May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷତ୍ମକ ଆଲେଖ୍ୟ-ମୁକ୍ତିରାଣୀ ଦେବତା*

ନବ ସମ୍ଭାବନା ନବ ଅନ୍ବେଷଣ
ପର୍ଯ୍ୟାୟ:- ଚତୁର୍ଥ
କବିତା ସମୀକ୍ଷା ପର୍ଯ୍ୟାୟ- ୨୦୨୩
‘କ’- ସ୍ତମ୍ଭ କବିତା ସମୀକ୍ଷାରେ
………………………………..

ଶୀର୍ଷକ:-“ଏକୋଇର ବଳା ବିଶିକେଶନ”
କବି: ଅଭିମନ୍ୟୁ ସାମନ୍ତସିଂହାର*

ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଜଣେ ରୀତିଯୁଗୀୟ ଓଡ଼ିଆ କବି ଓ ଓଡ଼ିଶୀ ସଙ୍ଗୀତକାର ଅଟନ୍ତି। ୨୩ ଫେବୃଆରୀ ୧୭୬୦ ମସିହା ଯାଜପୁର ଜିଲ୍ଲାର ବାଲିଆ ଠାରେ ସେ ଜନ୍ମଗ୍ରହଣ କରିଥିଲେ। ତରୁଣ ବୟସରୁ ସେ ବାଘଗୀତ, ଚଢ଼େଇଗୀତ ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି। ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି। ପିଲାଦିନୁ ଅଭିମନ୍ୟୁ ସରଳ ଗାଉଁଲି ଭାଷାରେ ଖୁବ ସୁନ୍ଦର କବିତାମାନ ରଚନା କରିଥିଲେ। ବିଦଗ୍ଧ ଚିନ୍ତାମଣି, ପ୍ରେମକଳା, ରସବତୀ, ସୁଲକ୍ଷଣା, ବୋଲେ ହୁଁଟି ଇତ୍ୟାଦି ତାଙ୍କର ବହୁ ଲୋକପ୍ରିୟ ସୃଷ୍ଟି ସମୁହ। ‘ବିଦଗ୍ଧ ଚିନ୍ତାମଣି’ ତାଙ୍କର ଏକ ସର୍ବଶ୍ରେଷ୍ଠ କୃତି।

ପୁତ୍ର ପ୍ରେମରେ ସଦା ବିମୋହିତ ରୁହେ ମାଆର ମନ। ସନ୍ତାନର ଦୁର୍ବଳତା ଦେଖିଲେ ମାଆର ମନ ବିଚଳିତ ହେବା ସ୍ବାଭାବିକ। ସେଥିପାଇଁ ମାଆ ଯଶୋଦା ବାତ୍ସଲ୍ୟ ଭାବରେ କହିଛନ୍ତି:-

“ନେଲୁ ନାଇଁ କାହିଁ ପାଇଁ ତୋ କଠାଉ ଛତା
ବନେ କଣ୍ଟା ଲାଗି ହୁଏ ମୃଦୁ ପାଦ ଚିନ୍ତା “।

ବାତ୍ସଲ୍ୟ ରସରେ ରସାୟିତ ଉକ୍ତ ଅନବଦ୍ୟ କାବ୍ୟଟି ମାତୃ ହୃଦୟର ଆବେଗକୁ ସ୍ପଷ୍ଟ ସୂଚିତ କରୁଛି। ପୁତ୍ରର କ୍ଷଣିକ ଅନୁପସ୍ଥିତି ସୁଦ୍ଧା ମାତା ଲାଗି ଖୁବ କଣ୍ଟକିତମୟ ପ୍ରତୀତ ହୁଏ। ମମତାମୟୀ ମାତା ଯଶୋଦାଙ୍କର ଏକୋଇର ବଳା ବିଶିକେଶନ କଳାକହ୍ନେଇ ଥିଲା ତାଙ୍କ ଜୀବନ ଜୀଇଁବାର ଏକମାତ୍ର ପାଥେୟ। କୃଷ୍ଣଙ୍କ ଭାବନାରେ ଚିନ୍ତାଗ୍ରସ୍ତ ହୋଇ ଯଶୋଦାଙ୍କର ମାତୃହୃଦୟ ନାନା ଆଶଙ୍କାରେ ଭୟଭୀତ ହୋଇପଡ଼ିଛି। ଅତି ଆଦରର ପୁତ୍ର କହ୍ନେଇଙ୍କୁ ସେ ମୁହୂର୍ତ୍ତକ ଲାଗି ସୁଦ୍ଧା ନିଜ ପାଖରୁ ଅନ୍ତର କରନ୍ତି ନାହିଁ। ଶ୍ରୀକୃଷ୍ଣ ପ୍ରତ୍ୟହ ପ୍ରଭାତରେ ଗୋ-ଚାରଣରେ ବନକୁ ଯାଇ ସନ୍ଧ୍ଯା ପୂର୍ବରୁ ଘରକୁ ଫେରନ୍ତି। ଗୋଷ୍ଠ ବାହୁଡ଼ାରେ ସେଦିନ ବିଳମ୍ବ ହେବାରେ ଦେଖି ମାଆ ମନ ଖୁବ ଭୀତତ୍ରସ୍ତ ଓ ବିବ୍ରତ ହୋଇପଡ଼ିିଛି। କୃଷ୍ଣଙ୍କ ବ୍ୟତିରେକ ଯଶୋଦାଙ୍କର ଜୀବନ ଜୀଇଁବା ନିତାନ୍ତ ଅସମ୍ଭବ। ବୃଦ୍ଧାବସ୍ଥାରେ କାହ୍ନୁ ଥିଲେ ତାଙ୍କର ନୟନ ପିତୁଳା।

ବନରେ ଥିବା ନିଶାଚର ଏବଂ ଯୋଗିନୀମାନଙ୍କୁ ଭୟ କରି ମାତା ଯଶୋଦା ଅତୀବ ବ୍ୟଗ୍ର ହୋଇପଡିଛନ୍ତି। କାହ୍ନୁ ବନକୁ ଯିବା ସମୟରେ ନିଜର କଠଉ ଓ ଛତାକୁ ବିସ୍ମରି ଯାଇଥିଲେ। କାଳେ କହ୍ନେଇଙ୍କର କୋମଳ ପାଦ କଣ୍ଟାର ଆଘାତରେ ରକ୍ତାକ୍ତ ହୋଇ ଯନ୍ତ୍ରଣା ପ୍ରାପ୍ତ କରୁଥିବ, ନରମ ପାଦରୁ ରକ୍ତ ବୋହି ସେ ଦୁର୍ବଳ ହୋଇପଡ଼ିଥିବେ ଏହି ଅନିଶ୍ଚିତମୟ ଆଶଙ୍କାରେ ମାତା ଯଶୋଦାଙ୍କର ମନ ଭୟରେ ଥରି ଉଠିଛି। ମଧ୍ଯାହ୍ନର ପ୍ରଖର ସୂର୍ଯ୍ୟକିରଣରେ ତାଙ୍କର କୋମଳକାନ୍ତି ଶରୀରରୁ ସ୍ବେଦବିନ୍ଦୁ ନିର୍ଗତ ହେଉଥିବ କିମ୍ବା କ୍ଳାନ୍ତ ହୋଇ ସେ କେଉଁ ତରୁମୂଳେ ବିଶ୍ରାମ ଲୋଡ଼ିଥିବେ। ତଜ୍ଜନିତ କାରଣରୁ ହୁଏତ ଫେରିବାରେ ତାଙ୍କର ବିଳମ୍ବ ହେଉଥିବ ଏହିପରି ନାନା ଭାବନା ଓ ଆଶଙ୍କା ଯଶୋଦାଙ୍କ ମନକୁ ଆନ୍ଦୋଳିତ କରୁଛି।
ବାସ୍ତବିକ ଶାରୀରିକ ପୀଡ଼ା ସିନା କୃଷ୍ଣ ଭୋଗ କରିବେ
କିନ୍ତୁ ବାସ୍ତବପକ୍ଷେ ମାନସିକ ଦହନରେ ଉଦବେଳିତ ହେଉଛନ୍ତି ମାତା ଯଶୋଦା। ଯଶୋଦା କୃଷ୍ଣଙ୍କୁ ଗୋରୁପଲ ସହ ବନକୁ ପଠାଇଥିବାରୁ ଦୋଷାରୋପ କରି ସେ ନିଜକୁ “ଡ଼ଙ୍କୁଣୀ” ବୋଲି ସମ୍ବୋଧନ କରିଛନ୍ତି।

“ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ
ହୃଦତାପ ବିନାଶନେ ତୁ ହରିଚନ୍ଦନ”।

ଚନ୍ଦନ ଯେପରି ଭାବରେ ଶରୀରର ଉଷ୍ମତା କମାଇ ଶୀତଳତା ପ୍ରଦାନ କରେ ତଦନୁଯାୟୀ ମାତା ଯଶୋଦାଙ୍କ ହୃଦୟର ଦୁଃଖ ରୂପକ ତାପକୁ ବିନାଶିବା ପାଇଁ ଶ୍ରୀକୃଷ୍ଣ ଚନ୍ଦନ ସମ ଥିଲେ ବୋଲି ଉକ୍ତ କବିତାରେ ଉଲ୍ଲେଖି ଅଛି। କୃଷ୍ଣ ଥିଲେ ତାଙ୍କ ଜୀବନର ସର୍ବସ୍ବ। ଗୋରୁପଲ ନେଇ ଫେରିବା ବେଳେ କୃଷ୍ଣ ଯେଉଁ ମୁରଲୀ ବଜାଉଥିଲେ ଯଶୋଦା ତାହାକୁ ଧ୍ୟାନର ସହ କାନ ଡ଼େରି ଶୁଣୁଥିଲେ। ଏଠାରେ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା ଖୁବ ଚମତ୍କୃତ ଶୈଳୀରେ ପରିପ୍ରକାଶ ପାଇଛି। କୃଷ୍ଣ କହ୍ନେଇ ଖୁବ ଅଲିଅଳ ଓ ଗେଲବସରରେ ଲାଳିତପାଳିତ ହେଉଥିଲେ। ତାଙ୍କୁ ଗୋଟିକା, ଅଧାମ, ସର ଆଦି ସୁସ୍ବାଦୁ ଖାଦ୍ୟ ଆଦୌ ରୁଚୁନଥିଲା। କିନ୍ତୁ ଲବଣୀ ପ୍ରତି ତାଙ୍କ ମନରେ ଥିଲା ଗଭୀର ଆଗ୍ରହ। ତେଣୁ ମାଆ ଯାଚନା କରୁଥିବା ଖାଦ୍ୟକୁ ଉପେକ୍ଷା କରି ସେ ଲବଣୀ ଲାଞ୍ଚ ମାଗୁଥିଲେ।

ଯଶୋଦାଙ୍କ ପାଇଁ ସେ ଥିଲେ ମାଣିକ ତୁଲ୍ଯ ମୂଲ୍ଯବାନ ଓ ଶ୍ରୀକୃଷ୍ଣଙ୍କ ରଙ୍ଗ କଳା ହୋଇଥିବାରୁୁ ତାଙ୍କୁ ‘କଳାମାଣିକ’ ବୋଲି ସମ୍ବୋଧନ କରାଯାଏ। ଲୀଳାମୟ କୃଷ୍ଣଙ୍କ ପ୍ରତି ମମତାମୟୀ ଯଶୋଦାଙ୍କର ଏ ଯେଉଁ ଅପତ୍ୟ ବାତ୍ସଲ୍ୟ ପ୍ରେମ ତାହାର କୌଣସି ବି ପଟାନ୍ତର ନାହିଁ। କଳାକାହ୍ନୁଙ୍କର ଲୀଳାଖେଳାକୁ ଶବ୍ଦରେ ବର୍ଣ୍ଣିବା ଏତେ ବି ସହଜସାଧ୍ୟ ନୁହେଁ। ଆମ୍ଭମାନଙ୍କ ପରି ତୁଚ୍ଛ ମାନବଙ୍କ ପକ୍ଷରେ ଏହା ଅସମ୍ଭବ। ଏହି କବିତାରେ ବାତ୍ସଲ୍ୟମୟୀ ମାତୃ ହୃଦୟର ଆବେଗକୁ ଖୁବ ଜୀବନ୍ତ ଓ ନିଚ୍ଛକ ଭାବେ ବର୍ଣ୍ଣନା କରାଯାଇଅଛି। ଶ୍ରୀକୃଷ୍ଣଙ୍କର ଅନ୍ଧାରକୁ ଭୟ କରିବା, ଗୋଟିକା, ଅଧାମ, ସର ଆଦି ନ ରୁଚିବା, ନାଚିନାଚି ମାତାଙ୍କୁ ଲହୁଣୀ ଲାଞ୍ଚ ମାଗିବା, ତୋଳି ଧରିଲେ ଯଶୋଦାଙ୍କ ଦେହରେ ଗୋଳି ହୋଇଯିବା ଆଦି ଶିଶୁସୁଲଭ କାର୍ଯ୍ୟ ମନେପକାଇ ମମତାମୟୀ ମାତା ଯଶୋଦା ଭାଳି ହେଉଛନ୍ତି। ବୃଦ୍ଧ କାଳରେ ଶ୍ରୀକୃଷ୍ଣ ଯଶୋଦାଙ୍କର ଏକମାତ୍ର ସନ୍ତାନ ଥିଲେ, କୃଷ୍ଣଙ୍କୁ ପାଇ ସେ ନିଜର ସମସ୍ତ ଦୁଃଖ ପାଶୋରି ଯାଇଥିଲେ ତେଣୁ କଳାକହ୍ନେଇ ହିଁ ଯଶୋଦାଙ୍କର ଏକମାତ୍ର ସୁଖର କାରଣ ଥିଲେ।

ରୀତିଯୁଗୀୟ କବି ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର “କଳାମାଣିକ” କାବ୍ୟଟି ଏକ ଯୁଗାନ୍ତକାରୀ ବହୁ ଉଚ୍ଚକୋଟୀର ରଚନା। କବି ଅଭିମନ୍ୟୁ ଯଥାର୍ଥ ଭାବେ ମାତୃ ମନସ୍ତତ୍ତ୍ବକୁ ହୃଦୟଙ୍ଗମ କରି ଉକ୍ତ ସୃଜନୀ ମାଧ୍ୟମରେ ତାହାକୁ ଜୀବନ୍ତ ରୂପେ ଦର୍ଶାଇଛନ୍ତି। ତାଙ୍କର କାବ୍ୟିକ ଚେତନାକୁ ମୋର ଶତ ପ୍ରଣିପାତ।

ମୁଁ ନବ ପ୍ରତିଭା:-
ମୁକ୍ତିରାଣୀ ଦେବତା
ଠିକଣା:- ମନ୍ଦାରଖଣ୍ଡ, ଯାଜପୁର

*********************

‘ଖ’- ସ୍ତମ୍ଭ କବିତା ସମୀକ୍ଷାରେ
………………………….
ଶୀର୍ଷକ:- ବର୍ଷା
କବି:- ପବିତ୍ର କୁମାର ହୋତା

ନିଷ୍ଠୁର ନିଦାଘର ପ୍ରଚଣ୍ଡ ରୌଦ୍ରତାପରୁ ମିଳିଛି ସାମାନ୍ଯ ଆଶ୍ବସ୍ତି। ଚତୁର୍ଦ୍ଦିଗ ଦିଶେ ସବୁଜିମାମୟ। ସତେ ଯେପରି ଧରଣୀ ରାଣୀ ସବୁଜ ବସ୍ତ୍ର ପିନ୍ଧି ଅନ୍ୟକୁ ମୋହିତ କରୁଛି। ଏକ ନୂତନ ଉନ୍ମାଦନା ଓ ପୁଲକ ଘେନି ମହୀରେ ପାଦ ଥାପିଛି ବର୍ଷା। ଏ ଋତୁ ମିଳନର ଋତୁ। ପ୍ରଣୟୀ ମନର ଅଭିପ୍ସା ପୂରଣର ପ୍ରକୃଷ୍ଟ ସମୟ। କିନ୍ତୁ ନିଃସଙ୍ଗ ବିରହିଟେ ଲାଗି ଏ ବର୍ଷା ବୈଶାଖୀର ଝାଞ୍ଜି ବାଆ ସଙ୍ଗେ ସମତୁଲ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୁଶୋଭିତ କରେ ଏହି ବର୍ଷା। ପୁଷ୍ପ ଓ ବୀଜରେ ଶସ୍ୟଶାମଳା ହୁଏ ଧରା। ଚାଷୀଭାଇଙ୍କ ହୃଦୟରେ ଅଫୁରନ୍ତ ଖୁସିର ଜୁଆର ଭରିଯାଏ।

ଏହି ଋତୁରେ ନାନାଦି ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ। କୋଟି ଓଡ଼ିଆଙ୍କ ମଉଡ଼ମଣି ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା ଏହି ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଖୁବ ଭକ୍ତି ସହକାରେ ପାଳିତ ହୁଏ। ଏହାକୁ ‘ଗୁଣ୍ଡିଚା ଯାତ୍ରା’ ବା ‘ଘୋଷଯାତ୍ରା’ ବୋଲି ମଧ୍ଯ କୁହାଯାଏ। ନବଦିନ ବ୍ୟାପୀ ଏହା ପାଳନ କରାଯାଏ। ଏହି ପର୍ବ ଓଡ଼ିଶାର ବହୁ ସ୍ଥାନରେ ଅନୁଷ୍ଠିତ ହେଉଥିଲେ ସୁଦ୍ଧା ଶ୍ରୀକ୍ଷେତ୍ର ଧାମ ପୁରୀରେ ଏହା ସୁପ୍ରସିଦ୍ଧ ଅଟେ। ସେହିପରି ଶ୍ରାବଣ ମାସରେ କାଉଡ଼ିଆ ମାନଙ୍କର ଜଳଯାତ୍ରା ମଧ୍ଯ ଏହି ସମୟରେ ଅନୁଷ୍ଠିତ ହୁଏ। ଦେବାଧିଦେବ ମହାଦେବଙ୍କୁ ସନ୍ତୁଷ୍ଟ କରି ନିଜର ଅଭୀଷ୍ଟ ପୂରଣ କରିବା ନିମନ୍ତେ କାଉଡ଼ିଆ ଭକ୍ତମାନେ ବାବାଙ୍କ ମଥାରେ ଜଳଲାଗି କରନ୍ତି। ଏହା ଆମର ଧାର୍ମିକ ପରମ୍ପରା ଓ ସଂସ୍କୃତିର ମାନକୁ ବଜାୟ ରଖେ।

ଆଦ୍ଯ ଆଷାଢ଼ରେ ଆସେ ବର୍ଷାର ବାଦଲ। ଶାନ୍ତ ଶୀତଳ ହୁଏ ଧରଣୀ। ମେଘକୁ ଚାତକ ପରି ଚାହିଁ ରହିଥାଏ ମୟୁର। ପଲ୍ଲୀଭୂଇଁ ହେଉଛି ପ୍ରକୃତି ରାଣୀର ଗନ୍ତାଘର। ଦୂର ପର୍ବତରେ ମେଘଖଣ୍ଡ ସବୁ ଲାଖିରହି ଅପୂର୍ବ ଶୋଭାରାଜି ସୃଷ୍ଟି କରେ। ଜଳର ବହୁଳତା ହେତୁ ସ୍ଥାନେସ୍ଥାନେ ବନ୍ଯାର ବିଭୀଷିକା ମଧ୍ଯ ଦେଖାଯାଏ। ବର୍ଷାକାଳୀନ ଶୋଭାରାଜିକୁ ଅବଲୋକନ କରି କବି ଓ ଭାବୁକ ଗଣ ରୋମାଞ୍ଚିତ ହୋଇଉଠନ୍ତି ଏବଂ ତାଙ୍କର ସୃଜନୀ ମାଧ୍ୟମରେ ତାହାକୁ ଖୁବ ନିଖୁଣ ଭାବରେ ପରିପ୍ରକାଶ କରନ୍ତି। ଏହି ବର୍ଷା
ଯୋଗୁଁ ଶୁଷ୍କ ତରୁଲତା ପଲ୍ଲବିତ ହୁଏ। ଟାଙ୍ଗରା ଭୂମି ମଧ୍ଯ ସବୁଜିମାମୟ ହୋଇଉଠେ। ନାନା ପ୍ରକାର ଫସଲରେ ଧରଣୀରାଣୀ ହସିଉଠେ। ସୁନୀଳ ଆକାଶରେ ଇନ୍ଦ୍ରଧନୁର ଦୃଶ୍ଯ ସଭିଁଙ୍କ ପ୍ରାଣରେ ଅସରନ୍ତି ଆନନ୍ଦ ଭରିଦିଏ। ଇନ୍ଦ୍ରଧନୁର ସପ୍ତରଙ୍ଗ ଖୁବ ଆକର୍ଷଣୀୟ ଓ ମନଲୋଭା ଅଟେ।ନାଲି ଟୁକୁଟୁକୁ ସାଧବବୋହୂ ମାଟି ଉପରେ ଚାଲି ସଭିଁଙ୍କର ଦୃଷ୍ଟି ଆକର୍ଷଣ କରିଥାଏ।

ଏହି ଋତୁରେ ଆକାଶ ପ୍ରାୟତଃ ମେଘାଚ୍ଛନ୍ନ ରହେ। କେତେବେଳେ ସ୍ବଳ୍ପ ତ ଅନ୍ଯ କେତେବେଳେ ମୂଷଳଧାରାରେ ବାରିଧାରା ଅହର୍ନିଶି ଲାଗିରହେ। ଅଧିକାଂଶ ସମୟରେ ଦିବସଟି ଅନ୍ଧକାର ପରି ଦୃଶ୍ଯ ହୋଇ ରାତ୍ରିର ଭ୍ରମ ସୃଷ୍ଟି କରେ। ଜଳର ବହୁଳତା ହେତୁ ସମସ୍ତ ଜଳାଶୟ ଜଳରେ ପରିପୂର୍ଣ୍ଣ ହୋଇଯାଏ।କୃଷକ ତା’ର କୃଷି କର୍ମରେ ମନୋନିବେଶ କରେ କାରଣ ଏହି କୃଷିକାର୍ଯ୍ୟ ହିଁ ତା’ର ଗୁଜୁରାଣ ମେଣ୍ଟାଇବାର ଏକମାତ୍ର ପନ୍ଥା। ଏହି ବର୍ଷାଦିନେ ଶୈଶବରେ କାଗଜ ଡ଼ଙ୍ଗା କରି ଭସାଇବାର ସେହି ନିଆରା ଅନୁଭୂତି ଖୁବ ଅବିସ୍ମରଣୀୟ। ଏହି ସମୟରେ ଜଳର ପ୍ରାଦୁର୍ଭାବ ଆଦୌ ପରିଲକ୍ଷିତ ନାହିଁ। ମରୁଡ଼ି ଓ ଦୁର୍ଭିକ୍ଷରୁ ଲୋକ ମୁକ୍ତି ପାଆନ୍ତି। ବର୍ଷା ନଥିଲେ ହୁଏତ ପ୍ରାଣୀଜଗତର ଜୀବନଧାରଣ ପଦ୍ଧତି ନିହାତି ଅସମ୍ଭବ ହୋଇପଡ଼ନ୍ତା। ତେଣୁ ଭକ୍ତକବି ମଧୁସୂଦନଙ୍କ ରାଓ କହିଛନ୍ତି:-

“ବରଷାକାଳ ଅଟେ ମଙ୍ଗଳକାରୀ
ପାଳଇ ପରଜାଙ୍କୁ ବରଷି ବାରି”।

ଅତ୍ୟଧିକ ବର୍ଷା ଯୋଗୁଁ ସ୍ଥାନେସ୍ଥାନେ ନଈବଢି ପରି ପ୍ରାକୃତିକ ବିପର୍ଯ୍ୟୟ ମାନ ସୃଷ୍ଟି ହୋଇଥାଏ। ନଈର ପ୍ରଖର ସ୍ରୋତରେ ଗାଁ ଗଣ୍ଡା, ଜୀବଜନ୍ତୁ ଓ ମନୁଷ୍ଯ ମଧ୍ଯ ଜଳବନ୍ଦୀ ହୋଇଯାଆନ୍ତି। କ୍ଷେତବାଡ଼ିରେ ଜଳମଗ୍ନ ହୋଇ ସମସ୍ତ ଫସଲ ନଷ୍ଟ ହୋଇଯାଏ। ଜଳଚର ଜୀବଙ୍କ ଲାଗି ଏହି ଋତୁ ଖୁବ ଆନନ୍ଦମୟ। ଜଳ ହିଁ ଜୀବନ, ଏହା ବିନା ଜୀବନ ଧାରଣ ପ୍ରକିୟା ନିତାନ୍ତ ଅସମ୍ଭବ। ଏହି ଋତୁରେ ହିଁ ସାରା ବର୍ଷ ପାଇଁ ଜଳ ସଞ୍ଚିତ ହୋଇ ରୁହେ। ଅନେକ ଅସୁବିଧା ସତ୍ତ୍ବେ ମଧ୍ଯ ବର୍ଷାଋତୁ ଖୁବ ମଙ୍ଗଳକାରୀ ଅଟେ। ଜଳ ଅଧିକ ହେଲେ ମଧ୍ଯ ଅଥବା କମ୍ ହେଲେ ମଧ୍ଯ ଲୋକ ମୃତ୍ୟୁବରଣ କରିଥାଆନ୍ତି। କବିବର ରାଧାନାଥ ରାୟଙ୍କ ଭାଷାରେ:-

“ଜଳ ବିହୁନେ ସୃଷ୍ଟି ନାଶ
ଜଳ ବହୁଳେ ସୃଷ୍ଟି ନାଶ”।

ବର୍ଷାଋତୁ ମାନବ ସମାଜର ଅନେକ ଉପକାର ସାଧନ କରିଥାଏ।ପ୍ରଥମତଃ ଏହି ଋତୁର ଆଗମନେ ଜଳସଙ୍କଟର ସମସ୍ୟା ଦୂରୀଭୂତ ହୋଇଥାଏ। ନାନା ପୁଷ୍ପରାଜି ଫୁଟି ପରିବେଶର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ। ନଦୀ ବଢ଼ି ହେଲେ ବିଲରେ ପଟୁପଡ଼େ ଓ ସେହି ଜମିରେ ଭଲ ଫସଲ ଉତ୍ପାଦିତ ହୁଏ। ବର୍ଷାର ଆବଶ୍ଯକତା ଧରଣୀବାସୀଙ୍କ ଲାଗି ନିତାନ୍ତ ଅପରିହାର୍ଯ୍ୟ। ବର୍ଷାବିନା ଏ ମହୀମଣ୍ଡଳ ସମ୍ପୂର୍ଣ୍ଣ ରୂପେ ମରୁଭୂମିରେ ପରିଣତ ହୋଇଯିବ। ଜଳବାୟୁର ପରିବର୍ତ୍ତନ ହେତୁ ଆମ ଦେଶରେ ଯଥା ସମୟରେ ଯଥେଷ୍ଟ ପରିମାଣରେ ବର୍ଷା ହେଉନାହିଁ। ଦେଶର ବିଭିନ୍ନ ପ୍ରାନ୍ତରେ ଅଦିନିଆଁ ବର୍ଷା ହେତୁ ଧନଜୀବନ ବହୁ କ୍ଷୟକ୍ଷତି ହେଉଛି। ଏହା କହିବା ଅନାବଶ୍ଯକ ଯେ ବର୍ଷା ସମଗ୍ର ପ୍ରାଣୀକୁଳ ଲାଗି ଏକ ଆଶୀର୍ବାଦ ସଦୃଶ ଅଟେ।

କବି ପବିତ୍ର କୁମାର ହୋତାଙ୍କର କାବ୍ୟିକ ଚେତନା, ବାଖ୍ୟାନ ଶୈଳୀ ଓ ନିଖୁଣ ଶବ୍ଦ ସଂଯୋଜନା
ସଭିଁଙ୍କୁ ବିମୁଗ୍ଧ ଓ ମନ୍ତ୍ରମୁଗ୍ଧ କରିଦିଏ। ଉକ୍ତ ଲେଖନୀଟି କବିଙ୍କର ପ୍ରକୃତି ପ୍ରାଣତାକୁ ସ୍ପଷ୍ଟ ସୂଚିତ କରୁଛି। ବର୍ଷାର ଅନୁଭବ ଓ ଅନୁଭୂତିକୁ ଖୁବ ସୁନ୍ଦର ଭାବରେ ନିଜସ୍ବ ଆଲେଖ୍ୟ ମାଧ୍ୟମରେ ସିଏ ଦର୍ଶାଇଛନ୍ତି। ଏହା ବହୁଳ ପରିମାଣରେ ପାଠକୀୟ ଆଦୃତି ଲାଭ କରିବା ସହିତ ଅଗଣିତ ସାହିତ୍ୟପ୍ରେମୀ ମାନଙ୍କର ଭାବାବେଗକୁ ବାନ୍ଧି ରଖିବାରେ ବିଶେଷ ସହାୟକ ହେବ ବୋଲି ମୋର ଗଭୀର ଆଶା ଏବଂ ବିଶ୍ବାସ।ଆପଣଙ୍କର ଅମୂଲ୍ଯ ଲେଖନୀମୁନରୁ ଏମିତି ଅହରହ ନିଃସୃତ ହେଉଥାଉ ଆହୁରି ଅଜସ୍ର ସୃଷ୍ଟିର ସମ୍ଭାର। ସହସ୍ର ଧନ୍ଯବାଦ ଏବଂ ସାଧୁବାଦ କବିଙ୍କୁ।

ମୁଁ ନବ ପ୍ରତିଭା:-
ମୁକ୍ତିରାଣୀ ଦେବତା
ଠିକଣା:- ମନ୍ଦାରଖଣ୍ଡ, ଯାଜପୁର

Loading

Leave a Reply

Your email address will not be published. Required fields are marked *