May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ- ସ୍ନେହାଶିଷ ତ୍ରିପାଠୀ*

ସୂର୍ଯ୍ୟୋଦୟ ନବପ୍ରତିଭା ଅନ୍ୱେଷଣ-୨୦୨୩
●●●●●●●●●●●●●●●●●●●●●●●
ଚତୁର୍ଥ ପର୍ଯ୍ୟାୟ – କବିତା ସମୀକ୍ଷା
☆☆☆☆☆☆☆☆☆☆☆☆☆

ସୋପାନ – କ
¤¤¤¤¤¤¤

ଶୀର୍ଷକ – “ସର୍ବହରାର ସ୍ଵର”
___________________

ମଣିଷ”(କବିତା ସମୀକ୍ଷା)
ରଚନା – ବିପ୍ଳବୀ କବି ରବି ସିଂ

କାହାପାଇଁ ସିଏ “Angry Young Man” ତ କାହାପାଇଁ “Blast Furnace”,ପୁଣି କାହାପାଇଁ ସିଏ “ବିପ୍ଳବୀ କବି”। ବାସ୍ତବରେ ସିଏ ଜଣେ ଦରଦୀ କବି, ଯାହାଙ୍କ କବିତାରେ ଭରିରହିଛି ସାମ୍ୟବାଦର ଚେତନା। ଯାହାଙ୍କ କଲାମ ଅନୁପ୍ରାଣିତ କାଲମାର୍କ୍ସଙ୍କ ଚେତନାରେ। ଅନ୍ୟାୟ ଅତ୍ୟାଚାରକୁ ତିଳେ ହେଲେ ବରଦାସ୍ତ କରନ୍ତିନି ସିଏ। କଲମ ତାଙ୍କର ଗର୍ଜିଉଠେ କେଉଁଠୁ ଦୁର୍ନୀତିର ଗନ୍ଧ ଆସିଲେ। ସ୍ଵର ତୋଳନ୍ତି ବିପ୍ଳବର। ସେହିପରି ଜଣେ କବି ହେଲେ ରବି ସିଂ ଓରଫ ରବୀନ୍ଦ୍ରନାଥ ସିଂ। ତାଙ୍କର ଜନ୍ମ ୨୭ ଜାନୁଆରୀ ୧୯୩୧ ମସିହାରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ସିଂହପୁରରେ ହୋଇଥିଲାବେଳେ କଟକରେ ୨ ଫେବୃଆରୀ ୨୦୨୦ରେ ଇହଧାମ ତ୍ୟାଗ କରିଥିଲେ।

ନିର୍ଜନ ପଥର ନିଃସଙ୍ଗ ବାଟୋଇ ସିଏ। ତାଙ୍କ ଭାଷାରେ “ଏ ମୋର ଲେଖାରେ ଯଦି ଦେଖିପାର ତୁମ ଜୀବନର ଛବି,ମଲେ ମୁଁ ଜୀଇଁବି ତୁମରି ଭିତରେ ଚିର ବିପ୍ଳବୀ କବି। ପୁଣି କହୁଛନ୍ତି, “କେଉଁ ଦିନ ତୁମେ ଆସିବ ମରଣ ସେ ସନ ତାରିଖ କୁହ, ଜାଣିଲେ କରିବି ଆଗୁଆ ଯୋଗାଡ ଆପଣାର ଶବଦାହ।” ପୁଣି ତାଙ୍କ ଭାଷାରେ “ସୌଖିନ କବି ନୁହେଁ ତ ମୁଁ ନୁହେଁ ଅତର ମାଖିବି ଦାଢିରେ,ଜୀବନ ମୋ ନୁହଁ ନନ୍ଦନ ବନ ପାରିଜାତ ଫୁଲ କଢିରେ।”

ତାଙ୍କ ଲେଖନୀରୁ ସୃଷ୍ଟ ରାଶି ରାଶି କବିତା ସଙ୍କଳିତ ହୋଇଛି, ‘ପଥପ୍ରାନ୍ତର କବିତା’,’ଚରମ ପତ୍ର’, ‘ସର୍ବହରା’, ‘ଅପ୍ରୀତିକର କବିତା’, ‘ଦୁର୍ଗମଗିରି’,’ଅନାର୍ଯ୍ୟର ଚର୍ଯ୍ୟାପଦ’,’ଝଡ ଗାନ୍ଧାର’,’ଲୋହିତ କ୍ରାନ୍ତି’, ‘ନବମ ସ୍ଵର୍ଗ’, ‘ପୃଥିବୀ ଟଳମଳ’, ‘ସର୍ବହରା’, ‘କ୍ଷତ’,’ବିଷବାଣୀ’ ଆଦି କବିତା ସଂକଳନରେ।

ଏକ କଥାରେ କହିବାକୁ ଗଲେ ତାଙ୍କ କାବ୍ୟ ଜଗତ ଏମିତି ଏକ ଲୋହିତ ଗ୍ରହ,ଯେଉଁଠି ସୃଷ୍ଟି ଅଛି, ବିନାଶ ଅଛି।ହସ ଅଛି, ଲୁହ ଅଛି। ପ୍ରେମ ଅଛି, ବିରହ ଅଛି।ବିଦ୍ରୋହ, ବିପ୍ଳବ, ବ୍ୟଙ୍ଗ,ବିଦ୍ରୁପ ଆଦି ଭରପୁର ହୋଇ ଅଛି।

 

କବିତା “ମଣିଷ”ରେ କବିଙ୍କ ଅନୁସାରେ ସମାଜ ଦୁଇଟି ଗୋଷ୍ଠୀ ଭାଗ ହୋଇଛି। ଗୋଟିଏ ଥିଲାବାଲା ଅନ୍ୟଟି ନଥିଲାବାଲା।ଗୋଟିଏ ଶାସକ ଗୋଷ୍ଠୀ, ଅନ୍ୟଟି ଶାସିତ ଗୋଷ୍ଠୀ। ଗୋଟିଏ ଧନୀକ ଶ୍ରେଣୀ, ଅନ୍ୟଟି ଗରିବ ଗରିବ ଶ୍ରେଣୀ।ଗୋଟିଏ ଖଟିଖିଆ, ଅନ୍ୟଟି ଲୁଟିଖିଆ ଗୋଷ୍ଠୀର। ଏଠାରେ କବି ଏହି ନଥିଲାବାଲା,ଶାସିତ, ଗରିବ, ଲୁଟିଖିଆ ଗୋଷ୍ଠୀର ଲୋକଙ୍କୁ “ମଣିଷ” ବୋଲି ସମ୍ବୋଧିତ କରିଛନ୍ତି।

କବି ଏହି କବିତା ମାଧ୍ୟମରେ ଆରମ୍ଭରୁ କୁଟା ଖଣ୍ଡକୁ ଦିଖଣ୍ଡ କରୁନଥିବା ତଥାକଥିତ ଶୁଟ୍ ବୁଟ୍ ପିନ୍ଧା କାର୍ ଚଢା ବାବୁମାନଙ୍କୁ ଅନୁରୋଧ କରିଛନ୍ତି ମଣିଷମାନଙ୍କୁ ପଢିବାକୁ,କାରଣ ମଣିଷ ହେଉଛି ଏକ ବିରାଟ ପୁସ୍ତକ। ଅର୍ଥାତ୍ ସେ ଧନୀ ଲୋକଙ୍କୁ ନିବେଦନ କରିଛନ୍ତି ଗରିବ ଶ୍ରେଣୀର ଲୋକମାନଙ୍କୁ ବୁଝିବାକୁ। ସେମାନଙ୍କ ଦୁଃଖ ଶୁଣିବାକୁ।କାରଣ ଦୁନିଆର ଯେତେ ସବୁ କଷ୍ଟ କାମ ସବୁକୁ ମଣିଷ ହିଁ କରୁଛି।

କବିଙ୍କ ଭାଷାରେ,

“ମଣିଷକୁ ଥରେ ପଢ ପଢ,
ମଣିଷ ଠାରୁ କେ ଅଛି ବଡ,
ମଣିଷ ତ ବଡ ଗ୍ରନ୍ଥ କିତାବ,
ସାରା ଦୁନିଆର କାରିଗର। “

ପୁଣି କବି କହୁଛନ୍ତି କଣ ନ କରୁଛି ସିଏ ?ହୀରା ନୀଳା ସଂଗ୍ରହ ଠାରୁ ଆରମ୍ଭ କରି ପଥର ତାଡ଼ିବା, କୋଇଲା ଖୋଲିବା ଯାଏ…ପୁଣି ରାଜଧାନୀର ବକ୍ଷ ଉପରେ ଠିଆହୋଇଥିବା ପ୍ରତ୍ୟେକ ନଭଶ୍ଚୁମ୍ବୀ ଅଟ୍ଟାଳିକାର କାନ୍ଥରେ ଥିବା ପ୍ରତ୍ୟେକଟି ଇଟାରେ ତା’ର ଝାଳ ଲାଗିଛି।ରକ୍ତକୁ ପାଣି କରି ପିଇଛି। ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ଦିନରାତିକୁ ଏକ କରିଛି।ଓଳିଏ ଖାଇ ଓଳିଏ ଉପାସ ରହି ଆମ ପାଇଁ କାମ କରିଛି।ଗଛପତ୍ର ଲଗାଇ ଧରାକୁ ସବୁଜିମାରେ ଭରିଛି। ସାଗର ଗର୍ଭରୁ ରତ୍ନ ସଂଗ୍ରହ କରି ଧରଣୀ ମାଆକୁ ପିନ୍ଧାଇଛି। କବିଙ୍କ ଭାଷାରେ ବାଲି ସିମେଣ୍ଟକୁ ଗୋଳାଇବା ପାଇଁ ସେ ପାଣି ବଦଳରେ ନିଜ ରକ୍ତର ବ୍ୟବହାର କରିଛି। ଏହାଦ୍ୱାରା କବି ସୂଚାଇଦେଉଛନ୍ତି ଯେ ସାଧାରଣ ଖଟିଖିଆ ମଣିଷଟେ ଆମ ପାଇଁ କେତେ ପରିଶ୍ରମ କରୁଛି।

କବିଙ୍କ ଭାଷାରେ,

“ରକତେ ଗୋଳାଇ ଚୂନ ବାଲି,
ମୁଣ୍ଡର ଝାଳକୁ ତୁଣ୍ଡେ ମାରି,
ମୁଠାଏ ତ ଚୁଡା ପିଠିରେ କୋରଡ଼ା,
ଯତନ ନଗର କେତେ ବଡ଼। “

ହେଲେ ପରିଣାମ କଣ ମିଳିଛି ?ସେଇ ଗରିବ ଖଟିଖିଆ ଆଖିରେ ଲୁହ ?ଲୁହ ନୁହଁ ତ! ସତେ ଯେମିତି ବନ୍ୟା ! ଛାତିରେ କୋହ?କୋହ ନୁହଁ ତ! ସତେ ଯେମିତି ଭୂମିକମ୍ପ!ଆଉ ଶରୀର ବୋଇଲେ କଙ୍କାଳ ସାର ହାଡ଼ ଦୁଇଖଣ୍ଡ ।

କବିଙ୍କ କଲମ ଜବାବ ମାଗୁଛି ଏଠି। ମଣିଷର ଏ ଅବସ୍ଥା ପାଇଁ ଦାୟୀ କିଏ?କୈଫତ୍ ଦବ କିଏ?ହଁ…ଏହି ଗାଡିଚଢା ବାବୁମାନେ କୈଫତ୍ ଦେବେ।ଅଲବତ୍ ଦେବେ। ଏଇମାନଙ୍କ ପାଇଁ ହିଁ ଖଟିଖିଆ ଆଉ ଲୁଟିଖିଆ ନାମରେ ଦୁଇ ଭାଗରେ ଭାଗ ହୋଇଛି ସମାଜ। କାଳେ ମଣିଷ ମାନେ ଜାଗି ଉଠିବେ।ଦାବି କରିବେ ନିଜର ହକ୍। ସେମାନଙ୍କ ଦାବିକୁ ଚପାଇଦେବା ପାଇଁ ବାବୁମାନେ ପାଳିଛନ୍ତି ମିଲିଟାରୀ ଆଉ ପୋଲିସ ରୂପୀ ପୋଷା କୁକୁର।

କବିଙ୍କ ଭାଷାରେ,

“ମଣିଷ ଜାଗିବ ବୋଲି ଡରି,
ପୋଷୁଛ ପୋଲିସ ମିଲିଟାରୀ,
କରିଅଛ ତାକୁ ହତିଆର ହରା,
ଛାତି ତଳେ ତାର ନିଆଁ ରଡ।”

ପୁଣି କବିଙ୍କ କଲମ ଚେତେଇ ଦେଉଛି ଏ ସଭ୍ଯ ସମାଜର ସଭ୍ୟରୂପୀ ଅସଭ୍ୟମାନଙ୍କୁ।ମଣିଷ ଶୋଇଛି ଏବେ। ଯେଉଁଦିନ ତା ଆଖି ଖୋଲିବ,ତାଣ୍ଡବ ହବ। ରକ୍ତ ଲହଡି ଖେଳିବ।ମୁଣ୍ଡ ଗଡିବ। ନାରଙ୍ଗୀ, ଧଳା, ସବୁଜ ପତାକାରେ କେବଳ ଗୋଟିଏ ରଙ୍ଗ ଦିଶିବ। ସେ ରଙ୍ଗଟି ହେଉଛି “ଲାଲ୍ ରଙ୍ଗ”।ହଁ…ରକ୍ତ ରଞ୍ଜିତ ହୋଇଯିବ ସେ ପତାକା। ତେଣୁ ବେଳ ଥାଉ ଥାଉ ସାବଧାନ ହେଇଯାଅ।ମଣିଷକୁ ଚିହ୍ନ। ସିଏ ନର, ପୁଣି ତା ଭିତରେ ନାରାୟଣ ଅଛନ୍ତି।ନରକୁ ନୋହିଲା ନାହିଁ। ନାରାୟଣଙ୍କୁ ଡର।ନାରାୟଣଙ୍କୁ ଭକ୍ତି କର,ସମ୍ମାନ ଦିଅ ।

କବିଙ୍କ ଭାଷାରେ,

“ମଣିଷ ନୁହେଁ ତ ଦୁରୂବଳ,
ଜାଣିଥାଅ ତୁମେ କୁରୂବଳ,
ନାଆଁଟି ତାହାର ନରନାରାୟଣ,
ମଣିଷ ଜାତିକୁ ହାତ ଯୋଡ।”

ଏହା ଥିଲା କବିତାର ଶେଷ ଉକ୍ତି।

ଶେଷରେ ଏତିକି କହିବି, କବିତାଟିର ପ୍ରତ୍ୟେକ ଧାଡ଼ିରେ, ପ୍ରତ୍ୟକ ଶବ୍ଦରେ ଭରିରହିଛି ଦାମ୍ଭିକତା, ଯାହା ଖୁବ୍ ସହଜରେ ବାରି ହୋଇପଡୁଛି। ଏହି ଦାମ୍ଭିକତା ଏକ ଭିନ୍ନ ମଣିଷର ବୟାନ କରେ,ଲୁଟିଖିଆ ଉପରେ ଖଟିଖିଆ ମଣିଷର ବିଜୟର ବାର୍ତ୍ତା ବହନ କରେ ଠିକ ସେହିପରି, ଯେମିତି ସତ୍ୟପଥରେ ମନୁ ବସିଥିଲେ ଧର୍ମ ଡଙ୍ଗାରେ ନିର୍ବାଣତ୍ୱ କୁ ଆଭୂଷଣ କରି…।

 

 

ସୋପାନ – ଖ
¤¤¤¤¤¤¤

ଶୀର୍ଷକ – ଚିହ୍ନା ରାତିର ବତୀ
____________________

ଲଣ୍ଠନ (କବିତା ସମୀକ୍ଷା)
କବି – ଅଜିତ୍ କୁମାର

ଉତ୍କଳ ସାହିତ୍ୟାକାଶର ଧୃବତାରା ସଦୃଶ ଜଣେ ଜଣାଶୁଣା ପରିଚିତ ଚେହେରା ହେଲେ କବି ଅଜିତ୍ କୁମାର। ତାଙ୍କ ଲେଖାଗୁଡ଼ିକ ଅଲଗା ବାରି ହୋଇପଡେ ଅନ୍ୟମାନଙ୍କଠାରୁ। କବିତାର ମୁଖ୍ୟ ଚରିତ୍ରକୁ ଜୀବନ୍ତ କରି ଗଢିତୋଳେ ତାଙ୍କ କଲମ। ତାଙ୍କ କବିତାଗୁଡ଼ିକୁ ପଢିଲେ ଏମିତି ଲାଗେ, ଯେମିତି ଜଣେ ମଣିଷ ଆଉ ଜଣେ ମଣିଷ ସହ କଥା ହେଉଛି ବା ଜଣେ ମଣିଷ ଆଉ ଜଣେ ମଣିଷକୁ ଅପର ମଣିଷର କଥା କହୁଛି। ତାଙ୍କଦ୍ବାରା ସୃଷ୍ଟ ଅନେକ ରଚନା ମଧ୍ୟରୁ କବିତା “ଲଣ୍ଠନ” ଅନ୍ୟତମ।

 

କବିତା “ଲଣ୍ଠନ”ରେ ମୁଖ୍ୟ ଚରିତ୍ର ହେଉଛି “ଲଣ୍ଠନ”,ଯାହାକୁ କବି ନିଜର ବାକ୍ ଚାତୁରୀ ବଳରେ ଏକ ସଜୀବ ବସ୍ତୁ ରୂପେ ବର୍ଣ୍ଣନା କରିଛନ୍ତି। ଯେମିତି ମଣିଷକୁ ଏକ ଅଖାରେ ପୁରାଇ ବାନ୍ଧିଦେଲେ ସେ ଅଣନିଃଶ୍ବାସୀ ହୋଇପଡ଼େ,ଠିକ୍ ସେମିତି କବାଡ଼ିଆ ଅଖାରେ ଅଣନିଃଶ୍ବାସୀ ହୋଇପଡିଛି ଲଣ୍ଠନ।ଲଣ୍ଠନ ଆଉ କବିଙ୍କ ପ୍ରେମ ଖୁବ୍ ନିଆରା ଆଉ ଶାଶ୍ୱତ ମଧ୍ଯ। ତେବେ ଆସନ୍ତୁ କବି ଲଣ୍ଠନ ବିଷୟରେ ଆଉ କ’ଣ କ’ଣ ସବୁ କହିଛନ୍ତି, କାହା କାହା ସହ ତାକୁ ତୁଳନା କରିଛନ୍ତି ତାହା ବୁଝିବା ସହ କବିଙ୍କ କାବ୍ୟିକ ଚେତନାକୁ ହୃଦୟଙ୍ଗମ କରିବା ଏବଂ କବିତାର ରସସ୍ବାଦନ କରିବା।

ପ୍ରଥମ ପଂକ୍ତିରେ କବି ବର୍ଣ୍ଣନା କରିଛନ୍ତି ଲଣ୍ଠନ ଓ ତାଙ୍କ ପ୍ରେମକୁ। ନିସ୍ତବ୍ଧ ରାତ୍ରିର ପ୍ରତ୍ୟେକ ପ୍ରହରରେ କବି ଲୋଡିଛନ୍ତି ଲଣ୍ଠନକୁ।ଏକାନ୍ତ ସହଚର ଯେମିତି ସିଏ ତାଙ୍କର। ତା’ ବିନା ଯେମିତି କବିଙ୍କ ରାତି ଅଧୁରା।ଯେମିତି କଇଁ ଅପେକ୍ଷା କରେ ଚାନ୍ଦକୁ,ଅରବିନ୍ଦ ଅପେକ୍ଷା କରେ ଦିନମଣିଙ୍କୁ,ଠିକ୍ ସେମିତି ନିଶାମୁଖ ପରେ କବି ଅପେକ୍ଷା କରନ୍ତି ଲଣ୍ଠନକୁ।ତାଙ୍କ ପାଇଁ ଲଣ୍ଠନଟା ସେତିକି ଜରୁରୀ ହୋଇପଡେ, ଯେତିକି ଜରୁରୀ ଯଷ୍ଟି ଖଣ୍ଡିଏ ହୋଇଥାଏ ଚକ୍ଷୁହୀନ ଲୋକଟେ ପାଇଁ।

କବିଙ୍କ ଭାଷାରେ,

“ବୁଝିପାରିବନି ତୁମେ ଥରେ
ସେ ଲଣ୍ଠନ ଆଉ ମୋର ପ୍ରେମ ସମ୍ପର୍କ!
କାହିଁକି ଖୋଜେ ମୁଁ ସେ ଲଣ୍ଠନକୁ ଏତେ
ନିରୋଳା ରାତିର ପ୍ରତି ପ୍ରହରରେ!!”

ଦ୍ଵିତୀୟ ପଂକ୍ତିରେ କବି ଲଣ୍ଠନକୁ ତୁଳନା କରିଛନ୍ତି ମଣିଷ ଜୀବନ ସହ। ତାଙ୍କ ଭାଷାରେ ଯେତେବେଳେ ଲଣ୍ଠନ ପୁରୁଣା ହୋଇଯାଏ, ତାକୁ ବିକ୍ରି କରିଦିଅନ୍ତି କବାଡ଼ିଆକୁ,ଠିକ୍ ଯେମିତି ବାପାମାଆ ବୁଢ଼ାବୁଢ଼ୀ ହୋଇଗଲେ ଉଚ୍ଚଶିକ୍ଷିତ/ତା ପୁଅବୋହୁ ତାଙ୍କୁ ଫିଙ୍ଗିଦେଇଆସନ୍ତି ବୃଦ୍ଧାଶ୍ରମରେ।ପିଲାକୁ ନଅମାସ ଗର୍ଭରେ ରଖି, ଦୁନିଆର ଆଲୋକ ଦେଖାଇ ଏଡିଟିରୁ ଏଡୁଟେ କଲାପରେ ଶେଷରେ ବୃଦ୍ଧାଶ୍ରମ ହିଁ ସାହାରା ହୁଏ ବୃଦ୍ଧ ଦମ୍ପତ୍ତିଙ୍କର।କ’ଣ ମନଦୁଃଖ ହୁଏନାହିଁ ତାଙ୍କର! ଭାଙ୍ଗିପଡ଼ନ୍ତିନାହିଁ ଦୁହେଁ! ଠିକ୍ ସମାନ ଅବସ୍ଥା ଲଣ୍ଠନର। ବର୍ଷ ବର୍ଷ ଧରି ସମଗ୍ର ମାନବଜାତିକୁ ଅନ୍ଧାରରେ ବାଟ କଢ଼ାଇଲା ପରେ ନିଜର ପରିଣତ ଅବସ୍ଥାରେ ଅଲୋଡା ପାଲଟିଯାଏ। କବି ତୁଳନା କରୁଛନ୍ତି ନିଜକୁ ଲଣ୍ଠନ ଜାଗାରେ ରଖି।

କବି ପୁଣି କହୁଛନ୍ତି ଏ ମଣିଷ ତା'(ଲଣ୍ଠନ)ର ମୂଲ୍ୟ ବୁଝିନାହିଁ।ବୁଝିଥିଲେ ଆଜି ତାକୁ ଟଙ୍କା ଦଶଟାରେ ସେ କବାଡ଼ିବାଲାକୁ ବିକିନଥାନ୍ତା।କବାଡ଼ିବାଲା ତାକୁ ଭାଙ୍ଗି ଅଖା ଭିତରେ ପୁରାଇଲାବେଳେ ସେ କ’ଣ ଅଣନିଃଶ୍ବାସୀ ହୋଇପଡୁନଥିବ! ତାକୁ କ’ଣ କଷ୍ଟ ହେଉନଥିବ ! ନିଶ୍ଚୟ ହେଉଥିବ।

କବି ବିବ୍ରତ ହୋଇପଡ଼ିଛନ୍ତି ତା’ର ଏ ଅବସ୍ଥା ଦେଖି। କେତେ ବିତିଯାଇଥିବା ଫଗୁଣର ମୂକସାକ୍ଷୀ ଏଇ ଲଣ୍ଠନଟି।ଛାଇ ଆଲୁଅର ଏ ଖେଳରେ ଲଣ୍ଠନ ଜାଳି କେତେ କବିତା ଲେଖିଛନ୍ତି ସେ! ପୁଣି ଦଶମ ପରୀକ୍ଷା ସମୟରେ ସହଚର ବୋଇଲେ ଏଇ ଲଣ୍ଠନ। ଭୋରୁ ଉଠି ପାଠ ପଢା,ଯାହାର ଜୀବନ୍ତ ସାକ୍ଷୀ ହେଉଛି ଏଇ ଲଣ୍ଠନଖଣ୍ଡିକ। ପୁଣି କବି ତୁଳନା କରୁଛନ୍ତି ଲଣ୍ଠନକୁ ଫିଲିପ୍ସ ଟର୍ଚ୍ଚ ସହ। ତାଙ୍କ ଭାଷାରେ ତାଙ୍କ ଜେଜେମାଆର ଫିଲିପ୍ସ ଟର୍ଚ୍ଚ ଥିଲା ଏଇ ଲଣ୍ଠନ।

ସର୍ବଶେଷରେ ଲଣ୍ଠନଟିକୁ ବିକ୍ରି କରିଦେଇଛନ୍ତି କବିଙ୍କ ଆଖି ଆଗରେ। ହାତୁଡ଼ିରେ ବାଡ଼େଇ ବାଡ଼େଇ ତା ରୂପକୁ କୁରୂପ କରି ମୋଡି ମକଚି କବାଡ଼ିଆଜଣକ ନିଜ ଅଖାରେ ପୁରାଇ ଦେଇଛି। ସହ୍ୟ କରିପାରିନାହାନ୍ତି କବି ଲଣ୍ଠନର ଏ ବିଭତ୍ସ ରୂପ ଦେଖି। ମ୍ରିୟମାଣ ହୋଇପଡିଛନ୍ତି ଦୁଃଖରେ। ଚାରିଦିଗ ଅନ୍ଧାର ଦେଖାଯାଇଛି ତାଙ୍କୁ। ହୃଦୟ ବିଦୀର୍ଣ୍ଣ ହୋଇପଡିଛି ତାଙ୍କର। ଚିତ୍କାର କରି ଉଠୁଛନ୍ତି କବି, “ମୋତେ ଏକା ଛାଡିଦିଅ କିଛି ମୁହୂର୍ତ୍ତ ପାଇଁ। ତୁମେମାନେ ଲଣ୍ଠନକୁ ମାରିଦେଇନାହଁ ତ…ମୋତେ ମାରିଦେଇଛ। ସେ ହାତୁଡ଼ି ପାହାର ଲଣ୍ଠନ ଉପରେ ପଡିନି ତ…ମୋ ପିଞ୍ଜରାହାଡ଼ ଉପରେ ପଡ଼ିଛି। ଚାଲିଯାଅ ମୋ ପାଖରୁ। ଏକା ଛାଡିଦିଅ ମୋତେ। ଏକା ଛାଡିଦିଅ।”

କବିଙ୍କ ଭାଷାରେ,
“ଛାଡ,ମୋତେ ଟିକେ ଏକା ଛାଡ଼!
ତମେ ଏତିକି ବୁଝ…

ସେଇ ଲଣ୍ଠନ ମଲାପରେ,
ମୁଁ ବି କିଛି ଅଂଶ ମରିଯାଇଛି
କବାଡ଼ିଆ ହାତରେ
ଲୁହା ଚୁତାରେ ପିଟାହେଲା ପରେ!!”

 

କବିତାଟିରୁ କବିଙ୍କ ଲଣ୍ଠନ ପ୍ରତି ଥିବା ଅଗାଢ ଭଲପାଇବା ସହଜରେ ଅନୁମେୟ। କେତେ ସ୍ମୃତିକୁ ସାଇତିଛି ଏହି ଲଣ୍ଠନଟି। କବିଙ୍କର ସୁଖଦୁଃଖର ସାଥି ପାଲଟିଛି। ଶେଷରେ ଲଣ୍ଠନର ବିରହକୁ ସହ୍ୟ କରିପାରିନାହାନ୍ତି କବି। ପ୍ରତିବାଦ କରିବାକୁ ଚାହିଁ ମଧ୍ୟ ପ୍ରତିବାଦ କରିପାରିନାହାନ୍ତି ସେ। ବାସ୍ତବରେ କବିତାଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି। ଆଶା କରୁଛି କବି ନିଜ କଲମ ମୁନକୁ ଆହୁରି ଶାଣିତ କରିବେ, ଯାହା “ଅସୀ ଠାରୁ ମସିର ଶକ୍ତି ଅଧିକ” ଉକ୍ତିଟିକୁ ସାଫଲ୍ୟ ମଣ୍ଡିତ କରିବ।

ସମୀକ୍ଷା – ସ୍ନେହାଶିଷ ତ୍ରିପାଠୀ, ନବ ଯୁବ ପ୍ରତିଭା, ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

Loading

10 thoughts on “*ସମୀକ୍ଷାତ୍ମକ ଆଲେଖ୍ୟ- ସ୍ନେହାଶିଷ ତ୍ରିପାଠୀ*

  1. ଅତି ସୁନ୍ଦର ଶବ୍ଦ ସଂଯୋଜନା ସହିତ ସମୀକ୍ଷାତ୍ମକ ଆଲେଖ୍ୟ ଟି ଉପସ୍ଥାପନା କରିଛ ବାବା। ଅନେକ ଅନେକ ଶୁଭେଚ୍ଛା

  2. ଖୁବ ସୁନ୍ଦର ସମୀକ୍ଷା ଉପସ୍ଥାପନା କରିଛନ୍ତି ଭାଇ…
    ଭବିଷ୍ୟତ ପାଇଁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି❤️❤️

    1. ଅଶେଷ ଅଶେଷ ଧନ୍ୟବାଦ ଝିଅ ❤️ତୁ ବି ବହୁତ ଆଗକୁ ଯାଆ❤️

Leave a Reply

Your email address will not be published. Required fields are marked *