May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ-ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା*

ସୂର୍ଯ୍ୟୋଦୟ ନବପ୍ରତିଭା ଅନ୍ୱେଷଣ ଚତୁର୍ଥ ପର୍ଯ୍ୟାୟ ନିମନ୍ତେ :-

ସୋପାନ – କ

ଶୀର୍ଷକ – ” ଅଭାଗିନୀର ପ୍ରେମଧୂନ୍ “
———————————

କବିତା- ପାଗଳିନୀ ର ପ୍ରେମସଙ୍ଗୀତ

ଦେବଦାସ ଛୋଟରାୟ ୨୫ ନଭେମ୍ବର ୧୯୪୬ ମସିହା ରେ କଟକ ଠାରେ ରେ ଜନ୍ମ ଗ୍ରହଣ କରିଥିଲେ ଏକ ନିମ୍ନ ମଧ୍ୟବିତ୍ତ ପରିବାର ରେ । ପିତା ଥିଲେ ଗୋପାଳ ଛୋଟରାୟ ।

କବିତା , ଗଳ୍ପ ସଙ୍ଗୀତ ଓ ଚିତ୍ରନାଟ୍ୟ କୁ ନେଇ ତାଙ୍କ ର ସବୁ ରଚନା କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ । ତାଙ୍କ ପିତା ମଧ୍ୟ ଜଣେ ଆଧୁନିକ ଓଡ଼ିଆ ର ରଙ୍ଗ ମଞ୍ଚସ୍ଥ କଳାକାର ଥିଲେ ।ତାଙ୍କର ଏକ ଗଳ୍ପ ସଙ୍କଳନ ” ଲାଲ୍ ମାଛ ” ଖୁବ୍ ପ୍ରସିଦ୍ଧ।

ତାଙ୍କର ସଙ୍କଳନ ଲାଲ୍ ମାଛ, ମଲ୍ଲିକା, ନୀଳ ସରସ୍ଵତୀ five ways to kill Rama ଇତ୍ୟାଦି ଇତ୍ୟାଦି ରହିଥିଲା ।ତାଙ୍କର କବିତା ପୁସ୍ତକ ” ମଲ୍ଲିକା ” ନିମନ୍ତେ ସେ ଟାଇମ ପାସ ବେଷ୍ଟ ସେଲର ପୁରସ୍କାର ୨୦୧୫ ରେ ପାଇଥିଲେ । ତା ମଧ୍ୟ ରୁ କବିତା ” ପାଗଳିନୀ ର ପ୍ରେମ ସଙ୍ଗୀତ ” ଅନ୍ୟତମ ।

ଭାବନା ରେ ମନ ତରଙ୍ଗାୟିତ ପରେ ସୃଷ୍ଟ ପ୍ରେମ ଜଣକୁ କରିପାରେ ପାଗଳ ଆଉ ଅଭିମାନ ଭରା ପାଗଳାମୀ ମନରେ ସୃଷ୍ଟ ମିଠା ଦରଜ କୁ ମଧ୍ଯ ଲାଘବ କରିପାରେ । ଏଠାରେ କବି ଠିକ୍ ସେହି ଅଭିମାନ ଭରା ପ୍ରେମିକା ର କାତର ସ୍ପର୍ଶ କୁ ଏଠାରେ ବର୍ଣ୍ଣନା କରିଛନ୍ତି । ପ୍ରେମର ବନ୍ଧ ଏତେ ନିବିଡ ଯେଉଁଠି ଆଖି ବନ୍ଦ ପରେ ମରିଯାଏ ଏ ସ୍ବାର୍ଥ ର ପୃଥିବୀ, ପୁଣି ଜନ୍ମ ନିଏ ଅନନ୍ୟ ଏକ ନୂତନ ଦୁନିଆ ପୁଣି ଥରେ ଓ ପାଗଳାମୀ ର ତୀବ୍ର ଧାରା ଏତେ ଥାଏ ଯାହା ବାନ୍ଧିପାରେ ବସା ଟିଏ ମୁଣ୍ଡରେ । ତେଣୁ କୁହାଯାଇଛି :-
ମୁଁ ଆଖି ବନ୍ଦ କରେ ,
ଆଉ ଖଟ୍ କରି ମରିଯାଏ ଏ ପୃଥିବୀ
ମୁଁ ଆଖି ଖୋଲେ ,
ଆଉ ପୁଣି ସବୁ ଜନ୍ମ ହୁଏ ଆଉ ଥରେ ।।

 

ପ୍ରେମର ସଙ୍ଗୀତ ଗାଉ ଗାଉ କେବେ ତାରା ମାନେ ନାଚନ୍ତି ନୀଳ ଆଉ ଲାଲ୍ ପୋଷାକ ରେ ତ କେବେ ଅନ୍ଧାର ମଧ୍ୟ ଘୋଡ଼ା ଚଢି ଆସେ ଆଖି ବନ୍ଦ କରୁ କରୁ , ଠିକ୍ ସେତିକି ବେଳେ ମରିଯାଏ ଏ ଦୁନିଆ ।

 

ଜାଣିଛ , ସ୍ୱପ୍ନ ଦେଖୁଚି ତୁମ ବନ୍ଧନ ରେ ରହିବା ପାଇଁ । ଆଘ୍ରାଣ ରେ ତୁମରି ବାସ୍ନା ଓ ତୁମ ସହ ମଧୁଛନ୍ଦା ବିଛଣା ଓ ତୁମର ଖିଆଲି ପଣର ଚୁମ୍ବନ ଯାହାକୁ ମୁଁ ଭାବିଦିଏ ସର୍ବସ୍ବ ଆଉ ସେହିଠାରେ ସୃଷ୍ଟି କରେ ତୁମକୁ ନେଇ ନୂଆ ଦୁନିଆ ଟେ । ବୋଧ ହୁଏ ଏହା ତିଆରି ହୁଏ ତୁମ ପାଇଁ ମୋ ମନର ଅଳିନ୍ଦ କୋଣରେ ବାସ୍ ମିଛି ମିଛିକା ।

ଭାବନା ର ତୀବ୍ର ସ୍ପନ୍ଦନ ସ୍ପନ୍ଦିତ ହୁଏ ଭାରି ଜୋରରେ , ଠିକ୍ ସେତିକି ବେଳେ ଆକାଶ ରୁ ଖସିପଡ଼ନ୍ତି ଈଶ୍ୱର ଙ୍କ ଭଳି ଅଦୃଶ୍ୟ ଶକ୍ତି ଆଉ ସଙ୍ଗୀତ ର ଧୂନ୍ ରେ ଫିକା ଲାଗେ ସବୁକିଛି ,ନର୍କର ନିଆଁ ବି ଭୟରେ ଲୁଚିଯାଆନ୍ତି, ଝାପସା ହୋଇ ଫେରି ଆସନ୍ତି କେତେ କେତେ ଦୈବଶକ୍ତି ଓ ସୈତାନ୍ କେବଳ ଆଖି ବନ୍ଦ ପରେ ପରେ ଯାହା ସଙ୍ଗେ ସଙ୍ଗେ ମରିଯାଇଥିବା ଦୁନିଆ ଟିଏ ।

ଇତସ୍ତତ ମନକୁ କଣ ବାନ୍ଧି ହେବ କେଇଟା ଘଡିଏ ପାଇଁ,ନା ସୃଷ୍ଟି କରି ହେବ ଅନେକ ଭାବନା । ବାସ୍ ତୁମେ ଫେରିବ କହି ଭୁଲିଯିବାର ବୋଧେ ନିୟତି ର ଏକ ଧାରା ଥିଲା ଆଉ ତୁମକୁ ଅପେକ୍ଷା କରି ବୟସ କୁ ପାସୋରିବା ମୋର ଭ୍ରମ ଥିଲା । ବାସ୍ ଧୀରେ ଧୀରେ ସବୁ କୁ ଭୁଲିଯାଏ ଅପରାହ୍ନ ର ଦ୍ୱାହି ଦେଇ ବୟସ ଆଉ ସମୟର ଦ୍ଵାରସ୍ଥ ହୋଇ ତୁମ ନାମରେ । ବାସ୍ ଯାହା ମିଛରେ ସ୍ଵପ୍ନ ଦେଖିଥିଲି ମୋ ଭିତରେ ତୁମକୁ ନେଇ ।ତେଣୁ କବି କହିଛନ୍ତି –

ମୁଁ ଭାବିଥିଲି ତୁମେ ଫେରିଆସିବ

ଯେମିତି ତୁମେ କହିଥିଲ

କିନ୍ତୁ ମୋର ବୟସ ବଢିଯାଏ

ମୁଁ ଏବେ ଭୁଲିଯାଏ ତୁମ ନାଁ ।।

 

କବିଙ୍କ ଭାବନା ରେ ବିଳାପ ମଧ୍ୟ ପ୍ରେମ ପାଇଁ ସୃଷ୍ଟି ହୋଇଛି ଘୃଣା । ଜାଣିଛ ପ୍ରେମ ବି ହାର ମାନିଛି ଅପେକ୍ଷା କୁ ନେଇ , ତେଣୁ ଋତୁ ଆଗରେ ବି ଫିକା ଲାଗେ ସବୁ କିଛି । ସେଥିପାଇଁ କବି କବିତା ଛଳ ରେ କହିଛନ୍ତି,
ଯଦି ବସନ୍ତ କୁ ଭଲ ପାଇଥାନ୍ତି ତେବେ ଶୀତଳତା ପାଇଥାନ୍ତି , ଯଦି ପକ୍ଷୀ କୁ ଭଲ ପାଇଥାନ୍ତି ତେବେ ମିଠା ଧୂନ୍ ରେ ଶୁଣେଇପାରିଥାନ୍ତା ଅନେକ ସଙ୍ଗୀତ ଓ ରଚିପାରିଥାନ୍ତା ମିଠା ମିଠା ସ୍ମୃତି । ଅନେକ ଅନୁଭୂତି ଯାହା ରହିଗଲା ଅବଶୋଷ ଓ ମିଛ ଆଳାପ , ଯାହା ସବୁ ରହିଯାଏ ମିଛି ମିଛିକା ଆଉ ଆଖି ବୁଜିଲେ ଦୁନିଆ ମରିଯାଏ ଖଟ୍ କରି ।

ମଧ୍ଯ ସମୁଦ୍ର ଭଳି ଯୌବନ ଏକ ନିସ୍ତରଙ୍ଗ ସମତଳ। ମଧ୍ଯ -ସମୁଦ୍ର ରେ ଉତ୍ତାଳ ତରଙ୍ଗ ର ଆଲୋଡ଼ନ ପ୍ରକମ୍ପନ ନଥାଏ ।ଠିକ୍ ସେହିପରି ସେ ଯୌବନର ପ୍ରେମ ନେଇ ଆସେ ଜୀବନ ରେ କମ୍ପନ ବିହୀନ ଶାନ୍ତ ନିଶ୍ଚଳତା।

 

ସତରେ ପ୍ରେମ ରେ ସୃଷ୍ଟି ହୋଇପାରେ ଆନ୍ଦୋଳନ ଓ ଘୃଣାର ଅନ୍ତଦୃଷ୍ଟି ତ କେବେ କେବେ ରଚିଯାଇପାରେ ମିଠା ମିଠା ଅନୁଭୂତି ଓ ଭୟର କେଳେଙ୍କାରି । ଦୁନିଆ ରେ ବି ଲିଭିଯାଏ ଅନେକ ବିଳାପ , ଆଳାପ ପ୍ରେମର ସଙ୍ଗୀତ ରେ ।

ସ୍ମୃତିର ସହରେ ସନ୍ତକର ଛାଇ
ନୀରବ ରଜନୀ ଗୀତି,
ଦରଦୀର ପଣ ଚୋରେଇ ନେଇଛି
ମିଥ୍ୟା କଳଙ୍କିତ ଭ୍ରାନ୍ତି ।।

କବିଙ୍କ ଭାବନା ଚେତନା ସର୍ବ ପରି ଅନେକ ଦୃଷ୍ଟି କୋଣ ରେ ଭାବନାତୁର ସ୍ପର୍ଶ ରେ ଆଙ୍କିଦେଇଛନ୍ତି ଦିଗ୍ ବଳୟ ଓ ସୃଷ୍ଟି ହୁଏ ସେଠି ଭୂମିରୁ ଭାମା ପର୍ଯ୍ୟନ୍ତ ବିସ୍ତୃତି । କବିଙ୍କ ର ଏହି ପ୍ରେମ ଭରା କବିତା ଖୁବ୍ ମାଧୂର୍ଯ୍ୟ ପୂର୍ଣ୍ଣ । କବି ତାଙ୍କ କବିତା ମାଧ୍ୟମ ରେ ସୂଚାଇ ଦେଇଛନ୍ତି ଯେ ପ୍ରେମ ରେ ଉଭୟ ଭଲ ପାଇବା ଓ ଘୃଣା ଥାଏ । କିଛି ପ୍ରେମ ସାର୍ଥକ ହୋଇ ରହିଯାଏ ଓ ଆଉ କିଛି ସ୍ମୃତି ହୋଇ ରହିଯାଏ ।

କବି ଦେବଦାସ ଛୋଟରାୟଙ୍କ “ପାଗଳିନୀ ର ପ୍ରେମ ସଙ୍ଗୀତ” କବିତାଟିର ଶବ୍ଦ ସବୁ ଓ ବର୍ଣ୍ଣନା ହୃଦୟ କୁ ସ୍ପର୍ଶ କରି ପାରିଛି । ଏହି ମର୍ମ ରେ ମର୍ମାହିତ ହୋଇ ମନେ ପଡ଼େ କିଛି ଉକ୍ତି :-

ଆଙ୍କି ଦେବି ଏବେ ଶାଣିତ ମୁନରେ
ମାଧୁର୍ଯ୍ଯ ରୂପର ଆଖ୍ୟା
ଶବ୍ଦ ଚାଙ୍ଗୁଡିର ବର୍ଣ୍ଣ କମିଯାଏ
କିପରି କରିବି ବ୍ୟାଖ୍ୟା ।।

 

ଏହି ପରି ଭାବେ କବି ପ୍ରେମର ପରିଭାଷା କୁ ନିଜ କବିତା ରେ ବର୍ଣ୍ଣିତ କରିଛନ୍ତି । କବି ଦେବଦାସ ଛୋଟରାୟ ଙ୍କ କବିତା ଭାବାର୍ଥ ପୂର୍ଣ୍ଣ , ଖୁବ୍ ମନୋରମ ଓ ହୃଦୟସ୍ପର୍ଶୀ ହୋଇପାରିଛି । କବିଙ୍କ କବିତା ପାଗଳିନୀ ର ପ୍ରେମସଙ୍ଗୀତ ରେ କବିଙ୍କ ଶବ୍ଦ ର ସମାହାର ଓ ଭାବ ଓ ବର୍ଣ୍ଣନା ଅବର୍ଣ୍ଣନୀୟ ।

ମୁଁ ନବ ପ୍ରତିଭା :-
ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା
ବଡ଼ମ୍ବା, କଟକ

______________________________________

ସୋପାନ – ଖ

ଶୀର୍ଷକ:- ” ଋତୁ ରାଣୀ “
___________________________
କବିତା – ବରଷା କାଳ

 

ସାହିତ୍ୟ ଓ କବି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଯାହା ରଚିପାରେ ଅନେକ ସଚେତନ ମୂଳକ କାବ୍ୟ ଓ କବିତା । ବାସ୍ତବତାକୁ ନେଇ ଦେଖିପାରେ ଅନେକ ସ୍ବପ୍ନ । ଠିକ୍ ସେହିଭଳି କବି ପବିତ୍ର କୁମାର ହୋତା ଜଣେ ଚିର ସବୁଜ କବି, ଯାହାଙ୍କ କଲମରୁ ବାରି ହୋଇପାରେ ପ୍ରେମ,ପ୍ରକୃତି ଓ ବାସ୍ତବତା ଭରା ଅନେକ କବିତା । କବି ନିଜ ଚେଷ୍ଟାରେ ରଚିପାରେ ଅନେକ କାଳଜୟୀ ରଚନା, ବରଷା କୁ ନେଇ ମଧ୍ୟ କବି ଲେଖିଛନ୍ତି ଗାଁ ରୁ ସହର ପଯ୍ୟନ୍ତ ସ୍ମୃତି, ଅନୁଭୂତି ଓ ଅନେକ ପରମ୍ପରା ।ତତ୍ ମଧ୍ୟରେ ଭକ୍ତ ଭଗବାନ ଙ୍କ ମିଳନକୁ ମଧ୍ୟ କବିତା ମାଧ୍ୟମରେ ବର୍ଣ୍ଣନା କରିପାରିଛନ୍ତି ।

 

ପୃଥିବୀ ପୃଷ୍ଠ ରେ ଋତୁ ଚକ୍ର ରେ ଆସିଥାଏ ୬ ଟି ଋତୁ କିନ୍ତୁ ଅନୁଭୂତି ଅନୁକମ୍ପା ରୁ ଜଣା ଯାଏ ୩ ଟି ଋତୁ ତଥା:- ଗ୍ରୀଷ୍ମ, ବର୍ଷା ଓ ଶୀତ। ଗ୍ରୀଷ୍ମ ଋତୁ ର ଅନ୍ତ ରେ ଆସିଥାଏ ଋତୁ ରାଣୀ ବର୍ଷା । ଏଠାରେ କବି ବର୍ଷା ଋତୁ ରେ ପୃଥିବୀ ପୃଷ୍ଠ ର ଦୃଶ୍ୟ ଏବଂ ପାଳନ ହେଉଥିବା ପର୍ବ ପର୍ବାଣୀ ଇତ୍ୟାଦି ବିଷୟ ରେ ବର୍ଣ୍ଣନା କରିଛନ୍ତି ।

 

କବି ଏଠାରେ କହିଛନ୍ତି ଯେ ଗ୍ରୀଷ୍ମ ଋତୁ ର ପ୍ରକୋପର ଶେଷ ସମୟରେ ତଥା ଆଷାଢ଼ ମାସର ଆଦ୍ୟରେ ବର୍ଷା ଋତୁ ଆସିଛି । ଆକାଶ କୁ ମେଘାଚ୍ଛନ୍ନ କରି ରହିଥାଏ କଳା ବାଦଲ ର ଛାୟା,କିପରି ପୃଥିବୀ ପୃଷ୍ଠ ରେ ବୃ୍କ୍ଷ ଲତା ସବୁ ସବୁଜ ଶ୍ୟାମଳ ବର୍ଣ୍ଣ ରେ ଶୋଭିତ ହୋଇଅଛି ଓ ତଟିନୀ ର କୁଳୁ କୁଳୁ ଶବ୍ଦ ପୃଥିବୀ ପୃଷ୍ଠ ରେ ମୁଖରିତ ହୋଇ ଉଠୁଛି ଏବଂ ଲୋକ ମାନେ ବର୍ଷା ର ଆଗମନ ରେ ମନରେ ଅନେକ ଆଶା ନେଇ ଉଲ୍ଲସିତ ହୋଇ ଉଠିଛନ୍ତି ବୋଲି କବି ନିଜ ଲେଖନୀ ମୁନ ମାଧ୍ୟମ ରେ ଏଠାରେ ପ୍ରତିପାଦିତ କରିଛନ୍ତି ।

ତେଣୁ କୁହାଯାଏ ଯେ :-

ସୁନ୍ଦର ତୃପ୍ତିର ଅବସାଦ ନାହିଁ

ଯେତେ ଦେଖୁଥିଲେ ନୂଆ ଦିଶୁଥାଇ।।

 

ଜଳଚର ଜୀବ ମାନ ଙ୍କର ଜଳ ରେ ଚରାଚର ଓ ବରଷା ପାଣି ପାଇ ବେଙ୍ଗ ମାନେ ଖୁସି ରେ କେଁ କଟର ଶବ୍ଦ ଧରାକୁ ଖୁବ୍ ସୁନ୍ଦର ଓ ଆଶ୍ୱସ୍ତି ଆଣିଛି ଯାହା କବି ନିଜ କବିତାରେ ଜଣେ ସାଧାରଣ ବ୍ୟକ୍ତିତ୍ୱର କାର୍ଯ୍ୟ ଓ ମନକୁ ବୁଝିବା ଭଳି ଖୁବ୍ ସୁନ୍ଦର ଭାବରେ ପ୍ରତିପାଦନ କରିଛନ୍ତି ।

ବର୍ଷା ଋତୁ ର ଆଗମନରେ ବିଜୁଳି , ଘଡଘଡି କୁ ଭୟ ନକରି ଚାଷ କାମ ନିମନ୍ତେ ଚାଷୀ ମାନେ ହଳ ଲଙ୍ଗଳ ଧରି ବିଲ କୁ ଗମନ କରିବା ର କଥା ଓ ବର୍ଷା ଋତୁ ରେ ନଦୀ ଉଚ୍ଛୁଳି ବନ୍ୟା ର ରୂପ ନେଇ କିପରି ପ୍ରକୃତି ରାଣୀ ପ୍ରକୃତି ର ତାଣ୍ଡବ ଖେଳ ରଚିଥାଏ ତାକୁ ମଧ୍ୟ ବିସ୍ତୃତ ଆଲୋଚନା କରିଛନ୍ତି।

ତେଣୁ କବି ଏଠାରେ କହିଛନ୍ତି ଯେ :-

ଚଷା ପୁଅ ହୋଇ ତତ୍ୱର
ହଳ ଲଙ୍ଗଳ ଧରି
କର୍ଷଣ କରିବ ଭୂମିକୁ
ବୋଲି ମନେ ବିଚାରି ।।

ନାହିଁ ମନେ ଭୟେ ତାହାର
ବଜ୍ର ବିଜୁଳି ଦେଖି
ବରଷା ଧାର କି କରିବ ?
ଚମଡ଼ା ତା ବର୍ଷାତି ।।

 

ଶେଷରେ କବି ମାନବ ଓ ପ୍ରଭୁତ୍ଵ ର ସଙ୍ଗମ କିପରି ହୁଏ ଆଉ ଭଗବାନଙ୍କ ମାନବୀୟ ଲୀଳା ଖେଳା ଉପରେ ମଧ୍ୟ ଦୃଷ୍ଟି ରଖି ବର୍ଣ୍ଣନା କରିଛନ୍ତି । ମହାପ୍ରଭୁ ଜଗନ୍ନାଥ ଆଦ୍ୟ ଆଷାଢ଼ର ଝିପି ଝିପି ବରଷାରେ ରତ୍ନ ସିଂହାସନ ଛାଡି ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ନିଜ ମାଉସୀ ଘରକୁ ଗମନ କରିଥାନ୍ତି। ଯାହାକି ଲୋକମୁଖରେ ରଥଯାତ୍ରା ବା ଘୋଷ ଯାତ୍ରା ଭାବେ ପରିଚିତ । କାହିଁ କେତେ ଦୂରରୁ ପ୍ରଭୁଙ୍କୁ ଦେଖିବା ନିମନ୍ତେ କିପରି ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡ ଙ୍କୁ ଆସନ୍ତି ବୋଲି କବି କହିଛନ୍ତି।ତତ୍ ମଧ୍ୟରେ ଦେବାଧି ଦେବ ମହାଦେବ ଙ୍କ ଠାରେ ଜଳ ଅର୍ପଣ ନିମନ୍ତେ କାଉଡ଼ିଆ ମାନେ କିପରି କଷ୍ଟ ଯନ୍ତ୍ରଣା ସହି ମାନସିକ ପୂରଣ ପାଇଁ ଜଳାଭିଷେକ କରନ୍ତି ଓ ଭଗବାନଙ୍କ କୃପାଲାଭ କରନ୍ତି, ସତରେ ଏହି ପୃଥିବୀ ସହ ବରଷା ଋତୁର ସମ୍ପର୍କ ଖୁବ୍ ନିବିଡ଼ ଯାହା ଲେଖନୀ ଚାଳନା ଦ୍ଵାରା ଏଠାରେ ବର୍ଣ୍ଣିତ କରିଛନ୍ତି ।

ଏହି ପରି ଭାବେ କବି ନିଜର ଲେଖନୀ ମୁନ ମାଧ୍ୟମରେ ବାସ୍ତବତାକୁ ନେଇ ନିଜର ଭାବନା କୁ ଲେଖା ରେ ପ୍ରକାଶିତ କରିଛନ୍ତି । କବିଙ୍କ ର ଏହି ବର୍ଣ୍ଣନା ଖୁବ୍ ମନଛୁଆଁ ଓ ସୁନ୍ଦର ହୋଇ ପାରିଛି ଯାହାକୁ ପଢ଼ିଲେ ବରଷା ଋତୁର ପ୍ରଭାବ, ସ୍ମୃତି,ଅନୁଭୂତିକୁ ଆମେ ସାଉଁଟି ପାରିବା ।

 

କବିଙ୍କ ଏହି ଲେଖାରୁ ଜଣା ଯାଏ ଯେ କବି ଜଣେ ପ୍ରକୃତି ପ୍ରେମୀ କବି, ଯେ କି ନିଜ କଲମ ମୁନରେ ପ୍ରକୃତି ର ବାସ୍ତବତା ର ରୂପ କୁ ସ୍ଥାନିତ କରିଛନ୍ତି ନିଜ କବିତା ର ଶବ୍ଦ ମାଧ୍ୟମ ରେ ।

ମୁଁ ନବ ପ୍ରତିଭା :-
ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା
ବଡମ୍ବା,କଟକ
ଯୋଗାଯୋଗ

Loading

Leave a Reply

Your email address will not be published. Required fields are marked *