May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ–ଦୀପାଳି ମେହେର*

ନବ ପ୍ରତିଭା ନବ ଅନ୍ୱେଷଣ ପର୍ଯ୍ୟାୟ -୦୪
କବିତା ସମୀକ୍ଷା:-
କବିତା- କଳା ମାଣିକରେ , ସ୍ରଷ୍ଟା- ଅଭିମନ୍ୟୁ ସାମନ୍ତସିଂହାର।

ସ୍ରଷ୍ଟା ଙ୍କ ପରିଚୟ:-
ଓଡ଼ିଆ ସାହିତ୍ୟର ରୀତିଯୁଗୀୟ କବି ମାନଙ୍କ ମଧ୍ୟରୁ
ଅଭିମନ୍ୟୁ ସାମନ୍ତସିଂହାର ପ୍ରମୁଖ ସ୍ରଷ୍ଟା। ଯାଜପୁର ଜିଲ୍ଲା ର ବାଲିଆର ସମସ୍ତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ଛୋଟ ଦିନରୁ ଅଭିମନ୍ୟୁ ସରଳ ଭାଷାରେ ସୁନ୍ଦର ସୁନ୍ଦର କବିତା ରଚନା କରୁଥିଲେ।ପରେ ସେ ରାଧାକୃଷ୍ଣଙ୍କ ଲୀଳାକୁ ଆଧାର କରି କାବ୍ୟ କବିତା ମାନେ ରଚନା କରିଥିଲେ। ତାଙ୍କର କେତେକ ଗୁଡୁଏ କାବ୍ୟ କବିତା ହେଲା, ପ୍ରେମକଳା,ରସବତୀ, ସୁଲକ୍ଷଣୀ,ବାଘଗୀତ, ଚଢ଼େଇ ଗୀତ ଇତ୍ୟାଦି କବିତା ଲୋକପ୍ରିୟ ସୃଷ୍ଟି ହୋଇଛି। ବିଦଗ୍ଧ ଚିନ୍ତାମଣି କାବ୍ୟର ସତଷଠି ଛାନ୍ଦରୁ ଅଣାଯାଇଛି।

ଧିରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ଏଠି କବି ପଣ୍ଡିତ ମାନଙ୍କୁ କହିଛନ୍ତି ହେ ପଣ୍ଡିତ ମାନେ କିପରି ଭାବରେ ଶ୍ରୀକୃଷ୍ଣ ବଣକୁ ଯାଇ ବିଳମ୍ବିତ କରିଛନ୍ତି ଏବଂ ମାତା ଯଶୋଦା ବ୍ୟସ୍ତ ହୋଇ ପଡିଛନ୍ତି।ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ କହୁଛନ୍ତି ତୁ ମୋର ନିଧନ ଶଙ୍ଖାଳି ଅନ୍ଧର ଲଉଡି, ଅନ୍ଧ ମାନଙ୍କ ପାଇଁ ଯେମିତି ବାଡ଼ି ସାହା ଭରସଷା ହୋଇଥାଏ ତୁ ମୋର ସେମିତି ସାହା ଭରଷା ବୋଲି କହିଛନ୍ତି। ଅଭିମନ୍ୟୁ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ମୋ ଜୀବ ଜୀବନ ତୁହି ନୟନ ପ୍ରତିମା ତୁ, ଯଶୋଦା ଶ୍ରୀକୃଷ୍ଣଙ୍କୁ ଜୀବନର ଶରୀର ଆଉ ଆଖିର ଛବି ବୋଲି କହିଛନ୍ତି। ଆଖି ଖୋଲିଲେ ବି ତତେ ଦେଖେ ଆଖି ବୁଜିଲେ ବି ତତେ ଦେଖେ।ସତରେ କୃଷ୍ଣଙ୍କୁ ପାସୋରି ପାରିବି ନାହିଁ ବୋଲି କହିଛନ୍ତି ଆଉ କବି ମଧ୍ୟ ଖୁବ ସୁନ୍ଦର ଭାବରେ ଲେଖିଛନ୍ତି। ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ, କୃଷ୍ଣ ଅନ୍ଧାରକୁ ଡରିଥାନ୍ତି ସେଥିପାଇଁ ମାତା ଯଶୋଦା ବାରଣ କରିଥାନ୍ତି ବଣକୁ ବୁଲି ଯିବା ପାଇଁ।ସତରେ କେତେ ଚିନ୍ତା ଶ୍ରୀକୃଷ୍ଣ ଙ୍କ ପାଇଁ କରନ୍ତି ବୃଦ୍ଧ କାଳେ ତୁମୋହର ଏକଇ ନନ୍ଦନ,ମାତା ଯଶୋଦା ଙ୍କ ବହୁତ ଆଶା କେଡ଼େ ସୁନ୍ଦର ଭାବରେ କହିଛନ୍ତି କୃଷ୍ଣଙ୍କୁ, ବୃଦ୍ଧ ଅବସ୍ଥାରେ ଆମେ ଯେତେବେଳେ ଯିବୁ ସେତେବେଳେ ତୁ ହିଁ ଆମର ସାହା ଭରଷା ଯଶୋଦାଙ୍କ ଭାବନାକୁ ଶ୍ରଷ୍ଟା ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।ଗୋଟିକା ଅଧମ ସର ନ ରୁଚଇ ତତେ, କୃଷ୍ଣ ଙ୍କ ଲହୁଣୀ ବହୁତ ପସନ୍ଦ ସେଥିପାଇଁ ମା ପେଣା ଦେଲେ ମଧ୍ୟ ଖାଉ ନଥିଲେ।ଲଉଣୀ ଖୋଜିଥାନ୍ତି ଘର ଘର ଯାଇ, ଯେତେବେଳେ ମା କୃଷ୍ଣ ଙ୍କୁ ଧରିଥାନ୍ତି ସେତେବେଳେ ସେ ଗୋଲି ହୋଇଯାଆନ୍ତି।ଦେହରେ ମିଶି ଯାଇଥାନ୍ତି।ମା ଙ୍କୁ ହଇରାଣ କରୁଥିଲେ।ଡାକନୀ ଲୋଭାନ୍ତି ବୋଲି ଡରୁଥାଉ ମନେ, ଯଶୋଦା ଙ୍କ ମନରେ ଅନେକ ଭୟ ଥିଲା । କୃଷ୍ଣ ଙ୍କୁ ବଣକୁ ଯିବାକୁ ମନା କରୁଥାନ୍ତି ।କାରଣ ସେଠାରେ ଡାହାଣୀ ଚରୁଥାନ୍ତି।ନିଶଚର ମାତିବାର ଶୁଭୁଛି କୃଷ୍ଣ ଙ୍କୁ ଯିବାକୁ ମନା କରୁଥିଲେ ସେ ନ ମାନିବାରୁ ଯିବାପାଇଁ ଅନୁମତି ଦେଲେ। ମନେ ମନେ କହୁଛନ୍ତି ସେଠାରେ ନିଶାଚର ଅଛନ୍ତି କାହିଁକି ଛାଡି ଦେଲି ବୋଲି ବ୍ୟସ୍ତହୋଇ ପଡ଼ୁଛନ୍ତି। ମନରେ ଭୟ ଏବଂ ଦ୍ଵନ୍ଦର ଆଶଙ୍କା ଘୋରି ବୁଲୁଛି। ଝାଳ ବୋହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା, ଯେତେବେଳେ କୃଷ୍ଣ ବଣକୁ ଯାଇଥାନ୍ତି,ଫେରିଲା ବେଳକୁ ଡେରି ହୋଇଥାଏ।ମାତା ଯଶୋଦା ବୁଝି କି ଭାବୁଥାନ୍ତି। ଝାଞ୍ଜି ଖରାରେ ତୋ ଝାଳ ବୋହିଯାଏ ସେଥିପାଇଁ ତୁ ଗଛମୂଳେ ବିଶ୍ରାମ ନେଇଥାଉ,ଆଉ ଘରକୁ ଡେରିରେ ଫେରିଥାଉ।ନେଲୁ ନାହିଁ କାହିଁ ପାଇଁ ତୋ କଠାଉ ଛତା,କେତେ ଯତ୍ନ ନିଅନ୍ତି କୃଷ୍ଣଙ୍କର ବଣକୁ ଗଲେ ଛତା କଠାଉ ନେଇ ନ ଥିଲେ ବୋଲି ସେଥିପାଇଁ କୃଷ୍ଣଙ୍କୁ ଯଶୋଦା କହିଛନ୍ତି।କାନ ଡେରିଥାଏ ଏକା ତୋ ବେଣୁ ଗୀତକୁ
ଆଜି କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ! କଳା ମାଣିକରେ ମାତା ଯଶୋଦା ଭାବୁଛନ୍ତି ଆଜି କାହିଁ କି ବଂଶୀ ବାଜୁ ନାହିଁ ସେଥିପାଇଁ ବ୍ୟସ୍ତ ହୋଇ ଯାଉଛନ୍ତି। ସତରେ କେତେ ଚିନ୍ତା କୃଷ୍ଣ ଙ୍କ ପାଇଁ କରନ୍ତି।ଏହି କବିତାରେ ପୁଅ କୁ ମୋତି ମାଣିକ ମା ପୁଅର ପ୍ରେମକୁ, ସ୍ନେହ, ଶ୍ରଦ୍ଧା, ଯତ୍ନ ଓ ଆଦର କୁ ନେଇ ଶ୍ରଷ୍ଟା ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।

ସୋପାନ (ଖ)
କବିତା:-ଅଜଣା ଅନ୍ୟ ଜଣେ
କବି – ମମତା ଦାଶ
କବି ପରିଚୟ-

ମମତା ଦାଶ ୪ ଅକ୍ଟୋବର ୧୯୪୭ ମସିହାରେ ଜଗତସିଂହପୁର ଠାରେ ଜନ୍ମଗ୍ରହଣ କରିଥିଲେ।ସେ ଜଣେ ଏକାଡେମୀ ପୁରସ୍କାର ପ୍ରାପ୍ତ ଓ ଅନୁବାଦକ। କ୍ଷୁଦ୍ର ଗଳ୍ପ, ଉପନ୍ୟାସ ଅନୁବାଦ ଓ କବିତା ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି। ମମତାଙ୍କ ବହୁ ରଚନାରେ କୁହୁକ ବାସ୍ତବବାଦ ପରିଲକ୍ଷିତ ହୁଏ।ଜୀବନ କାଳ ମଧ୍ୟରେ ଅନେକ ଗୁଡ଼ିଏ କାବ୍ୟ କବିତା, ଗଳ୍ପ ଓ ଉପନ୍ୟାସ ଲେଖିଛନ୍ତି। ଚନ୍ଦ୍ରସୂର୍ଯ୍ୟ,ନୀନିର୍ବାପନ,ଲଳିତ ଇତ୍ୟାଦି । କେତେକ ତାଙ୍କର ପୁରସ୍କାର। ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର, ବିଷୁବ ମିଳନ ପୁରସ୍କାର, ଧରିତ୍ରୀ ସମ୍ମାନ ଇତ୍ୟାଦି। ଅଜଣା ଅନ୍ୟ ଜଣେ କବିତାରେ କବି ତାଲା ଚାବି ଉପରେ ସେ ଅଜଣା କୁ ବର୍ଣ୍ଣନା କରିଛନ୍ତି। ମାନମୟୀ ରଥଙ୍କ ଚିତ୍ରକୁ ଦେଇଛନ୍ତି। ଏଠି ଅଭିମାନରେ ରଙ୍ଗକୁ ଲେଖିଛନ୍ତି।

ମମତା ଦାଶ ଖୁବ ସୁନ୍ଦର ଭାବରେ ଲେଖିଛନ୍ତି ଶବ୍ଦରେ ହୃଦୟକୁ ଛୁଇଁ ଯାଉଛି। ସତରେ ସେ ତାଲା ଚାବି ଆଉ ସେ ଅଜଣା ଅନ୍ୟ ଜଣେ କୁ ନେଇ ରଚନା କରିଛନ୍ତି।ଲେଖାର ମର୍ମ ଗୁଡାକ ମନକୁ ଖୁବ୍ ସୁନ୍ଦର ଛୁଇଁଲା।ପ୍ରତ୍ୟକ ଧାଡ଼ି ମନକୁ କିଣି ନେଉଛି।ସବୁ ପଦ ଗୁଡାକ ବିସ୍ମୟ ସହ କୌତୁହଳ ସୃଷ୍ଟି ହୋଇଛି।ନିଜେ ପଢିଛି ହେଲେ ସେ ଅଜଣା ଅନ୍ୟ ଜଣେ କିଏ ମୁଁ ବି ଦ୍ଵନ୍ଦ ରେ ପଡିଯାଉଛି।ଚାବି ଯେଉଁଠି ଖୋଜୁଛନ୍ତି ସେଠି କିଏ ଜଣେ ହଁସୁଛି ,ସତରେ କେମିତି ଅଜବ ଲାଗୁଛି ନା।ଅଜଣା ଅନ୍ୟ ଜଣେ କିଏ ଯିଏ ଗଛ ଲଗେଇ ପବନର ବାସ୍ନାରେ ମହକାଇ ଦଉଛି।ପୁଣି ଶାଢ଼ୀ ବୁଣି ଦେଇଛି ଯାହା ସେ ପିନ୍ଧିଲେ ବି ସରୁନାହିଁ। ଅସରନ୍ତୀ ଗପ କହୁଛି, ପୁଣି ସେ ସ୍ବର୍ଗ ପରୀର ଅଜଣା ଅନ୍ୟ ଜଣେ ନିଶ୍ଚେ ମଜାକ୍ କରିଛୁ ଅଭିମାନ ର ମୁହଁ ଦେଖିବାକୁ ଚାହୁଛି।
ମୁଁ ପଚାରୁଛି “କିଏ, କିଏ”
ପଚାରୁଛି ବାଡ଼ି ଦୁଆର ଚାବି କାହିଁ
ମତେ ଯଦି ଖୋଜୁଥିବ ରାତି ଅଧରେ ନଈ
ପଚାରିବା ସମୟରେ ସେ ପାଟିକୁ ବୁଜି ଦେଉଛି।
ସତରେ ଏଠି କେତେ ବ୍ୟସ୍ତ ହୋଇ ପଚାରୁଛନ୍ତି। ଲୁଚକାଳି ଖେଳୁଛି।ହଇରାଣ ର ଅଭିମାନ ଦେଖିବାକୁ ଚାହୁଁଛି। ଖୁବ ଚିନ୍ତାରେ ପକାଇ ଦେଉଛି କେତେବେଳେ ଝୁଲାଉଛି ତ ଆଉ କେତେବେଳେ କଣ।ପ୍ରେମ ଅଭିମାନ ର ଖେଲ ଏ ବୋଧେ।ସେ ପୁଣି ନିଜର ପରିଚୟ କହୁନି ସବୁକିଛି ଅଦୃଶ୍ୟ ହୋଇ କହୁଛି।ଇସ୍‌ ଅଭିମାନରେ ସେ କହିଛନ୍ତି ଯଦି ତାଲା ଭାଙ୍ଗି ଦିଅନ୍ତି କଣ ସେ ସତରେ ବାହାରି ଆସିବ।ଗହନ ମାୟାର ଦୀର୍ଘ ବିଛାଇଲେ କଣ ଆସିବ।ସେ ବହୁତ ଅଭିମାନରେ ପଡିଗଲେ ମାୟାର ଜାଲ ବିଛାଇଲେ ଆସିବ କି ବୋଲି ଭିବୁଛନ୍ତି। ଏଠି ତ ପ୍ରେମ, ଅଭିମାନର ରଙ୍ଗ ଭଲପାଇବା ସବୁ ଅଛି।ଖୁବ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।ସତରେ ପଢିକି ତ ମୁଁ ନିଜେ ଦ୍ଵନ୍ଦରେ ପଡିଗଲି। ସତରେ ସେ କିଏ କିଏ। ସମୀକ୍ଷା କରିବାର ବି ସାହସ ନାହିଁ ମୋର କେମିତି କରିବି ପଢ଼ିଲେ ଆହୁରି ପଢ଼ିବାପାଇଁ ଇଚ୍ଛା ହେଉଛି‌। ମନରେ ଆସୁଛି କି ସତରେ ସେ ଚାବି କିଏ ନେଇ ଯାଇଛି ନା ସ୍ୱପ୍ନରେ ଏମିତି ସବୁ ହେଉଛି।

ଯେତିକି ବୁଝିଲି ଲେଖିଛି କିଛି ଭୁଲ ଥିଲେ କ୍ଷମା କରିବେ……🙏😊

ଦୀପାଳି ମେହେର
ଖଇରପାଲି, ପଦ୍ମପୁର, ବରଗଡ଼

Loading

Leave a Reply

Your email address will not be published. Required fields are marked *