May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷତ୍ମକ ଆଲେଖ୍ୟ–ଲକ୍ଷ୍ମୀପ୍ରିୟା ବେହେରା,*

*ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ୨୦୨୩*

*ଚତୁର୍ଥ ପର୍ଯ୍ୟାୟ..*
*କବିତା ସମୀକ୍ଷା..*

*”କ”ସ୍ତମ୍ଭ କବିତା ସମୀକ୍ଷା*
********************
*ଶୀର୍ଷକ – ସ୍ନେହମୟୀ ମା’*
*********************

ଓଡ଼ିଆ ସାହିତ୍ୟର ରୀତିଯୁଗୀୟ କବିମାନଙ୍କ ମଧ୍ୟରେ ଅଭିମନ୍ୟୁ ସାମନ୍ତସିଂହାର ଜଣେ ପ୍ରମୁଖ ସ୍ରଷ୍ଟା ।ଯାଜପୁରର ବାଲିଆଠାରେ ଏକ ସାମନ୍ତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ ।ପିଲାଦିନରୁ ଅଭିମନ୍ୟୁ
ସାମନ୍ତସିଂହାର ଅତି ସରଳ ଓ ଗାଉଁଲି ଭାଷାରେ ସୁନ୍ଦର୍ କବିତା ମାନ ରଚନା କରିଆସୁଥିଲେ। ରାଧା କୃଷ୍ଣଙ୍କ ଲୀଳାକୁ ଆଧାର କରି କାବ୍ୟ କବିତା ମାନ ମଧ୍ୟ ରଚନା କରୁଥିଲେ । ବିଦଗ୍ଧ ଚିନ୍ତାମଣି, ପ୍ରେମକଳା, ରସବତି, ସୁଲକ୍ଷଣା, ବାଘ ଗୀତ, ଚଢ଼େଇ ଗୀତ, ବୋଲେ ହୁଁ ଟି ଇତ୍ୟାଦି ତାଙ୍କର କେତୋଟି ଲୋକ ପ୍ରିୟ ସୃଷ୍ଟି ।

ଉକ୍ତ କବିତାରେ କବି କୃଷ୍ଣଙ୍କର ସନ୍ଧ୍ୟା ସମୟରେ ଗାଈ ଗୋଠ ଧରି ଫେରିବାରେ ବିଳମ୍ବ ହେବାରୁ ମାତା ଯଶୋଦାଙ୍କ ମନରେ ଦେଖାଯାଉଥିବା ବ୍ୟସ୍ତତା କଥା ବଖାଣିଛନ୍ତି । ଏବଂ ଏହି କବିତାରେ କବି ଅଭିମନ୍ୟୁ ସାମନ୍ତସିଂହାର ବାତ୍ସଲ୍ୟମୟୀ ମାତୃ ହୃଦୟର ଆବେଗକୁ ସୁନ୍ଦରଭାବେ ଉପସ୍ଥାପନା କରିଛନ୍ତି । ମା’ର ପୁଅ ପ୍ରତି ସ୍ନେହ,ଭଲ ପାଇବା ଓ ମାତୃତ୍ଵଭାବକୁ ଖୁବ୍ ସୁନ୍ଦର୍,ସରଳ, ସହଜ ଓ ସାବଲୀଳ ଭାବେ ଦର୍ଶେଇଛନ୍ତି ଏଠାରେ ଓଡ଼ିଶାର ପ୍ରଖ୍ୟାତ କବି ଅଭିମନ୍ୟୁ ସାମନ୍ତସିଂହାର..। ଆଜିର ସମୟରେ ମା’ ପୁଅର ଭଲ ପାଇବାର ବନ୍ଧନ କେମିତି ହେବା ଦରକାର, ତାହା କବି ଏଠାରେ ନିଚ୍ଛକ ରୂପେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ।

ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ଏକମାତ୍ର ପୁତ୍ର ଥିଲେ ଯିଏକି ମା’ଙ୍କ ପାଇଁ ରତ୍ନ ହାର ଭଳି ମୂଲ୍ୟବାନ ଥିଲେ । ମାତା ଯଶୋଦାଙ୍କ ଜୀବନ ଥିଲେ ସେ । ସେ ଥିଲେ ତାଙ୍କ ନୟନର ପ୍ରତିମା, ତାଙ୍କ ଦୁଃଖିଧନ, ନିଧନ ସଙ୍ଖାଳି, ଅନ୍ଧର ଲଉଡି । ବାପା ମା’ଙ୍କର ଏକୋଇର ବଳା ବିଶିକେଶନ ଥିଲେ ଶ୍ରୀକୃଷ୍ଣ । ଆଜିର ସମାଜରେ ମଧ୍ୟ ପୁଅଟିଏ ଜନ୍ମ ଦେଲେ ମା’ ଭାରି ଖୁସି ହୁଏ ,ଛାତି ତା’ର କୁଣ୍ଢେମୋଟ ହୋଇଯାଏ ।ଖୁବ୍ ଭଲ ପାଏ ତା’ର ସନ୍ତାନକୁ ସେ । ଯେତେବେଳେ ପୁଅ ଘରୁ ଗୋଡ଼ କାଢି ବାହାରକୁ ଯାଏ, ମା’ ତା’ର ପୁଅର ଫେରିବା ବାଟକୁ ଚାହିଁ ରହିଥାଏ ।କେତେବେଳେ ସେ ଫେରିବ ଆଉ ତା ମା’ର ପଣତ କାନିରେ ମୁହଁ ପୋଛି ହେବ। ଆଉ ଯଦି ଆସିବାରେ ଟିକିଏ ବିଳମ୍ୱ ହୋଇଯାଇଥାଏ ,ତେବେ ମା’ ମନରେ ମଧ୍ୟ ସଙ୍ଗେ ସଙ୍ଗେ ଅନେକ ଦୁଶ୍ଚିନ୍ତା ଆସିଯାଏ । କାଳେ,ମୋ ପୁଅର କିଛି ଅସୁବିଧା ହୋଇଥିବ କି । ମୋ ପୁଅ ସହିତ କିଛି ଦୁର୍ଘଟଣା ଘଟି ନଥିବ ତ। ସେ ଭଲରେ ଥିବ ତ ।ଏମିତି ଅନେକ ଭାବନା କ୍ଷଣିକରେ ଆସିଯାଏ ।

ତେବେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମା’ ସବୁବେଳେ ତା’ ସନ୍ତାନର ଯତ୍ନ ନେବାକୁ ପ୍ରସ୍ତୁତ ଥିବା ବେଳେ ମା’ ର ବୃଦ୍ଧାବସ୍ଥା ସମୟରେ ଆଜିକାଲିର ପୁଅ ମାନେ ହାତ ଛାଡି ଦେଉଛନ୍ତି । ମା’ ଟିକୁ କେଉଁ ବୃଦ୍ଧାଶ୍ରମରେ ଆଶ୍ରୟ ନେବାକୁ ପଡୁଛି ତ କେଉଁ ମା’ ରାସ୍ତା କଡ଼ରେ ଭିକ୍ଷା ବୃତ୍ତି କରି ତା’ର ପ୍ରତି ପୋଷଣ କରୁଛି । ସେତେବେଳେ ବି ପ୍ରତି ମୁହୂର୍ତ୍ତରେ ମା’ ଟିଏ ତାର ପିଲାର ସ୍ମୃତିକୁ ମନେପକାଇ ଝୁରି ହେଉଥାଏ । କିନ୍ତୁ, ଆଜି କାଲିର ପିଲାମାନେ ମା’ ର ମହତ୍ତ୍ୱକୁ ବୁଝିବାକୁ ଅସକ୍ଷମ । ସେମାନେ ଚିନ୍ତା କରନ୍ତି ନାହିଁ କି ଦଶମାସ ଦଶ ଦିନ ଗର୍ଭ ଧାରଣ କରି ମା’ ଟିଏ କେତେ ଯତ୍ନରେ ତାର ପିଲାକୁ ଗଢି ତୋଳି ଥାଏ ।

କବିଙ୍କ ଭାଷାରେ..

“କେତେ ଅଳି ଅରଦଳି ମୁଁ ତୋର ସହିଛି ,
ଚାଲିବା ବାଟରେ ତୋର ଫୁଲ ସଜେଇଛି..
ଆଜି ବି ଡାକେ ରେ ଧନ ଫେରିଆ ମୋ ପାଖେ,
ତୋତେ ନ ଦେଖି ଏ ଜୀବନ ଶାନ୍ତିରେ ନ ବିତେ ।।”

ମା’ ଟିଏ ସବୁବେଳେ ତା’ ପୁଅର ବାଟକୁ ଜଗି ବସିଥାଏ । ମା’ ର ମମତା ଆଗରେ ସବୁ କିଛି ଫିକା ପଡ଼ିଯାଏ । କିନ୍ତୁ, ଆଜି କାଲିର ପିଲାମାନେ ଥରେ ବାଟବଣା ହେଲା ପରେ ଆଉ ଥରେ ଉଚିତ୍ ମାର୍ଗକୁ ଆସି ପାରନ୍ତି ନାହିଁ। ଯଦିଓ ଆସନ୍ତି ବହୁତ୍ ବିଳମ୍ବରେ । ଯଦିଓ ସମୟ ସହିତ ଅନେକ କିଛି ବଦଳିଛି, ତେବେ ମା’ ଙ୍କୁ ଯଥୋଚିତ ଭଲପାଇବା ଓ ସମ୍ମାନ ପ୍ରଦାନ କଲା ଭଳି ପିଲା ଖୁବ୍ ବିରଳ । କିନ୍ତୁ, ମା’ ର ସମ୍ମାନ ଯେଉଁ ପୁଅ ରଖିଛି, ସେ ସର୍ବ ସିଦ୍ଧି ଲାଭ କରିଛି। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଏବଂ ଆଜିର ମା’ ମାନେ ମଧ୍ୟ ବିଭିନ୍ନ ପରିସ୍ଥିତିର ଆଳ ଦେଖାଇ ସେମାନଙ୍କ ପିଲାମାନଙ୍କୁ ଠିକ୍ ରୂପେ ଗଢ଼ିବାକୁ ଅସକ୍ଷମ ହେଉଛନ୍ତି । ତେଣୁ, କବିଙ୍କ ଭାବନାରେ ପିଲାର ମା’ ପ୍ରତି ଯେତିକି କର୍ତ୍ତବ୍ୟ ଓ ଦାୟିତ୍ଵ ରହିଛି ମା’ ମାନଙ୍କର ମଧ୍ୟ ପିଲାମାନଙ୍କ ପ୍ରତି ସେତିକି କର୍ତ୍ତବ୍ୟ, ଦାୟିତ୍ଵ ଏବଂ ଭଲ ପାଇବା ଦେଇ ଯତ୍ନବାନ୍ ହୋଇ ସେମାନଙ୍କୁ ସୂଚାରୁରୂପେ ଗଢିବାର ଅଛି ।

ଏଠାରେ କବି ମା’ ପୁଅର ଅନାବିଳ ସ୍ନେହ , ମମତା ଓ ଭଲ ପାଇବାର ସଂପର୍କ କେମିତି ହେବା ଦରକାର ସେ ସଂପର୍କରେ ସମାଜରେ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ଛୋଟିଆ ଏକ ପ୍ରୟାସ କରିଛନ୍ତି ।

ବାସ୍ତବରେ,କବିଙ୍କ ବର୍ଣ୍ଣନା ଅତୁଳନୀୟ । କବିଙ୍କ ଭାବନାର ପଟାନ୍ତର ନାହିଁ । ଖୁବ୍ ସୁନ୍ଦର୍ ଭାବେ କବି ଅଭିମନ୍ୟୁ ସାମନ୍ତ ସିଂହାର ଏଠାରେ ବର୍ଣ୍ଣନା କରିଯାଇଛନ୍ତି ମା’ ପୁଅର ଅତୁଟ ଭଲ ପାଇବାର ବନ୍ଧନର ବାସ୍ତବତାକୁ। ବେଶ୍ ହୃଦୟସ୍ପର୍ଶି ଏବଂ ମର୍ମସ୍ପର୍ଶୀ କବିଙ୍କର ଲେଖନୀ ।

ମୁଁ ନବ ପ୍ରତିଭା :
ଲକ୍ଷ୍ମୀପ୍ରିୟା ବେହେରା,
ଠିକଣା – କମାରପାଳ,
ଔପଦା, ବାଲେଶ୍ଵର..।

*ଖ ‘ ସ୍ତମ୍ଭ କବିତା ସମୀକ୍ଷା*

*ଶୀର୍ଷକ – ଅକୁହା କଥା*
*******************
କବି “ପୂର୍ଣ୍ଣଚନ୍ଦ୍ର ମହାରଣା” ହେଉଛନ୍ତି ଜଣେ ଉଚ୍ଚକୋଟୀର ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତି ଯିଏକି ସର୍ବଦା ବାସ୍ତବତାକୁ ସର୍ବ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଚେଷ୍ଟିତ । ଯାହାଙ୍କର ଆଲେଖ୍ୟ ସର୍ବଦା ଚେତନା ଶୀଳ। ସମାଜକୁ ଏକ ନବୀନ ଦିଗ୍ ଦର୍ଶନ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିବାର ନିରନ୍ତର ପ୍ରୟାସ ଜାରି ରଖନ୍ତି ସେ ।

ଉକ୍ତ କବିତାରେ କବି ଦର୍ଶାଇବାକୁ ଚାହିଁଛନ୍ତି ଯେ,କେମିତି ଆଜିର ଏ ଶିକ୍ଷିତ ବୋଲାଉ ଥିବା ଅଶିକ୍ଷିତ ସମାଜରେ ଗରିବ, ନିଷ୍ପେସିତ ଲୋକଙ୍କ ଉପରେ ଅତ୍ୟାଚାର ଦାଉ ସାଜୁଛି । ସବୁ କଥା ସବୁଠି କହି ହେଉ ନାହିଁ, କି ସବୁ କଥା ସବୁବେଳେ ସହି ମଧ୍ୟ ହେଉ ନାହିଁ । ଜୀବନଟା ଖୁବ୍ ଛୋଟ । ବହୁ ବାଧାବିଘ୍ନ ଝଡ଼ ଖଞ୍ଜା ସତ୍ତ୍ଵେ ବି କେମିତି ଜୀବନକୁ ଆମେ ସୁରୁଖୁରୁରେ ଜିଣି ପାରିବା ତାହା ଉକ୍ତ କବିତା ମାଧ୍ୟମରେ କବି ସାରା ସମାଜକୁ ଜଣେଇଦେବାକୁ ଚେଷ୍ଟା କରିଛନ୍ତି । କବିଙ୍କ କହିବା ଅନୁସାରେ,ଗୋଟେ ପରିବାରର ମୁରବି ସବୁବେଳେ ଚିନ୍ତା କରୁଥାଏ ଯେ କେମିତି ଏଇ ଛୋଟିଆ ତେଲ, ଲୁଣର ସଂସାର ଭିତରେ ଏଇ କ୍ଷୁଦ୍ର ଜୀବନକୁ ସେ ସୁନ୍ଦର୍ ଭାବେ ଚଲେଇ ନେଇ ପାରିବ । କିନ୍ତୁ, କାଳ କରାଳ ଗତିରେ ଗ୍ରାସ କଲା ପରି ଧିରେ ଧିରେ କିପରି ଭାବେ ମଣିଷଟି ଦୁଃଖ କଷ୍ଟ ଭିତରେ ଜୀବନ ବିତାଏ,ତାହା ମଧ୍ୟ ସମସ୍ତେ ବୁଝି ପାରିବେ ନାହିଁ ।

ଖରା ,ବର୍ଷା, ଶୀତ, କାକରକୁ ଖାତିର୍ ନ କରି ସାରା ପରିବାରର ପ୍ରତି ପୋଷଣ କରିବାର କର୍ତ୍ତବ୍ୟ ଯେତେବେଳେ ଘରର ମୁରବୀ ଉପରେ ରହିଥାଏ ,ଦାୟିତ୍ୱର ଭାର ଯେତେବେଳେ ଅସହ୍ୟ ଲାଗିବାକୁ ଆରମ୍ଭ କରେ, ସେତେବେଳେ ସେହି ସମୟରେ କେମିତି ଯେ ଘରର ସମସ୍ତଙ୍କ ଆଖି ଉହାଡରେ ଏକଲା ମଣିଷଟା ଶାନ୍ତିର ନିଃଶ୍ୱାସଟିଏ ନେବା ପାଇଁ ଚେଷ୍ଟା କରୁଥାଏ, ଆଖିର ଦୁଇ ଧାର ଲୁହ, ଆଉ ମନ ଭିତରର କୋହକୁ ଛାତି ତଳେ ଚାପି ରଖି କିପରି ଭାବେ ଯେ ଜଣେ ବଞ୍ଚିବାକୁ ଆଶ୍ରା ଲୋଡ଼େ, ସେ ସମୟର ପରିସ୍ଥିତି ସଂପର୍କରେ କବି ଏଠାରେ ଅବଗତ କରାଇବାକୁ ଚେଷ୍ଟା କରିଛନ୍ତି କବି ।

କବିଙ୍କ ଭାଷାରେ…

“ଖରା ବରଷା ଶୀତ କାକରକୁ
ନଥାଏ ମୋର ଡର,
ମୋ ପରିବାର ମୋ ପାଇଁ ନିଜର
ମୁଁ ଅଟେ ଆଶରା ତା’ର ।”

ଯେତେ ଦୁଃଖ କଷ୍ଟ ଝଡ଼ ଖଞ୍ଜା ଆସୁନା କାହିଁକି ମୋ ପରିବାର ମୋତେ ଆଶ୍ରା କରି ରହିଛି । ତେଣୁ ଯେତେବି କଷ୍ଟ ହେଉ ନା କାହିଁକି ମୁଁ ସବୁବେଳେ ସେମାନଙ୍କର ରକ୍ଷକ ହୋଇ ରହିଛି ଏବଂ ରହିବି ମଧ୍ୟ । ଚାଷ ଜମିରେ ହଳ କରି ବିହନ ରୋଇ ଧାନ ଗଛ ଲଗାଇ ଚାଷ କରି ମୁଁ ମୋ ପରିବାର ପାଇଁ ଆହାର ଯୋଗାଡ଼ କରିବି ପଛେ କେବେ ହେଲେ ପଛ ଘୁଞ୍ଚା ଦେବି ନାହିଁ । ମୁଣ୍ଡ ଝାଳ ତୁଣ୍ଡେ ମାରି ବାକି ତକ ଜୀବନ କାଟିଦେବି ହେଲେ ମୋ ପରିବାରକୁ କେବେ ଦୁଃଖ କଷ୍ଟ ଅନୁଭବ କରିବାକୁ ଦେବି ନାହିଁ ।

ଅନ୍ୟ ଏକ ସମୟରେ ପରିସ୍ଥିତି ମଧ୍ୟ ଏପରି ସୃଷ୍ଟି ହୋଇଛି ଯେ ଝିଅର ବିବାହ ବୟସ ନହେଉଣୁ ଝିଅକୁ ବିବାହ ବନ୍ଧନରେ ବାନ୍ଧି ରଖିବାର ପ୍ରୟାସ କରିବା ମଧ୍ୟ ଆଜି କାଲିକା ସମୟର ଏକ ପ୍ରହସନ ସ୍ବରୂପ ହୋଇ ଗଲାଣି । ତେବେ, ଶାଶୂ ଘର ଲୋକମାନେ ମଧ୍ୟ ବିନା ଯୌତୁକରେ ଅନେକ ଜିନିଷ ଦାବି କରିବା ଶିଖି ଗଲେଣି । କୁହନ୍ତି କିଛି ନେବୁ ନାହିଁ..କିନ୍ତୁ,ସବୁ କିଛି ଦାବି କରନ୍ତି,କୁହନ୍ତି ଯାହା ବି ଦେବ ଭଲ ହିଁ ଦେବ…। ସର୍ବ ଶେଷରେ କବି ମଧ୍ୟ ଏଇଠି ପରିହାସ କରି କହିଛନ୍ତି ଯେ….

“ଝିଅକୁ ସବୁ ଦେବ ହେଲେ ଦବନି
ଝରିକା,ଝାଟୁଆ, ଛାଞ୍ଚୁଣି
ଇଏ କୋଉ କଥା ଲୋ ମା’….”

ଧିକ ଏ ସମାଜ, ଆଉ ଶତ ଧିକ୍ ଏ ସମାଜରେ ଏପରି ଚିନ୍ତାଧାରା ରଖି ବାସ କରୁଥିବା ଜନ ସାଧାରଣଙ୍କୁ । ଏ କିପରି ଭାବନାକୁ ନେଇ ଏମାନଙ୍କର ଚଳଣି..।” ଏ ସମସ୍ତ କଥା ଚିନ୍ତା କରି କବି ନିଜକୁ ଅସହାୟ ବୋଧ ମନେ କରିଛନ୍ତି..। ଯଦି ଏ ପରିସ୍ଥିତି ଆଗକୁ ଏମିତି ରହେ ତେବେ ଆଜି ଭଳି ଆଗକୁ ମଧ୍ୟ ଏହାର ପୁନରାବୃତ୍ତି ଘଟି ଚାଲିଥିବ । ଏବଂ ଆମେ ମାନେ ଶିକ୍ଷିତ ହୋଇ ମଧ୍ୟ ଏକ ଅଶିକ୍ଷିତ ସମାଜରେ ବାସ କଲା ଭଳି ରହିଯିବା ।

ବାସ୍ତବରେ, କବିଙ୍କ ଭାବନା ଖୁବ୍ ଚେତନାଶୀଳ । ଆଜିର ସମାଜରେ ଲୋକ ମାନଙ୍କର ନିମ୍ନ ମାନସିକତା ସଂପର୍କରେ ଖୁବ୍ ସୁନ୍ଦର୍ ଭାବେ କବି ଏଠାରେ ବଖାଣିଛନ୍ତି । ବେଶ୍ ହୃଦୟ ସ୍ପର୍ଶି କବିଙ୍କର ଆଲେଖ୍ୟ ।

ମୁଁ ନବପ୍ରତିଭା :
ଲକ୍ଷ୍ମୀପ୍ରିୟା ବେହେରା,
ଠିକଣା – କମାରପାଳ,
ଔପଦା, ବାଲେଶ୍ଵର..।

Loading

Leave a Reply

Your email address will not be published. Required fields are marked *