କ ସୋପାନ
– ସମୀକ୍ଷା –
ଶୀର୍ଷକ:- “ଜାତିପ୍ରେମ ବହ୍ନି “
ଓଡ଼ିଆ ଜାତିର ସର୍ବାଙ୍ଗୀନ ଉନ୍ନତିପାଇଁ ଯେଉଁ କେତେଜଣ ମହାପୁରୁଷ ନିଜ ସମ୍ପୂର୍ଣ୍ଣ ଜୀବନକୁ ସମର୍ପିତ କରିଥିଲେ, ତନ୍ମଧ୍ୟରୁ ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଅନ୍ୟତମ ଓ ଅଗ୍ରଣୀ. ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ସେ ଭରିଦେଇଥିଲେ ଦେଶପ୍ରେମ, ଜାତିପ୍ରେମ ଓ ଭାଷାପ୍ରେମ l
୧୮୭୭ ମସିହା ଅକ୍ଟୋବର ନଅ ତାରିଖ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଗୋପବନ୍ଧୁ ଦାସ ଜନ୍ମଗ୍ରହଣ କରିଥିଲେ । ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ସେ ସମ୍ବାଦ ପରିବେଷଣ କରି, ସେ ୧୯୨୨ ମସିହାରେ କାରାବରଣ କରିଥିଲେ l
ଶ୍ରେଷ୍ଠ ରଚନା-ବନ୍ଦୀର ଆତ୍ମକଥା, ଧର୍ମପଦ, କାରା କବିତା
ଅବକାଶ ଚିନ୍ତା, ବ୍ରହ୍ମତତ୍ତ୍ବ l
ଜୀବନ ର ମୂର୍ଛିତ ବ୍ୟଥା ତାଙ୍କର, ଦିନଦୁଃଖୀ ରଙ୍କୀ, ଦୁସ୍ଥ, ଦଳିତ, ଜନତା ର ଅଜସ୍ର ଲୁହ ର ତରଙ୍ଗ ରେ ହୋଇଥିଲା ସିକ୍ତ ଓ ଆପ୍ଲୁତ ସେ ହେଉଛନ୍ତି ଉତ୍କଳ ମାଟିର ଚଳନ୍ତି ଦେବତା, ଦାରିଦ୍ର୍ୟ ର ବନ୍ଧୁ, ତ୍ୟାଗୀ, ଯୋଗୀ, ସନ୍ୟାସୀ, ଦେଶପ୍ରେମୀ, ପୁଣ୍ୟଶ୍ଳୋକ ଉତ୍କଳମଣି ଗୋପବନ୍ଧୁ ଦାସ l ଦିନରଙ୍କୀ ର ସେବା ଥିଲା ତାଙ୍କ ଜୀବନ ର ଦେବପୂଜା l ତ୍ୟାଗବଳ ରେ ଜାତୀୟ ଶକ୍ତି ପରିପୁଷ୍ଟ ହୁଏ l ଉତ୍କଳ ର ସର୍ବାଙ୍ଗୀନ ଉନ୍ନତି ଥିଲା ତାଙ୍କ ଜୀବନ ର ସ୍ବପ୍ନ, ଆଖିର ଅଶ୍ରୁ, ଜାଗରଣ ର ଭାବନା ଓ ହୃଦୟର କାରୁଣ୍ୟ l
ପରାଧୀନ ଭାରତବର୍ଷ କୁ ବ୍ରିଟିଶ ଶାସନ ର ନାଗଫାଶ ରୁ ମୁକ୍ତ କରିବା ପାଇଁ ମହାତ୍ମା ଗାନ୍ଧୀ ଙ୍କ ନେତୃତ୍ୱ ରେ ଅସହଯୋଗ ଆନ୍ଦୋଳନ ର ବାର୍ତ୍ତା ସମଗ୍ର ଦେଶ ରେ ସୃଷ୍ଟି କଲା ନୂତନ ଜାଗରଣ. ଦେଶ ର କୋଣେ କୋଣେ ଜଳି ଉଠିଲା ବିପ୍ଳବ ର ସ୍ଫୁଲିଙ୍ଗ, ଉତ୍କଳ ର ଜନନାୟକ ଦରଦୀ ବନ୍ଧୁ ଗୋପବନ୍ଧୁ ମୁଖ୍ୟ ଭୁମିକା ଗ୍ରହଣ କଲେl ସେଥିପାଇଁ ତାଙ୍କୁ କାରବାରଣ କରିବାକୁ ପଡିଥିଲା ବିହାର ର ହଜାରିବାଗ ଜେଲ ରେ, କାରାଦଣ୍ଡ କୁ ସେ ଭୃକ୍ଷେପ କରିନଥିଲେ l
ସେଦିନ ଥିଲା ବାସନ୍ତୀ ସନ୍ଧ୍ୟା ର ଏକ ମନୋରମ ପରିବେଶ. ଗୋପବନ୍ଧୁ ଜେଲ ର ନୀରିନ୍ଧ୍ର କୋଠରୀ ରେ ଅବସ୍ଥାନ କରିଥାନ୍ତି ତେଣୁ ଗୋପବନ୍ଧୁ ଲେଖିଥିଲେ ବନ୍ଦୀ ର ଆତ୍ମକଥା ଏହା ଥିଲା ସାହିତ୍ୟ ର ଅନ୍ତଃସ୍ୱର l ଜାତିପ୍ରେମ ବହ୍ନି ପ୍ରଜ୍ବଳିତ କରି ଦେଶ ରେ ଏକ ଅଭିନଵ ଜାତୀୟ ଚେତନା ସୃଷ୍ଟି କରିପାରିଥିଲା ଏହି କବିତା l କାରାଗୃହ ମଧ୍ୟ ରେ ବନ୍ଦୀ ଥିବା ଅବସ୍ଥା ରେ ସ୍ୱାଧୀନଚେତା, ନିର୍ଭିକ ଓ ସତ୍ୟବାଦୀ ଗୋପବନ୍ଧୁ ଙ୍କ ମାନସପଟ୍ଟ ରେ ଉଦ୍ଭାସିତ ହୋଇଥିଲା
ପଛଘୁଞ୍ଚା ନାହିଁ ବୀରର ଜାତକେ,
ନ ମରେ ସେ କେବେ ପରାଣ ଆତଙ୍କେ..
ଉତ୍କଳ ର ସର୍ବାଙ୍ଗୀନ ଉନ୍ନତି ଥିଲା ତାଙ୍କ ଜୀବନ ର ଶ୍ରେଷ୍ଠ ଲକ୍ଷ୍ୟ l ଏଥିପାଇଁ ଅସୀମ ତ୍ୟାଗ ଓ ଧୈର୍ଯ୍ୟ ଧାରଣ କରିବାକୁ ହେବ l
ତେଣୁ ଉତ୍କଳର ବିଛିନ୍ତାବସ୍ଥା ଓ ପରାଧୀନତାଜନିତ ଦୁର୍ଦ୍ଦଶା ତାଙ୍କୁ ଘୋର ଆଘାତ ଦେଇଛି l
ଅତ୍ୟାଚାରୀ ବ୍ରିଟିଶ ଶାସକର ଶାସନର ପ୍ରତିବାଦ କରି ସେ କାରାବରଣ କରିଛନ୍ତିl ତେଣୁ କବି ଗୋପବନ୍ଧୁ ପ୍ରାଣର ଆବେଗ ରେ କହିଛନ୍ତି
ଦେଶ ପାଇଁ, ଜାତି ପାଇଁ, ସତ୍ୟ, ନ୍ୟାୟ ଓ ସ୍ବାଧୀନତାର ପ୍ରତିଷ୍ଠା ପାଇଁ ସେ କର୍ମଚଞ୍ଚଳ ହୋଇ ଲେଖିଛନ୍ତି –
“ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ଦେଶର ସ୍ବରାଜ୍ୟ ପଥେ ଯେତେ ଗାଡ଼ ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ । “
ପଣ୍ଡିତ ଗୋପବନ୍ଧୁ ଦାସ ସତ୍ୟ ସ୍ଵାଧୀନତାର ପରମ ବ୍ରତର ବାର୍ତ୍ତା ହେଇଯାଇଛନ୍ତି ସମଗ୍ର ବିଶ୍ୱକୁ ତା’ର କ୍ଷୟ ବ୍ୟୟ ନାହିଁ । ଇତିହାସର ପୃଷ୍ଠାରେ ସେ ଜୀବନ୍ତ ମହାପୁରୁଷ । ଇତିହାସ ଆଜି ଗାଇ ଚାଲିଛି ତାଙ୍କ ଅମର ଜୀବନର ଅମରଗାଥା । ସତ୍ୟ ଓ ସ୍ବାଧୀନତା ପାଇଁ ତାଙ୍କର ଆତ୍ମବଳି ବାସ୍ତବିକ ବିଶ୍ବ ଇତିହାସରେ ବିରଳ l
ମୋ ପରିଚୟ –
ମୁଁ ନବ ପ୍ରତିଭା ପଦ୍ମାବତୀ ସ୍ବାଇଁ,
ଠିକଣା –
ଗ୍ରାମ -ବଡ଼ରମ୍ପାସ,
ବ୍ଲକ -ହାଟଡିହି
ଜିଲ୍ଲା – କେନ୍ଦୁଝର,
ଖ ସୋପାନ
– ସମୀକ୍ଷା –
ଶୀର୍ଷକ:- ” ଅମ୍ଲାନ ପ୍ରେମ “
ସାହିତ୍ୟ ସାଧନା ରେ ନିଜକୁ ସମର୍ପି ଦେଇଛନ୍ତି କବି ଚିତ୍ତ ରଞ୍ଜନ ନାୟକ। ସାହିତ୍ୟ କୁ ବାଦ୍ ଦେଲେ ତାଙ୍କ ଜୀବନ ଅସମ୍ଭବ ମନେ ହୁଏ ।ଜୀବନ ର ସମଗ୍ର ପୃଷ୍ଠା କୁ ସାହିତ୍ୟ ରେ ସଜାଇ ସେ ଜୀବନକୁ ସରସ ସୁନ୍ଦର କରି ଗଢିଛନ୍ତି । ପ୍ରେମ ଯେ ଅନନ୍ତ, ଅସୀମ, ଆଉ ଅବର୍ଣ୍ଣନୀୟ ତାହା ଏହି କବିତା ରେ ବାରି ହେଇ ପଡେ…
୧୯୭୮ ମସିହା ମେ ୧୧ ତାରିଖ ରେ ଶ୍ରୀ ନାୟକ କେନ୍ଦୁଝର ଜିଲ୍ଲାର ଡଅଁର ଗ୍ରାମ ରେ , ପିତା ସ୍ଵର୍ଗତ ରବୀନ୍ଦ୍ରନାଥ ନାୟକ ଏବଂ ମାତା ଶ୍ରୀମତୀ ମନୋରମା ନାୟକଙ୍କ କୋଳକୁ ମଣ୍ଡନ କରିଥିଲେ।
ସଂପ୍ରତି ଘଟଗାଁ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଶ୍ରୀ ନାୟକ କାର୍ଯ୍ୟରତ ଅଛନ୍ତି ।
ପ୍ରକାଶିତ ପୁସ୍ତକ – ଶ୍ରୀ ନାୟକ ଙ୍କ ପ୍ରକାଶିତ ଚାରିଗୋଟି କବିତା ସଂକଳନ ହେଲା ” ୧)ମାଟି ଛୁଇଁ ନଥିବା ସୂର୍ଯ୍ୟୋଦୟ” , ୨)”ଡାକୁଛ ବୋଲି ଜାଣେ “, ୩)ଆସୁଛ ବୋଲି ଜାଣେ, ଏବଂ ୪)ଲିଜାମିଶ୍ର (ଯନ୍ତ୍ରସ୍ଥ)।
ବସନ୍ତ ର ଆଗମନରେ ଆମ୍ର କୁଞ୍ଜରୁ ଭାସି ଆସିବା କୋକିଳର କୁହୁତାନ ପରି ସେ ମଧ୍ୟ କବିତା ମାଧ୍ୟମରେ ଲେଖିପାରନ୍ତି ପ୍ରେମ ର ଗଜଲ l
ଆଉ ସେ ପ୍ରତି ତାନ ରେ ଭରି ରହିଥାଏ ପ୍ରେମ ର ମାଦକତା l
ପ୍ରକୃତ ରେ ପ୍ରେମ ହେଉଛି ଶାଶ୍ୱତ , ଆଉ ପୁରୁଷ ତା’ର ପୂଜାରୀ, ପୁରୁଷ ଆଉ ନାରୀ ପରିପୂରକ, ଉଭୟଙ୍କ ବିନା ସୃଷ୍ଟି ଅସମ୍ଭବ l
ଜଣେ ପ୍ରେମିକ ଆଉ ଜଣେ ତା ‘ର ପ୍ରେମ ପୁଜାରିଣୀ l
ଜଣ ଙ୍କ ବିନା ଅନ୍ୟ ଜଣକ ଅସ୍ତିତ୍ବ ନିରାଧାର l
ଏ ଜଗତ ପ୍ରେମମୟ ପ୍ରେମ ବିନା ସଂସାର ଅସାର l ପ୍ରେମ ସତ୍ତା କୁ ବାଦ୍ ଦେଲେ ପ୍ରାଣ ସତ୍ତା ନିଶ୍ଚନ୍ନ ସାରା ଦୁନିଆ ଆନ୍ଧକାରମୟ l
କବି ଚିତ୍ତରଞ୍ଜନ ନାୟକ ଙ୍କ କବିତା ” ପ୍ରେମିକା” ଯାହା ଅମ୍ଲାନ ପ୍ରେମ ର ନିଚ୍ଛକ ଅନୁଭବ ଆଉ ଅନୁଭୁତି କୁ ନେଇ ଲେଖା ହୋଇଛି । ଏ କବିତାରେ ଜୀବନ ର ପ୍ରେମ ସତ୍ତା କୁ ପ୍ରତିପାଦନ କରା ଯାଇଛି ।
କବିତା ମାଧ୍ୟମରେ କବି ଙ୍କ ପ୍ରେମ ଭାବନା ଉଦଜ୍ଜୀବିତ ହୋଇ ଶବ୍ଦ ସମ୍ଭାରର ପ୍ରେମ ବିନ୍ୟାସ ରେ ସୁସଜ୍ଜିତ କରି କଲମ ମୁନରେ ଆଙ୍କି ଦେଇଛନ୍ତି l
ଜହ୍ନ ଉଠୁ କି ନଉଠୁ
ତାରା ହସୁ କି ନହସୁ
ଚାଲ ଆମେ ଆକାଶରେ
ମୁରୁଜ ଆଙ୍କି ସଜେଇବା ଅହଙ୍କାର ।।
କବିଙ୍କ ପ୍ରେମ ଆବେଗ ଖୁବ ସ୍ନିଗ୍ଧ ଆଉ ସତେଜ ମନେହୁଏ ।
ପ୍ରେମ ର ସ୍ୱରୂପ କୁ ବର୍ଣ୍ଣନା କରିବା ଖୁବ କଷ୍ଟ ସାଧ୍ୟ ବ୍ୟାପାର l ଯାହାର ନଥାଏ କୌଣସି ପରିସୀମା,କି ନଥାଏ ପରିବଦ୍ଧତା l
ନଥାଏ କୌଣସି ରୂପ ର ଅଭିସାରିକା , ନଥାଏ କୌଣସି ରଙ୍ଗ ର ବିପୁଳତା , ନଥାଏ କୌଣସି ଆକୃତି l
କେବଳ ଥାଏ ଏକ ଅନନ୍ୟ ଅନୁଭବ ଆଉ ଆବେଗଭରା ଅନୁଭୁତି , ପ୍ରେମ ର ଭାଷା କୁ ସେ ଚମତ୍କାର ଭାବେ ଆଙ୍କି ପାରିଛନ୍ତି କାନଭାସ ର ସୁନ୍ଦର ଛବିଟିଏ ପରି ।
କବିତା ର ପ୍ରତ୍ୟେକ ଟି ପଂକ୍ତି ହୃଦୟର ପ୍ରତି କୋଣ କୁ ପ୍ରେମ ରେ ଭରିଦେଲା l
ଅଢେଇ ଅକ୍ଷର ବିଶିଷ୍ଟ ଏଇ ପ୍ରେମ ଶବ୍ଦଟି, ସତରେ କେତେ କ୍ଷୁଦ୍ର ପ୍ରାୟ ପ୍ରତିଭାତ ହୁଏ ସିନା,କିନ୍ତୁ ଏଇ କ୍ଷୁଦ୍ର ଶବ୍ଦଟିର ବିଶାଳତା ଆଉ ବ୍ୟାପକତା ସମ୍ମୁଖରେ ନତମସ୍ତକ ହେବାକୁ ବାଧ୍ୟ ହୁଅନ୍ତି ଉତ୍ତୁଙ୍କ ନାଗାଧୁରାଜ ଗିରିବର ହିମାଳୟ l ପ୍ରେମ ରେ ମୋହିତ ହୋଇଥାନ୍ତି କୀଟ ଠାରୁ ମାନବ ଯାଏଁ ସଚରାଚର ଜଗତ ।କେବଳ ଏକ ଅନୁଭବ, ଏକ ଅଦୃଶ୍ୟ ବନ୍ଧନ , ଏକ ଅଜଣା ଶିହରଣ, ଏକ ଅଦ୍ଭୁତ ଆବେଗ, ଏକ ଅନୂଢ଼ା ଉଚ୍ଚାଟ, ଏକ ସ୍ବର୍ଗୀୟ ଆନନ୍ଦ ଆଉ ଏକ ନୈସର୍ଗିକ ଖୁସିର ଉଚ୍ଚ୍ଵାସ l
ଲାବଣ୍ୟବତୀ ସୁନ୍ଦରୀ ନାୟିକା ର ପ୍ରେମ ରେ ପ୍ରେମିକ ଟିଏ ଆଦ୍ୟ ଆଷାଡ଼ର ପହଲି ସ୍ପର୍ଶରେ ମାଟି ଯେମିତି ଶିହରୀ ଯାଏ, ପ୍ରେମିକଟିଏ ମଧ୍ୟ ସେମିତି ପ୍ରେମ କୁ ଅନୁଭବ କରି ଉଲ୍ଲସିତ ହୁଏ l
ପ୍ରେମ ର ଅମାୟିକ ରଜ୍ଜୁ ରେ ଜୀବନ ବନ୍ଧନଯୁକ୍ତ ହୁଏ l ଜୀବନ ର ଝଡ ଝଞ୍ଜା କୁ ପରାହତ କରି ପ୍ରେମର ଝରା ଶ୍ରାବଣ ଭିଜେଇ ଯାଏ ସାରା ତନୁ ମନକୁ l ପ୍ରେମିକ ଆଉ ପ୍ରେମିକା ଗଢି ତୋଳନ୍ତି ସ୍ବପ୍ନ ର ପ୍ରାସାଦ l
କବିଙ୍କ ଭାଷା ରେ –
ପାପୁଲିଏ ପ୍ରେମ ପାଇଁ ଭାଙ୍ଗିଦେବା ଭାଗ୍ୟ ର ଦର୍ପଣ
ନିହାଣ ରେ ଗଢ଼ୁଥିବା ନିରୀହ ନୀରବତା ର ଛାଇ
ଓ ତୁମ ଚିଠି ର ଚିତ୍ର ମଧୁରେ ମୁଁ ଭେଟୁ ଥିବି ମୋକ୍ଷ
ଆଉ ବାରମ୍ବାର ପାଲଟୁଥିବି ସ୍ମୃତି ର ପୁନେଇଁ…
କବି ପ୍ରେମିକା ର ପାପୁଲିଏ ପ୍ରେମ ରେ ଜୀବନ କୁ ରଙ୍ଗମୟ କରି ସ୍ମୃତି ର ପୁନେଇଁ ରେ ସଜାଇବାକୁ ଚାହାଁନ୍ତି l
କବି ଚିତ୍ତ ରଞ୍ଜନ ନାୟକ ଜଣେ ବିରଳ ବ୍ୟକ୍ତିତ୍ୱ । ତାଙ୍କ ଜୀବନ ର ପ୍ରାଣ ସାହିତ୍ୟ, ପ୍ରତି ଅଙ୍ଗେ ସାହିତ୍ୟ ର ଛିଟା ଅନୁରଣିତ ହୁଏ l କବିଙ୍କର ପ୍ରମୁଖ କବିତା ପ୍ରେମ ଓ ମାଟିମନସ୍କ ଚେତନା ସହ ଜଡ଼ିତ ଅଟେ।
ମୋ ପରିଚୟ –
ମୁଁ ନବ ପ୍ରତିଭା ପଦ୍ମାବତୀ ସ୍ବାଇଁ,
ଠିକଣା –
ଗ୍ରାମ -ବଡ଼ରମ୍ପାସ ,
ବ୍ଲକ -ହାଟଡିହି
ଜିଲ୍ଲା – କେନ୍ଦୁଝର,