May 06, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସମୀକ୍ଷାତ୍ମକ ଆଲେଖ୍ୟ-ଅଭିପ୍ସା ଧଳ

ନବ ପ୍ରତିଭା ନବ ସ୍ୱାକ୍ଷାର 2023 ଚତୁର୍ଥ ପର୍ଯ୍ୟୟ ଗଳ୍ପ ଓ କବିତା ସମୀକ୍ଷା ବିଭାଗ

( କ ) ଯଶୋଦା ଙ୍କ ବାତ୍ସଲ୍ୟ ମମତା

କଵିତା ଟି ଅଭିମନ୍ୟୁ ସାମନ୍ତ ସିଂହାର ଙ୍କର ବିଦଗ୍ଧ ଚିନ୍ତାମଣି କାବ୍ୟର ସତଷଠି ଛାନ୍ଦରୁ ଆନିତ।
( କଳା ମାଣିକରେ )

ରଙ୍ଗ ଆଉ ଏକ ଅଳଙ୍କାର କୁ ନେଇ ଅଭିମନ୍ୟୁ ସାମନ୍ତ ସିଂହାର ଙ୍କ ର ସ୍ୱରଚିତ କବିତା ” କଳାମାଣିକରେ ” ।ଏଠାରେ କୃଷ୍ଣଙ୍କ ରଙ୍ଗ କଳା ଆଉ ସେ ତାଙ୍କ ସବୁଠୁ ପ୍ରିୟ ଆଉ ମୂଲ୍ୟବାନ ମଣିଷ ହୋଇଥିବାରୁ କଵି ଯଶୋଦା ଙ୍କ କଣ୍ଠ ରେ ଏଠାରେ ଶ୍ରୀକୃଷ୍ଣଙ୍କୁ କଳାମାଣିକ ବୋଲି ସମ୍ବୋଧନ କରିଛନ୍ତି |

ଯେତେବେଳେ କୃଷ୍ଣ ଗାଇମାନଙ୍କୁ ନେଇ ଜଙ୍ଗଲକୁ ଯାନ୍ତି ଆଉ ଆସିବାକୁ ଡେରି ହୋଇଯାଏ ସେତେବେଳେ ଯଶୋଦା ମା ଙ୍କ ଚିନ୍ତାକୁ ନେଇ କଵି ଏହି ସୁନ୍ଦର ଧାଡିକୁ ବର୍ଣନା କରିଛନ୍ତି । ଦିନ ଗଡିଲାଣି, କାହ୍ନୁ ର ଦେଖା ନାହିଁ , କାହିଁ ଗଲା ତାଙ୍କ ଗଳା ମାଳି , ଜୀବନ ସଙ୍ଖାଳି , ଯାହାକୁ ନଦେଖିଲେ ଦଣ୍ଡେ, ନିମିଷ ଲାଗେ ବରଷେ । ସେ ନ ଆସିବା ଯାଏଁ ଯଶୋଦା ମା ଙ୍କ ମନ ଲାଗୁନାହିଁ । ଖାଲି ଦାଣ୍ଡ କୁ ଅପଲକ ନୟନ ରେ ବସି ଝୁରୁଛନ୍ତି ତାଙ୍କ ଜୀବନ ନାଟିକା କୁ । କବି ବାତ୍ସଲ୍ୟ ରସ କୁ ଖୁବ୍ ସୁନ୍ଦର ଭାବେ କବିତା ରେ ଅବତାରଣା କରିଛନ୍ତି ।
ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ବାତ୍ସଲ୍ୟ ମମତା ଘେନି ଭାଲୁଛନ୍ତି ମାତ “କଳାମାଣିକରେ”

ମାତା ଯଶୋଦାଙ୍କ ସ୍ନେହ ପୁତ୍ର ପତି
ଏତେ ଅଧିକା ଥିଲା ଯେ ସେ କୃଷ୍ଣଙ୍କୁ ଭିନ୍ନ ଭିନ୍ନ ନାମରେ ଡାକୁଥିଲେ ଏହା ଦେଖି କଵି ଲେଖିଥିଲେ । କେବେ ଧାଇଁ ଯାଇ ଡାକୁଥିଲେ କୁଆଡେ ଗଲୁ ରେ ମୋର ନିଧନ ସଙ୍ଖାଳି , କେବେ ପୁଣି ଲୁହ ସର ସର ଆଖିରେ କୃଷ୍ଣ ଙ୍କୁ ଜାବୁଡ଼ି ଧରି କହୁଥିଲେ ତୁହି ମୋ ଦରିଦ୍ର ପସରା। କେବେ ପୁଣି ନିଜ ଭିତରେ ନିଜେ ହଜିଯାଇ , ଅନ୍ଧ ଲଉଡ଼ି ର କୁନି ପାପୁଲି ରେ ମୁଁହ ଥାପି ଡାକୁଥିଲେ ଅନ୍ଧ ଲଉଡ଼ି ବାବୁ ରେ ତୁ ମୋର ।

…ନିଧନ ସଙ୍ଖାଳି ମୋର ଦରିଦ୍ର ପସରା
ଅନ୍ଧ ଲଉଡ଼ି ବାବୁରେ ହୃଦରତ୍ନ ମାଳା “କଳା ମାଣିକରେ”…

ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ପ୍ରାଣ ଥିଲେ ତାଙ୍କୁ କ୍ଷଣଟିଏ ନ ଦେଖିଲେ ମାତାଙ୍କର ପ୍ରାଣ ଛାଡିଗଲା ଭଳି ଅନୁଭବ ହେଉଥିଲା । କେବେ ସେ ଲୁଚି ଯାଉଥିଲେ ଆଉ ମା ତାଙ୍କୁ ଖୋଜି ଖୋଜି ନୟାନ୍ତ ହେଉଥିଲେ । କେବେ ପୁଣି କାହା ଘରୁ ଚୋରି କରି ଆସି ପହଞ୍ଚୁ ଥିଲେ ଘରେ । ଗାଈ ଚରେଇବାକୁ ଯାଉଥିଲେ ଯେ କୋଉ କାଳୀ ଅନ୍ଧାର ରୁ ଆସୁଥିଲେ ଗୋଧୂଳି ବେଳା ରେ । ସେବେ ଯାଏଁ ଧନ କୁ ନଦେଖି ଖାଲି ଯଶୋଦା ଙ୍କ ହୃଦୟ ଯାହା ଆଉଟୁ ପାଉଟୁ ହଉଥାଏ । କବି କବିତା ରେ ଦେଖେଇଛନ୍ତି, ଭଗବାନ ଭକ୍ତ ଖାସ କରି ତାଙ୍କ ପ୍ରିୟ ଭକ୍ତ ସହ ଖେଳନ୍ତି ଲୁଚକାଳି , ଯୁଗ ଯୁଗ ଯାଏଁ ସେ କରାନ୍ତି ପ୍ରତୀକ୍ଷା । ଦେଖନ୍ତି ଭକ୍ତ ର ତାଙ୍କୁ ପାଇବା ପାଇଁ କେତେ ଆତୁରତା।
ଏଠି ପୁଣି ଖାଲି ଭକ୍ତ ନୁହେଁ,ସେ ତାଙ୍କ ମା । ଏଠି ଭକ୍ତ ର ଅଧୀନ ହୋଇଛନ୍ତି ପ୍ରଭୁ । ମା କାନ ମୋଡ଼ିବେ ,ଶାସନ କରିବେ , ପୁଣି ଟିକେ ଦୂରକୁ ଗଲେ ଆତୁର ହୋଇ କାନ୍ଦିବେ , ଛଟପଟ ହୋଇ କାହିଁ ଗଲୁ ଧନ ବୋଲି ଖୋଜି ବୁଲିବେ ।

ଅନ୍ଧାରକୁ ଦେଖି କୃଷ୍ଣ ବହୁତ ଡରୁଥିବେ ବୋଲି ମା ଭାବୁଥିଲେ । ସେ ସିନା ଜଗତ ର ପ୍ରଭୁ । କିନ୍ତୁ ଯଶୋଦା ଙ୍କ ପାଇଁ ସେ କୋଳ ଛାଡି ନଥିବା କୁନି ଶିଶୁ । ତାଙ୍କୁ ଅନ୍ଧାର ରେ ଡର ଲାଗିବ , ସେ କାଳେ ଚମକି ପଡ଼ିବେ । ଅନ୍ଧାର ମାଡି ଆସିଲେ ନାନା ଜୀବ ,ରାକ୍ଷସ ବାହାରି ଆସିବେ । ସେ ସିନା ପୂତନା ବଧ କରିଛନ୍ତି , ତଥାପି ମା ମନ ତ। ମନ କେମିତି ମାନିବ । ଆଲୁଅ ଥାଉ ଥାଉ କାହୁଁ କୁ କୋଳ ରେ ପୁରେଇ ଦେଲେ , ଯଶୋଦା ଙ୍କ ମନ ଥୟ ହେବ।ମାତା ପିତାଙ୍କ ବିନା ଅନ୍ଧାରରେ କେମିତି ଥିବ ପୁତ୍ର ଭାବି ମାତା ବିଚଳିତ ହୋଇ ପଡୁଥିଲେ।
କବି ମା ମନର ଡର, ପିଲା ପାଇଁ ଥିବା ଆବେଗ କୁ ଭାବ ରେ ପଂକ୍ତି ରେ ବର୍ଣ୍ଣନା କରିଛନ୍ତି ।
…ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ
ଜଣକ ଜନନୀ ସୁଖ କାହିଁ ପାଇଁ ସାରୁ
“କଳା ମାଣିକରେ”…

…ଗୋଟିକା ଅଧାମ ସର ନ ରୁଚଇ ତତେ
ନାଚି ଲାଞ୍ଚ ମାଗିଖାଉ ଲବଣି କେମନ୍ତେ “କଳାମାଣିକରେ”…
ପ୍ରତିଦିନ କାହା ଘରୁ ଆସିଥିବ ଫେରାଦ, କାହା ଘରୁ ଲବଣୀ ଚୋରି ତ କାହା ଘରୁ ଶିକା ଭାଙ୍ଗିଲାଣି ।
ଯେତେ ସ୍ୱାଦିଷ୍ଟ ଖାଦ୍ୟ ଦେଲେ ମଧ୍ୟ କୃଷ୍ଣଙ୍କୁ ରୁଚୁ ନ ଥିଲା । ଯଶୋଦା ମଧ୍ୟ ତାଙ୍କ ପାଇଁ ଲବଣୀ ରଖୁଥିଲେ । ହେଲେ ସେ ଚୋରି କରି ଆଉ ସାଙ୍ଗ ମାନଙ୍କୁ ଲାଞ୍ଚ ମାଗି ଲବଣୀ ଖାଉଥିଲେ । ଯଶୋଦା ଙ୍କ ଆଖିରେ ସନ୍ତାନ ପ୍ରେମ ଦେଖେଇବା ଭିତରେ କବି ପ୍ରଭୁ ଙ୍କ ମାନବୀୟ ଲୀଳା ରେ ଶିଶୁ ର ଦୁଷ୍ଟାମୀ ମଧ୍ୟ ଦେଖିଛନ୍ତି।

କବି ଯଶୋଦା ଙ୍କ ର ମାତୃତ୍ଵ ଓ ବାତ୍ସଲ୍ୟ ପ୍ରେମ କୁ ବର୍ଣ୍ଣନା କରିଛନ୍ତି । ଜଗତ ର ପ୍ରଭୁ ଙ୍କ ର ମାନବୀୟ ଲୀଳା ଯେଉଁଠି ସେ ଖାଇବାକୁ ନପାଇ ଶୁଖି ଗଲେଣି ବୋଲି ଯଶୋଦା ଭାଳୁଛନ୍ତି , କେଉଁଠି ପୁଣି ତାଙ୍କୁ କିଏ କାଳେ ନେଇଯିବ ଭାବି ଅଧୈର୍ୟ ହୋଇଯାଉଛନ୍ତି । ତାଙ୍କୁ ସବୁଦିନେ କୋଳ ରେ ସୁରକ୍ଷିତ ରଖିବାକୁ ମା ଙ୍କ ର ଇଚ୍ଛା । କବି ମା ଓ କଳା ମାଣିକ ଙ୍କ ର ଭାବପୂର୍ଣ୍ଣ ପ୍ରେମ କୁ ସୁନ୍ଦର ଭାବେ ପଂକ୍ତି ରେ ଉଧୃତ କରିଛନ୍ତି ।

ଅଭିପସା ଧଳ
ପଟାମୁଣ୍ଡାଇ
କେନ୍ଦ୍ରାପଡ଼ା (ତୁଳସୀ କ୍ଷେତ୍ର )

ବିଭାଗ (ଖ )

“ପ୍ରକୃତି ର ନୀରବ ଚିତ୍କାର”

କବି ଉଦାସ ହୋଇ ଫେରି ଚାହିଁଛନ୍ତି ଯୋଉଠି ବୁଢୀମା ତାଙ୍କୁ ଦିନେ କାଖେଇ ଦେଖେଇ ଦେଇଥିଲା
” ଆ ଜନ୍ହ ମାମୁ ସରଗ ଶଶି
ମୋ କାହୁଁ ହାତରେ ପଡ଼ରେ ଖସି ”

କାହାନ୍ତି ସେ ମେଞ୍ଚେ ତାରା ଫୁଲ ,ଯାହାକୁ ଦେଖେଇ ମା ପଚାରୁଥିଲା , କହିଲୁ” ମାମୁ ଘରେ ଗୋଠେ ଗାଈ ,ରାତି ପାହିଲେ ଗୋଟେ ନାହିଁ ” କିଏ ହେବ !!!
ନା ମାମୁଁ ଘରେ ଗାଈ ଅଛି ନା ଆକାଶ ରେ ତାରା , ପାହାନ୍ତା ଛାଡ଼ ରାତି ସାରା ବି ଗୋଟେ ତାରା ନାହିଁ !!!! କୋଉଠି ମିଳିବ ଯେ ମଣିଷ ପରା ରାତି କୁ ବି ଦ୍ୱିପହର କରି ସାରିଲାଣି।

ପ୍ରକୃତି ଆଉ ପ୍ରକୃତ ରେ ନାହିଁ , ନିଜ ହାତରେ ପ୍ରକୃତି ର ତଣ୍ଟି ଚିପି ଦେବା ପରେ ଖାଲି ଯାହା ନା କୁ ମାଟି ଗୋଡ଼ି ର ପୃଥିବୀ ଅନେଇ ରହିଛି ବିକଳ ରେ ।
” ଆଉ ବିଶ୍ୱାସ ବୋଲି କଣ ରହିଲା ଯେ
ଏବେ ଏଠି ସବୁ ଭେଜାଲ …..
ଯୋଉ ଗୋଟେ ଆପୋଷ ବୁଝାମଣା ରେ , ଅସ୍ୱାକ୍ଷରିତ ଚୁକ୍ତିପତ୍ର ରେ ମଣିଷ ପ୍ରକୃତି କାନ୍ଧ ରେ ମୁଣ୍ଡ ରଖି ଶାନ୍ତି ର ନିଦ ସୋଇଥିଲା , ଆଜି ତା ଛାତି ରେ ଚଳେଇ ଦେଇଛି ବିକାଶ ର ବନ୍ଧୁକ । ଭାବୁଛି ସେ ଚଢ଼ୁଛି ବିକାଶ ର ଶିଢି।

କିନ୍ତୁ କବି ଚିତ୍କାର କରି କହିବାକୁ ଚେଷ୍ଟା କରିଛନ୍ତି , ମିଛ ମିଛ ଏ ସବୁ , ସବୁ ଭେଜାଲ ୟେ ଗୋଟେ ଫାର୍ସ ବିକାଶ ର ।

କାହିଁ ଜହ୍ନ ମାମୁ ,ମାମୁ ଛାତି କୁ ଓପାଡି ତାଡି ଯେତେ ପରୀକ୍ଷା ହେଲାଣି , ଆଉ କଣ ମାମୁ ଘର ସୁଆଗ ଆସୁଛି ।
ମଣିଷ ପରା ହେଲାଣି ଇଶ୍ଵର
ନସ୍ୱର ଇଶ୍ଵର ବାଃ
ମଣିଷ କହୁଛି ମୁଁ ଇଶ୍ଵର …

ଆସ ଫେରି ଯିବା ସେଇ ଅନ୍ଧାରି ଯୁଗକୁ ଯେଉଁଠି ବହଳ ଅନ୍ଧାର ରେ ତାରା ଫୁଲ ହସେ
ଏଠାରେ କଵି ମଣିଷକୁ ତାର ପୃର୍ଵ ସମୟକୁ ଫେରିଯିବାକୁ କହୁଛନ୍ତି। ଯେଉଁଠାରେ ବାହ୍ୟ ଜଗତ ଆଉ ଆଧୁନିକତା ବୋଲି କୌଣସି ଶବ୍ଦ ନ ଥିବ ଯେଉଁଠି ଅନ୍ଧାରରେ କେଵଳ ତାରା ଆଉ ଜହ୍ନର
ଆଲୋକରେ ପୁରା ପୃଥିବୀଟି ଆଲୋକିତ ହେଉଥିବ ।ଆଉ ସମୟ ନୁହେଁ ସୂର୍ଯ୍ୟର କିରଣରେ ଏକ ନୂତନ ଦିନର ଆରମ୍ଭ ହେଉଥିବ।

 

ଜହ୍ନ ଆଉ ମାମୁଁ ହୋଇ ନାହିଁ
ଯାହାକୁ ଦେଖି ମାଆ ଟିଏ
ଛୁଆଙ୍କୁ ଜହ୍ନକୁ ମାମୁଁ କହି ଦେଖାଉଥିଲା। ଏବେ ଚନ୍ଦ୍ର ଗୋଟେ ଉପଗ୍ରହ ହୋଇ ପଡ଼ିରହିଛି ଆଉ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରି ବୁଲୁଛି ଠିକ ଯେପରି ଆଜିର ମଣିଷ ସ୍ୱାର୍ଥ ପଛରେ ଘୁରି ବୁଲୁଛି.

ମଣିଷ ଗଢ଼ୁଛି ନୂଆ ପୃଥିବୀ, ଯୋଉଠି ଖାଲି ମଣିଷ ଆଉ ମଣିଷ ରହିବେ , ବାକି ଜୀବ ଜନ୍ତୁ ପ୍ରାଣୀ ଚାଲିଥିବେ ବିଲୁପ୍ତି ର ପ୍ରାନ୍ତ ଆଡ଼କୁ ।

…ଏହା ଏବେ ମଣିଷ ନିର୍ମିତ ନୂଆ ପୃଥିବୀ
ଯାହାର ସେ ଏକା ଅଧୀଶ୍ଵର ।।…

ପୂଜିବାକୁ ଚାଁହୁନି କୋଉ ଭଗବାନ ,ସେ ନିଜକୁ ଭଗବାନ ଙ୍କ ସହ ତୁଳନା କରିବା ସହ ନିଜେ ଏକ ନୂଆ ପୃଥିବୀ ଗଢିବାକୁ ଚେଷ୍ଟା କରୁଛି ସେଥିରେ ସଫଳ ମଧ୍ୟ୍ୟ ହେଉଛି ହେଲେ ପ୍ରକୃତି ଭରା ପୃଥିବୀ ଲୋପ ପାଇଁ କୃତ୍ରିମ ପୃଥିବୀ ଗଢି ତୋଳୁଚାଲିଛି ଆଉ ନିଜକୁ ତାର ଅଧିଶ୍ୱର ବୋଲି ଦାବିକରି କହିବୁଲୁଛି ।

ଆଜି ସବୁ ଥାଇ ଏକା ଏକା ଧୂସର ପାହାଡ଼ , କାହିଁ ଧ୍ୱନିତ ଝରଣା , କାହିଁ ପବନ ର ସ୍ପର୍ଶ ରେ ବୁନ୍ଦା ବୁନ୍ଦା ଝରଣା ର ଜଳ , ଝରି ଆସୁଥିବା ସୁନ୍ଦରୀ ଝରଣାର ଆଶାକୁ ଇଚ୍ଛାକୁ ତା ପ୍ରେମକୁ ପଥରର ଶିକୁଳି କରି ବାନ୍ଧିଦେଉଛି ମଣିଷ, ଆଉ ନିଜର ଇଚ୍ଛା ଅନୁସାରେ ତାକୁ ନଚଉଛି । ସାଗରକୁ ଛୁଇଁବା ତ ଦୂରରୁ କଥା ସୁନ୍ଦରୀ ଝରଣା ସାଗରକୁ ଦେଖିବାକୁ ଅସହାୟ ହୋଇପଡୁଛି। ତାକୁ ବୁଲେଇ ବାନ୍ଧି , ତା ହୃଦୟ କୁ ଖୋଳି ସବୁ ପ୍ରେମ ନିଗାଡି ନଉଛି ମଣିଷ। ଯେବେ ମଣିଷ ଅନୁମତି ଦେବ ସେବେ ସେ ଯାଇ ମିଶିବ ପ୍ରିୟତମ ସହ।
ଏସବୁ ଭାବ ର ବିଶ୍ଳେଷଣ କରି କବି ପରୋକ୍ଷ ରେ ମଣିଷ ର ପ୍ରକୃତି ପ୍ରତି କ୍ରୁରତା ର ସ୍ପଷ୍ଟ ଆଲୋକପାତ କରିଛନ୍ତି । କବି ନିଜ ର ଆଖପାଖ କୁ ଦେଖୁଥିବା ବେଳେ ହୋଇଛନ୍ତି ଭାବ ବିହ୍ୱଳ। ହୃଦୟ ରେ ଜାଗିଛି କମ୍ପନ ।
କବି ଙ୍କୁ ଏହି ଧୂସର ପୃଥିବୀ ଲାଗିଛି ଅସହ୍ୟ ।
…ଉକୁଟି ଆସୁଛି ଶବ ର ଗନ୍ଧ
ତଥାପି କହୁଛି ଆମେ ବିକଶିତ ।।…

 

ଯେଉଁଠି ଦେଖ ହିଂସ୍ରତା ମାଂସର ଲୋଭ, ଅନ୍ୟାୟ ଅତ୍ୟାଚାର ବଳତ୍କାର ହତ୍ୟା କରିସାରିବା ପରେ ମଧ୍ୟ୍ ଏ ମଣିଷ ବିକାଶର ସ୍ଲୋଗାନ ଦେଉଛି। ଯାହାକୁ କବି ଦେଖି ପରିହାସ କରିଛନ୍ତି ।

କବି ଙ୍କୁ ଅଣନିଶ୍ୱାସୀ ଲାଗିଛି, ଇଚ୍ଛା ହୋଇଛି ସେଇ ଆଈ ମା କାହାଣୀ ଯୁଗକୁ ଫେରିଯିବାକୁ ।
କଵି ଅଣନିଶ୍ୱାସୀ ହୋଇଗଲେଣି ତେଣୁ ଚିତ୍କାର କରି ଏ ମଣିଷକୁ ପୁଣି ଥରେ ଥରେ ସେଇ ଆଈ ମାର କାହାଣୀ ଆଉ ଆଉ ବଣ ଖମନ ଥିବା ରାସ୍ତାର ଦୁନିଆକୁ ଫେରିଯାଇ ସଭ୍ୟ ଆଉ ଶାନ୍ତ ମଣିଷ ହୋଇ ରହିବାକୁ କହୁଛନ୍ତି ଯେଉଁଠି ବିକଶିତ ନ ଥିଲା ମଣିଷ ଥିଲା.

ଅଭିପ୍ସା ଧଳ
ପଟ୍ଟାମୁଣ୍ଡାଇ
କେନ୍ଦ୍ରାପଡ଼ା(ତୁଳସୀ କ୍ଷେତ୍ର )

Loading

Leave a Reply

Your email address will not be published. Required fields are marked *