May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷତ୍ମକ ଆଲେଖ୍ୟ-ଲିଜାରାଣୀ ପ୍ରଧାନ*

ନାମ : ଲିଜାରାଣୀ ପ୍ରଧାନ

ପର୍ଯ୍ୟାୟ – ଚତୁର୍ଥ

(ସୋପାନ-କ)

ମୁକ୍ତି ର ଡାକ :-

।ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଆଧୁନିକ ଓଡ଼ିଶା ର ଅନ୍ୟତମ ନିର୍ମାତା। ଉତ୍କଳ ରେ ନବଜାଗରଣ ର କର୍ଣ୍ଣଧାର ଜାତୀୟ ସଂଗଠନ , ମାନବସେବ , ସାହିତ୍ୟ ସାଧନା ଶିକ୍ଷା ଓ ସାମ୍ବାଦିକତା ସକଳ କ୍ଷେତ୍ର ରେ ସେ ଥିଲେ ନବଯୁଗ ର ଆଦର୍ଶ , ଉତ୍କଳ ର ସମସ୍ତ ଧ୍ୟାନ ଧାରଣା , ଆଶା ଓ ଆକାଂକ୍ଷା , କବୀର୍ ସ୍ବପ୍ନ ଶିକ୍ଷକ ର ଆଦର୍ଶ ତ୍ୟାଗ ଓ ଆତ୍ମୋତ୍ସଗ ଏକୀଭୂତ ହୋଇ ତାଙ୍କ ଠାରେ ଏକ ମହାନ୍ ବ୍ୟକ୍ତିତ୍ଵ ର ଶିଖା ରୂପେ ପ୍ରଜ୍ଜଳିତ ହୋଇ ଉଠିଥିଲା। ମାତ୍ର ୫୦ ବର୍ଷ ର ନୀତିଦିର୍ଘ ଜୀବନ ଭିତରେ ସେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ହେଇଥିଲେ। ଜାତୀୟ ରାଜନୀତି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ବନ୍ୟା ଦୁର୍ଭିକ୍ଷ ପ୍ରପଡ଼ିତ ଦରିଦ୍ର ନାରାୟଣ ଙ୍କ ର ସେବା ଥିଲା ତାଙ୍କ ଜୀବନ ର ଶ୍ରେଷ୍ଠ ସାଧନା ଉତ୍କଳୀୟ ଜନତା ର ପ୍ରାଣ ରେ ସେ ପ୍ରତିନିଧି ଥିଲେ ବୋଲି ବୈଜ୍ଞାନିକ ପ୍ରଫୁଲ୍ଲଚନ୍ଦ୍ର ରାୟ ତାଂକୁ ” ଉତ୍କଳମଣି ” ସମ୍ବୋଧନ କରି ସମ୍ମାନିତ କରିଥିଲେ। କର୍ମ ଥିଲା ତାଙ୍କ ଜୀବନ ର ମାନଦଣ୍ଡ।

ଉତ୍କଳମଣି ଗୋପବନ୍ଧୁ ଦାସ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ 1877 ମସିହା ଅକ୍ଟୋବର ମାସ 9 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଦୈତାରି ଦାସ ଓ ମାତାଙ୍କ ନାମ ସୂର୍ଣମୟୀ ଦେବୀ। ଜନ୍ମ ହେବାର ଅଳ୍ପ କେତେଦିନ ପରେ ମାତା ଙ୍କୁ ହରାଇବା ପରେ ମାଉସୀ କମଳା ଦେବୀ ଙ୍କ ଦ୍ଵାରା ଲାଳିତ ପାଳିତ ହୋଇଥିଲେ। ସେ ବାରବର୍ଷ ବୟସରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ତାଙ୍କ ରଚିତ “ବନ୍ଦୀର ଆତ୍ମ କଥା” ରେ ସେ ଇଂରେଜ ମାନେ ଯେତେବେଳେ ସାରା ଭାରତ କୁ ଅକ୍ତିଆର କରି ବନ୍ଦୁକ୍ ମୁନ ରେ ଶାସନ କରୁଥିଲେ ସେହି ସମୟ ରେ ଭାରତ ମା ର ବୀର ସନ୍ତାନ ମାନେ ଇଂରେଜ ମାନ ଙ୍କ ବିରୋଧ ରେ ସ୍ୱର ଉତ୍ତୋଳନ କରି ଭାରତ ମା ର ସ୍ଵାଧୀନତା କୁ ତାଙ୍କ ହସ୍ତ ରୁ ଛଡେଇ ଆଣିବା ପାଇଁ ଅଗ୍ରସର ହେଇଥିଲେ। ସେହି ବୀର ଯୋଦ୍ଧା ମାନଙ୍କ ମଧ୍ୟରେ ଉତ୍କଳ ମଣି ମଧ୍ୟ ଥିଲେ ଜଣେ ବୀର ଯୋଦ୍ଧା। ସେ ଇଂରେଜ ମାନ ଙ୍କ ବିପକ୍ଷ ରେ ସ୍ୱର ଉତ୍ତୋଳନ କରି ଥିଲେ। ସେଥିପାଇଁ ତାଙ୍କୁ ହଜାରିବାଗ କାରାଗାର ରେ ବନ୍ଦୀ କରି ରଖାଯାଇଥିଲା ସେ ସେହି ସମୟ ର ବନ୍ଦୀ ଜୀବନ ର ଅକୁହା କୋହ ବା ନିଜର ଅଙ୍ଗଲିଭା କଷ୍ଟ କୁ କବିତା ମାଧ୍ୟମ ରେ ପ୍ରକାଶ କରିଛନ୍ତି। ଓ କହିଛନ୍ତି ହେ ମୋର ସମସ୍ତ ଦେଶବାସୀ ବନ୍ଧୁ ଏବଂ ମୋର ଆତ୍ମୀୟ ଜନ ମାନେ କାରାଦଣ୍ଡ ମୋ ପାଇଁ ହେଲା କାତର? ଏ ସବୁ ହେବ ବୋଲି ତ ଆଗରୁ ଜଣା ଥିଲା ତେବେ ଏଥିରେ ଭୟ କରିବାର କିଛି ନାହିଁ କାରଣ କାତରତା ହେଉଛି ବା ଭୟ ହେଉଛି କାପୁରୁଷ ର ଲକ୍ଷଣ କିନ୍ତୁ ବୀର ମରେ ମାଟି ମା ପାଇଁ ଦେଇ ଜୀବନ। ବୀର ର ଜାତକ ରେ କେବେ ପଛଘୁଂଚା ଲେଖା ନାହିଁ କି ସେ କେଉଁ କାପୁରୁଷ ମାନଙ୍କ ହାତରେ ମରେ ନାହିଁ। ମୁଁ ଜାଣିଛି ଏ ଯେଉଁ ଶାନ୍ତ ଷଡ଼ଯନ୍ତ୍ର ଯୁଦ୍ଧ ଚାଲିଛି ଏଥିରେ କେଉଁ ଅସ୍ତ୍ର ର ସିନା ବ୍ୟବହାର ହେଉ ନାହିଁ କି ବଳ ର କିନ୍ତୁ ଷଡ଼ଯନ୍ତ୍ର କପଟ ଛଳରେ ଚାଲିଛି ଏ ଯୁଦ୍ଧ। ମୋର ଘର ସଂସାର , ଧନ କୁ ଛାଡ଼ି ଆଜି ମୁଁ ଏଠି ଅସଙ୍ଗଶସ୍ତ୍ର ରେ ସାଜିଛି କାୟା। ଅହିଂସା ବଳରେ ଯିଏ ଏଠି ବଳୀୟାନ ତେବେ ଏ କୁରୁ କ୍ଷେତ୍ର ରେ ତାର ବିଜୟ ର ସ୍ଥାନ। ଏଥିରେ ପଛେ ପ୍ରଥମେ ମିଳି ପରେ କାରାଦଣ୍ଡ ହୋଇ ପାରେ ଦେହ ଖଣ୍ଡ ଖଣ୍ଡ କିନ୍ତୁ ଏ ସବୁ ବୁଝି ବିଚାରି ମୁଁ ପଶିଛି ଏ ସଂଗ୍ରାମେ ତେଣୁ ମୋର ଏ ଶରୀର ଏ ମନ ମିଶି ଯାଉ ପଛେ ମାଟିରେ ମୋ ଦେଶ ବାସୀ ପାଆନ୍ତୁ ସ୍ଵାଧୀନତା ଆଉ ମୁକ୍ତି ର ପଥରେ । ଦେଶର ସ୍ଵରାଜ୍ୟ ମଙ୍ଗଳ ପାଇଁ ପାଇଁ ମୋର ଶରୀର ଖଣ୍ଡ ଖଣ୍ଡ ହେଇଗଲେ ବି ମୋର ଚିନ୍ତା ନାହିଁ। ଏତିକି ମୋର ଦୟା ମୟ ଙ୍କ ପାଖରେ ଭିକ୍ଷା।

କବିଙ୍କ ପୃଷ୍ଠଭୂମି ଏବଂ ବର୍ଣ୍ଣନା କରିବା ଶୈଳୀ ଚମତ୍କାର ଅଟେ। ସେ ଏହି କବିତା ମାଧ୍ୟମ ରେ ଦେଶବାସୀ ଙ୍କୁ ଏକତା ର ସୂତ୍ର ରେ ବାନ୍ଧି ରଖିବା ସହ ଧରିତ୍ରୀ ମା କୁ ସ୍ଵାଧୀନ ର ସ୍ବାଦ ଦେବା ପାଇଁ ସମସ୍ତ ଙ୍କ ମଧ୍ୟରେ ସାହସ ଶକ୍ତି କୁ ଯୁଟାଇବା ର ଚେତନ ଉଚ୍ଚକୋଟୀର।

(ସୋପାନ-ଖ) :-ବର୍ଷା ର ଆଗମନରେ –

ଜଣେ ପ୍ରତିଭାବାନ ଏବଂ ମାଟି ମାର ଗୌରବମୟ ସନ୍ତାନ ହେଉଛନ୍ତି ପବିତ୍ର କୁମାର ହୋତା । ସେ ଜଣେ ଅଧ୍ୟାପକ କିନ୍ତୁ ସାହିତ୍ୟ ରେ ତାଙ୍କ ରୋଚକ। କବିତା ତାଙ୍କର ପ୍ରିୟ ଲେଖା। ଆଉ କବିତା ମାଧ୍ୟମ ରେ ସେ ଆଙ୍କି ଯାଆନ୍ତି ପ୍ରକୃତି ଆଉ ସମାଜ ର ଚିତ୍ରଣ। ତାଙ୍କର ରଚିତ “ବରଷାକାଳ” କବିତାରେ ସେ ବର୍ଷା ଋତୁ ବିଷୟ ରେ ବର୍ଣ୍ଣନା କରିଛନ୍ତି। ସେ ଉପସ୍ଥାପନ କରିଛନ୍ତି ଯେ ଦାରୁଣ ନିଦାଘ ବା ଗ୍ରୀଷ୍ମ ଋତରେ ର ଶେଷ ହେଲା ପରେ ବର୍ଷା ଋତୁ ଆସିବା ର ସଂକେତ ମିଳିଥାଏ। ପହିଲି ଆଷାଢ଼ ମାସରେ ତାର ପ୍ରବେଶ। ବିଷର୍ଣ୍ଣ ବଦନ ଧରଣୀର ସବୁଜ ରଙ୍ଗରେ ଆଚ୍ଛାଦିତ ହେଇଯାଏ.. ପୂର୍ଣ୍ଣ ଗର୍ଭା ନଦୀର କଳରବ ମନମାନସରେ ନୂଆ ଆଶା ର ସଂଚାର କରେ। ବର୍ଷା ର ବୃଷ୍ଟି ରେ ପ୍ରଚଣ୍ଡ ସୂର୍ଯ୍ୟ ଙ୍କ କିରଣ ବି ମ୍ଲାନ ହୋଇଯାଏ। ଗଗନ ରେ କଳାମେଘ ର ବାତାବରଣ ଖେଳିଯାଏ। ଦେଖୁ ଦେଖୁ ଆକାଶ ର ବକ୍ଷ ରୁ ବର୍ଷା ର ଧାର ବୋହିଯାଏ। ବିସର୍ଣ୍ଣ ବଦନ ଧରଣୀ ର ନୂଆ ରୂପ ଦେଖିବାକୁ ମିଳେ। ନଦୀ ର କଳ କଳ ଶଦ୍ଦ ଲୋକ ମାନଙ୍କ ମନରେ ଆନନ୍ଦ ର ବୀଜ ବୁଣିଦିଏ। ମେଘ ଆଗମନେ ମୟୁର ଗ୍ରୀବା ପ୍ରସାରିତ କରି ଧରାପୃଷ୍ଟ କୁ ସ୍ୱାଗତ କରେ ନୃତ୍ୟନାଟିକା ମାଧ୍ୟମରେ।ମେଘ କୁ ଦେଖି ପାହାଡି କନ୍ୟା ମାନେ ଆନନ୍ଦ ରେ ଉଲ୍ଲାସ ହୋଇପଡନ୍ତି ।ମାନବ ଜୀବନ ନୁହଇଁ କେବଳ ବର୍ଷ ମାସ, ଦିନ, ଦଣ୍ଡ.। କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ..

ମାନବ ଜୀବନର ମହାମାନବିକତା କୁ ଜାଗ୍ରତ କରିବାର ଏଇ ପଂକ୍ତି ବଟିକା ପ୍ରାୟ ଶକ୍ତି ସଂଚାର କରେ

କବିଙ୍କ ବର୍ଣ୍ଣନା ଶୈଳୀ ଚମତ୍କାର ଅଟେ।

Loading

Leave a Reply

Your email address will not be published. Required fields are marked *