May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ–ପ୍ରୀତିରଞ୍ଜନ ନାୟକ*

ସୋପାନ “କ”
########
ପ୍ରୀତିରଞ୍ଜନ ନାୟକ
କେନ୍ଦ୍ରାପଡ଼ା

#ଉଠ ଉଠ ବୀର ଉତ୍କଳ ସନ୍ତାନ#

ଯନ୍ତ୍ରଣାରେ ଜର୍ଜରିତ ଥିଲାବେଳେ ସମାଜ ସଂସ୍କାର ତଥା ସାମାଜିକ ଉନ୍ନତି ନିମନ୍ତେ ବାର୍ତ୍ତା ପ୍ରେରଣାର ଉତ୍ସ,କବି,ପ୍ରାବନ୍ଧିକ,ସମାଜ ସଂସ୍କାରକ ଗୋପବନ୍ଧୁ ଦାସ ଜଣେ ଅନନ୍ୟ ସ୍ରଷ୍ଟା। ତାଙ୍କ ଅନବଦ୍ୟ କୃତି ମାନଙ୍କ ମଧ୍ୟରୁ “କାରା କବିତା” “ବନ୍ଦୀର ଆତ୍ମକଥା ” ,”ଧର୍ମପଦ” ଅନ୍ୟତମ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେବା ବ୍ରତରେ ବ୍ରତୀ ଗୋପବନ୍ଧୁ ଅସହଯୋଗ ଆନ୍ଦୋଳନରେ କଲେ ଲମ୍ଫ ପ୍ରଦାନ, କୋଳେଇ ନେଲେ ବିହାରର ହଜାରୀବାଗ ଜେଲ୍।ଜାଗ୍ରତ ଉତ୍କଳ ସନ୍ତାନ ସୁପ୍ତ ନ ହୁଅନ୍ତୁ, ନ ଶୋଇପଡୁ ସ୍ବରାଜ ଭାବନା । ଥଣ୍ଡା ହେବା ପୂର୍ବରୁ ରକ୍ତକୁ ଗରମ କରିବା ମାଧ୍ୟମ ରୂପେ ତଥା ବୋଧଗମ୍ୟ ହେବା ଭଳି ତଥା ସାଧାରଣ ଲୋକଙ୍କୁ ସ୍ପର୍ଶ କଲାଭଳି ଶବ୍ଦରେ ଶବ୍ଦାୟିତ କରି ରଚନା କରିଥିଲେ ” ବନ୍ଦୀର ଆତ୍ମକଥା”।

ଦୀନ ଦରିଦ୍ରଙ୍କ ବନ୍ଧୁ,ଉତ୍କଳମଣି ଗୋପବନ୍ଧୁ ବିଭିନ୍ନ କରର ବିରୁଦ୍ଧାଚରଣ କରି ଚାଷୀର ପେଟ ଠୁ ନେଇ ସୈନିକର ଭୋକ ଯାଏଁ ବର୍ଣ୍ଣନା କରିଛନ୍ତି।ଛାତିର କୋହ ଲୁହ ହୋଇ ବୋହି ଯାଇନି ବରଂ ବୋହିଛି କଲମର କାଳି ହୋଇ ।ପୁରୀ ସେବା ସଦନଠୁ ନେଇ ମଣିଷ ତିଆରି କାରଖାନା ଗଠନ କରିଥିବା ଗୋପବନ୍ଧୁ ବନ୍ୟା ସମୟରେ ନିଜ ପୁତ୍ର ସନ୍ତାନକୁ ପର କରି ଉତ୍କଳର ସନ୍ତାନମାନଙ୍କ ନିମନ୍ତେ ବନ୍ୟାଞ୍ଚଳରେ କାର୍ଯ୍ୟ କରିବା ତାଙ୍କ ମହନୀୟତାର ଦିଗଦର୍ଶନ କରାଏ। ଦୁଃଖିନୀ କନିକାର ପ୍ରଜା ଆନ୍ଦୋଳନଠୁ ନେଇ ବନ୍ଦୀ ଯୋଗୁଁ ଓଡ଼ିଶାର ଅନ୍ୟ ଅଞ୍ଚଳରେ ତାଙ୍କ ବାର୍ତ୍ତା ନେଇ ପହଞ୍ଚି ପାରିନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି “ବନ୍ଦୀର ଆତ୍ମକଥା ” ମାଧ୍ୟମରେ। ସେଥିରୁ:-
“ଦୁଃଖିନୀ କନିକା
କରୁଣ କୁହାଟ
ଲାଗେ ଯେହ୍ନେ ଭେଦି
ବିଲ ବନ ପାଟ।”

**********************************
୧)ଦେଶବାସୀ ବନ୍ଧୁ ଆତ୍ମୀୟ ସୋଦର, କାରାଦଣ୍ଡେ ମୋର ହେଲେ କି କାତର?
ଥିଲା ଏହା ଆଗୁଁ ଜଣାଶୁଣା କଥା,
ସେଥିପାଇଁ ତେବେ କିମ୍ପା ମନେ ବ୍ୟଥା।

ହେ,ମୋର ପ୍ରିୟ ଦେଶବାସୀ। ମୋ ବନ୍ଧୁ,ସହୋଦର… ମୋ ଜେଲ୍ ଦଣ୍ଡକୁ ଦେଖି ଭୟଭୀତ ହୋଇଯାଉଛ କି ବୋଲି ଗୋପବନ୍ଧୁ ଆଶ୍ଚର୍ଯ୍ୟାନ୍ଵିତ ଭାବେ ପ୍ରଶ୍ନ କରିଛନ୍ତି । ତାଙ୍କ ଜେଲ୍ ଦଣ୍ଡ କଥାକୁ ନେଇ ମନରେ ସଂଶୟ ,ଭୟ ତଥା ବ୍ୟଥା ନ ଆଣିବାକୁ ସେ ପ୍ରେରଣା ଦେଇଛନ୍ତି। ବ୍ୟଥାକୁ ବ୍ୟଥା ଭାବି ଗ୍ରହଣ କରିନେଲେ ମଣିଷ ଭିତରୁ ଦୁର୍ବଳ ହୋଇପଡେ। ମଣିଷ ମନରୁ ହାରିଗଲେ ବାସ୍ତବରେ ହାରିବା ବେଶୀ ଦୂର ରୁହେ ନାହିଁ। ପରୋକ୍ଷ ଭାବେ ଏଠି ଗୋପବନ୍ଧୁ ଅନ୍ତରରୁ ଟାଣ ହେବାକୁ ପ୍ରେରଣା ଯୋଗାଇଛନ୍ତି।

୨)କାତରତା ସିନା କାପୁରୁଷ ପଣ
ବୀର ମାରେ ଅବା ମରେ କରି ରଣ,
ପଛଘୁଞ୍ଚା ନାହିଁ ବୀରର ଜାତକେ
ନ ମରେ ସେ କେଭେଁ ପରାଣ ଆତଙ୍କେ ।

ଭୟରେ ପଳାୟନ କରିବା, ଯୁଦ୍ଧ କ୍ଷେତ୍ର ଛାଡ଼ି ଚାଲିଯିବା କିମ୍ବା ଯୁଦ୍ଧ କ୍ଷେତ୍ରକୁ ଯିବା ଆଗରୁ ହାରିଯିବା କେବେ କୌଣସି ବୀରର ବୀରତା ନୁହେଁ। କାପୁରୁଷ ହିଁ ଭୟ କରିଯାଏ,କାପୁରୁଷ ହିଁ ପଡ଼ିଆରୁ ପଳାୟନ କରେ କିନ୍ତୁ ବୀର ପଛଘୁଞ୍ଚା ଦିଏ ନାହିଁ।ବୀର କେବେ ହାରିଯିବା କିମ୍ବା ମରିଯିବା ଭୟରେ ପଛକୁ ଫେରି ଆସେନି ବରଂ ବୀରତାର ସହ ଜୀବ ଥିଲା ଯାଏଁ ଲଢେଇ କରେ ତେଣେ ଫଳାଫଳ ବିଜୟ ହେଉ ଅବା ମୃତ୍ୟୁ।କିନ୍ତୁ ପରାଜୟ ସ୍ବୀକାର କରିନେବା ବାସ୍ତବ ବୀରର ଭାବନା ବାହାରେ।

୩)
ଜାଣିଛି ଲାଗିଛି ଏ ଶାନ୍ତି – ସମର
ନାହିଁ ଏଥି ତୋପ ହାତ ହତିଆର,
ବଳ ଓ ବିଭବ ନାହିଁ ଏଥି ଲୋଡା
ନାହିଁ ଲୋଡା ଯାନ ରଥ ହାତୀ ଘୋଡା ।

ଏ ଯୁଦ୍ଧ ଗୋଳା ବାରୁଦ କିମ୍ବା ତୋପ ବନ୍ଧୁକର ନୁହେଁ, ଏ ଯୁଦ୍ଧ ଶାନ୍ତିର ଯୁଦ୍ଧ, ବିନା ରକ୍ତପାତର ଯୁଦ୍ଧ, ଏକାକାରେ ଦେଖିବାକୁ ଗଲେ ଅହିଂସାର ଯୁଦ୍ଧ।ଇଂରେଜ ମାନଙ୍କ ଅତ୍ୟାଚାର ବିରୁଦ୍ଧରେ ଅହିଂସାର ଯୁଦ୍ଧ ଇଏ। ଏ ହେଉଛି ସହଯୋଗ ନକରି ଅହିଂସା ପଥରେ ଅସହଯୋଗ କରିବାର ଯୁଦ୍ଧ । ଏ ଯୁଦ୍ଧରେ ନା ହାତୀ ଘୋଡାର ଲୋଡା ଅଛି ନା ଗୋଳାବାରୁଦ ର । ଶାନ୍ତିର ଅସହଯୋଗ ଯୁଦ୍ଧ ଇଏ ।

୪)
ଆଧ୍ୟାତ୍ମିକ ବଳେ ଲାଗିଛି ଲଢ଼ାଇ
ଭାଙ୍ଗିବାକୁ ପଶୁ ବଳର ବଡ଼ାଇ,
ଛାଡ଼ି ଧନ ଆଶା ଘରଦ୍ୱାର ମାୟା
ଅସଂଗଶସ୍ତ୍ରେ ଯେ ସାଜିଅଛି କାୟା।

ଧନ, ଦୌଲତ, ଘର ,ପରିବାରର ସ୍ପୃହାକୁ ଛାଡ଼ି ଆଜି ସମସ୍ତେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଛନ୍ତି ଇଂରେଜ ମାନଙ୍କ ପାଶବିକ ଅତ୍ୟାଚାରରୁ ମୁକ୍ତି ପାଇବାକୁ ଅହିଂସାକୁ ପାଥେୟ କରି।

୫)
ଅହିଂସା ବଳରେ ଯେହୁ ବଳୀୟାନ
ଏ ରଣ ପ୍ରାଙ୍ଗଣେ ତା’ର ଏକା ସ୍ଥାନ,
ଏଥିରେ ପ୍ରଥମ ଫଳ କାରାଦଣ୍ଡ
ପଛେ ହୋଇପାରେ ଦେହ ଖଣ୍ଡ ଖଣ୍ଡ।

ଏ ଯୁଦ୍ଧ କ୍ଷେତ୍ରର ବୀର ମାନେ କେବଳ ଅହିଂସା ବ୍ରତରେ ବ୍ରତୀ। ହୋଇପାରେ ମାଡ଼ ,ହୋଇପାରେ ଗାଳି,ହୋଇପାରେ ଜେଲ୍ ଦଣ୍ଡ କିମ୍ବା ପରିଶେଷରେ ଶରୀରକୁ ନିଶ୍ଚିହ୍ନ କରାଯାଇପାରେ,କରାଯାଇପାରେ ହତ୍ୟା,ଦିଆ ଯାଇପାରେ ଫାଶୀ, ବୀର ସବୁ ଟାଙ୍ଗୀ ହୋଇ ମିଳିପାରନ୍ତି କାନ୍ଥ ଘଣ୍ଟା ପରି ।

୬)ବୁଝି ଏହା ମୁହିଁ ପଶିଛି ସଂଗ୍ରାମେ
ନାହିଁ ମୋ ବିଚାର ମାନ ଅପମାନେ,
ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ଵରାଜ୍ୟେ ପଥେ ଯେତେ ଗାଢ଼
ପୂରୁ ପଡ଼ି ତହିଁ ମୋର ମାଂସହାଡ଼।

ଏ ଅହିଂସାର ଅସହଯୋଗ ଆନ୍ଦୋଳନରେ ହୁଏତ ଜେଲଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡ ମିଳିବା ଅବଶ୍ୟମ୍ଭାବି। ଏହା ଜାଣି ମଧ୍ୟ ମୁଁ ଏ ଯୁଦ୍ଧରେ ଯୋଦ୍ଧା।ମାନ ଅପମାନର ଭୟ ମୋତେ ତିଳେ ହେଲେ ଗ୍ରାସ କରିପାରିନାହିଁ ବୋଲି ଗୋପବନ୍ଧୁ ପ୍ରକାଶ କରିଛନ୍ତି । ଦେଶ ମାତୃକାର ସେବା ପାଇଁ, ଦେଶବାସୀଙ୍କ ସୁଖ ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରି ଗୋପବନ୍ଧୁ ଅନ୍ୟ ଉତ୍କଳୀୟ ବୀର ମାନଙ୍କ ଶୀରା ଧମନୀରେ ଜାତୀୟତାର ରକ୍ତକୁ ଦ୍ରୁତଗାମୀ କରାଇଛନ୍ତି ଏଇ ପାରା ମାଧ୍ୟମରେ। ଦେଶ ପାଇଁ ଉଦାରମନା ,ଦେଶବାସୀଙ୍କ ପାଇଁ ନିଜ ଜୀବନ ଦେଇ ଦେଲା ପରେ ମର ଶରୀରର ହାଡ଼ ମାଂସ ମଧ୍ୟ ବୃଥା ଯିବନି ବୋଲି ବର୍ଣ୍ଣନା କରି ବୀରର ତ୍ୟାଗର ମହତ୍ତ୍ଵ ବିଷୟରେ ଆଲୋକପାତ କରିଛନ୍ତି।

୭)ସ୍ୱାଧୀନତା ପଥେ ତିଳେ ହେଲେ ନର
ମୋ ଜୀବନ ଦାନେ ହେଉ ଅଗ୍ରସର,
ମଙ୍ଗଳମୟଙ୍କ ସୁମଙ୍ଗଳ ଇଚ୍ଛା
ପରୁ ଏ ପରାଣେ ଏହି ଶେଷ ଭିକ୍ଷା।

ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ବୀର କେବେ ପଛଘୁଞ୍ଚା ଦିଏ ନାହିଁ।ସ୍ଵାଧୀନତା ପାଇଁ ବୀର ଲଢେଇ କରେ। ଏହି ମହତ୍ ସ୍ବାଧୀନତାର ଆକାଂକ୍ଷାକୁ ପରିପୂର୍ଣ୍ଣ କରିବା ପାଇଁ,ଦେଶବାସୀଙ୍କ ସୁଖ ପାଇଁ,ଖୁସି ପାଇଁ ନିଜ ଜୀବନକୁ ଦାନ କରିଦେବାକୁ ମଧ୍ୟ ଗୋପବନ୍ଧୁ ଆଗ୍ରହ ସହକାରେ ନିଃସଙ୍କୋଚରେ ଦଣ୍ଡାୟମାନ ହୋଇ ଈଶ୍ବରଙ୍କ ପାଖେ ସେ ଶକ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

ଏ ଅମୃତସମ କବିତାକୁ ନେଇ:-

ଉଠ ଉଠ ବୀର ଉତ୍କଳ ସନ୍ତାନ
ଭୟ ରଖ ନାହିଁ ମାନ ଅପମାନ,
ଫୁଟୁ ବୀର ରକ୍ତ ହୋଇ ଟକମକ
ସ୍ବରାଜ ପାଇଁ କି ମନେ ଲୟ ରଖ।

ବାସ୍ତବରେ, ଯୋଦ୍ଧା କେବେ ହାରେନା,ହାରେନା ମୃତ୍ୟୁରେ ,ହାରେନା ହୃଦୟରେ ।ଜାତୀୟ ଚେତନାକୁ ଉଦବୁଦ୍ଧ କରିବାକୁ ସିଦ୍ଧହସ୍ତ ଗୋପବନ୍ଧୁ ଉତ୍କଳର ବୀର ସନ୍ତାନମାନଙ୍କୁ କବିତା କବିତାରେ ଜାଗ୍ରତ କରାଇଛନ୍ତି। ପଦ ପାଦକୁ ଯୋଡ଼ିଯାଡ଼ି ସୁପ୍ତ ସିଂହ ମୁଖରେ ଆହାର ପଶେ ନାହିଁ ବୋଲି ଜଣେଇ ଜାଗ୍ରତ କରିବାକୁ ଲେଖନୀ ଚାଳନା କରିବା ସତରେ ବଡ଼ କାଠିକର ପାଠ। ଧନ୍ୟ ସେ ମହାପୁରୁଷ, ଧନ୍ୟ ସେ ଉତ୍କଳର ମଣି ,ଧନ୍ୟ ତାଙ୍କ ଚିନ୍ତାଧାରା, ଧନ୍ୟ ତାଙ୍କ କର୍ମ ପଥ।

 

 

 

ସୋପାନ :- “ଖ”
############

#ଆପଣା ହସ୍ତେ ଜିହ୍ୱା ଛେଦି#

ସମ୍ବିଧାନର ଚତୁର୍ଥ ସ୍ତମ୍ଭରେ ନିଜକୁ ସାମିଲ କରି ନିରବଚ୍ଛିନ୍ନ ଭାବେ ଜନ ସେବାରେ ନିୟୋଜିତ କରିଥିବା ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଭାବେ ଆର୍ତ୍ତତ୍ରାଣ ପାଣି ଅନନ୍ୟ ।ସଚେତନତା ବାର୍ତ୍ତା ହେଉ ଅବା ସରକାରଙ୍କ ଭୁଲ୍ କୁ ଭୁଲ ବୋଲି ଦର୍ଶାଇବାରେ ସିଦ୍ଧହସ୍ତ ହେଉଛନ୍ତି ସେ। ତାଙ୍କ ଅନେକ ଆଲେଖ୍ୟ ଖବରକାଗଜର ପୃଷ୍ଠା ମଣ୍ଡନ କରେ। କେବେ ସେ ଲେଖି ପକାନ୍ତି ଭେଦଭାବ ଭିତରେ କେମିତି ଭକ୍ତି ପେଶି ହେଇଯାଉଛି ତ କେତେବେଳେ ପରିବେଶକୁ ନେଇ ଚିନ୍ତା ବ୍ୟକ୍ତ କରନ୍ତି ସେ। ସେଥି ଯୋଗୁଁ ତାଙ୍କ ଲେଖନୀରୁ ଝରିପଡେ “ବଡ଼ ଠାକୁରଙ୍କୁ ଖୋଲା ଚିଠି”, “ଅଭାବନୀୟ ପରିଚୟ ଓ ଅବ୍ୟକ୍ତ ଯନ୍ତ୍ରଣା” ଭଳି ଅନବଦ୍ୟ କୃତି। ପରିବେଶକୁ ନେଇ ସମୟ ସହ ଯୋଡ଼ି ସେ ସୃଷ୍ଟି କରିଛନ୍ତି ତାଙ୍କ ସର୍ଜନା “ମଣିଷ”।
ବର୍ତ୍ତମାନର ଆର୍ଟିଫିଶିଆଲ୍ ଇଣ୍ଟେଲିଜେନ୍ସ ଯୁଗର ସମୟ ଆଉ ଅତୀତର ସମୟ ଭିତରେ ତାରତମ୍ୟକୁ ବୋଧଗମ୍ୟ କରି କବି ଫେରିଯିବାକୁ ଚାହିଁଛନ୍ତି ସେଇ ପୁରୁଣା ଦିନକୁ। ଯେଉଁ ଅନ୍ଧାର ମୁଲକରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ତାରାମାନଙ୍କ ଗହଣରେ ସେ ଖୋଜି ପାଇଛନ୍ତି ,ଖୋଜି ପାଇଛନ୍ତି ରବି ଆଗମନେ ଅନ୍ଧାର ଲୁଚି ଯାଇ ସକାଳର ସୁନ୍ଦରତା ପଦାର୍ପଣ କରେ ଯାହା ବର୍ତ୍ତମାନର ସମୟରେ ହଜିଯିବାକୁ ଲାଗିଲାଣି କୃତ୍ରିମ ଲାଇଟ୍ ମାନଙ୍କ ପ୍ରାଦୁର୍ଭାବ ଯୋଗୁଁ। ମଣିଷ ପ୍ରକୃତି ବିରୁଦ୍ଧରେ ଯାଇ ତିଆରିଲାଣି କୃତ୍ରିମ ସୂର୍ଯ୍ୟ।

ମଣିଷ ବିକଶିତ ବିକଶିତ ବୋଲି ଡିଣ୍ଡିମ ପିଟିପିଟି ନିଜକୁ କେମିତି ଧ୍ବଂସାଭିମୁଖୀ କରାଉଛି ତାହା ଏଠାରେ କବି ମୁଖ୍ୟ ପ୍ରସଙ୍ଗ କରିଛନ୍ତି। “ବୃକ୍ଷ ହିଁ ଅମୂଲ୍ୟ ସମ୍ପଦ ” କେବଳ କାଗଜ କଲମରେ ରହିଯାଇଛି ଯାହା, ବାସ୍ତବରେ ପ୍ରକୃତି ସହ ଆମେ ଯେ ଜଡ଼ିତ ତାହା ଧୀରେ ଧୀରେ ପାଶୋରି ଗଲେଣି । ଯିଏ ଆମକୁ ଅମ୍ଳଜାନ ଦେଲା, ତା ଶରୀରର ପ୍ରତ୍ୟେକ ଅଙ୍ଗକୁ ବାଣ୍ଟିଦେଲା ଦାନୀଟେ ହୋଇ ଆଜି ଆମେ କଲେ ତା ବିଶ୍ଵାସର ହତ୍ୟା, ବିକାଶ ନାଆଁରେ ଆପଣେଇ ନେଲେ ବିନାଶର ପଥ।

ଯେଉଁ ଜହ୍ନକୁ ୟୁନିଭର୍ଶାଲ ମାମୁଁ ବୋଲି କୁହାଯାଏ ସେ ଆଉ ମାମୁଁ ହେଇ ନାହିଁ,ସେ ସାଧାରଣ ଉପଗ୍ରହ ସାଜିଛି ଆଉ ଘୂର୍ଣ୍ଣୟମାନ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ । ସେ ଏଠାରେ ସ୍ବାର୍ଥ ଯୋଗୁଁ କେମିତି ସମ୍ପର୍କ ଗଢ଼ି ଉଠେ ତାହା ମଧ୍ୟ ପରୋକ୍ଷରେ ବର୍ଣ୍ଣନା କରିଛନ୍ତି । ଶୂନ ଥିଲା ବେଳେ ଆଡ ଆଖିରେ ଚାହୁଁ ନଥିବା ଲୋକ ବଦଳି ଯାଆନ୍ତି ତୁମେ ଶହେ ହେଲା ପରେ।ଅସୁବିଧା ବେଳେ ଆହା ପଦେ କହିବାକୁ ସମୟ ପାଇନଥିବା ଲୋକ ନିଜର ନିଜର କହି ନିଜର ହୁଅନ୍ତି ଓ ଘୂରି ବୁଲନ୍ତି ଚନ୍ଦ୍ର ପୃଥିବୀ ଚାରିପଟେ ଘୂରିଲା ଭଳି।

” ଆପଣା ହସ୍ତେ ଜିହ୍ୱା ଛେଦି
କେ ଅଛି ତା’ର ପ୍ରତିବାଦୀ”।
ସାଇବରନେଟିକ ତଥ୍ୟାନୁସାରେ ନେଚର୍ ହାଜ୍ ଦ ପୱର୍ ଟୁ ଡେଷ୍ଟ୍ରୟ ଏଭ୍ରିଥିଙ୍ଗ। ପ୍ରକୃତି ବାମ ହେଲେ କଥା ସରିଲା। ତଥାପି ମଣିଷ ନିଜ ପୃଥିବୀ ନିଜେ ଗଢ଼ୁଛି ପ୍ରକୃତି ବିରୁଦ୍ଧରେ। ଆଇ.ୟୁ.ସି.ଏନ୍ ତଥ୍ୟାନୁସାରେ ଏବେ ସୁଦ୍ଧା ୮୭୫ ପ୍ରଜାତି ବିଲୋପ ଘଟି ସାରିଲାଣି।ଏମିତିଆ ମନୁଷ୍ୟକୃତ ପୃଥିବୀ ଗଢିବାରେ ମଣିଷ ଆଗଭର ବୋଲି କବି ଦୁଃଖର ସହକାରେ ପରିପ୍ରକାଶ କରିଛନ୍ତି।

ପ୍ରକୃତି ଏବେ ତା ପ୍ରକୃତି ହରେଇସାରିଛି।ପ୍ରକୃତିକୁ କେମିତି ମାଙ୍କଡ ସଜେଇ ନଚେଇବାକୁ ଚେଷ୍ଟା କରୁଛି ମଣିଷ ତାହା କବି ଏଠାରେ ଦର୍ଶେଇଛନ୍ତି। ପାହାଡ଼ ଖନନଠୁ ନେଇ ଝରଣାର ଦୁଃଖକୁ ପରଖି ପାରିଛନ୍ତି କବି। ନଦୀର ପ୍ରାକୃତିକ ପଥ ଅବରୋଧ କରି ମଣିଷ ତା ନିଜ ସୁବିଧା ପାଇଁ ବାନ୍ଧିଚି ବାଡ।ନିଜ ହିସାବରେ ନିଜ ନିର୍ଦ୍ଦେଶରେ ସେ ମିଶିବାକୁ ଦେଉଛି ସାଗର ସହ ନଦୀକୁ। ପ୍ରକୃତି ବିରୁଦ୍ଧରେ ଭିଆଉଥିବା ଘଟଣା ମାନଙ୍କୁ ଦର୍ଶେଇଛନ୍ତି କବି ଏଠାରେ।

ଦେଶ ଠୁ ବିଦେଶ ଯୁଆଡେ ଦେଖିବା ଖାଲି ମୃତ୍ୟୁ ,ହତ୍ୟା,ରକ୍ତପାତ ଆଉ ଲୁଣ୍ଠନ। ଆଧିପତ୍ୟ ଓ ଚୌକିର ଆଶା ସମସ୍ତଙ୍କୁ ଅନ୍ଧ କରି ଦେଇଛି।କେଉଁଠି କିଏ ଜନ୍ମ ହେବା ପୂର୍ବରୁ ହତ୍ୟା କରିଲାଣି ତ ଆଉ କିଏ ଲୁଣ୍ଠନ ,ହତ୍ୟା ,ଧର୍ଷଣ କରିଲାଣି। ତଥାପି ଡେଙ୍ଗୁରା ବଜାଏ ମଣିଷ ବିକଶିତ ବୋଲି ,ଯେତେବେଳେ କି ମାନସିକତାରେ ବିକଶିତ ବୋଲି କାଣିଚାଏ ଦିଶେ ନାହିଁ।

କବି ଶେଷରେ ନିଜକୁ ଏସବୁ ଭିତରେ ଅଣନିଶ୍ୱାସୀ ମଣିଛନ୍ତି।ଫେରି ଯିବାକୁ ଚାହିଁଛନ୍ତି ପୂରୁଣା ଦିନକୁ,ଆଇ ମା କାହାଣୀକୁ, ଯେଉଁଠି ବିକାଶ ଆଉ ବିକଶିତ ବଦଳରେ ଅଛି ଆତ୍ମସନ୍ତୋଷ,ଯେଉଁଠି ଯାନ୍ତ୍ରିକ ପ୍ରେମ ବଦଳରେ ଅଛି ମହଣ ମହଣ ସ୍ନେହ, ବସ୍ତା ବସ୍ତା ପ୍ରେମ,ଯେଉଁଠି ପର ଦୁଃଖ ପାଇଁ ଅଛି ଲୁହ,ଯେଉଁଠି ପର ପାଇଁ ଥିଲା ସହଯୋଗର ହାତ ତଥା ଯେଉଁଠି ବଞ୍ଚିଥିଲା ମଣିଷପଣିଆ ଯାହା ଏବେ ବିଲୁପ୍ତ ପ୍ରାୟ,ଏକପଦରେ କହିଲେ ଯେଉଁଠି ବିକାଶ ବଦଳରେ ବଞ୍ଚୁଥିଲେ ମଣିଷ ମଣିଷ ହୋଇ ।

 

ବାସ୍ତବରେ କବିତାରେ କବି ମଣିଷକୁ ମଣିଷ ହୋଇ ମଣିଷ ଜୀବନ ବଞ୍ଚିବାର ଯେଉଁ ପଥ ବିଷୟରେ ଆଲୋକପାତ କରିଛନ୍ତି ତାହା ହୃଦୟସ୍ପର୍ଶୀ ସହ
ବାସ୍ତବତାର ଦିଗଦର୍ଶନ କରୁଛି। ଯାନ୍ତ୍ରିକ ହୋଇ ବଞ୍ଚିବା ଠାରୁ ମଣିଷ ହୋଇ ବଞ୍ଚିବା ପାଇଁ ଆହ୍ବାନ ଦେଇଛନ୍ତି କବି କବିତା ମାଧ୍ୟମରେ।

Loading

Leave a Reply

Your email address will not be published. Required fields are marked *