May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ- ଶିବ ସେଠୀ*

କବିତା – ବନ୍ଦୀର ଆତ୍ମକଥା
କବି – ଉତ୍କଳମଣି ଗୋପବନ୍ଧୁ ଦାସ
ସମୀକ୍ଷା – ଶିବ ସେଠୀ
ସୋପାନ – ‘ କ ‘

ପୁଣ୍ୟଶ୍ଳୋକ ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ନଅ ତାରିଖରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପିତାଙ୍କ ନାମ ଥିଲା ଦୈତାରି ଦାସ ଓ ମାତାଙ୍କ ନାମ ଥିଲା ସ୍ଵର୍ଣ୍ଣମୟୀ ଦେବୀ । ଜଣେ ଆଦର୍ଶ ବ୍ୟକ୍ତିତ୍ଵ ଓ ଉଜ୍ଜ୍ୱଳ ଦୀପଶିଖା, ସ୍ୱଚ୍ଛ ପାବିତ୍ର ଜଳଧାର , ତ୍ୟାଗ-ପ୍ରେମ-କାରୁଣ୍ୟର ମହାମିଳନ ପରି ତାଙ୍କର ମହାଜୀବନ । ଓଡ଼ିଆ ଜାତୀୟ ଜୀବନ ଓ ଭାଷା ସାହିତ୍ୟ କ୍ଷେତ୍ରରେ ସେ ଜଣେ ଅମ୍ଲାନ ପ୍ରତିଭା। କଲିକତାରୁ ଓକିଲାତି ପାସ୍ କରି ମଧ୍ୟ ସେ ଓକିଲାତି ଅପେକ୍ଷା ଶିକ୍ଷକତାକୁ ଅଧିକ ପସନ୍ଦ କରିଥିଲେ। ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରି ସେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସୁସ୍ଥ ଓ ଆଦର୍ଶ ସମାଜ ତିଆରିରେ ଲାଗି ପଡ଼ିଥିଲେ। ସେ ଥିଲେ ସ୍ୱଦେଶ ପ୍ରାଣ ଓ ଭଗବତବିଶ୍ବାସୀ ।

ଗୋପବନ୍ଧୁ ପିଲାଟି ଦିନରୁ ସ୍ନେହମୟୀ ମା’ଙ୍କୁ ହରାଇଥିଲେ। ଶୈଶବରୁ ଗୋପବନ୍ଧୁ ମାତୃହରା ହେବା ଫଳରେ ବାଲ୍ୟକାଳରୁ ତାଙ୍କର ଜୀବନ ଅବ୍ୟବସ୍ଥିତ ଥିଲା। ତେବେ ତାଙ୍କର ଜୀବନରେ ଜନନୀଠାରୁ ଅଧିକ ସ୍ନେହ ମମତା ଦେଇ ଲାଳନ ପାଳନ କରିଥିଲେ ତାଙ୍କର ବାଲ୍ୟବିଧବା ପିୟୁସୀ ମହୀୟସୀ କମଳାଦେବୀ। ବୋଧହୁଏ ମହୀୟସୀ କମଳାଦେବୀଙ୍କ ସ୍ନେହ ମମତାର କୋମଳତା ପାଇ ନଥିଲେ ଗୋପବନ୍ଧୁଙ୍କ ପରି ଦରଦୀ ଓ ଉଦାର ପରିପୂର୍ଣ ସ୍ନେହଶ୍ରଦ୍ଧା ପରିପୂର୍ଣ ମହାପୁରୁଷଙ୍କୁ ଏ ଜାତି ସାକ୍ଷାତ କରି ପାରିନଥାନ୍ତା କହିଲେ ସତ୍ୟର ଅପଳାପ ହେବନାହିଁ।

ଜଣେ ସାରସ୍ୱତ ସାଧକ ହିସାବରେ ସେ ଛାତ୍ର ଜୀବନରୁ ‘ ଦାଶକେରେଣ୍ଟା ଫୁଲ ‘ ପ୍ରଥମ କବିତା ରଚନା କରିଥିଲେ । ତାଙ୍କର ଅନ୍ୟାନ୍ୟ କାବ୍ୟ କବିତା ଗୁଡ଼ିକ ହେଲା : କାର କବିତା , ବନ୍ଦୀର ଆତ୍ମକଥା , ଧର୍ମପଦ , ଗୋ ମାହାତ୍ମ୍ୟ , ଅବକାଶ ଚିନ୍ତା , ନଚିକେତା ଉପାଖ୍ୟାନ ।

ସେଇ ମହାନ ସ୍ଵଦେଶପ୍ରେମୀ ଶତ ପ୍ରଚେଷ୍ଟାରେ ଓଡ଼ିଆ ଜାତି ପୁନର୍ଜୀବିତ ହୋଇପାରିଛି। ସ୍ବାଧୀନତା ସଂଗ୍ରାମର ମହାସ୍ରୋତରେ ସାମିଲ ହୋଇ ବହୁବାର କାରାବରଣ କରିଛନ୍ତି। ସେହି କାରାଗାର ଭିତରେ ଯମଦୂତମାନଙ୍କ ଗହଣରେ ନିଜ ମାତୃଭୂମି ଏବଂ ସ୍ଵଦେଶବାସୀଙ୍କ ପ୍ରତି ଥିବା ସ୍ନେହ ଆଦରକୁ ବନ୍ଦୀ ଜୀବନର ଅତିବ କଷ୍ଟ ମୁହୂର୍ତ୍ତକୁ ନିଜ କବିତା ” ବନ୍ଦୀର ଆତ୍ମକଥା ” ମାଧ୍ୟମରେ ପ୍ରକାଶ କରିଛନ୍ତି । କାରାଗାରରେ ବନ୍ଦୀ ଗୋପବନ୍ଧୁ କିଭଳି ଭାବେ ତିଳେ ବିଚଳିତ ନହୋଇ ସ୍ଵଦେଶବାସୀଙ୍କୁ ଶାନ୍ତ୍ବନା ଦେଇଛନ୍ତି । ଚାଲନ୍ତୁ ତାଙ୍କ କବିତାରୁ ହିଁ କିଛି ଆଲୋଚନା କରିବା ,

ଦେଶବାସୀ ବନ୍ଧୁ, ଆତ୍ମୀୟ ସୋଦର,
କାରାଦଣ୍ଡେ, ମୋର ହେଲେ କି କାତର ?
ଥିଲା ଏହା ଆଗୁଁ ଜଣାଶୁଣା କଥା,
ସେଥ‌ିପାଇଁ ତେବେ କିପାଁ ମନେ ବ୍ୟଥା ।

ସ୍ନେହମୟୀ , ମାମତମୟୀ ଉତ୍କଳ ଜନନୀ କୋଳରୁ ବିଚ୍ଛେଦ ହେଲା ପରେ ସେ ଆଦୌ ଭୟଭୀତ ହୋଇନାହାନ୍ତି। ତାଙ୍କର ମହାନ୍ ବ୍ୟକ୍ତିତ୍ଵକୁ ବୁଝିବାକୁ ହେଲେ ଆମକୁ କିଛି ଜନ୍ମ ବି କମ୍ ପଡ଼ିଯିବ । କାରାଦଣ୍ଡ ପ୍ରାପ୍ତ କଲା ପରେ ମଧ୍ୟ ସେ ଚିନ୍ତିତ କି ବ୍ୟଥିତ ନୁହଁନ୍ତି। ଅନ୍ୟମାନଙ୍କ ଠାରୁ ତାଙ୍କୁ ସାନ୍ତ୍ଵନା ମିଳିବା ପରିବର୍ତ୍ତେ ସେ ଦେଇଛନ୍ତି ଦେଶବାସୀଙ୍କୁ ସାନ୍ତ୍ଵନା। କବିତା ମାଧ୍ୟମରେ କହିଛନ୍ତି , ମୁଁ କାରାଦଣ୍ଡ ଭୋଗିଲି ବୋଲି ତୁମେ ଭୟ କି ଦୁଃଖ କରିବା ଉଚିତ୍ ନୁହେଁ, କାରଣ ମୁଁ ଜାଣିଥିଲି ମାଆ ପାଇଁ ମାଟି ପାଇଁ ସେବା କରିଲେ କାରାଦଣ୍ଡ ଭୋଗିବାକୁ ହେବ ବେଳେବେଳେ ପ୍ରାଣବଳୀ ବି ଦେବାକୁ ହୁଏ। ଏ ଦେଶ ଜାତି ପାଇଁ ଉତ୍କଳମଣି ଯାହା କରି ଯାଇଛନ୍ତି ତାହା ଅବିସ୍ମରଣୀୟ। ନିଜ ପୁତ୍ର ମୃତ୍ୟୁ ଶଯ୍ୟାରେ ଥିବା ସମୟରେ ହିଁ ଯେତେବେଳେ ସେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଯାଇଥିଲେ ଆଜି ସେ କାହିଁକି ଡ଼ରିଯିବେ।

ଦେଶ ପ୍ରାଣ ଜାତି ପ୍ରାଣ ଗୋପବନ୍ଧୁଙ୍କ ଭାଷାରେ ,

କାତରତା ସିନା କାପୁରୁଷପଣ,
ବୀର ମରେ ଅବା ମରେ କରି ରଣ ।
ପଛଘୁଞ୍ଚା ନାହିଁ ବୀରର ଜାତକେ,
ନ ମରେ ସେ କେମେଁ ପରାଣ ଆତଙ୍କ ।

ଏହି କବିତା ପଦରୁ ତାଙ୍କର ମହାନ୍ ବ୍ୟକ୍ତିତ୍ଵ ସ୍ପଷ୍ଟ ଅନୁମେୟ କରିହୁଏ। ସାରା ଜୀବନ ଦେଶ ସେବାରେ ନିଜକୁ ସମର୍ପଣ କରିଥିବା ବନ୍ଦୀ ଗୋପବନ୍ଧୁଙ୍କୁ ମୃତ୍ୟୁ କେବେ ଆତଙ୍କିତ କରିନାହିଁ। ତେବେ ଜଣେ ସୈନିକ ଯୁଦ୍ଧ ସମୟରେ ରକ୍ତପାତ ଦେଖି ଡରିଯିବା କିମ୍ଵା ଲୁଚିଯିବା କୌଣସି ଗର୍ବର ବିଷୟ ନୁହେଁ । ପ୍ରତିଟି ମୁହୂର୍ତ୍ତରେ ଶତ୍ରୁକୁ ପ୍ରତିଆକ୍ରମଣ କରି ମାରିବା ଅଥବା ନିଜେ ମରିଯିବା ଶ୍ରେୟସ୍କର ହୁଏ। ଏଠାରେ କବି ତାହାହିଁ ସ୍ପଷ୍ଟ ଆଲୋଚନା କରିଛନ୍ତି। ଆଛା ଆମେ ଗର୍ବ କାହାକୁ ନେଇ କରିବା ? ନିଜକୁ, ନିଜ ପରିବାରକୁ ନା ଧନ ସମ୍ପତିକୁ ନେଇ। ଜାତି ବଞ୍ଚିଲେ ହିଁ ଜୀବନ ବଞ୍ଚିବ ନଚେତ୍ ସେଭଳି ଜୀବନର କୌଣସି ଆବଶ୍ୟକ ହିଁ ନାହିଁ। ପୁଣି ଗୋପବନ୍ଧୁ କହିଛନ୍ତି ,

ଜାଣିଛି, ଲାଗିଛି ଏ ଶାନ୍ତି-ସମର,
ନାହିଁ ଏଥ୍ ତୋପ ହାତହତିଆର ।
ବଳ ବା ବିଭବ ନାହିଁ ଏଥ୍ ଲୋଡ଼ା,
ନାହିଁ ଲୋଡ଼ା ଯାନ ରଥ ହାତୀ ଘୋଡ଼ା ।
ଆଧ୍ୟାତ୍ମିକ ବଳେ ଲାଗିଛି ଲଢ଼ାଇ,
ଭାଙ୍ଗିବାକୁ ପଶୁବଳର ବଡ଼ାଇ ।
ଛାଡି ଧନ-ଆଶା ଘରଦ୍ଵାର-ମାୟା,
ଅସଙ୍ଗଶସ୍ତ୍ର ଯେ ସାଜିଅଛି କାୟା ।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଗୋପବନ୍ଧୁ ଥିଲେ ସତ୍ୟ, ଅହିଂସା ଏବଂ ସମଗ୍ର ମାନବ ଜାତିର ପୂଜାରୀ। ପଶୁ ମାନଙ୍କ ଠାରୁ ମଧ୍ୟ ଅଧିକ ନିଷ୍ଠୁର ବ୍ରିଟିଶ୍ ମାନଙ୍କ ବିରୁଦ୍ଧରେ ଦୃଢ଼ ସଂକଳ୍ପ ହୋଇ ଅହିଂସା ଅସ୍ତ୍ର ଦ୍ବାରା ଲଢ଼େଇ ଆରମ୍ଭ କରିଥିଲେ। ଯାହା ସେମାନଙ୍କ ବିଶ୍ୱାସ ଥିଲା ସ୍ବାଧୀନତା, ଆଜି ଭାରତର ପ୍ରତ୍ୟେକ ନାଗରିକ ଉପଭୋଗ କରୁଛନ୍ତି। ଦେଶ
ସ୍ଵାଧୀନତା ପାଇଁ ଗୋପବନ୍ଧୁ, ସୁଭାଷ ଆଦି ଅନେକ ବୀର ନିଜ ଘରଦ୍ବାରା ତ୍ୟାଗ କରିଛନ୍ତି , ଏପରିକି ଗୋପବନ୍ଧୁ ନିଜ ପୁତ୍ର ପରିବର୍ତ୍ତେ ସମଗ୍ର ଦେଶର ସନ୍ତାନଙ୍କୁ ଗୁରୁତ୍ଵ ଦେଇଥିଲେ। ଆତ୍ମସ୍ଵାର୍ଥ ତ୍ୟାଗ କରି ଦେଶସେବାରେ ନିଜକୁ ନିୟୋଜିତ କରିବା ପାଇଁ ସେ ଏଥରେ ଆଶାର ଆହ୍ୱାନ ଶୁଣାଇଛନ୍ତି। ଏହା ବ୍ୟତୀତ ଭୀରୁତା ଓ କାପୁରୁଷତାକୁ ତ୍ୟାଗ କରି ସ୍ବରାଜ୍ୟ ସଂଗ୍ରାମ ପାଇଁ ସଂଗ୍ରାମ କରିବାକୁ କବି ପରାମର୍ଶ ଦେଇଛନ୍ତି। ଜାତୀୟ ମମତା ଓ ବିଶ୍ଵଜନପ୍ରୀତି ଉତ୍କଳବାସୀଙ୍କର ମୂଳନୀତି ହେଉ ବୋଲି କବି କହିଛନ୍ତି । ଏଭଳି ଆଦର୍ଶ ଅଦ୍ୱିତୀୟ ।

ଅହିଂସା-ବଳରେ ଯେହୁ ବଳୀୟାନ,
ଏ ରଣପ୍ରାଙ୍ଗଣେ ତା’ର ଏକା ସ୍ଥାନ ।
ଏଥିରେ ପ୍ରଥମ ଫଳ କାରାଦଣ୍ଡ,
ପଛେ ହୋଇପାରେ ଦେହ ଖଣ୍ଡ ଖଣ୍ଡ ।
ବୁଝି ଏହା ମୁହିଁ ପସିଛି ସଂଗ୍ରାମେ,
ନାହିଁ ମୋ ବିଚାର ମାନ ଅପମାନେ ।

ଅହିଂସା ମନ୍ତ୍ରରେ ମନ୍ତ୍ରମୁଗ୍ଧ ଉତ୍କଳମଣି ସାରା ଜୀବନ ଅହିଂସା ଦ୍ବାରା ବ୍ରିଟିଶ୍ ମାନଙ୍କ ବିରୁଦ୍ଧରେ ଲଢ଼େଇ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ନିଜକୁ ଝାସ ଦେଇ ଅନେକ କଷ୍ଟ ଭୋଗିଥିଲେ ମଧ୍ୟ କେବେ ପଛ ଘୁଂଚା ଦେଇନାହାନ୍ତି। ଆଧୁନିକ ସଭ୍ୟତା ନିଜ ସ୍ବାର୍ଥ ପାଇଁ ଶହ ଶହ ଲୋକ ମାନଙ୍କୁ ଶୋଷଣ କରୁଛନ୍ତି ଏମାନେ କେଉଁଠୁ ବୁଝିବି ଅହିଂସାର ମୂଲ୍ୟ। ବଞ୍ଚିବାର ମାନେ ଆଉ କଣ ଖୁସି ହେବ ତ, କିନ୍ତୁ ଅନ୍ୟକୁ ଦୁଃଖ ଦେଇ ନୁହଁ। ସମଗ୍ର ଦେଶରେ ବ୍ରିଟିଶ୍ ମାନଙ୍କ ରାଜୁତିତୁ ନଷ୍ଟ କରିବା ପାଇଁ ଗାନ୍ଧୀ ଅହିଂସା ଆନ୍ଦୋଳନର ଡାକରା ଦେଇଥିଲେ। ସେ କହିଥିଲେ ଅହିଂସା ଆନ୍ଦୋଳନ କରି ସ୍ବାଧୀନତା ନିଶ୍ଚିତ ପାଇବା କିନ୍ତୁ ତ ପୂର୍ବରୁ ଜେଲଦଣ୍ଡ ଭୋଗିବାକୁ ହେବ। ଏଥିପାଇଁ ମୁଁ ମାନ ଅପମାନକୁ ଖାତିର କରେନା। ଯୁଗ ଯୁଗ ପାଇଁ ସ୍ମରଣୀୟ ଦାସେ ଆପଣେ। କବିଙ୍କର ଏହି କବିତା ପଦରୁ ତାଙ୍କର ମାନବବାଦୀ ଆକାଂକ୍ଷା ପ୍ରସ୍ଫୁଟିତ ହୁଏ ,

ମିଶୁ ମୋର ଦେହ ଏ ଦେଶମାଟିରେ,
ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।
ଦେଶର ସ୍ଵରାଜ୍ୟ-ପଥେ ଯେତେ ଗାଡ଼
ପୂରୁ ତହିଁ ପଡ଼ି ମୋର ମାଂସ-ହାଡ଼ ।

କିଛି ପାଇବାର ଆଶା ନେଇ ଜାତିପ୍ରାଣ ଗୋପବନ୍ଧୁ ସମାଜ ସେବା କରିନାହାନ୍ତି। ଯଦି କରିଥାନ୍ତେ କଣ ଏମିତି କବିତା ତାଙ୍କ କଲମ ମୁନରୁ ଝରି ପଡ଼ାନ୍ତା । ଦୀନ ଦରିଦ୍ର ଗୋପବନ୍ଧୁ ଆପଣା ଜୀବନର ପ୍ରତିଟି ରକ୍ତ ବିନ୍ଦୁକୁ ଏ ଦେଶ ଜାତି ପାଇଁ ସମର୍ପଣ କରିଦେଇଥିଲେ, ସେଥିପାଇଁ ତ ଆବେଗଭରା ହୃଦୟରେ କହିଛନ୍ତି , ଏ ଦେଶର ସ୍ବାଧୀନତା ପଥରେ ଯେତେ ସବୁ ବିପଦ ଆସିବ ମୁଁ ମୋର ଛାତି ଦେଖାଇ ଠିଆ ହୋଇଯିବି। ଯଦି ମା’ ପାଇଁ ଜୀବନ ଯିବ ସେଥିରେ ଦୁଃଖ କରିବାର କିଛି ନାହିଁ ବରଂ ଗର୍ବ କରିବାର କଥା। ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ଯାହାକୁ ପଚାରିବ ସେ କହିବ ଏହି କବିତା ପଦେ। ଏବେ କୁହନ୍ତୁ ସେ ମୃତ୍ୟୁ କେଉଁଠି ? ଆଜିବି ତାଙ୍କ ଆଦର୍ଶ ଏ ସମାଜର ଉନ୍ନତିର ପଥ ପ୍ରଦର୍ଶକ । ଆଉ ଶେଷରେ,

ସ୍ଵାଧୀନତା-ପଥେ ତିଳେ ହେଲେ ନର
ମୋ ଜୀବନ ଦାନେ ହେଉ ଅଗ୍ରସର |
ମଙ୍ଗଳମୟଙ୍କ ସୁମଙ୍ଗଳ ଇଚ୍ଛା,
ପୂରୁ ଏ ପରାଣେ ଏହି ଶେଷ ଭିକ୍ଷା ।

ବିଭୁପ୍ରାଣ ଗୋପବନ୍ଧୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ ଥିଲେ। ସେ ସତ୍ୟ ଓ ସ୍ବାଧୀନତା ଉପରେ ଗଭୀର ବିଶ୍ୱାସ ଓ ଗୁରୁତ୍ଵ ପ୍ରଦାନ କରୁଥିଲେ। ବିଶ୍ଵପ୍ରୀତି ହିଁ ଓଡ଼ିଆର ଜାତୀୟତା, ପୂର୍ଣ୍ଣପ୍ରାଣ ଓଡ଼ିଆର ମନୁଷ୍ୟତା। ଓଡ଼ିଆର ଏ ଜାତୀୟତା, ଦେଶାନୁରାଗ କେବେ ଜଡ଼ ନିର୍ଜୀବ ଓ ସ୍ଵାର୍ଥ ନୁହେଁ । ରାଜ୍ୟ ଲାଭ ବା ରକ୍ତପାତରେ ଏହାର ପ୍ରତିଷ୍ଠା ନୁହେଁ। ଗଭୀର ଧର୍ମଭାବ ଓ ଦୃଢ଼ ବିଶ୍ୱାସ ଏହାର ଭିଭି । ସାମ୍ୟ-ମୈତ୍ରୀ-ସ୍ଵାଧୀନତା ଏହାର ବିଗ୍ରହ । ଓଡ଼ିଶାର ଏଇ ଭାବ ନୀଳାଚଳ ଧାମରେ ପ୍ରକଟିତ । ତେଣୁ ଜଗନ୍ନାଥ ଜାତୀୟ ଦେବତା । ଶେଷରେ ଏତିକି କୁହାଯାଇପାରେ ଗୋପବନ୍ଧୁ କେବଳ ଜଣେ ସ୍ଵାଧିନତା ସଂଗ୍ରାମୀ ନୁହେଁ ସେ ଥିଲେ ଭାଗବତ ବିଶ୍ବାସୀ, ମାନବବାଦୀ ଆଉ ଜଣେ ଶ୍ରେଷ୍ଠ ସାହିତ୍ୟ। ତାଙ୍କୁ ସମୀକ୍ଷା ନୁହେଁ ଆଦର୍ଶ କଲେ ଆମେ ବିଜୟ ପଥର ଯାତ୍ରୀ ହୋଇପାରିବ। ଜୟ ସାହିତ୍ୟ ଜୟ ଜଗନ୍ନାଥ

 

————————————-

 

କବିତା – ଲଣ୍ଠନ
କବି – ଅଜିତ କୁମାର
ସମୀକ୍ଷା – ଶିବ ସେଠୀ
ସୋପାନ – ‘ ଖ ‘

ଲଣ୍ଠନ କହିଲେ ଆମେ ସାଧାରଣତଃ ଫେରିଯାଉ ପ୍ରାୟ ଦଶ ପନ୍ଦର ବର୍ଷର ତଳକୁ ଆଉ ମନ ଭିତରେ ଏଣେତେଣେ ସବୁ ଚିତ୍ରପଟ ଆଙ୍କି ଦେଖୁ , ଏକ ଛୋଟ ଚାଳ କୁଡ଼ିଆରେ ଲଣ୍ଠନ ଟିଏ ନିଶବ୍ଦ ରାତ୍ରିର ଅନ୍ଧାରରେ ସାଜିଛି ସେ ପରିବାରର ପାଇଁ ଶ୍ରେଷ୍ଠ ସମ୍ବଳ। ଆଧୁନିକତାରେ ରହି ଆମକୁ କାହାଣୀ ପରି ବୋଧ ହେଉଥିଲେ ମଧ୍ୟ ଏହା ସତ୍ୟ। ପ୍ରତିଟି କାହାଣୀର ଆରମ୍ଭ ତାରି ମିଞ୍ଜିମିଞ୍ଜି ଆଲୋକରେ ଆରମ୍ଭ ଶେଷ ବି ହେଉଥିଲା। ଲଣ୍ଠନ ଏକ ଦୀର୍ଘ ଇତିହସ, ସେହି ରହସ୍ୟକୁ ଜାଣିବାକୁ ହେଲେ ସେହି ସ୍ଵର୍ଣ୍ଣରେଣୁର ପ୍ରତି ଧାରରେ ଗତି କରିବାକୁ ହେବ। କବି ଅଜିତ କୁମାର ସାର୍ ସେମିତି ଏକ ଅନୁଭବୀ, ବିନା ଅନୁଭବରେ କଣ କବିତା ଲେଖି ହୁଏ ? ସେ କବିତା ହେଉ କି ଗଳ୍ପ ବାସ୍ତବତା ସର୍ବଦା ହୃଦୟସ୍ପର୍ଶୀ ହୋଇଥାଏ। ତେବେ ଲଣ୍ଠନ କଣ ? ଏହାକୁ ନେଇ କବି ଅଜିତ୍ କୁମାର ଏତେ କାହିଁକି ଭାବବିହ୍ୱଳ ହୋଇଛନ୍ତି ? ଆସନ୍ତୁ ଜାଣିବା କବିଙ୍କ ଏକ ଛନ୍ଦ ମୁକ୍ତ କବିତା ” ଲଣ୍ଠନ ” ରୁ ସେ ସମ୍ବନ୍ଧରେ ବିଶେଷ କିଛି ।

ଧେତ୍ !
ବୁଝିପାରିବନି ତୁମେ ଥରେ ,
ସେ ଲଣ୍ଠନ ଆଉ ମୋ ପ୍ରେମ ସମ୍ପର୍କ !
କାହିଁକି ଖୋଜେ ମୁଁ ସେ ଲଣ୍ଠନ’କୁ ଏତେ
ନିରୋଳା ରାତିର ପ୍ରତି ପ୍ରହରରେ !!

ସତକଥା , ପ୍ରତିଟି ଚରିତ୍ରକୁ ବୁଝିବାକୁ ହେଲେ ତା ସହ ନିହାତି କିଛି ଅନ୍ତରଙ୍ଗ ମୁହୂର୍ତ୍ତକୁ ଆପଣାର କରିବାକୁ ହୁଏ। ତା ଦୁଃଖରେ ଦୁଃଖୀ ହୋଇ ଆଉ ସୁଖଦ ବେଳାରେ ଖୁସି ହୋଇ ରହିବାକୁ ହୁଏ, ପ୍ରେମ ଆଉ କଣ କି ? ଏଇ ଦୁଇମୁଠା ହସ ଏବଂ ଲୁହର ସମିଶ୍ରଣ। ସାରା ଦିନ ଯେତେବେଳେ ବଞ୍ଚିବା ପାଇଁ ସଙ୍ଘର୍ଷ କରି ରାତିରେ ଲଣ୍ଠନ ଆଲୁଅ ପାଖରେ ବସିପଡ଼ି ଦିନର ତମାମ ଅବଶୋଷ ବଖାଣି ଦିଏ ବୋଝ ଯଥେଷ୍ଟ ହାଲୁକା ହୋଇଯାଏ। ଲଣ୍ଠନର ସ୍ଵର୍ଣ୍ଣ ରେଣୁରେ ରାତିର ପ୍ରତିଟି ପ୍ରହାର ହୋଇଛି ଜୀବିତରୁ ପୁନର୍ଜୀବିତ । ସେଇ ଲଣ୍ଠନ ଆଲୁଅରେ କେବେ ଜୀବନ ଆରମ୍ଭ ହୋଇ କୈଶୋର ରୁ ପୁଣି ଯୌବନରେ ପଦାର୍ପଣ କରିଥିଲା। ତେଣୁ ଭୁଲିବାର ପ୍ରଶ୍ନ କେଉଁଠୁ ଉଠିବ। କବି ଅଜିତ କୁମାରଙ୍କ କବିତାରେ ଲଣ୍ଠନ ପ୍ରତି ଥିବା ଅହେତୁକ ପ୍ରେମ ପ୍ରକଟିତ ହୋଇଛି । ଆଉ ଏକ ପଦରେ କବି କହିଛନ୍ତି ,

କୁହ ବୁଝିବ କି ତମେ
କବାଡିଆ ଅଖାରେ , ଅଣନିଶ୍ୱାସୀ ହେଇ
କବାଡିଆ ହାତରେ , ଛଟପଟ ହେଇ
ଲଣ୍ଠନ’ଟିର ଜୀବନ ଗଲାବେଳେ
ବାଉନି ବାଉନି କେତେ କାନ୍ଦିଥିବ ସେ ??

ବୁଝିଥିଲେ , ସେ ଲଣ୍ଠନ’ର ଦେହଟାକୁ
ବିକିଦେଇ ନଥାନ୍ତ ଟଙ୍କା ଦଶଟାରେ
ଗଂଜଡ ଖିଆ କବାଡିଆ ହାତରେ !

ମଣିଷ ଏଇଠି ସବୁକୁ ଭୁଲିଛି ମା’ କୁ ମାଟିକୁ ଶେଷରେ ମଣିଷ ନିଜେ ନିଜକୁ, ସାମାନ୍ୟ ଲଣ୍ଠନର ମୂଲ୍ୟ ବା କଣ ? ସବୁ ଏଠି ପରିତ୍ୟକ୍ତ ହୋଇପାରେ ଏଥିରେ ଅର୍ଶ୍ଚଯ୍ୟ ହେବାରେ କିଛି , କିନ୍ତୁ ଏତେ ମାତ୍ରାରେ ନୁହେଁ । ଆଧୁନିକତାର ଦ୍ୱାହିଦେଇ ଆଜିର ମଣିଷ ନିଜ ସଂସ୍କୃତି , ପରମ୍ପରାକୁ ଚିହ୍ନିବାରେ ପଛଘୁଞ୍ଚା ଦେଇଛି ଏମିତିକି ନିଜେ ଓଡ଼ିଆ ବୋଲି କହିବାକୁ ମଧ୍ୟ ଲଜ୍ୟା ବୋଧ କରୁଛନ୍ତି । ସାଧାରଣରୁ ଅସାଧାରଣ ପ୍ରତିଭାର ଅଧିକାରୀ ହେବାରେ ଏମାନେ ହିଁ ତ ଆମର ପଥ ପଦର୍ଶକ , ତେବେ ଆମେ କାହିଁକି ଭୁଲିଯିବା ? ସାମାଜିକ ମୂଲ୍ୟବୋଧ ଠାରୁ ଦୂରେଇଯାଇ କୌଣସି ବିକାଶ ସମ୍ଭବ ନୁହେଁ ।

ପରୋକ୍ଷରେ କବି ଏହାକୁ ଦର୍ଶାଇବାକୁ ଚମତ୍କାର ଭାବରେ ତାଙ୍କ କବିତାରେ କହିଛନ୍ତି , ସ୍ବାର୍ଥ ପରିପୁରଣ ହେବା ପରେ , ପୁରାତରୁ ନୂତନରେ ଉପସ୍ଥିତ ହେବା ପରେ ଅତୀତରୁ ପାଇଥିବା ଅନେକ ବ୍ୟକ୍ତିଙ୍କ ତ୍ୟାଗକୁ ଆମେ କିଭଳି ଭାବରେ ଅତି ସହଜରେ ଭୁଲି ପାରିଛୁ। ଆମେ ବୁଝିବା ତ ଦୂରର କଥା କେବେ ଚେଷ୍ଟା ମଧ୍ୟ କରିନୁ ସେଇ କୋହଭରା ଯନ୍ତ୍ରଣାକୁ ନିକଟରୁ ଦେଖିବା ପାଇଁ। କବି କହିଛନ୍ତି, ଲଣ୍ଠନ କୁ ଯେତେବେଳେ କବାଡ଼ିଆ ହାତରେ କେଇ ଟଙ୍କା ପାଇଁ ବିକିଦେଲେ , କବାଡିଆ ହାତରେ ପାହର ପରେ ପାହର ଖାଇ ଜୀବନ ଗଲାବେଳେ କେତେ ସେ ବାଉନି ବାଉନି କାନ୍ଦିଥିବ।

ଜାଣତରେ ହେଉ କିମ୍ଵା ଅଜାଣତରେ ହେଉ କେଉଁଠି ନା କେଉଁଠି କେତେବେଳେ ଆମେ କେତୋଟି ଚରିତ୍ର ସହ ଏତେ ନିବିଡ଼ ଭାବେ ଜଡ଼ିତ ହୋଇଯାଇଛନ୍ତି ଯାହା ସେମାନଙ୍କ ବିଚ୍ଛେଦ ଆମକୁ କଷ୍ଟ ଦିଏ। ଏହା ଅନୁଭବକୁ ନେଇ କବି ଅଜିତ୍ କୁମାରଙ୍କ ଆଉ ଗୋଟିଏ ସୁନ୍ଦର କବିତା ପଦେ,

ବ୍ୟସ୍ତ ହେବିନି କେମିତି ???
ସେଇ ଲଣ୍ଠନ ଆଲୁଅରେ ପରା
ଜନ୍ମ ନେଇଥିଲା , କେତେଗୁଡିଏ
ଏଣୁତେଣୁ କବିତା ମୋ ଜୀବନର !
ସେଇ ଲଣ୍ଠନ ଫିଲିପ୍ସ ଟର୍ଚ୍ଚ ମୋ ବୁଢ଼ୀମାର ,
ଆଉ ସେଇ ଲଣ୍ଠନ ,
ଜୀବନ୍ତ ସ୍ମୃତି ଖଣ୍ଡେ ମୋ ମେଟ୍ରିକ ପରୀକ୍ଷାର !!

ଯେତେବେଳେ ବି କିଛି ନୂଆଁ କରିବାକୁ ଆମେ ଚେଷ୍ଟା କରିଛେ ସେତେବେଳେ କିଛି ପୁରୁଣା ହିଁ ସାହାଯ୍ୟର ହାତ ବଢ଼େଇଛନ୍ତି। ପୁରୁଣା ଘରଟିଏ ମଧ୍ୟ ଯଦି ଭାଙ୍ଗିଗଲେ କିମ୍ଵା ଛପର ଉଡ଼ିଗଲେ ଯେମିତି ଆଶ୍ରା ନପାଇ ବ୍ୟସ୍ତ ବିବ୍ରତ ହୋଇପଡ଼ନ୍ତି , ଠିକ୍ ସେହିପରି ଲଣ୍ଠନ ଆବଶ୍ୟକରେ ଆସିନପାରେ କିନ୍ତୁ ସେ ବି ଗୋଟେ ସ୍ମୃତି। କବିଙ୍କ ଅର୍ଥରେ , ସେ ଜୀବନ ସ୍ମୃତି ପୁଣି ଇତିହାସର ଇତିହାସ , ତାରି ଆଲୁଅରେ ଜନ୍ମ ନେଇଛି ଜୀବନ କବିତା। ଆଉ ହଁ ସେଇ ଲଣ୍ଠନ ଫିଲିପ୍ସ ଟର୍ଚ୍ଚ ପରା ମୋ ବୁଢ଼ୀମାର ଆଉ ସିଏ ହିଁ ମୋ ମେଟ୍ରିକ୍ ପରୀକ୍ଷାର ସାଥୀ, କହିଲ ମୁଁ କେମିତି ଯେ ବ୍ୟସ୍ତ ହେବିନି ? ସେ ବଞ୍ଚିବାର ଆଶାରେ କି ବଞ୍ଚେଇବାର ଆଶାରେ ପ୍ରତିକ୍ଷଣ ନିଜକୁ ଜାଳି ଆସିଛି, ସେ ଯାହା ହେଉ ମୁଁ ମୋ ସ୍ମୃତିକୁ ଭୁଲି ପାରିବିନି । କବି ଅଜିତ୍ କୁମାରଙ୍କ ମାର୍ମିକ କବିତାର ଶେଷ ପଦ ,

ଛାଡ , ମତେ ଟିକେ ଏକା ଛାଡ !
ତମେ ଏତିକି ବୁଝ ….

ସେଇ ଲଣ୍ଠନ ମଲାପରେ ,
ମୁଁ ବି କିଛି ଅଂଶେ ମରିଯାଇଛି
କବାଡିଆ ହାତରେ
ଲୁହା ଚୁତାରେ ପିଟାହେଲା ପରେ !!

ମରିବାର ଅର୍ଥ ଅସ୍ତିତ୍ବ ଲୋପ ପାଇବା। କଳା, ସଂସ୍କୃତି , ପରମ୍ପରା ରହିଲେ ହିଁ ତ ଜାତି ବଞ୍ଚିବା। ବର୍ତ୍ତମାନ ଚିନ୍ତା କରିବା ଆମ ଓଡ଼ିଶା କଥା। ଏଇ ଯେମିତି ଭୁବନ ମୋହନ କୋଣାର୍କ, ପୁରୀ ଶ୍ରୀକ୍ଷେତ୍ର, ଲିଙ୍ଗରାଜ, ଓଡ଼ିଶୀ ନୃତ୍ୟ , ସମ୍ବଲପୁରୀ ବସ୍ତ୍ର , କଟକ ତାରକସୀ ଏହି ସବୁ କଳା କୀର୍ତ୍ତି ଦ୍ବାରା ହିଁ ତ ଆଉ ଉତ୍କଳ ବିଶ୍ୱ ପ୍ରସିଦ୍ଧ । ଏସବୁ ଭିତରୁ ଯଦି କୌଣସି ଗୋଟିଏ ମଧ୍ୟ ନିଜର ଅସ୍ତିତ୍ବ ହରେଇଲେ ଉତ୍କଳ ସମ୍ମାନ ପାଇବ କେଉଁଠୁ ? ତେଣୁ କବି ପରୋକ୍ଷରେ ଲଣ୍ଠନ ମାଧ୍ୟମରେ ଏହା ସମଗ୍ର ସମାଜକୁ ଚେତେଇବାକୁ ଚେଷ୍ଟା କରିଛନ୍ତି।

ବାସ୍ତବିକ୍ କବିତଟିର ପ୍ରତିଟି ଶବ୍ଦରେ ମାର୍ମିକତା ସ୍ପର୍ଶ ଭରି ରହିଛି। ଆପଣଙ୍କ କାଳଜୟୀ କବିତା ମାଧ୍ୟମରେ ସମାଜ ନିହାତି ଉନ୍ନତିର ସୋପାନରେ ପହଞ୍ଚିପାରିବ। ଜୟ ଜଗନ୍ନାଥ

Loading

27 thoughts on “*ସମୀକ୍ଷାତ୍ମକ ଆଲେଖ୍ୟ- ଶିବ ସେଠୀ*

  1. ବହୁତ ସୁନ୍ଦର କବିତାଟି… ଆଜିର ସମାଜରେ ଯାହା ଲୁପ୍ତ ହେବାକୁ ଗଲାଣି ସେହି ଲଣ୍ଠନକୁ ନେଇ ଏତେ ସୁନ୍ଦର ଭାବରେ ବର୍ଣ୍ଣନା କରିବା ଚତ୍ମକାର… ଆଜିର ଯୁବ ସମାଜକୁ ଏହି କବିତା ମାଧ୍ଯମରେ ବହୁତ କିଛି ଜାଣିବାର ଦରକାର ଅଛି….

  2. ବହୁତ ଦିନ ପରେ ଗୋଟିଏ କବିତା ରେ ପାଇବାକୁ ପାଇଲି ଯେ ବହୁ ଅତୀତ ଦିନରେ ସେ ପୁରୁଣା କଥା ଟିଏ ଆଜି କାହିଁକି ମନେପଡ଼ିଗଲା, ମନଟା ବହୁତ ଖୁସି ଵି ଲାଗିଲା ଓ ବହୁତ ଦୁଃଖ ଵି. ସେହି ଲଣ୍ଠନ ଶବ୍ଦଟି ଆଜିକାଲି କାହିଁକି କେଜାଣି ବିଲୁପ୍ତ ହେବାକୁ ଲାଗିଲାଣି ଯେତେବେଳେ ଆମ୍ଭ ମାନଙ୍କ ପୁଅ ଙ୍କପୁଅ ମାନେ ଲଣ୍ଠନ ଶବ୍ଦଟି ଶୁଣିବେ, ଲଣ୍ଠନ କେମିତିକା ଜାଣିବା ପାଇଁ ଆଗ୍ରହ ହେବେ!
    (ବେଶୀ କିଛି କହିବାକୁ ଚାଁହୁନି ଲଣ୍ଠନ ଠାରୁ ହିଁ ମୋର ଭବିଷ୍ୟତ ଆରମ୍ଭ ହୋଇଛି )

  3. ବାସ୍ତବରେ ଲେଖା ଟି ଅତୀବ ସୁନ୍ଦର । ଚମତ୍କାର ଶବ୍ଦ ବିନ୍ୟାସ ସହିତ ଭାବାର୍ଥ ବୋଧକ ପଦ୍ୟ ସଂଯୋଗ ପ୍ରସଂଶନୀୟ।
    ଆପଣଙ୍କ ସାରସ୍ଵତ ପ୍ରତିଭାକୁ ଶହେ ସଲାମ କରୁଛି।

  4. ଖୁବ୍ ସୁନ୍ଦର ଶବ୍ଦର ଉପସ୍ଥାପନା ସହିତ ଚମତ୍କାର ସମୀକ୍ଷା

  5. Very nice ଛାଡ , ମତେ ଟିକେ ଏକା ଛାଡ !
    ତମେ ଏତିକି ବୁଝ ….

    ସେଇ ଲଣ୍ଠନ ମଲାପରେ ,
    ମୁଁ ବି କିଛି ଅଂଶେ ମରିଯାଇଛି
    କବାଡିଆ ହାତରେ
    ଲୁହା ଚୁତାରେ ପିଟାହେଲା ପରେ !!

  6. ମୂଳ ପୁସ୍ତକରେ ଯେଉଁ କଥା ସବୁ ପ୍ରଷ୍ଫୁଟିତ ହୋଇପାରି ନଥାଏ , ସମାଲୋଚନା ରେ ତାହା ସମ୍ଭବ ହୋଇଥାଏ। ଶିବ ସେଠୀଙ୍କ ପ୍ରଥମ ସମାଲୋଚନା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କାରା କବିତାକୁ ନେଇ ହୋଇଛି । ଏଥିରେ ସେ ଦାସେଙ୍କ ଜନ୍ମ ଓ ଜୀବନ ବୃତ୍ତାନ୍ତ ସମ୍ପର୍କରେ ସୁକ୍ଷ୍ମରେ ବର୍ଣ୍ଣନା କରିବା ସହ କାରାକବିତା କୁ ଅତି ସୁନ୍ଦର୍ ଭାବେ ଉପସ୍ଥାପନା କରିଛନ୍ତି।

  7. Bahut bhala kabi bhaba re ଲେଖିଛନ୍ତି ଏବଂ ମନୋ କୁ ଚୁଇଞ୍ଚି
    ମନ କୁ ଛୁଇଁଲା ଭୋଳି ଲେଖିଛନ୍ତି ଏବଂ ଶିବ ଭାଇ କୁ ସମସ୍ତେ ସୋପୋଟ କରନ୍ତୁ
    ଶିବ ଭାଇ ଆଗକୁ ବଢିବ

  8. ଖୁବ୍ ସୁନ୍ଦର ଭାଷା ଶୈଳୀ, ଚମତ୍କାର ବର୍ଣ୍ଣନା କରିଛନ୍ତି

  9. ଭାରି ସୁନ୍ଦର ଭାବରେ ସମୀକ୍ଷା କରିଛୁ ବାବୁ…. ବହୁତ ଭଲ ଲାଗିଲା..

Leave a Reply

Your email address will not be published. Required fields are marked *