May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ- ବର୍ଷାରାଣୀ ମହାନ୍ତ*

 

ସମୀକ୍ଷା ପର୍ଯ୍ୟାୟ
ବିଭାଗ – କ

କବିତା – ବନ୍ଦୀର ଆତ୍ମକଥା – ଗୋପବନ୍ଧୁ ଦାସ

•••••••••°°°°°°°°°••••••••

ଶୀର୍ଷକ – ମୃତ୍ଯୁଞ୍ଜୟୀ ଆତ୍ମକଥା
———————–

“ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଢ଼
ପୁରୁ ତହିଁ ପଡି ମୋର ମାଂସ ହାଡ l “

ସହିତ୍ୟରେ ଜାତିୟତାବାଦର ସ୍ୱର ଶୁଣାଗଲେ ମନେପଡନ୍ତି ସେହି ଯଶସ୍ବୀ ସ୍ରଷ୍ଟା ,ସତ୍ୟବାଦୀ ଯୁଗର ପୁରୋଧା ତଥା ମଣିଷ ତିଆରି କାରଖାନାର ପ୍ରତିଷ୍ଠାତା,ସର୍ବପୂଜ୍ୟ ଉତ୍କଳମଣି ଗୋପବନ୍ଧୁ ଦାସ l ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଦ୍ୱାରା ପ୍ରଦତ୍ତ ଏହି ଉତ୍କଳ ମଣି ଉପାଧିଜେ ତାଙ୍କୁ ସର୍ବରେ ପରିଚିତ କରିଛି ତାହାନୁହଁ ବରଂ ଉତ୍କଳ ମାତା ମଧ୍ୟ ସ୍ୱୟଂ ଆଜି ତାଙ୍କୁ ନିଜର ପାଇ ବେଶ୍ ଗର୍ବିତ l ସେହି ଯୁଗ ସ୍ରଷ୍ଟା , କାଳଜୟୀ ସ୍ୱାଧୀନତା ସଂଗ୍ରାମୀ, ଦେଶ ସେବକ, ସୁ ସଙ୍ଗଠକ ,ସୁ ସମ୍ପାଦକ ଏବଂ ସର୍ବୋପରି ସୁ ସାହିତ୍ୟିକ ଗୋପବନ୍ଧୁ ଦାସଙ୍କର ଜନ୍ମ ହୁଏ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ଜିଲ୍ଲାର ସତ୍ୟବାଦୀ ନିକଟସ୍ଥ ସୁଆଣ୍ଡୋ ଗ୍ରାମରେ l ଏହି ଭଳି ସୁଯୋଗ୍ୟ ସନ୍ତାନ ଟିଏ ପାଇ ପିତା ଦୈତାରୀ ଦାସ ଏବଂ ମାତା ସ୍ଵର୍ଣ୍ଣମୟୀ
ଦେବିଙ୍କ ଆବାସ ଖୁସିରେ ମୁଖରିତ ହୋଇ ଉଠିଥିଲା l ଜାତିୟତା ର ପ୍ରାଣ ପ୍ରତିଷ୍ଠାତା ଗୋପବନ୍ଧୁଦାସ ନିଜର ଶିକ୍ଷା ସମାପ୍ତି ପରେ ନୀଳଗିରି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦେଶକୁ ସୁ ନିୟନ୍ତ୍ରିତ ତଥା ସୁ ସଂହତ କରିବା ଉଦ୍ଦେଶ୍ଯ ନେଇ ଏବଂ ମଧ୍ୟ ସମସ୍ତଙ୍କ ମନରେ ଜାତିୟତାର ଭାବ ଜାଗ୍ରତ ପାଇଁ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖ ଦିନ ପ୍ରତିଷ୍ଠା କରିଥିଲେ ସତ୍ୟବାଦୀ ବନ ବିଦ୍ୟାଳୟ l ପରବର୍ତ୍ତୀ ସମୟରେ ସାହିତ୍ୟର ପ୍ରସାର ନିମିତ୍ତ ସେ ୧୯୧୫ ରେ ସତ୍ୟବାଦୀ ମାସିକ ପତ୍ରିକା ଏବଂ ୧୯୧୯ ସାପ୍ତାହିକ ସମ୍ବାଦ ପତ୍ର ସମାଜର ସମ୍ପାଦନ ଆରମ୍ଭ କରିଥିଲେ l ଯେଉଁ “ସମାଜ” ପରବର୍ତ୍ତୀ ସମୟରେ ଦୈନିକର ରୂପନେଇ ଅନେକଙ୍କୁ ଦେଶର ସୁ ଖବର ପହଞ୍ଛାଇବାକୁ ସକ୍ଷମ ହୋଇ ପାରିଥିଲା l ଗୋପବନ୍ଧୁଦାସ ମହାତ୍ମା ଗାନ୍ଧୀଙ୍କ ମନ୍ତ୍ରରେ ଉଦବୁଦ୍ଧ ହୋଇଥିବା ଅନ୍ୟତମ ଦେଶ ପ୍ରେମୀ l ସ୍ଵରାଜ୍ୟ ବା ଓଡ଼ିଶାରେ ସ୍ଵଦେଶୀ ଆନ୍ଦୋଳନ ପ୍ରଚାର ପାଇଁ ତାଙ୍କୁ ଭୋଗିବାକୁ ପଡିଥିଲା ୩ ବର୍ଷ କାରାଦଣ୍ଡ ସୁଦୂର ହଜାରିବାଗ ଜେଲ୍ ରେ l ସେହି ଅନ୍ଧକାର ପ୍ରକୋଷ୍ଟରେ ହିଁ ତାଙ୍କ ଦେଶପ୍ରେମ ବହ୍ନି ହୋଇ ଉଠିଥିଲା ଅଧିକ ତୀବ୍ର l ତାଙ୍କର ଅମୃତ ଲେଖନୀ ରୁ ଝରି ପଡିଲା ଗୋଟିଏ ପରେ ଗୋଟିଏ ଜାତିୟତା ବାଦୀ କବିତା l ଯଥା:- କାରାକବିତା,ବନ୍ଦିର ଆତ୍ମକଥା ଇତ୍ୟାଦି –
ବନ୍ଦିର ଆତ୍ମକଥା କବିତା ଗ୍ରନ୍ଥଟି କବିଙ୍କର ଏକ ଦୀର୍ଘ କବିତାର ମାଳା ଟିଏ l ୪୦ ପୃଷ୍ଠା ବିଶିଷ୍ଟ ଏହି ଗ୍ରନ୍ଥଟିରେ ୬ ଟି ବିଭାଗ ପରିଦୃଶ୍ୟ ହୋଇଥାଏ l ଭାଷା,ଭାବ ଏବଂ ଚରିତ୍ର ଅନୁଶୀଳନରୁ ଜଣାପଡେ ଉକ୍ତ କବିତା ଗ୍ରନ୍ଥଟି ଗୋପବନ୍ଧୁଙ୍କର କାରାବାସ ,ଆତ୍ମିୟଙ୍କ ସେଥିରେ ବିଶାଦ ଭାବନାର ଆଗମ ତଥା ଜାତିୟତା ବୋଧର ଶକ୍ତ ପୃଷ୍ଠଭୂମି ଉପରେ ଗ୍ରନ୍ଥଟି ଦଣ୍ଡାୟମାନ l ବିସ୍ତୃତରେ ଗୋପବନ୍ଧୁଙ୍କର ହଜାରିବାଗ ଜେଲ୍ କୁ ଗମନ ଦେଖି ତାଙ୍କର ପ୍ରିୟଜନ ,ତାଙ୍କର ସହ ସଂଗ୍ରାମୀ ତଥା ସର୍ବୋପରି ସମସ୍ତ ଦେଶ ବାସୀ ମର୍ମାହତ ହୋଇ ପଡିଛନ୍ତି l ଏଥିରେ ସଙ୍କିତ ହୋଇ ଗୋପବନ୍ଧୁ କାଳେ ସଂଗ୍ରାମ ରୁ ଏମାନେ ଓହରିଜିବେ ଭାବି ରଚନା କରିଛନ୍ତି ବନ୍ଦିର ଆତ୍ମକଥା ଦୀର୍ଘ କବିତା ଗ୍ରନ୍ଥ କେବଳ ତାଙ୍କ ସୁପ୍ତ ଶରୀରରେ ସଂଚାର କରିବା ପାଇଁ ଜାତିୟତା ପ୍ରାଣ l କବିତାର ଏହି ପଂକ୍ତି ତାଙ୍କର ଉତ୍ତମ ଭାବର ପ୍ରତିନିଧିତ୍ୱ କରୁଥିବାର ପ୍ରମାଣ ମିଳେ l ଯଥା:-

” ଦେଶବାସୀ ବନ୍ଧୁ ଆତ୍ମିୟ ସୋଦର
କାରାଦଣ୍ଡେ ମୋର ହେଲକି କାତର
ଥିଲା ଆଗୁ ଏହା ଜଣାଶୁଣା କଥା
ସେଥିପାଇଁ ତେବେ ମନେ କିମ୍ପା ବ୍ୟଥା l “

ସରଳ ସର୍ବୋବଧ୍ୟ ଭାଷା ବିନ୍ୟାସ କବିତାଟିକୁ ଯେମିତି ସରସ ସୁନ୍ଦର କରିବାରେ ସକ୍ଷମ ହୋଇଛି l କବିଙ୍କ ଅନୁସାରେ ଛନ୍ଦ ମଧ୍ୟ ତାର ଅନୁରୁପ କାର୍ଯ୍ୟ ସମ୍ପାଦନ କରି ପାରିଛି l ତାଙ୍କର କାରା ବରଣରେ ଆତଙ୍କିତ ପ୍ରାଣୀଙ୍କୁ କବି ଏଠାରେ ଉଦବୋଧିତ କରି ତାଙ୍କୁ ସାନ୍ତ୍ୱନା ଦେବାପାଇଁ କବିତାଟିର କଳ୍ପନା କରିଥିବାରୁ କବିତାଟିରେ ଲଢ଼ିବାର ଅନନ୍ୟ ସୂତ୍ର ସ୍ପଷ୍ଟ ବାରି ହୋଇ ପଡୁଛି l ସେଥିପାଇଁସେ ବାରମ୍ବାର ଆହ୍ୱାନ ଦେଇ କହିଛନ୍ତି –

” କାତରତା ସିନା କାପୁରୁଷ ପଣ
ବୀର ମରେ ଅବା ମାରେ କରି ରଣ
ପଛ ଘୁଞ୍ଚା ନାହିଁ ବୀରର ଯାତକେ
ନମରେ ସେ କେବେ ପରାଣ ଆତଙ୍କେ l “

କବିତାଟି ପଠନରେ ଅତୀତରେ ସେନାପତିଙ୍କ କଥା ମନେ ପଡ଼ିଯାଏ l ଭୟଭୀତ ସେନାଙ୍କୁ ସେନାପତି ଯେଉଁଭଳି ଭାବରେ ବାକ୍ ଚାତୁରିରେ ଉତ୍ସାହିତ କରି ଶତ୍ରୁ ଉପରେ ବିଜୟ୍ ହାସଲ କରିବାର ମାର୍ଗ ଖୋଲି ଦେଉଥିଲେ l ଠିକ୍ ସେମିତି ଏଠାରେ ଗୋପବନ୍ଧୁ ଙ୍କ ଉଦ୍ୟମ ବିଚାର ଯୋଗ୍ୟ l ନିଜର ଲେଖନୀ ମାଧ୍ୟମରେ ସେ ଏଠାରେ ଦର୍ସେଇଛନ୍ତି ଯେ ଏଠି ସଂଗ୍ରାମ ଚାଲିଛି,ତାହାପୁଣି ନିସସ୍ତ୍ର ଅହିଂସା ମୂଳକ ସଂଗ୍ରାମ ଅର୍ଥାତ୍ ଧର୍ମ ଯୁଧ୍ୟ l ଏହାର ଲକ୍ଷ୍ୟ ତରବାରୀ ଉପରେ ବିଜୟ l ତେଣୁ ହେ ବୀର ଯବାନ ମାନେ ଆପଣ କେହିବି ପଛଘୁଞ୍ଚା ଦେବାର ବା ଶଙ୍କିତ ହେବାର ଆବଶ୍ୟକତା ନାହିଁ l କାରଣ ମୁଁ ଜାଣିଛି ଏ ସଂଗ୍ରାମର ପରିଣାମ l ତେଣୁ ତ ପାଦ ଦେଇଛି ଏ ଭୂମିରେ l ଯଦିବି ମୁଁ ଅନେକ କାର୍ଯ୍ୟ କରିପାରିବିନି ତେବେ ତିଳେ ତ କରିପାରିବି ନିଶ୍ଚୟ l ଏହି ବିଚାରଧାରା କୁ ଦୃଷ୍ଟିଦେଲେ ଜଣାପଡେ ବାସ୍ତବରେ ଗୋପବନ୍ଧୁ ଥିଲେ ସ୍ଵଦେଶୀ ଅନ୍ଦୋଲନରେ ଜଣେ ସେନାପତି l ତାଙ୍କର ତ୍ୟାଗପୂର୍ଣ୍ଣ ଭାଷଣ ଯାହା ଯୋଦ୍ଧାଙ୍କୁ ଶକ୍ତିଶାଳୀ କରିବାରେ ବିଶେଷ ଭୂମିକା ନିର୍ବାହ କରି ପାରିଥିଲା l ତାଙ୍କର ପ୍ରତ୍ୟେକ ଟି ପଦରେ ସେ ନିଜେ କେମିତି ଜଳି ଅନ୍ୟ ମାନଙ୍କୁ ଜାଡରୁ ରକ୍ଷା କରିବାକୁ ତତ୍ପର ତାହା ଦର୍ଶାଇ ଓଡ଼ିଆ ପୁଅର ଛାତିକୁ କଠୋର କରିବାରେ ସକ୍ଷମ ହୋଇ ପାରିଛନ୍ତି l ତାଙ୍କର ଅନ୍ୟଏକ ତ୍ୟାଗପୂର୍ଣ୍ଣ ବାଣୀ ଯାହା ଦିବ୍ୟାଙ୍ଗକୁ ମଧ୍ୟ ଯୋଦ୍ଧା ବନେଇବାକୁ ସକ୍ଷମ ତାହା –

” ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ l “

କବିତାର ମର୍ମକୁ ଭେଦି ପାରୁଥିବା ପ୍ରତ୍ୟକ ଓଡ଼ିଆ ଯେ ଏ ମନ୍ତ୍ରରେ ସେଦିନ ଦୀକ୍ଷିତ ହୋଇ ମୁକ୍ତିର ବାଟ ଖୋଲିବାକୁ ତତ୍ପର ହୋଇ ଉଠିଥିଲେ, ତାହା କବିତାର ଅନୁଶୀଳନରୁ ସ୍ପଷ୍ଟ ଜଣାପଡେ l
ତେବେ ଜାତିୟତା ସ୍ରୋତର ଧାରକ ଗୋପବନ୍ଧୁ ଜଣେ ସ୍ଵଦେଶ ପ୍ରେମୀ ତାହା ଆଲୋଚ୍ୟ କବିତାରେ ସ୍ପଷ୍ଟ l ଆଲୋଚନାରୁ ଏହା ମଧ୍ୟ ସ୍ପଷ୍ଟ ଯେ ଜାତୀୟତାକୁ ତେଜିଆନ୍ – ପ୍ରାଣୀଙ୍କୁ ଶାନ୍ତ କରିବା ପାଇଁ ତାଙ୍କର ଆଲୋଚିତ ବନ୍ଦିର ଆତ୍ମ କଥା ଗ୍ରନ୍ଥ ଟି ବେସ୍ ଯୋଗ୍ୟ ଏବଂ ମଧ୍ୟ ଏକ ଦେଶରେ ସଂହତି ପ୍ରତିଷ୍ଠା କରିବାରେ ଗ୍ରନ୍ଥଟିର ଭୂମିକା ପ୍ରଣିଧାନ ଯୋଗ୍ୟ l ଶେଷରେ ଏତିକି କୁହାଯାଇପାରେ କବିତା ଗ୍ରନ୍ଥଟି ବେସ୍ ପ୍ରେମ ସିକ୍ତ ତଥା ଚିତ୍ତ ଆହ୍ଲାଦକାରୀ ବିବେଚିତ l

•••••••••••°°°
ବିଭାଗ – ଖ

କବିତା – ଲଣ୍ଠନ – ଅଜିତ କୁମାର

ଶୀର୍ଷକ – ଅନ୍ତହୀନ ପୁରାପ୍ରୀତି

ପ୍ରେମରେ ସମସ୍ତେ ପଡନ୍ତି l ଆଉ ଏହା ମଧ୍ୟ ସ୍ୱାଭାବିକ କଥା ଯେ ଯିଏ ପ୍ରେମରେ ପଡିନି ସେ ସାମାଜିକ ପ୍ରାଣୀ ହୋଇ ନପାରେ ଏବଂ ଯଦିବା ସାମାଜିକ ପ୍ରାଣୀ ହୋଇପାରେ ତେବେ ସେ ସମାଜକୁ ପଢିବାରେ ଅସମର୍ଥ ହୋଇଥାଏ l ପ୍ରେମ ତ ଅନେକ ପ୍ରକାର l ଯଥା :- ମାତୃ ପ୍ରେମ, ପିତୃ ପ୍ରେମ, ଭଗ୍ନୀ ପ୍ରେମ, ଭ୍ରାତା ପ୍ରେମ, ପ୍ରିୟା ପ୍ରେମ,ବନ୍ଧୁ ପ୍ରେମ ଧନ ପ୍ରେମ, ଅତୀତ ପ୍ରେମ ଇତ୍ୟାଦି l ଏହି ପ୍ରେମ ମାନଙ୍କ ଭିତରୁ କାହାକୁ କେଉଁ ପ୍ରେମ ଜାବୁଡେ ତାହାତ ଚେତନାର କଥା ତେବେ ମୁଁ କୁହେ ସଂସାରରେ ପରିବାର ପ୍ରେମ ପରେ ବନ୍ଧୁ ପ୍ରେମ ହେଉଛି ଶ୍ରେଷ୍ଠ ପ୍ରେମ l ଯିଏ ଏହାକୁ ପାଇନାହିଁ ତା ପାଇଁ ସଂସାରଟା ହୋଇଯାଏ ଦୁର୍ବୋଧ୍ୟ l ଏହାକୁ ନେଇ ଜଣେ ଅତ୍ୟାଧୁନିକ କବିଙ୍କ ପଂକ୍ତିଟିଏ ମୋର ମନେ ପଡେ….

“ନାହିଁ ବନ୍ଧୁପ୍ରେମ ଯା ସାଥେ
ମରୁଭୂମି ତା ଜୀବ
ଅଭୋଗ୍ୟ ହୁଏ ସଂସାରର
ଯେତେ ଗୁପ୍ତ ବିଭବ l “

ତେବେ ସେ ଯାହା ହେଉ ଏ କଥା ମୋର ଆଲୋଚନା କରିବାର ତାତ୍ପର୍ଯ୍ୟ, ଆଜି ଆମର କବିତା ସମୀକ୍ଷା ପର୍ଯ୍ୟାୟର ଖ ବିଭାଗର ଶ୍ରୀବୃଦ୍ଧି କରୁଥିବା ସର୍ବ ପରିଚିତ ତଥା ସମସ୍ତଙ୍କ ପ୍ରିୟ କବି ଅଜିତ କୁମାର ଜଣେ ଅନନ୍ୟ ପ୍ରେମିକ l ତାଙ୍କ ପ୍ରେମ ହେଉଛି ଅନ୍ତହୀନ ପୁରାପ୍ରେମ l ଆଉ ମଧ୍ୟ ସେ ଜଣେ ବନ୍ଧୁ ପ୍ରେମୀ, ଯାହା ତାଙ୍କ କବିତାର ପ୍ରତ୍ୟେକଟି ପଂକ୍ତି ଦୃଢ ସ୍ୱରରେ ଗାଇଉଠେ ପ୍ରତିକ୍ଷଣ l ଏହିଭଳି ଜଣେ ମହାନ ଅତୀତ ପ୍ରେମୀ କବି ଜନ୍ମ ହୁଅନ୍ତି ଓଡିଶା ଭୂଖଣ୍ଡରେ ଜଣେ ମାତୃଭାଷା ପ୍ରେମୀ ଓଡିଆଙ୍କ ଘରେ l ଉତ୍ତର ଅତ୍ୟାଧୁନିକ ଯୁଗର ଏ ପ୍ରେମିକ କବିଙ୍କ କବିତା ଗୁଡିକ ବେସ୍ ମନଜିଣା l ସେ ଅଦ୍ୟାବଧି ଅନେକ କବିତା ଲେଖି ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧିଶାଳୀ କରି ପାରିଛନ୍ତି l ତେବେ ତାଙ୍କର ସେ କବିତା ଗୁଡିକ ମଧ୍ୟରୁ କବିଙ୍କର ଏକ ଶ୍ରେଷ୍ଠ କବିତା ଭାବରେ ଲଣ୍ଠନ ସ୍ପଷ୍ଟ ବାରି ହୋଇପଡେ l ଯାହା ତାଙ୍କୁ ଏ ଧରାପୃଷ୍ଠରେ ଅନେକ କୀର୍ତ୍ତିରାଜିର ଜଣେ ମହାନ ସ୍ରଷ୍ଟା ଭାବରେ ପରିଚୟ ଆଣିଦେଇ ପାରିଛି l

ଲଣ୍ଠନ l ଲଣ୍ଠନ ଏ ଜାତିର ଏକ ଅମୁଲ୍ୟ ସମ୍ପଦ l ଦୀପାଳି, ଡିବିରୀ ଯୁଗ ପରବର୍ତ୍ତୀ ସମୟରେ ମାନବ ସମାଜ ଅନ୍ଧକାରରେ କାଳାତିପାତ କରୁଥିବା ସମୟରେ ଯିଏ ଆଲୋକ ରଶ୍ମୀ ଦାନକରି ଅନ୍ଧକାରକୁ ଦୂରୀଭୂତ କରିବାରେ ସାହାଯ୍ୟ କରିଥିଲା ସେ ଆଉ କେହି ନୁହଁ, ଏହି ଲଣ୍ଠନ l ତାକୁ କେହି ଦେଖେ ଜୀବନର ସନ୍ତକ ଭାବରେ ତ କେହି ଦେଖେ କେଵଳ ଅତ୍ୟାବଶ୍ୟକ ଏକ ବସ୍ତୁ ଭାବରେ, କେହି ଦେଖେ ଜଣେ ପଥ ଦ୍ରଷ୍ଟା ଭାବରେ ତ କେହି ଦେଖେ ପ୍ରେମର ପ୍ରତୀକ ଭାବରେ l ଏହି ଯେଉଁ ଭିନ୍ନ ଭିନ୍ନ ଦୃଷ୍ଟିକୋଣ, ସେଥିରୁ କବିଙ୍କର ଦୃଷ୍ଟି କୋଣକୁ ବିଚାର କରି ଦେଖିଲେ ଜଣାପଡେ, କବି ଏହି ଲଣ୍ଠନକୁ ଦେଖିଥିଲେ ଏକ ପ୍ରେମିକ ଭାବରେ l

କବିଙ୍କର ଏଇ ଯେଉଁ ପ୍ରେମିକ ଦୃଷ୍ଟିକୋଣ, ତାହା ହେଉଛି ଅତୀତ ଶ୍ରୀ ପ୍ରେମ l ତେବେ କବିଟିଏ ସମାଜକୁ ଦେଖେଇବାକୁ ଚାହେଁ ନିଜ ହୃଦୟର ଭାବକୁ l ତେଣୁ କବି ଅଜିତ, ଏଠାରେ ସେହି ଲଣ୍ଠନକୁ ନେଇ ନିଜ ଭାବଧାରା ପ୍ରକାଶ କରିବାକୁ ଚାହିଁଛନ୍ତି l ତାଙ୍କର ପ୍ରଥମ ପଂକ୍ତି ତାଙ୍କ ଅନ୍ତହୀନ ଭାବନାର ପ୍ରତିନିଧିତ୍ୱ କରିଥାଏ l ଏଠାରେ ପଂକ୍ତିଗୁଡିକ ଉପସ୍ଥାପନା ଯୋଗ୍ୟ….

ଧେତ୍ !
ବୁଝିପାରିବନି ତୁମେ ଥରେ ,
ସେ ଲଣ୍ଠନ ଆଉ ମୋ ପ୍ରେମ ସମ୍ପର୍କ !
କାହିଁକି ଖୋଜେ ମୁଁ ସେ ଲଣ୍ଠନ’କୁ ଏତେ
ନିରୋଳା ରାତିର ପ୍ରତି ପ୍ରହରରେ !!

ଉପରୋକ୍ତ ପଂକ୍ତିର ଭାବଧାରାରୁ ଜଣାପଡେ କବି ଓ଼ ଲଣ୍ଠନଙ୍କ ଭିତରେ ନିବିଡ଼ତା l କବି ଏଠାରେ ତାଙ୍କର ନିବିଡ଼ତା ଦର୍ଶେଇବାକୁ ଯାଇ କହୁଛନ୍ତି, ତୁମେ ସେ କଥା ଜାଣି ପାରିବନି ଯେ ମୁଁ କାହିଁକି ତାକୁ ଖୋଜେ ନିରୋଳା ରାତିର ପ୍ରହରରେ l ତେବେ ଆଲୋଚନା ଯୋଗ୍ୟ ଯେ ଜଣେ ବ୍ୟକ୍ତି ନିରୋଳା ରାତିରେ ଖୋଜେ ସ୍ବପ୍ନ ନାୟିକାକୁ କିନ୍ତୁ କବି ଏଠାରେ କହୁଛନ୍ତି, ସେ ଲଣ୍ଠନକୁ ଖୋଜନ୍ତି l ତେଣୁ ଏଥିରୁ ଏହା ସ୍ପଷ୍ଟ ଜଣାପଡେ ଯେ କବିଙ୍କର ନିଶ୍ଚୟ ଲଣ୍ଠନ ପ୍ରତି ରହିଛି ପ୍ରେୟସୀ ସମ ପ୍ରେମ, ଯାହା ତାଙ୍କୁ ବାଧ୍ୟ କରେ ସବୁବେଳେ ମନେ ପକେଇବା ପାଇଁ l

ପରବର୍ତ୍ତୀ ପଦରେ କବି ଭାବନାର ଶିଖରକୁ ଚଢି ଦେଖିଛନ୍ତି ଆଧୁନିକତାର ସ୍ପର୍ଶରେ କେମିତି ତାଙ୍କ ଅତୀତ ନାୟିକାକୁ କରାଯାଇଛି ହତାଦର l ସେ ଚାହିଁ ମଧ୍ୟ ରୋକି ପାରି ନାହାନ୍ତି l ଆଧୁନିକ ବିଜୁଳି ବତୀର ପ୍ରେମରେ ପଡି ଲଣ୍ଠନକୁ ଛାଡି ଦିଆ ଯାଇଛି କବାଡିଆ ହାତୁଡ଼ିର ପ୍ରହାର ଭୋଗିବାକୁ l ଯାହା ତାଙ୍କ ମନକୁ ଆନ୍ଦୋଳିତ କରିଛି l

ଏଠାରେ ଅନ୍ୟ ଏକ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ଉଚିତ l କବି ଏଠାରେ ଲଣ୍ଠନକୁ ପ୍ରତୀକାତ୍ମକ ଭାବରେ ବ୍ୟବହାର କରି ମାନବର ଅତୀତ ପ୍ରତି ଦୁର୍ବ୍ୟବହାରକୁ ଦର୍ଶେଇବାକୁ ଚାହିଁଛନ୍ତି l ଆଜି ଅତୀତ କୀର୍ତ୍ତିରାଜି ସାଜିଛି ଆଧୁନିକ ଚେତନା ସମ୍ମୁଖରେ କେମିତି ମୂଲ୍ୟହୀନ, କେମିତି ଆଧୁନିକ ମାନବ ପୁରାତନକୁ ପରିତ୍ୟାଗ କରି ନୂତନ ପ୍ରେମରେ ମଜ୍ଜି, ତାକୁ କରନ୍ତି ଅବହେଳା ତାହାର ଚିତ୍ରଣ ବେସ୍ ଗ୍ରହଣ ଯୋଗ୍ୟ l ଏଠାରେ ମୋର ଅନ୍ୟ ଏକ ଦିଗ ମଧ୍ୟ ଦୃଷ୍ଟିଗୋଚର ହୁଏ, ଯେ କବି ଏଠାରେ ଦର୍ଶେଇବାକୁ ଚାହିଁଛନ୍ତି ଆଧୁନିକ ପରିବାରର ସ୍ଥିତି l କେମିତି ସେ ଲଣ୍ଠନ ଭଳି କୁଦଶାର ସମ୍ମୁଖୀନ ହୋଇ ସାଜିଛି କେଵଳ ଅଶ୍ରୁପୂର୍ଣ୍ଣ l ଆଧୁନିକ ପୁତ୍ରବଧୂ ପିତା ମାତାଙ୍କୁ କେମିତି ବୃଦ୍ଧାବସ୍ଥାରେ ବିକ୍ରି କରିବାକୁ ଚାହାଁନ୍ତି ବୃଦ୍ଧାଶ୍ରମରେ ତାହାର ଏକ ନିଚ୍ଛକ ଚିତ୍ର କବି ଏଠାରେ ଲଣ୍ଠନ ମାଧ୍ୟମରେ ପ୍ରଦାନ କରିଛନ୍ତି l ଯାହା କରୁଣ ରସପୂର୍ଣ୍ଣ ହୋଇଛି l

ତେବେ କବିତାର ପ୍ରତ୍ୟେକଟି ଧାଡି ସେଇ ଅତୀତ ପ୍ରୀତିର ଗାରିମାକୁ ତିଳକ କରି ତାର କୀର୍ତ୍ତି ଗାନ କରିବାରେ ବ୍ୟସ୍ତ l କବିଙ୍କ ଭାବନାରେ… ଲଣ୍ଠନ କେଵଳ ଏକ ବସ୍ତୁ ନୁହଁ, ସେ ତାଙ୍କର ଦୀର୍ଘ ସମୟର ସାଥୀଟିଏ l ତାକୁ ଧରି ସେ ଅନେକ ବାଟ ଚାଲିଛନ୍ତି, କିନ୍ତୁ ଆଜି ଆଧୁନିକ ପ୍ରେମରେ ପଡି ତାକୁ ହତାଦର କରିବା ତାଙ୍କୁ ମୃତ୍ୟୁ ସମ ଯନ୍ତ୍ରଣା ଦେଉଛି l

କବିଙ୍କ ପ୍ରତ୍ୟେକଟି ଉକ୍ତି ପ୍ରତୀକାତ୍ମକ l ତେଣୁ କବିତାଟିକୁ ଏକ ପ୍ରତୀକ ଚେତନା ଧର୍ମୀ କବିତା କହିବା ଯଥାର୍ଥ l କବି ଲଣ୍ଠନକୁ ଚାହିଁ ସମାଜକୁ ଚିତ୍ରିତ କରିଛନ୍ତି ଏଠାରେ l ତେଣୁ କବିତାଟିରେ ଭରି ରହିଛି ସମାଜ ସଂସ୍କାରବାଦୀ ଚେତନା l ସେ ଚାହିଁଛନ୍ତି ଯେ ଅତୀତ ଆଧୁନିକତା ଠାରୁ ଦୁର୍ବଳ ହୋଇପାରେ ମାତ୍ର ହୀନ ନୁହେଁ l ତେଣୁ ଅତୀତକୁ ପ୍ରେମ କରିବା ଉଚିତ l କବି ବାସ୍ତବରେ ଜୀବନକୁ ଶୁଦ୍ଧ ତଥା ସୁନ୍ଦର ରୂପେ ଗଢିବାର ଏକ ସରଳ ସୂତ୍ର ଏହି ଲଣ୍ଠନ କବିତା ମାଧ୍ୟମରେ ଜନ ସମାଜକୁ ଦେଇଛନ୍ତି l କବିତାଟି ପୁରାପ୍ରୀତି ପରିପୂର୍ଣ୍ଣ ଅଟେ l

ବର୍ଷାରାଣୀ ମହାନ୍ତ, ବେଲପଶି, କେନ୍ଦୁଝର

Loading

3 thoughts on “*ସମୀକ୍ଷାତ୍ମକ ଆଲେଖ୍ୟ- ବର୍ଷାରାଣୀ ମହାନ୍ତ*

  1. ସୁନ୍ଦର l ଅତି ସୁନ୍ଦର l ଖୁବ୍ ସୁନ୍ଦର ଆଲୋଚନା ନିନି l ବୋହୁତ ସାରା ଶୁଭେଚ୍ଛା ଏବଂ ସୁଭାଭିନନ୍ଦନ♥️♥️♥️♥️

Leave a Reply

Your email address will not be published. Required fields are marked *