May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ- ସୁଭ୍ରାନ୍ତ ବେହେରା*

ସୋପାନ କ
କଳାମାଣିକରେ (କବିତା ସମୀକ୍ଷା )
***********
କବି -ଅଭିମନ୍ୟୁ ସାମନ୍ତସିଂହାର
ସମୀକ୍ଷା -ସୁଭ୍ରାନ୍ତ ବେହେରା

କବି ପରିଚୟ
~~~~~~
ଓଡିଶା ମାଟିର ଯାଜପୁର ଜିଲ୍ଲା ଅନ୍ତର୍ଗତ ବାଲିଆ ଗ୍ରାମରେ ଜନ୍ମିତ ହୋଇଥିଲେ ଓଡ଼ିଆ ସାହିତ୍ୟର ସୁପରିଚିତ ସ୍ରଷ୍ଟା କବି ଅଭିମନ୍ୟୁ ସାମନ୍ତସିଂହାର l ପିତା ଇନ୍ଦ୍ରଜିତ ସାମନ୍ତସିଂହାରଙ୍କ ଔରଷରୁ ମାତା ତୁଳସୀଙ୍କ କୋଳ ମଣ୍ଡନ କରିଥିଲେ କବି 1760 ମସିହା ଫେବୃଆରୀ ମାସ 23 ତାରିଖରେ l ରୀତିଯୁଗୀୟ କବି ଭାବରେ ସେ ବେଶ ଜଣାଶୁଣା l ତାଙ୍କ ଲେଖନୀରେ ଝରି ଯାଇଥିବା ପ୍ରତ୍ୟେକ ଲେଖା ସରସ ସୁନ୍ଦର ଓ ଭାବପୂର୍ଣ୍ଣ ଲାଗୁଥାଏ lଲେଖନୀର ଭାଷା ବୁଝିବାକୁ ମଧ୍ୟ ସହଜ ଲାଗେ l ତାଙ୍କର ସାହିତ୍ୟ ସମ୍ଭାର ମଧ୍ୟରେ “କଳାମାଣିକରେ” ଅନ୍ୟତମ, ଯାହା ତାଙ୍କର ରଚନା ଶ୍ରେଷ୍ଠ କାବ୍ୟ ” ବିଦଗ୍ଧ ଚିନ୍ତାମଣି “ର ସତଷଠି ଛାନ୍ଦରୁ ଆସିଛି l

କବିତା ସମୀକ୍ଷାର ପୃଷ୍ଠଭୂମି
~~~~~~~~~~~~
“କଳାମାଣିକରେ” କବିତାରେ ପୁତ୍ର ଶ୍ରୀକୃଷ୍ଣ ଗଗସା ଚାରଣରୁ ଫେରିବାରେ ବିଳମ୍ବ ହେବାରୁ ମାଆ ମନ ବିଚଳିତ ହେଉଛି l ବିଳମ୍ବର କାରଣ କଣ ହେଇପାରେ ? ସ୍ନେହମୟୀ ମାତା ଯଶୋଦାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ l ଅବା କିଛି ବିପଦର ଆଶଙ୍କାରେ ମାଆ ମନ ଅଥୟ ହୋଇପଡେ l କବିଙ୍କର କବିତାଚାତୁରୀ ଭାଷା କବିତାରେ ବେସ୍ ଶୋଭାବର୍ଧକ ସାଜିଛି l

କବିତାର ପ୍ରଥମ ପଦରେ କବି ବର୍ଣ୍ଣନା କରିଛନ୍ତି ଗୋଗଷ୍ଠରୁ ପୁତ୍ର ଫେରିବାର ବିଳମ୍ବ ସକାଶେ ମମତାମୟୀ ମାଆ ଝୁରି ହେଉଛନ୍ତି l ବାତ୍ସଲ୍ୟ ପୁତ୍ରସ୍ନେହର ବିରହ ଯନ୍ତ୍ରଣା ମାତୃ ହୃଦୟକୁ ବିଗଳିତ ହେଇଯାଉଛି l
କବିଙ୍କ ଭାଷାରେ –
ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ,
ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ l
କଳାମାଣିକରେ ll

କବିତାର ଦ୍ୱିତୀୟ ପାଦରେ ମାତା ଯଶୋଦା ପୁତ୍ର ଶ୍ରୀକୃଷ୍ଣଙ୍କୁ କାତରରେ ଲୋଡୁଛନ୍ତି l ସ୍ନେହ ଆଦରରେ ମାତା କୃଷ୍ଣଙ୍କୁ ଡାକୁଛନ୍ତି l ଏଠାରେ କବି ମାତା ଯଶୋଦାଙ୍କ ଦ୍ୱାରା ଭଗବାନ କୃଷ୍ଣଙ୍କୁ “ଧନ ସଙ୍ଖାଳି”, ” ଅନ୍ଧ ଲଉଡ଼ି “ଏବଂ “ରତ୍ନହାରା ” ବୋଲି ସମ୍ବୋଧନ କରିଛନ୍ତି l ଯାହା ମାତା ହୃଦୟ ଆବେଗଭରା କଣ୍ଠରେ କହୁଛନ୍ତି ଲ

କବିଙ୍କ ଭାଷାରେ –
ନିଧନ ସଙ୍ଖାଳି ମୋର ଦରିଦ୍ର ପସରା,
ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନହାରା l
କଳାମାଣିକରେ ll

କବିଙ୍କର କବିତ୍ଵ ଗାଥା ସ୍ପଷ୍ଟ ଜଣାପଡୁଛି ଏହି କବିତା ରଚନାର ଭାଷା ଶୈଳୀ ଏବଂ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳାର ବର୍ଣ୍ଣନାରେ l ବାଲ୍ୟ ସମୟର ଲୁଚକାଳି, ଖେଳକୁଦ, ଗେଲରେ ଗେଲରେ ମାଆଙ୍କ କୋଳରେ ପାଳିତ ହେବାର ସେ କାହାଣୀ ସବୁ ବେସ୍ ଉଲ୍ଲେଖନିୟ l କବିଙ୍କ ଲେଖନୀରେ ଭାସିଉଠେ ବାତ୍ସଲ୍ୟମୟୀ ଜନନୀର ଛାତିତଳର କୋହ l
ଶ୍ରୀକୃଷ୍ଣଙ୍କ ଗୋ ଚାରଣ ସମୟର ସେ ପରିବେଶର ବର୍ଣ୍ଣନା ଅତୀବ ମନ ମୁଗ୍ଧକର ହୋଇଛି

କବିତାଟିରେ ପୁତ୍ର ପ୍ରତି ମାଆର ସ୍ନେହ, ଆଦର, ଭଲ ପାଇବା ଅତି ସୁନ୍ଦର ଓ ସହଜରେ ବୁଝାପଡୁଛି l କେତେ ଆକୁଳ ହୃଦୟରେ ନୟନ ଫେଡ଼ି ମାତା ପୁତ୍ର ଆସିବାର ବାଟକୁ ଚାହିଁ ରହିଛନ୍ତି l କବିଙ୍କର କଲମ ମୁନରେ ଶାଣିତ ହେଇଥିବା ଏ କବିତାଟି ଭାବପୂର୍ଣ୍ଣ ଓ ହୃଦୟସ୍ପର୍ଶି ହୋଇଛି l ଯାହା ପାଠକର ମନକୁ ଆକର୍ଷିତ କରିବ l

ସୁଭ୍ରାନ୍ତ ବେହେରା
ଆଠମଲ୍ଲିକ, ଅନୁଗୁଳ

ସୋପାନ- ଖ

ଲଣ୍ଠନ (କବିତା ସମୀକ୍ଷା )
******
କବି – ଅଜିତ କୁମାର
ସମୀକ୍ଷା – ସୁଭ୍ରାନ୍ତ ବେହେରା

କବି ପରିଚୟ
•••••••••••••
ଓଡ଼ିଆ ସାହିତ୍ୟ ଚର୍ଚ୍ଚା ଯେଉଁଠି ହୁଏ, ଠିକ ସେତେବେଳେ ମନେପଡେ ସାହିତ୍ୟ ଚର୍ଚ୍ଚିତ ଲେଖାକାର କବି ‘ଅଜିତ କୁମାର ‘ କଥା lତାଙ୍କ ଲେଖନୀ ଭାଷାକୋଷର ଶବ୍ଦ ଯେପରି ମନୁଷ୍ୟକୁ କହୁଥାଏ ମୁଁ ତୁମ ସୁପରିଚିତ ବନ୍ଧୁ l ତାଙ୍କର କବିତା ଲେଖନୀ ଏତେ ଆକର୍ଷଣୀୟ ଯେ ବେଳେବେଳେ ଏମିତି ଲାଗେ କି ସତରେ କିଏ ପଛରୁ ହାତଠାରି ଡାକୁଛି l କବିତାରେ ଥିବା ଚରିତ୍ରର ଚିତ୍ର ଖୁବ ସୁନ୍ଦର ଗଭାର ଶୋଭା ବହନ କରୁଛି l ତାଙ୍କରଅନେକ ରଚନା ସମ୍ଭାର ମଧ୍ୟରୁ “ଲଣ୍ଠନ ” କବିତାଟି ସ୍ୱତନ୍ତ୍ର l

କବିତା ସମୀକ୍ଷାର ପୃଷ୍ଠଭୂମି
~~~~~~~~~~~~
କବିତା “ଲଣ୍ଠନ”ରେ କବି ଭାଷା ସାହିତ୍ୟର ଅଳଙ୍କାରରେ ସଜେଇ ଦେଇଛନ୍ତି “ଲଣ୍ଠନ”କୁ ସୁନ୍ଦର ଭାବରେ l ଭଙ୍ଗା ପଡ଼ିଥିବା ଲଣ୍ଠନର ଚରିତ୍ରକୁ କବି ଜୀବନ୍ତ କରି ଗଢ଼ିତୋଳିଛନ୍ତି l କବି ଲଣ୍ଠନ ସହିତ ତାଙ୍କର ପୁରୁଣା ପ୍ରେମକୁ ଖୁବ ନିଆରା ଭାବରେ ବର୍ଣ୍ଣନା କରିଛନ୍ତି l ସମୟ ଅନୁସାରେ ଅବସ୍ଥା ହେଲାଭଳି “ଲଣ୍ଠନ”ର ବ୍ୟବହାରିକ ସମୟର କଥା କବିଙ୍କ ମନରେ ନବଦିଗନ୍ତ ସୃଷ୍ଟି କରିଛି l

ସନ୍ଧ୍ୟା ଆଗମନରେ ରଜନୀରାଣୀ କଳା ରଙ୍ଗର ପାଟଓଢଣୀରେ ସଜେଇ ହେଇ ବିରାଜମାନ କରିଥାନ୍ତି l ଅନ୍ଧାର ରାତିର ସାଥି ଭାବରେ ଲଣ୍ଠନଟି ଲୋକଙ୍କୁ ଆଲୋକ ଦେଖାଇଥାଏ l ପୁରୁଣା ହେବା ପରେ ସେ ଲଣ୍ଠନକୁ ଯେତେବେଳେ ବିକ୍ରି କରିଦିଅନ୍ତି କବାଡିଆ ପାଖରେ କବିଙ୍କ ହୃଦୟ ବିଦାରିତ ହେଇଯାଏ l

“ଲଣ୍ଠନ” ପ୍ରତି କବିଙ୍କ ପ୍ରେମ ଖୁବ ସୁନ୍ଦର ବର୍ଣ୍ଣନା କରିଛନ୍ତି l ପ୍ରେମ ବିରହର ଯନ୍ତ୍ରଣା ପରି ଲଣ୍ଠନର ବିରହ ବେଦନା କବିଙ୍କ ପାଇଁ ଅସହ୍ୟ ହୋଇପଡୁଛି l ହୃଦୟ ବିଦାରକର କସାଘାତରେ କବି ପୀଡିତ ହେଉଛନ୍ତି l

କବି ପୁଣି କହୁଛନ୍ତି “ଲଣ୍ଠନ”କୁ କ’ଣ କଷ୍ଟ ହେଉନଥିବ l ପ୍ରଜ୍ଜଳିତ ଆଲୋକ ରଶ୍ମି ପ୍ରଦାନ କରୁ କରୁ ନିଜର ଜୀବନକୁ ବଳିଦାନ ଦେଇଛି l କିନ୍ତୁ ଏ ମାନବ ଜାତି ତା’ର ମୂଲ୍ୟ ନବୁଝି ଦଶଟା ଟଙ୍କା ପାଇଁ କବାଡିଆ ହାତରେ ଟେକି ଦେଉଛନ୍ତି l

କବି ମର୍ମାହତ ହୋଇପଡିଛନ୍ତି l ସ୍ୱାର୍ଥପରତାର ଅନ୍ଧକାର ଭିତରେ ରହି ସ୍ୱାର୍ଥ ହାସଲ କରୁଥିବା ଏ ମାନବ ଜାତିକୁ କବି ଧିକ୍କାର କରିଛନ୍ତି l ସୁଖରେ ଦୁଃଖରେ ସାଥି ସାଜିଥିବା ସେ “ଲଣ୍ଠନ”ର ଛାତିର ବେଦନା କାହାର ଦୃଶ୍ୟମାନ ହେଉନାହିଁ l

କବିତାରେ କବିଙ୍କର ଲେଖା ସଜଫୁଲ ପରି ପ୍ରସ୍ଫୁଟିତ ହେଉଛି l “ଲଣ୍ଠନ” ପ୍ରତି କବିଙ୍କ ଭଲ ପାଇବା ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି l ଜାଜ୍ଜଲ୍ୟମାନ ଲେଖାରେ କବିତାଟି ହୃଦୟସ୍ପର୍ଶି ହୋଇପାରିଛି l

ସୁଭ୍ରାନ୍ତ ବେହେରା
ଆଠମଲ୍ଲିକ, ଅନୁଗୁଳ

Loading

Leave a Reply

Your email address will not be published. Required fields are marked *