଉ ଛତା ନେଳୁନି ସାଥିରେ ? ବଣରେ ତୋ କଅଁଳିଆ ପାଦରେ କଣ୍ଟା ବାଜି, କେତେଯେ କଷ୍ଟ ହେଉଥିବ l”
ଅମାନିଆ ମା’ର ସେ ଅମାନିଆ ମନ l ଓଃ କି ବିଚିତ୍ର, କି ଆଶ୍ଚର୍ଯ୍ୟ ଏ ବର୍ଣ୍ଣନା l ସତରେ ମନକୁ ପ୍ରାଣକୁ ଭେଦ କରିବ, ଏଥିରେ ତିଳେ ହେଁ ଅବଶୋଚନା ନାହିଁ l ପ୍ରତ୍ୟେକ ଦିନ ଭଳି ଆଜିବି ମାତା ଯଶୋଦା କର୍ଣ୍ଣ ଡେରିଛନ୍ତି, କୃଷ୍ଣଙ୍କ ବଂଶୀ ସ୍ଵନ କୁ l ହେଲେ ବିଧିର ବିଧାନ ଆଗରେ ମାନବୀଟା ମଥାନତ ହେବନି ବା କେମିତି ? କିନ୍ତୁ ଦୁଃଭାଗ୍ୟବଶତଃ ଆଜିହିଁ ବଣରୁ ଶୁଭୁନି ସେ ମଧୁର ମୁରଲୀ ସ୍ଵନ………..|

* ଅଙ୍କିତ କୁମାର ସ୍ୱାଇଁ *
* ଶାସନ୍ଦା,ବିଂଝାରପୁର,ଯାଜପୁର *

ଖ ବିଭାଗ

-: ଭେଜାଲ୍ ମାତାଲ୍ :-

କବି ଆର୍ତ୍ତତ୍ରାଣ ପାଣି ମହୋଦୟଙ୍କ କବିତା “ମଣିଷ”ର ଲିଖିତ ଢଙ୍ଗ ସତରେ ଖୁବ ମନଜିଣା | ଏଭଳି ଅଧୁନା ସମାଜରେ ନିଇତି ଘଟୁଥିବା ଘଟଣାକୁ ସୁନ୍ଦର ଚିତ୍ରରେ ଚିତ୍ରିତ କରିଥିବା ମହାତ୍ମାଙ୍କ ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣଭାବେ ଅଜ୍ଞ ପ୍ରାୟ | ଏଠାରେ ନିଜସ୍ୱମତ ଅନୁଯାଇ କହିବାକୁ ଚାହେଁ, କବି ଆଜିର ବ୍ୟବସ୍ଥା ନାଁରେ ଅବ୍ୟବସ୍ଥାକୁ, ବିକାଶ ନାଁରେ ଅବହେଳାକୁ ସଠିକ ଭାବେ ଉପଲବ୍ଧି କରିପାରିଛନ୍ତି | ସତରେ ଆଜି ବିଶ୍ଵ ବଦଳୁଛି, ବଦଳୁନାହିଁ ତ ବରଂ ବଦଳାଉଛି |
“ ମଣିଷକୁ ଥରେ ପଢ଼ ପଢ଼,
ମଣିଷ ଠାରୁ କେ ଅଛି ବଡ଼,
ମଣିଷ ତ ବଡ଼ ଗ୍ରନ୍ଥ କିତାବ,
ସାରା ଦୁନିଆର କାରିଗର,
ମଣିଷକୁ ଥରେ ପଢ଼ ପଢ଼ |”
କବିଙ୍କ ମତରେ ଚାଲ ଫେରିଯିବା ସେଇ ସଚ୍ଚି ରାଉତରାୟଙ୍କ “ ଛୋଟ ମୋର ଗାଁ’ଟି ” ର ବେଳକୁ, ହଁ ଚାଲ ଫେରିଯିବା “ ମାଗୁଣିର ଶଗଡ଼ ” ସମୟକୁ ଯେଉଁଠି ଯନ୍ତ୍ର ଦାନବର ନାଁ ଥିବ ତନ୍ତ୍ର, ନାଁ ଥିବ କେଉଁ ମନ୍ତ୍ର ବରଂ ପ୍ରକୃତିରାଣୀର ଶାସନ ବଳୟ ଭିତରେ ଆମେ ନିଜେ ହିଁ ଥିବା ପ୍ରଜା |
ଆଉ ହଁ ନାଁ ଆମ ଭିତରେ ଥିବ ନିର୍ଭେଜାଲର ଗନ୍ଧ , ନାଁ ଥିବ ଆମ ଭିତରେ ଭେଜାଲର ବାସ୍ନା | ସତରେ ଆଜି ସମସ୍ତେ ନିଜ ସ୍ଵାର୍ଥର ଶିକୁଳିରେ ବନ୍ଧା | ଆମ ପ୍ରକୃତି ଆଜି ଏମିତିହୋଇଛିକି, ଯେ ଆମର ବନ୍ଧୁ ଆମେ ହିଁ ତାହାର ବଇରୀ | ଆଜି ଆଉ ଗଛ ନାହିଁ, ପ୍ରକୃତି ନାହିଁ, ଜଳ ନାହିଁ | ଆଉ ହଁ ! ଯଦି ବି ଅଛି ସେ ବି କଳୁଷିତ,କିନ୍ତୁ ଆମ ଆଖିରେ ଯାହା ବିକଶିତ |
ଆମ ଦରକାରୀ ଆଜି ପାଲଟିଛି ଅଦରକାରୀ ,କେବଳ ଭାବନାରେ, ଚିନ୍ତନରେ ଆଉ ମାନସିକତାରେ ବରଂ ବାସ୍ତବରେ ନୁହେଁ | ସମ୍ପର୍କ ଚାରିପଟେ ଆଜି ସ୍ୱାର୍ଥ ହିଁ ବୁଲୁଛି ଠିକ ଯେମିତି ସୂର୍ଯ୍ୟ ଚାରିପଟେ ପୃଥିବୀ ଓ ପୃଥିବୀ ଚାରିପଟେ ଚନ୍ଦ୍ର | ହାଏ ମଣିଷ ଏବେବି ସମୟ ଅଛି ନିଜକୁ ବଦଳାଇବା ପାଇଁ, ନିଜ ଉଦେଶ୍ୟକୁ ମାର୍ଜିତ କରିବାପାଇଁ |
ସମସ୍ତେ ଆଜି ନିଜେ ଜଣେ ଜଣେ ଅଧିଶ୍ୱର, ନିଜ ମାନିସିକତାର, ନିଜ କର୍ତ୍ତବ୍ୟର | ଏହି ମର୍ମରେ ପଦଟିଏ ମନେପଡେ :-
“ ଇଚ୍ଛନ୍ତି ଦାମ୍ଭିକେ ଧରିବାକୁ ହସ୍ତେ
ସମସ୍ତଙ୍କ ଭାଗ୍ୟଡୋରୀ,
ନିଜ ଭାଗ୍ୟଡୋରୀ କାଳ ହସ୍ତେ ବନ୍ଧା
ତିଳେ ହେଁ ଦେଲେ ପାସୋରି | ”
କବିଙ୍କ ଭାଷାରେ ଯେମିତି ମଣିଷ ଚାହୁଁଛି ନିଜ ଇଙ୍ଗିତରେ ସମସ୍ତଙ୍କୁ ବଶବର୍ତ୍ତୀ କରିର ଚେଷ୍ଟାରେ ଅଦ୍ୟାପି ଚେଷ୍ଟିତ, ତାହା ମୋ ମତରେ ଏକ ବୃଥା ଆସ୍ଫାଳନ ମାତ୍ର,ଅରଣ୍ୟ ରୋଦନ ପରି |
ପରିଶେଷରେ ଏତିକି କହିବି ଚାଲ ସମସ୍ତେ ପୁଣି ଫେରିଯିବା ଗୋଟେ ନୂତନ ବାସ୍ତବତାକୁ ଯେଉଁଠି ଆମ ଭାବନାକୁ ନେଇ ଖଣ୍ଡେ ଦୂରରୁ ପ୍ରଣିପାତ କରୁଥିବ ସ୍ୱାର୍ଥ | ଅଶ୍ୱାମେଧ ଯଜ୍ଞର ପୃର୍ଣ୍ଣାହୁତି ପରି ସେଥିରେ ଝାସ ଦେବ ଏ ରୁଦ୍ର ମାନସିକତା | ଏଇ ଆଲେଖ୍ୟ ମାଧ୍ୟମରେ ମୋର ସମଗ୍ର ପାଠକମଣ୍ଡଳୀଙ୍କୁ ଛୋଟିଆ ହୃଦୟର ନିବୃତ କନ୍ଦରରୁ ବିନୀତ ଅନୁରୋଧ, ଚାଲନ୍ତୁ ସମସ୍ତେ ଶପଥ ନେବା, “ଏକ ନୂତନ ପୃଥିବୀ ଗଢିବାର,
ସଭିଁଙ୍କୁ ସମ୍ମାନ କରିବାର | ”

* ଅଙ୍କିତ କୁମାର ସ୍ୱାଇଁ *
* ଯାଜପୁର *

Loading

Leave a Reply

Your email address will not be published. Required fields are marked *