May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ–ସୋନାଲି ସ୍ବପ୍ନା ପାତ୍ର*

ସୋପାନ-କ

ଶୀର୍ଷକ- ବିପ୍ଲବୀର ସ୍ୱର
_____________________

କବିତା – ବନ୍ଦୀରଆତ୍ମକଥା
କବି – ଉତ୍କଳମଣି ଗୋପବନ୍ଧୁ ଦାସ

କବି ପରିଚୟ :- ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ଜାତିର ଯୁଗପୁରୁଷ । ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍, ଆଇନଜ୍ଞ ଏବଂ ଜଣେ ସ୍ୱାଧିନତା ସଂଗ୍ରାମୀ । ଦୈନିକ ଖବର କାଗଜ ସମାଜ ଏବଂ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ ଗୋପବନ୍ଧୁ ଦାସ । ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମର ଅଳ୍ପ ଦିନ ପରେ ସେ ହରାଇଥିଲେ ମାତାଙ୍କୁ । ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷ କରି ସେ ରୂପଦେଈପୁର ମିଡ଼ିଲ୍ ଭର୍ଣ୍ଣାକୁଲାର ସ୍କୁଲରେ ଅଧ୍ୟୟନ କଲେ । ୧୮୯୨ରେ ସେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେ ସମୟରୁ ତାଙ୍କର ସାହିତ୍ୟ ପ୍ରତି ରୁଚି ରହିଥିଲା । ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହେଲା, ଯାହଙ୍କ ଠାରୁ ପରେ ସେ ଦେଶ ସେବାର ଶିକ୍ଷା ପାଇଲେ । ଗୋପବନ୍ଧୁଙ୍କଦ୍ୱାରା ହିଁ ପୁରୀରେ ସେତେବେଳେ, ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରାଯାଇଥିଲା । ପୁରୀ ସେବା ସମିତି ଗଠନ କରି, ସେ ଆପଣା ଜୀବନକୁ ବିପନ୍ନ କରି ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ ।
ପଣ୍ଡିତେ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠ ପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ । ଏହି ସମୟରେ ତାଙ୍କର ପିତୃବିୟୋଗ ଘଟିଥିଲା । କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, ‘କର୍ତ୍ତବ୍ୟ ବୋଧିନୀ ସମିତି’ ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ତାଙ୍କର ଆହ୍ୱାନ ଥିଲା, ‘ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ ।’ ରମ୍ଭାଠାରେ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ୧୯୦୩ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ରସନ୍ତାନଟିର ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ୱେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ କଲିକତାରେ ବିଏଲ ପଢ଼ିଲେ । ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ ‘ଓଡ଼ିଆ ଶ୍ରମିକ ସଂଘ’ ଓ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ । ଇତି ମଧ୍ୟରେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ ପାସ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା ।
କଲେଜରେ ପଢ଼ିବା ସମୟରେ ଅବକାଶ ଚିନ୍ତା ନାମରେ ଏକ ପୁସ୍ତକ (କବିତା) ପ୍ରକାଶ କରାଇଥିଲେ । ତାଙ୍କ ରଚିତ ଗୋ-ମାହାତ୍ମ୍ୟ, ନଚିକେତା ଉପାଖ୍ୟାନ, କାରାକବିତା, ଧର୍ମପଦ ଏବଂ ବନ୍ଦୀର ଆତ୍ମକଥା ଆଦି ପୁସ୍ତକ ଓଡ଼ିଆ ସାହିତ୍ୟକୁ ଅନବଦ୍ୟ ଅବଦାନ । ‘ସମାଜ’ ଖବର କାଗଜରେ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ନିର୍ଭୀକ ସମ୍ବାଦ ପରିବେଷଣ କରି, ସେ ୧୯୨୨ ମସିହାରେ କାରାବରଣ କରିଥିଲେ । କାରାଗାରରେ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା ‘କାରାକବିତା’ ଓ ‘ବନ୍ଦୀର ଆତ୍ମକଥା’ । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ବିଶାଳ ସମ୍ବର୍ଦ୍ଧନା ସଭାରେ, ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ‘ଉତ୍କଳମଣି’ ବୋଲି ସମ୍ବୋଧନ କରିଥିଲେ । ସମବେତ ଜନତା କରତାଳି ମାଧ୍ୟମରେ ଏହି ଉପାଧିକୁ ସ୍ୱିକୃତି ଦେଇଥିଲେ । ଗୋପବନ୍ଧୁଙ୍କ ସେବ
୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ, ଲାହୋର ଯିବାବାଟରେ, ଗୋପବନ୍ଧୁ କଲିକତାଠାରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ମୃତ୍ୟୁ ପୂର୍ବରୁ, ସେ ନିଜର ଇଚ୍ଛାପତ୍ରରେ, ‘ସମାଜ’ ଓ ‘ସତ୍ୟବାଦୀ ପ୍ରେସ’ର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ । ଇଚ୍ଛାପତ୍ର ସମ୍ପାଦନର ଦୁଇ ଘଣ୍ଟାପରେ ୧୯୨୮ ମସିହା ଜୁନ ୧୭ ତାରିଖ, ରବିବାର ସନ୍ଧ୍ୟା ଘ.୭-୨୫ମିନିଟରେ, ଗୋପବନ୍ଧୁ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।

ଗୋପବନ୍ଧୁ ଦାଶଙ୍କ ମହାପ୍ରୟାଣର ୯୩ ବର୍ଷ ପରେ ମଧ୍ୟ ସେ ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ । ୧୮୯୪ ମସିହାରୁ ୧୯୨୮ ମସିହା ପର୍ଯ୍ୟନ୍ତ ଗୋପବନ୍ଧୁ ଓଡ଼ିଶାର ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଓଡ଼ିଆ ଜାତିର ଅବଚେତନରେ ଆପଣାର ଅନତିକ୍ରାନ୍ତ ପ୍ରଭାବ ବିସ୍ତାର କରିଥିଲେ, ଯାହା ଆଜି ମଧ୍ୟ ମଳିନ ପଡ଼ିନାହିଁ । ଦେବତାର ଛଡ଼ାଫୁଲ ଓ ପାଦୁକା ଭକ୍ତ ନିକଟରେ ଯେଭଳି ପବିତ୍ରତମ ବସ୍ତୁ, ସେହିଭଳି ଗୋପବନ୍ଧୁଙ୍କର ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁଠାରୁ ଆରମ୍ଭକରି ଡାଏରୀ, ଚିଠିପତ୍ର ଓ ଅଭିଭାଷଣ ପର୍ଯ୍ୟନ୍ତ, ସବୁକିଛି ଆଜି ଓଡ଼ିଆ ଜାତିପାଇଁ ପବିତ୍ର ଅମୂଲ୍ୟ ସମ୍ପଦ ।

“ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ ।”
(ଉତ୍କଳମଣି ଗୋପବନ୍ଧୁ ଦାସ)

ପୃଷ୍ଠଭୂମି:-
ଏଠାରେ ଉତ୍କଳମଣି ଗୋପବନ୍ଧୁ ଦାସ ନିଜର ଜାତି,ମାଟି ମାଆ ପାଇଁ ଆହ୍ବାନ ଦେଇ ମର୍ମେ ମର୍ମେ ଦେଶବାସୀ,ବନ୍ଧୁ ପରିଜନଙ୍କୁ ଅହିଂସା ଡାକରା ନିମନ୍ତେ “ବନ୍ଦୀରଆତ୍ମକଥା” କୁ ବର୍ଣ୍ଣନା କରିଥିଲେ । କରାଦଣ୍ଡିତ ହୋଇ ବି ଯିଏ ନମ୍ର ହୋଇପାରେ,ବିନା ଅସ୍ତ୍ରରେ ଯିଏ ଯୋଦ୍ଧାର ନାମ ନିଏ,ସେହିଭଳି ବୀର ନିଜ ଦେଶ ପାଇଁ କଷ୍ଟ ଭୋଗି ମଧ୍ୟ ଅନେକ ଆଶ୍ଵାସନା ଦେଇପାରେ ଯାହା କବିତାର ପ୍ରଥମ ଧାଡ଼ିରୁ ବାରି ହୋଇପଡେ ।

“ଦେଶବାସୀ ବନ୍ଧୁ, ଆତ୍ମୀୟ ସୋଦର,
କାରାଦଣ୍ଡେ ମୋର ହେଲକି କାତର ?

ହେ ଦେଶବାସୀ,ହେ ମୋର ପ୍ରିୟ ଆତ୍ମୀୟ, ମୋର କରାଦଣ୍ଡିତ ହେବାର ଦେଖି ଡରିଗଲକି ? ତୁମେ ଆଉ ମୁଁ ଏହି କଥା ବହୁ ଆଗରୁ ଜାଣିଥିଲେ। ଯେବେ ଦେଶ ମାତୃକାର ସ୍ୱାଭିମାନ ବଢ଼ିଚାଲିଛି ସେଠି କାପୁରୁଷପଣ ଦେଖାଇବା ଉଚିତ୍ କଣ ହେବ କି ? ଏହା କହି ଦୃଢ଼ ଭାବରେ ସଭିଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି । କାରଣ ଜଣେ ବୀର “ମାରେ ନଚେତ୍ ମରେ” କିନ୍ତୁ କାହା ଭୟରେ ନଇଁପଡ଼ି ନିଜ ମାତୃକାର ସ୍ୱାଭିମାନକୁ ହତ୍ୟା କରିପରେନି ।

ଏଠି ହାତ_ହତିଆର,ଅସ୍ତ୍ର_ଶାସ୍ତ୍ର,ଛୁଆ_ଅଛୁଆଁ ନାହିଁ,କେବଳ ଜଣେ ଭାରତୀୟ ମନୋଭାବରେ ଆମେ ସଭିଏଁ ବନ୍ଧା । ଏଠାରେ ଲୋଡା କେବଳ ଆତ୍ମୀୟତା ଓ ଆଧ୍ୟାତ୍ମିକତା ଯାହା ନାଶ କରି ପରିବ ପଶୁତ୍ୱର ଛଳକୁ – ଭାଙ୍ଗିପାରିବ ନୃଶଂସର ଦର୍ପକୁ – ଜଣାଇଦେଵ ତାଙ୍କ ଭୀରୁତା ପଣକୁ ।

ଯିଏ ନିଜ ଘର-ଦ୍ୱାର,ସାଥୀ-ସାଙ୍ଗ,ମାୟା ସଂସାର ଛାଡ଼ି ଆସିଛି ଦେଶର ଆହ୍ବାନରେ ତାକୁ କଣ ଅକ୍ତିଆର କରିପାରେ ପଶୁବଳ, ନା ଅକ୍ତିଆର କରିପାରେ ହିଂସା କଳହ । ଆମେ ଭାରତୀୟ, ଆମେ ହିଂସାକୁ ଲୋପ କରି ଶାନ୍ତି ସ୍ଥାପିବୁ ଏହି ମହିରେ କେବଳ ଅହିଂସା ବଳରେ । ପଶୁତ୍ଵର ଶିକାର ହେଲେ ପ୍ରଥମେ କାରାଦଣ୍ଡ ଆଉ ପରେ ମୃତ୍ୟୁଦଣ୍ଡ କୌଣସି ନୂଆ ନୁହେଁ ।

“ମରିବା ଠାରୁ ହାରିବା” ଢେର୍ ଗୁଣରେ ଆମକୁ ପ୍ରେରଣା ଦେବ କାରଣ ପଶୁତ୍ଵ ପାଇଁ ହରେଇବା ଆଉ କାହାକୁ ମାରିବା କିଛି ବଡ଼ ନୁହେଁ ବରଂ ବାର୍ ବାର୍ ଝୁଣ୍ଟି ପଡ଼ି ଉଠିବାକୁ ହିଁ ଶ୍ରେଷ୍ଠ ସଫଳତା ବୋଲି ମାନିନେବା ଉଚିତ୍ ।ତେଣୁ ସଂଗ୍ରାମ କର, ମାନ ଅପମାନ କୁ ଖାତିର କର ନାହିଁ । କାରଣ ଜଣେ ସଂଗ୍ରାମୀ ସଂଗ୍ରାମ ରେ ମନୋନିବେଶ ପରେ ପଛ ଘୁଂଚା କୁ ଭିରୁତାର ଆଖ୍ୟା ଦିଆଯାଏ । ସେଥିପାଇଁ ଗୋପବନ୍ଧୁ ଦାସ ଏହି ସଂଗ୍ରାମରେ ମରଣ ସୁନିଶ୍ଚିନ୍ତ ବୋଲି ଜାଣି ମଧ୍ୟ ପ୍ରବେଶ କରିଛନ୍ତି। ଆଉ ନିଜର ଆଶା ବିଶ୍ଵାସରେ ହଜାର ହଜାର ବ୍ୟକ୍ତିଙ୍କ ପାଇଁ ନିଜର ମୃତ୍ୟୁ ସୁନିଶ୍ଚିତ ହୋଇପାରେ ମାତ୍ର ଗୋଟିଏ ବ୍ୟକ୍ତି ପାଇଁ ହଜାର ହଜାର ବ୍ୟକ୍ତିଙ୍କ ପ୍ରାଣ ବଞ୍ଚି ପାରିବ ।

ତେଣୁ କୁହାଯାଇଛି:-
ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ।

ଏହି ଦେଶ ମୋର,ଦେଶର ଉନ୍ନତିରେ କର୍ତ୍ତବ୍ୟବୋଧତା ହେବା ମଧ୍ୟ ଏକ ଦେଶପ୍ରେମୀର ଅନ୍ତରର ମନୋଭାବ ନିର୍ଭର କରେ ।କୁଢ଼ କୁଢ଼ କ୍ଷତକୁ ସହି ପ୍ରଗତି କରିବା ପାଇଁ ଶପଥ ନେବା ଦରକାର,ଯାହା ଜଣେ ନିଛକ ଦେଶପ୍ରେମୀ କାଯ୍ୟରେ ଦେଖାଯିବା ନିତ୍ୟାନ୍ତ ଆବଶ୍ୟକ। ତିଳ ତିଳ ହୋଇ ଏ ଶରୀର ପାଉଁଶ ହେଉ କିବା ବିନା ଗନ୍ଧରେ ଏ ମାଟି ସହ ହାଡ଼ ମାଂସର ଶରୀର ମିଶିଯାଉ ମାତ୍ର ଆହ୍ବାନ ବିଫଳ ନହେଉ।

ତେଣୁ କୁହାଯାଇଛି:-
ଦେଶର ସ୍ଵରାଜ୍ୟେ – ପଥେ ଯେତେ ଗାଡ଼,
ପୂରୁ ତହିଁ ପଡ଼ି ମୋର ମାଂସହାଡ଼ ।

ସ୍ୱାଧୀନତା ପଥ ବିସ୍ତୃତ ହେଉ । ନର-ନର ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେଉ । କାହାର ପ୍ରାଣ ବଳୀ ପଡ଼ିବା ପୂର୍ବରୁ ମୋ ପ୍ରାଣ ଚାଲିଯାଉ । ମୋ ଜୀବନ ଦାନର ପ୍ରଶସ୍ଥି ସଫଳ ହେଉ ବରଂ ମୋ ଦେଶର ଅଗ୍ରସର ହେଉ । ଆଧ୍ୟାତ୍ମିକ ପଥରେ ପ୍ରାଣ ଥିବା ଯାଏଁ ଦେଶପ୍ରିତି ଜାଗ୍ରତ ରହୁ ବୋଲି କାରାଦଣ୍ଡିତ ହୋଇ ମଧ୍ୟ ଗୋପବନ୍ଧୁ ଦାସ ଜୀବନର ଶେଷ ଭିକ୍ଷା ପ୍ରାର୍ଥନା କରିଛନ୍ତି ।

ସତରେ କବିଙ୍କ ଲେଖନୀ ଏବଂ ଦେଇଥିବା ଆହ୍ବାନର ସ୍ୱର ଜଣେ ବିପ୍ଳବୀ କୁ ଭୂମିରୁଭାମା ପର୍ଯ୍ୟନ୍ତ ଲଢେଇ ପାଇଁ ଖୁବ୍ ପ୍ରେରଣା ଦିଏ । ଏ ବିପ୍ଳବ ସେଦିନ କେବଳ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ନଥିଲା ବରଂ କୋଟି କୋଟି ଓଡ଼ିଆ ଜାତିର ବିପ୍ଳବୀ ମାନଙ୍କ ସ୍ୱର ବୋଲି କୁହାଯାଇପାରିବ ।

_____________________________________
ସୋପାନ – ଖ

ଶୀର୍ଷକ – ପ୍ରେମର ଜୀବନ୍ୟାସ
________________________

କବିତା – ପ୍ରେମିକା
କବି – ଚିତ୍ତ ରଞ୍ଜନ ନାୟକ

କବି ପରିଚୟ:- ୧୯୭୮ ମସିହା ମେ ୧୧ ତାରିଖ ରେ ଶ୍ରୀ ନାୟକ କେନ୍ଦୁଝର ଜିଲ୍ଲାର ଡଅଁର ଗ୍ରାମ ରେ ,ପିତା-ସ୍ଵର୍ଗତ ରବୀନ୍ଦ୍ରନାଥ ନାୟକ ଏବଂ ମାତା- ଶ୍ରୀମତୀ ମନୋରମା ନାୟକଙ୍କ କୋଳକୁ ଜନ୍ମଲାଭ କରିଥିଲେ।ବର୍ତ୍ତମାନ ସଂପ୍ରତି ଘଟଗାଁ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଅଟନ୍ତି ।

ସାହିତ୍ୟ କବି ମନରେ ଝଙ୍କାର ସୃଷ୍ଟି କରିପାରେ,ଲେଖନୀ ଦୂର ଦିଗବଳୟ ପଯ୍ୟନ୍ତ ମଧ୍ୟ ବିସ୍ତୃତ ହୋଇପାରେ । ଚିତ୍ତ ରଂଜନ ନାୟକ ମହୋଦୟ ମଧ୍ୟ ତତ୍ ମଧ୍ୟରେ ଖୁବ୍ ପାରଙ୍ଗମ ।
ନିଜ ଲେଖନୀ ଚାଳନା ବଳରେ ନିଜକୁ ସହିତ୍ୟ ବ୍ରତୀ କରିବା ପରେ ପରେ ପ୍ରେମ ହେଉ ଅବା ବାସ୍ତବତା ଘଟଣାକୁ ଖୁବ୍ ନିଖୁଣ ଭାବରେ ପରିପ୍ରକାଶ କରି ବେଶ୍ ଜଣାଶୁଣା ହୋଇପାରିଛନ୍ତି। ଶ୍ରୀ ନାୟକ ଓଡିଆଭାଷା ଓ ସଂସ୍କୃତିକୁ ନେଇ ବିଭିନ୍ନ ମହଲରେ ନିଜର ପାରଦର୍ଶିତା ହାସଲ କରିଛନ୍ତି ତତ୍ ମଧ୍ୟରେ ନିଜସ୍ଵ ୪ଗୋଟି ସଙ୍କଳନକୁ ଲୋକଲୋଚନକୁ ଆଣିପାରିଛନ୍ତି ବୋଲି ଶୁଣିବାକୁ ମିଳେ ।

କବି ଚିତ୍ତରଞ୍ଜନ ନାୟକ କବିତା ପ୍ରେମିକାକୁ ନେ଼ଇ ଦୂର ଦିଗ୍ ବଳୟ ପର୍ଯ୍ୟନ୍ତ ବିସ୍ତୃତ ଆକାଶକୁ ସଂଚାର କରିଛନ୍ତି । କିଛି ଆଳାପ, କିଛି ବିଳାପ ସାଥିରେ ଥିବା ଦୃତମନା ନାୟିକ ପାଇଁ ଅଜାଡ଼ି ଦେଇଛନ୍ତି ପ୍ରେମର ବନ୍ୟା, ସୃଷ୍ଟି ତରଙ୍ଗରେ ତରଙ୍ଗାୟିତ ହୋଇଛି ତାଙ୍କର କାୟ ,ମନ ଓ ପ୍ରସାରିତ ହୋଇଛି ଅସାଧାରଣ ଆଶା ବିଶ୍ଵାସ। ସେହି ପାଇଁ କବି କହିଛନ୍ତି

ଜହ୍ନ ଉଠୁ କି ନ ଉଠୁ
ତାରା ହସୁ କି ନ ହସୁ
ଚାଲ ଆମେ ଆକାଶରେ
ମୁରୁଜ ଆଙ୍କି ସଜାଇବା ଅହଙ୍କାର
ଧାଡ଼ି ଧାଡ଼ି ପ୍ରତିଶ୍ରୁତିରେ ଜ୍ୟାମିତି ଭିତରେ
ଯୋଡିବା ଓ ଭଙ୍ଗୁଥିବା
ପଥର ପାଲଟିଥିବା ପ୍ରେମ ଆଉ ଲୁହଙ୍କ ଅକ୍ଷର ।

ସତରେ ପ୍ରେମ ଶାଶ୍ଵତ, ଆଉ ଚିର ନିରନ୍ତର ନଚେତ୍ କଣ କିଏ ଭାବିପାରେ ଜହ୍ନ ଓ ତାରାକୁ ବାଦ୍ ଦେଇ ଶୂନ୍ୟ ଆକାଶରେ ମୁରୁଜ ଆଙ୍କିବା ପାଇଁ ନା ଅବୁଝା ସମୀକରଣ ପରି ଜ୍ୟାମିତି କୁ ନେଇ ଯୋଡ଼ି ଦେବା ପାଇଁ ପଥର ପାଲଟି ଥିବା ପ୍ରେମରେ ଭିଜା ଲୁହର ଅକ୍ଷର ମାନଙ୍କୁ ନେଇ ସ୍ବପ୍ନ ଦେଖିବା ଓ ନିଜ ମଧ୍ୟରେ ଅହଙ୍କାର ମଜା ଖୁବ ଅଲଗା।

ତୁମେ ଜାଣିଛ ମୋ ବେକାରୀ ପଣର ଶସ୍ତା ସୂତା ଶାଢ଼ୀରେ ବି ତୁମେ ମୋର ଏକ ଜୀବନ୍ତ ଦେବୀ ଓ ମୋ ଦରଦୀ ଭରା ଆଘାତରେ ଅସଂଖ୍ୟ ଯୁଦ୍ଧରେ ତୁମେ ମୋତେ ଜିତେଇଥିବା ମନ୍ତ୍ର, ତନ୍ତ୍ର ଓ ଅନନ୍ୟ ଏକ ଯନ୍ତ୍ର। ତୁମ ମହକରେ ମୁଁ ମହକିତ ଆଉ ମୃତ୍ୟୁ ମଧ୍ୟ ତୁମ ସାମ୍ନାରେ ଭୟଭୀତ।
ପ୍ରେମ ପାଇଁ ଲୋଡା ଦୁଇଦେହ ଏକ ଆତ୍ମା ଯାହାକୁ ନେଇ ପ୍ରେମ ପାଏ ଜୀବନ୍ୟାସ ଏବଂ ଗତିପରେ ଅନନ୍ୟ ତାଜମହଲ । ସେହିପାଇଁ ତ କବି ପ୍ରେମିକର ମନନେଇ ଲେଖିପରାନ୍ତି ଅକ୍ଷରରେ ପ୍ରେମର ନାମ। ଜାଳି ପାରନ୍ତି ପ୍ରଦୂଷିତ ଆଲୁଅର ଅମରାବତୀକୁ । ଝଡ଼କୁ ଝୁଲଣ କରି ନୀତି ଭିଜନ୍ତି ଆଉ ସାଉଁଟନ୍ତି ଫଗୁଣର ଅନେକ ସ୍ମୃତିକୁ।

ହୋଇପାରେ ପ୍ରେମ ଏକ ମିଠା ପାପ କିନ୍ତୁ ଯେଉଁଠି ଅଭାବର ଖାତିର ନଥାଏ ଆଉ ନିଅଣ୍ଟିଆ ଇଚ୍ଛାର ଇନ୍ଦ୍ରଧନୁ ପଖାଳ କଂସାରେ ଦେଖୁଥାଏ ପୂର୍ବଜନ୍ମର ସ୍ବପ୍ନ ଆଉ ଗଢ଼ୁଥାଏ ନିଃଶ୍ୱାସ ବିଶ୍ୱାସ ଭରା ପ୍ରାଚୀର । ସେଠାରେ କଣ କେବେ ପ୍ରଶ୍ନବାଚୀ ହୋଇପାରେ ମୃତ୍ୟୁର ଖବର,କି କିଏ ରୋକିପାରେ ଜାତି ଓ ଜାତକର ପ୍ରଭେଦ । ସେହି ପାଇଁ କବିଙ୍କମନରୁ ନିସୃତ ହୋଇଛି:-

ଆସ ଅଭାବୀ ତୂଳୀରେ ଆଙ୍କିବା
ନିଅଣ୍ଟିଆ ଇଚ୍ଛାର ଇନ୍ଦ୍ରଧନୁ
ପଖାଳ କଂସାରେ ଫେଣ୍ଟିଦେବା ନିଃଶ୍ୱାସ
ଶବ୍ଦଙ୍କର ପୁନର୍ଜନ୍ମ ପାଇଁ
ବାରମ୍ବାର ଜାଳିଦେବା ମୃତ୍ୟୁର ସନନ୍ଦ,ଜାତି,ଜାତକ ।

ଆମେ ଥିବା ବା ନଥିବା କିନ୍ତୁ ଚିରଦିନ ରହିବ ଆମ ପ୍ରେମ। ଚିକଚିକ କରିବ ପ୍ରେମର ଶବ୍ଦ ଯାହା ନାୟିକାର ପ୍ରଚେଷ୍ଟା ଓ ଆତ୍ମୀୟତା ରେ ସୃଷ୍ଟି ହୁଏ ଅନେକ ସଫଳତା। ଜାଣିଛ ନାୟିକା ଦୃଢ଼ ଇଚ୍ଛାବ୍ରତୀ ଥିଲେ ହେଁ ନାୟକ ପ୍ରେମ ପାଇଁ ସୂର୍ଯ୍ୟଙ୍କର ଆଲୋକରେ ମେଣ୍ଟାଇପରେ ଅବଶିଷ୍ଟ ଶୋଷ ଲୁଚାଇଦେଇପାରେ ଅନେକ ପାପ ଓ ପ୍ରଶ୍ନବାଚୀ। ନାୟିକାର ନିରୀହ ନିଖୁଣ ତ୍ୟାଗରେ ଗତିପାରେ ଛାଇରେ ମଧ୍ୟ ଅଟ୍ଟାଳିକା। ଭେଟିପାରେ ପ୍ରତି ଅମାବାସ୍ୟାରେ ପୁନେଇଁ କୁ ନିଜ ହାତ ପାପୁଲିରେ। ପ୍ରେମ ପାଇଁ ସାଥୀ ନୁହେଁ ବରଂ ପ୍ରେରଣା ଦାୟୀ ସାଥୀ ପାଇଁହିଁ ପ୍ରେମ କୁ ମିଳେ ଜୀବନ୍ୟାସ ତାହା ଖୁବ୍ ନିଖୁଣ ଆଉ ଚିରସବୁଜ ।

ନବ ଯୁବ ପ୍ରତିଭା:- ସୋନାଲି ସ୍ବପ୍ନା ପାତ୍ର
ବଡ଼ମ୍ବା, କଟକ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

Loading

Leave a Reply

Your email address will not be published. Required fields are marked *