May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ–ଲକ୍ଷ୍ମୀପ୍ରିୟା ସେଠୀ*

କ ବିଭାଗ

ଶୀର୍ଷକ – ” ଜୀବନ ସଂଗ୍ରାମ “
ଲକ୍ଷ୍ମୀପ୍ରିୟା ସେଠୀ
ଦେଉଳି, ଯାଜପୁର

ମାନବବାଦୀ ବିପ୍ଳବୀ କବି ରବି ସିଂଙ୍କ ମତରେ ପୃଥିବୀର ସବୁଠୁ ସର୍ବଶ୍ରେଷ୍ଠ ବିଦ୍ୟାଳୟ ହେଉଛି ‘ସମାଜ’ । ଏଇ ସମାଜର ପ୍ରତ୍ୟେକ ମଣିଷ ଗୋଟିଏ ଗୋଟିଏ ପୁସ୍ତକ। ଏହି ମଣିଷ ରୂପୀ ପୁସ୍ତକକୁ ନିଶ୍ଚିତ ଥରେ ପଢ଼ିବାକୁ ଚେଷ୍ଟାକର । ଏସବୁ ବହିର ସମାଜ ପ୍ରତି କେତେ ଅବଦାନ ବା ଏକ ସୁସ୍ଥ ସମାଜ ପାଇଁ ଏଇ କର୍ମଠ ମଣିଷମାନେ କେତେ ଗୁରୁତ୍ୱପୂର୍ଣ୍ଣ, ତାକୁ କବି ବାସ୍ତବ ରୂପ ଦେଇ ସଜାଇଛନ୍ତି ।

ରବି ସିଂ (୧୯୩୧ – ୨୦୨୦) ଜଣେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ତାଙ୍କର ଶ୍ରେଷ୍ଠ କୃତି “ଚରମ ପତ୍ର” ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ତଥା ଅନେକ ସମ୍ମାନ ପ୍ରାପ୍ତ ପୁରସ୍କାରରେ ସମ୍ମାନିତ ହୋଇ ଓଡ଼ିଆ ସାହିତ୍ଯରେ ପ୍ରସିଦ୍ଧି ଲାଭ କରିଥିଲେ । ସେ ୫୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ଓଡ଼ିଶା ମାଟିର ଜଣେ ଦୂରଦୃଷ୍ଟି ସଂପନ୍ନ ଦକ୍ଷ ସାହିତ୍ୟିକ,ସାମ୍ବାଦିକ ଏବଂ ରାଜନେତା ଭାବରେ ମଧ୍ୟ ସେ ସୁପରିଚିତ ଥିଲେ । ସେ, ଜଣେ ବୈପ୍ଲବିକ ଓ ବାମପନ୍ଥୀ ଚିନ୍ତାଧାରର ବିଦ୍ରୋହୀ କବି ଭାବେ ପରିଚିତ ଥିଲେ । ଶୋଷିତ, ନିଷ୍ପେସିତ, ଆର୍ତ୍ତ, ପୀଡ଼ିତ ତଥା ନିର୍ଯାତିତ ବର୍ଗର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଏବଂ ଜୀବନ ସଂଗ୍ରାମ ତାଙ୍କ କବିତାରେ ପ୍ରତିଫଳିତ ହୋଇଥିଲା ।

ପୃଥିବୀର ସମସ୍ତ ୭୧୦୦ ଭାଷା ମଧ୍ୟରେ ଓଡ଼ିଆ ଭାଷା, ସର୍ବାଧିକ ରସାନନ୍ଦପୂର୍ଣ୍ଣ ଭାଷା । ସାମାଜିକ ବିଜ୍ଞାନ ସମ୍ମତ ଭାଷା, ଯାହାର ପ୍ରମାଣ ସନ୍ଥକବି ଭୀମଭୋଇ କରିଛନ୍ତି । ବହୁବର୍ଷ ପରେ ଆଉଜଣେ ମାଟିର କବି ହେଉଛନ୍ତି ବିପ୍ଳବୀ କବି ରବି ସିଂ। ସେ କହିଛନ୍ତି ସବୁଠାରୁ ଅସୀମ ବିଦ୍ୟା, “ମଣିଷକୁ ପଢ଼ିବା” । ସେ ଏଇ କଥାକୁ ତାଙ୍କ ମାନବଧର୍ମୀ କବିତା ‘ମଣିଷ’ରେ ବର୍ଣ୍ଣନା କରିଛନ୍ତି ।

ମଣିଷ ନିଜର ମେହେନତି ବା ପରିଶ୍ରମ ବଳରେ ପଥରକୁ କରେ ପାଣି ଏବଂ ବିଷକୁ କରେ ସଂଜୀବନୀ। ସିଏ ବାଧ୍ୟରେ ବେଠି ଖଟେ ହେଲେ, ତାର ଉଚିତ ପାରିଶ୍ରମିକ ମୂଲ୍ୟ ସେ ପାଏନି , କବି ସେହି ପରିଶ୍ରମ କରୁଥିବା ବ୍ୟକ୍ତିର ମନୋଭାବକୁ ଥରେ ପଢ଼ିବାକୁ କହିଛନ୍ତି । ନିଜ ହାତରେ ସିଏ କେତେ ବଡ଼ ବଡ଼ ଉଆସ ମହଲ ଗଢ଼ି ତୋଳିଛି ଏବଂ କୋଇଲାକୁ କାଟି ଆପଣା କାନ୍ଧରେ ବୋହିଛି ।
ଶୋଷଣ କରନ୍ତି ଧନୀ ଶ୍ରେଣୀର ଲୋକେ ଓ ନାନା କଷଣ ଦିଅନ୍ତି ବିଚରା ନିରୀହ ଲୋକମାନଙ୍କୁ । ଆପଣା ହାତରେ ଇଟା ଯୋଡି ଯିଏ ମୁଣ୍ଡ ଗୁଞ୍ଜିବାକୁ କୋଠା ପରେ କୋଠା ଗଢ଼ି ଦିଏ । ଥିଲାବାଲା ଲୋକେ କିଛି ନଥିଲାବାଲାଙ୍କୁ ତଳିତଳାନ୍ତ କରି ତାଙ୍କ ନୀରିହ ପଣର ଫାଇଦା ଉଠାଇ ତାଙ୍କୁ ଶୋଷଣ କରନ୍ତି।

ସାଧାରଣତଃ ସମାଜର ବଡ଼ବଡିଆମାନେ ଦରିଦ୍ର ନିଷ୍ପେସିତମାନଙ୍କୁ ନାନା ଶୋଷଣ କରିଚାଲିଛନ୍ତି । ସେହି ଗରିବ ଗୁରୁବାମାନଙ୍କୁ ସେମାନେ ଯଦି ତାଙ୍କର ଉଚିତ୍ ନ୍ୟାୟ ଦେଇ ତାଙ୍କ ଜୀବନରେ ଘଟୁଥିବା ନାନାଦି ସମସ୍ୟାକୁ ଯଦି ପଢିପାରନ୍ତେ, ତେବେ ଦୁନିଆରୁ ଅନୀତି ଅନ୍ୟାୟ ଅନେକ ପରିମାଣରେ କମିଯାଆନ୍ତା। ମନର ଗହନ କଥାକୁ କବି ବର୍ଣ୍ଣନା କରିବାକୁ ଯାଇ କବି କହନ୍ତି – ସୂନା ଋପା ହିରା ନୀଳା ମୋତି ସବୁକୁ ମଣିଷ ମେହନତି କରି ତିଆରି କରୁଛି ଏବଂ ଉଆସ ନଅର ରାଜବାଟୀ ଆଦି ତୋଳିଛି ମଣିଷ ଅନ୍ୟର ବେଠି ଖଟିକି । ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ସେ
ରକତକୁ ପାଣି କରି ଖଟୁଛି ମୁଠାଏ ଚୁଡ଼ା ପେଟରେ ପକାଇ , ସୁଦୃଢ଼ ଇଚ୍ଛାଶକ୍ତି ବଳରେ ସାଗର ଭିତରୁ ରତ୍ନ ଭଣ୍ଡାର ରୂପକ ଅମୂଲ୍ୟ ଜିନିଷ ମଧ୍ୟ ବାହାର କରି ପାରେ ଆପଣା ସାମର୍ଥ୍ୟରେ ବଳରେ…….।

ଶ୍ରମିକ ଭାଇର ମନକୁ କେହି ପଢ଼ିବାକୁ ଚେଷ୍ଟା କରନ୍ତି ନାହିଁ । କିଭଳି ପରିସ୍ଥିତିରେ ପଡି ପିଠିରେ କୋରଡା ମାଡ ସହି ସେ ଆଜି ପଶୁ ପରି ଖଟିବାକୁ ବାଧ୍ୟ ହେଉଛି, ସେ କଥା ବୁଝନ୍ତି ନାହିଁ । ଉକ୍ତ ପ୍ରସଙ୍ଗକୁ ନେଇ କବି କହିଛନ୍ତି- ରକତେ ଗୋଳାଇ ଚୃନବାଲି ସତେକି ତାର ରକ୍ତରେ ହିଁ ଗଳାଇଥାଏ, ରତ୍ନାକର ତଳେ ବୁଡି ବୁଡି ସେ ପୃଥିବୀ ମାତାର ଗର୍ଭରେ ରତ୍ନର ବରଷା କରିଦିଏ ଅର୍ଥାତ୍ କୃଷକ ଭାଇଟିଏ ଖରା ବରଷାକୁ ଖାତିର ନ କରି ଏଇ ନାନା ଜାତୀୟ ଫସଲ ଅମଳ କରିଥାଏ ଅନ୍ୟର ପେଟ ପୋଷିବାକୁ । ଟାଙ୍ଗରା ଭୂଇଁକୁ ରସାଳ କରି ସେ ସବୁଜିମା କରିଦିଏ ଓ ଫୁଟାଏ ଫଳାଏ ବିବିଧ ରଙ୍ଗର ଫୁଲ ଓ ଫଳ । ତଥାପି ଏଇ ମଣିଷ ତାର ଶ୍ରମର ମୂଲ୍ୟକୁ ବୁଝିବାକୁ ଚେଷ୍ଟା ନ କରେ ତାକୁ ମଳି ମୁଣ୍ଡିଆ କହି ତାଙ୍କୁ ଉପହାସ କରିବାକୁ ପଛାନ୍ତି ନାହିଁ । କୃଷକ ଆଜି ସମସ୍ତ ପେଟକୁ ଦାନା ଯୋଗାଉଛି । ହେଲେ କେହି ତା ମନର ଭାଷାକୁ ପଢ଼ିବାକୁ ଚାହାନ୍ତି ନାହିଁ । ସେ ଏତେ ପରିଶ୍ରମ କରି ଫଳ ମୂଳ ଆମଦାନୀ କଲେ ମଧ୍ୟ ତାର ଦ୍ରବ୍ୟ ଉଚିତ ମୂଲ୍ୟରେ ବିକ୍ରୀ ଯାଏନି ।
ଉକ୍ତ ପଙ୍କ୍ତି ରେ କୁହାଯାଇ ପାରେ….
ଦେଖିଛ କି ତାର ଶୁଖିଲା ମୁହଁକୁ
ପଢିଛ କି ତାର ଭାଷା
ସବୁରି ପେଟକୁ ଦାନା ଦିଏ ଯିଏ
ତାର କାହିଁ ଏ ଦୁର୍ଦ୍ଦଶା
ଆଖି କାଇଁ ଛଳ ଛଳ
ଗଣି ହୁଏ ସବୁ ପଞ୍ଜରା ହାଡ ତା
କାହିଁକି ସିଏ ଦୁର୍ବଳ……

ମଣିଷର ଶୁଖିଲା ମୁହଁ, ଆଖି ତାର ଲୁହ ଛଳଛଳ ଏବଂ ତା ଦେହର ଗଣିହେଉଥିବା ପଞ୍ଜରା କାଠିରୁ ପଢିହୁଏ ତାର ଦୁଃଖ ଦୁର୍ଦ୍ଦଶାର କାହାଣୀ । ମଣିଷର ଏପରି ଲକ୍ଷଣ ବି ଅନେକ କିଛି କହିଦିଏ । ସେପରି ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି । କବି ଏହାକୁ ଦର୍ଶାଇବାକୁ ଯାଇ କହନ୍ତି ଯେ ଧନୀଟିଏ ସର୍ବଦା ଆଗକୁ ଅନ୍ୟାୟ ଉପାୟରେ ବଢ଼ି ଚାଲେ ଆଉ ପାଏ ଅନେକ ସମ୍ମାନ କିନ୍ତୁ ଗରିବ ଲୋକେ ସବୁବେଳେ ସେଇ ଖଟିଖିଆ ହୋଇ ରହି ଯାଆନ୍ତି । ଦୋଷୀ ଯାଏ ଖସି ନିର୍ଦ୍ଧୋଷୀ ପାଏ ଫାଶୀ ଯେପରି , ସେହିପରି ନ୍ୟାୟରେ ହିଁ ଏଇ ସମାଜର କଳୁଷିତ ପ୍ରଥା ଆଗକୁ ଅଗାକୁ ବଢ଼ି ଚାଲିଛି ।

କିଛି ଲୋକ ଏଠି କୁଟା ଖଣ୍ଡକୁ ବି ଦିଖଣ୍ଡ କରନ୍ତି ନାହିଁ ହେଲେ ଅନ୍ୟାୟ ଅନୀତି କରି ସେମାନେ ଅନେକ ଧନ ସମ୍ପଦର ଅଧିକାରୀ ହୋଇଥାନ୍ତି କିନ୍ତୁ ଅନ୍ୟ ପଟେ ଆଉ କେହି ହାଡଫଟା ପରିଶ୍ରମ କରି ମଧ୍ୟ ଭଲଭାବରେ ନିଜ ପରିବାର ପୋଷିପାରେ ନାହିଁ । ସେଇ ନୀରିହ ଅବହେଳିତ ଜନତାର ଲୁହ ମିଶା ଦୁଃଖର ହୃଦୟ ରୂପକ କିତାବକୁ ପଢ଼ ଆଉ ଜାଣ ତା ଭିତରେ ଥିବା ଦୁଃଖ ଆଉ ଯନ୍ତ୍ରଣାକୁ । । ସାଧାରଣତଃ ଏଇ ସମାଜରେ ଦୁଇଟି ବର୍ଗର ଲୋକ ଦେଖାଯାନ୍ତି। ପ୍ରଥମତଃ ଖଟିଖିଆ ଦ୍ବିତୀୟରେ ଲୁଟିଖିଆ। ଲୁଟିଖିଆମାନେ ଲୁଟି ଖାଉଛନ୍ତି କିନ୍ତୁ ଖଟିଖିଆମାନେ ଏଠି ଲୁଟ୍ ର ଶିକାର ହେଉଛନ୍ତି ।ଏଇ ଦ୍ବିତୀୟ ଶ୍ରେଣୀର ବ୍ୟକ୍ତି ସମାଜ ପାଇଁ ଅଭିଶପ୍ତ। ସମସ୍ତଙ୍କ ଦ୍ଵାରା ସେମାନେ ହୀନିମାନ ହୁଅନ୍ତି । କିଏ କେବେ ଏଇ ଖଟିଖିଆଙ୍କୁ ପଢ଼ିବାକୁ ଚେଷ୍ଟା କରନ୍ତି ନାହିଁ। ଯାହା ଫଳରେ ସମାଜରେ ବିଶୃଙ୍ଖଳା ଦେଖାଦିଏ । ହାୟରେ ମଣିଷ କେତେ ଦିନ ଆଉ ଚେଇଁ ଶୋଇ ରହିଥିବୁ ଅନ୍ୟାୟକୁ ପ୍ରତିବାଦ କର ଆଉ ଅତ୍ୟାଚାରକୁ ବିରୋଧ କରିବ ପାଇଁ ଜାଗ୍ରତ ହୁଅ।

ମହାଭାରତରେ ଯେପରି ଅନ୍ୟାୟ ପାଇଁ କୁରୁବଂଶ ନାଶ ଯାଇଥିଲା ସେହିପରି ଦିନ ଆସିବ ଏଇ ତଳ ଶ୍ରେଣୀର ଲୋକେ ଜାଗିବେ ଆଉ ଯାହାକୁ ତୁମେମାନେ ଡରି ଭୀରୁ ପରି ପୋଲିସି ମିଲିଟାରୀ ପୋସୁଛ କିନ୍ତୁ ମନେରଖ ସେଇ ଖଟିଖିଆର ଟାଣୁଆ ହାତରେ ଅଧର୍ମ ଅନୀତି ଦିନେ ଏ ପୃଥିବୀରୁ ଧ୍ଵଂସ ହେବ । ରକ୍ତର ନଦୀ ବୋହିବ,ଦୁଷ୍ଟ ,ଦୁରାଚାରୀ ଓ ଭଣ୍ଡମାନେ ମାଡ଼ ଖାଇବେ କାରଣ ଯିଏ ମାଡ଼ ଖାଉଥିଲା ତା ଆଖିରେ ଆଜି ଧ୍ଵଂସର ରଡ଼ନିଆଁ ଜଳୁଛି । ଯେଉଁ ନିଆଁରେ ଏ ଦୁନିଆ ଜଳି ପୋଡ଼ି ଛାରଖାର ହେଇଯିବ । ତେଣୁ କବି କହୁଛନ୍ତି ବେଳ ଥାଉଁ ଥାଉଁ ସେଇ ନର ରୁପି ନାରାୟଣଙ୍କୁ ହାତ ଯୋଡ଼ା କାରଣ ସିଏ ଯଦି ଥରେ ଜାଗି ଉଠିବ ନା ଆଉ ରକ୍ଷା ନାହିଁ ।

ଶେଷରେ ବିପ୍ଳବୀ କବି ରବି ସିଂ, ସେଇ ମଣିଷମାନଙ୍କୁ ଚେତିବା ବା ଜାଗିବା ପାଇଁ ପରାମର୍ଶ ଦେଇଛନ୍ତି। ସେ ତାଙ୍କ ଲେଖନୀ ମୁନରେ କହିଛନ୍ତି ଯେ- “ମଣିଷ ଖୋଲିଲେ ତା ନୟନ, ହେବ ଏ ରାତିର ଅବସାନ”××××××××

ଖ ବିଭାଗ

ଶୀର୍ଷକ – “ଯୌତୁକ ଭାର”
ଲକ୍ଷ୍ମୀପ୍ରିୟା ସେଠୀ
ଦେଉଳି,ଯାଜପୁର

କବି ପୂର୍ଣ୍ଣଚନ୍ଦ୍ର ମହାରଣା ଏଠାରେ ଗରିବ ଘରର ଏକ ସାମାଜିକ ସମସ୍ୟାର ବାସ୍ତବତାକୁ ତାଙ୍କ ଲେଖନୀ ମୁନରେ ଜୀବନ୍ତ ଭାବରେ ସଜାଇଛନ୍ତି। ବିବାହ ଆସନ୍ନ ସେଇ ଗରିଵ ଚଷା ଝିଅଟି ନିଜର ମନୋସତ୍ତାକୁ ନିଜ ପରିବାର ସହିତ ପ୍ରତିଟି ଚିଜରେ ସମାହିତ କରୁଛି । ପରିଶେଷରେ ସେ ନିଜକୁ ପରିବାରର “ବୋଝ” ବୋଲି ଭାବୁଛି । ଏହା ହିଁ କବିତାର କଥାବସ୍ତୁ ।

ପ୍ରଥମେ କବି ସେ ଝିଅ ତାଙ୍କ ଘରର ଚଳଣୀକୁ ନେଇ ଚିନ୍ତିତ ବୋଲି ଦର୍ଶାଇଛନ୍ତି । ଯେପରିକି- ସକାଳେ ପଖାଳ ଦି’ପହରେ ତବତ , ଆପଣ ତ ଜାଣିଥିବେ ଗରିବ ଘରର ପ୍ରିୟ ଖାଦ୍ୟ ହେଉଛି ଶାଗପଖାଳ । ପ୍ରାୟତଃ ଆମ ଓଡ଼ିଶାର ପ୍ରତ୍ୟେକ ଗରିବ ଚାଷୀ ଘରର ଏହା ନିତିଦିନିଆ ଖାଦ୍ୟ । ଝିଅଟି ଭାବୁଛି ଆମ ପରିବାରରେ ତ ଛ’ଜଣ ସଦସ୍ୟ । ଯେହେତୁ ତାଙ୍କର ଚଷାଘର, ତାଙ୍କ ଘରେ ସଦା ହୁଏ ହଳ ଲଙ୍ଗଳର କାରବାର । ତା ସହିତ ଶଗଡ଼ ଜୁଆଳି ମହୀ ଆଦି ଚଷାଘରର ଉପକରଣ ଏବଂ ଚାଷ ଅମଳ କରିବା ପାଇଁ ସହଯୋଗୀ ଉପକରଣ ଗୁଡିକ ହେଲା ଦାଆ, କୋଡି, କୋଦାଳ, କୁରାଡି ଆଦି ଚିଜ ସବୁ ରହିଛି ।

ଝିଅ ମନେମନେ ଭାବୁଛି- ଆମର ତ ମାତ୍ର ଚାରି ମାଣ ଜମି । ସେଇ ଜମି ଚାଷରୁ ଯାହା ଅମଳ ହୁଏ, ସେଥିରେ ଭଲଭାବରେ ଚଳିବା ମୁସ୍କିଲ ହୋଇପଡେ । କାରଣ- ସେଥିରେ ସଭିଙ୍କର ଭାଗ ଥାଏ । ସାହୁ ମହାଜନଙ୍କୁ ସୁଝିବାକୁ ପଡେ। ସେଇଥିରୁ ପୁଣି ବନ୍ଧୁବାନ୍ଧବଙ୍କୁ ବେଭାର, ଓଷା, ବ୍ରତ ପୁନେଇଁ ପର୍ବ ଆଦିରେ ଲାଗିଥାଏ। ଫସଲ ଯଦି ଭଲ ହୋଇଥାଏ ତ, ଆମେ ଦି’ଟା ଭଲରେ ଖାଉ, ନହେଲେ ପେଟ ମାରି ରହିଯାଉ… କବିଙ୍କ ଭାଷାରେ- ସେଇ ଚାଷରୁ ସବୁ,ସାହୁ,ମାହାଜନ ××××××××

ଆପଣ ତ ଜାଣନ୍ତି ସବୁ ବାପା ନିଜର ବଢିଲା ଝିଅ ପାଇଁ ବେଶୀ ଚିନ୍ତା କରନ୍ତି । ଝିଅ ପାଇଁ ଜଣେ ଯୋଗ୍ୟ ବରଟିଏ ଆବଶ୍ୟକ। ଠିକ୍ ସେହିପରି ଏଠାରେ କବି ମଧ୍ୟ ସେଇ ଚଷା ଝିଅର ବାପାଙ୍କ ପ୍ରତି ଚିନ୍ତା ବ୍ୟକ୍ତ କରିବାର ଭାବଧାରାକୁ ଦର୍ଶାଇଛନ୍ତି। ସେ କହନ୍ତି- ଝିଅଟି ଭାବୁଛି ଏବେ ତ ମୋହର ଅଠର ବରଷ ବରଘର ଆସି ଦେଖିଯାଇଛନ୍ତି,
ବାହାଘର ତ ନିଶ୍ଚେ ହେବ । ନୂଆପାଞ୍ଜି ଖୋଲିଗଲେ
ଘୋଡାଚଢି ଆସି ମୋ ରାଜକୁମାର,ନେଇଯିବେ ସାଥିରେ । ତା ସହିତ ପୁଣି କେତେ ଜିନିଷ ଦରବ ଭାର କରି ବାପା ପଠେଇ ଦେବେ । ଝିଅର ଯେଦିନୁ ବର ଠିକ୍ ହୋଇଯାଏ ସେହିଦିନ ଠାରୁ ତାର ନୂଆ ରଙ୍ଗୀନ ସ୍ବପ୍ନ ଦେଖିବା ଆରମ୍ଭ ହୋଇଯାଏ । ଏଠାରେ ମଧ୍ୟ ସେହି ଗରିବ ଚଷା ଝିଅଟି ମିଠା ସ୍ବପ୍ନ ଦେଖି ଦେଖି ସେଥିରେ ବିହ୍ବର ହେଉଥାଏ । ଭାବୁଥାଏ ଭାବି ବର ମୋର ଶାନ୍ତ ଓ ସୁଧାର ନିଏ ନାହିଁ ନିଶା ପାଣି, ବେଶି ନ ହେଲେ ବି ଏଇଟା ମୋର ଭାଗ୍ଯ ଯେ ସେ ଭାଗବତ ମଧ୍ୟ ଜାଣନ୍ତି,ଚାଷବାସ ଅଛି ଜଣା ଦି ଓଳି ଦି ମୁଠା ପେଟରେ ପଡ଼ିଲେ କଣ ବା ମୋର ଆଉ ଭାବନା…।

ଯୌତୁକ ଦେବା ପାଇଁ ସେଇ ଚଷା ବାପଟି ପାଖ ଦୋକାନୀ ମାନଙ୍କୁ ବରାଦ ମଧ୍ୟ ଦେଲେଣି ।ଯେତେବେଳେ ଝିଅଟିଏ ବାପ ଘର ଛାଡ଼ି ଶାଶୁ ଘରକୁ ବିଦା ହୁଏ, ନାନା ପ୍ରକାର ଆସବାପତ୍ର ସାଙ୍ଗକୁ ଯୌତୁକ ମଧ୍ୟ ନିଏ । ଯଦି ଏ ସବୁ ନନେଇ ଝିଅ ଯାଏ ତେବେ ସେତେବେଳେ କେତେ ନିର୍ଯାତନା ତାକୁ ସହିବାକୁ ପଡେ । ଆଜିକା ଦିନରେ ବି କେତେକ ସ୍ଥଳରେ ଝିଅମାନେ ଏହି ଯୌତୁକ ନିର୍ଯାତନା ପାଉଛନ୍ତି । ଝିଅଟି ମଧ୍ୟ ଏକଥା ଅନୁଧ୍ୟାନ କର ଭାବୁଛି- ଖଟ ଆଲମାରୀ ,ପଲଙ୍କ,ଆଲେଣା ଶିଳ,ଚକି ,ଚଟୁ ,ଡଙ୍କା, କାଠପିଢ଼ା ଆଉ ଲୁଣର କାଠୁଆ ନୂତନ ବଇଠି ରୁଖା ଆଦି ଏଇ ସବୁ ନେଇ ଝିଅ ତାର ଶ୍ବଶୁର ଘରକୁ ଯିବ ହେଲେ ଝିଅ ମନରେ ଏକ ଆଶଙ୍କା ବଢ଼ିଛି । ସେ ଭାବୁଛି ଏତେ ସବୁ ଦେଉଛନ୍ତି , ହେଲେ ଖରିକା , ଖଟୁଆ , ଛାଞ୍ଚୁଣି ଦେବେ ନାହିଁ କାହିଁକି ! ଜିନିଷକୁ ଯୌତୁକ ନିମନ୍ତେ ବରାଦ ଦେଲେଣି ବାପା ଦୋକାନୀ ମାନଙ୍କୁ ।

କଥାରେ ଅଛି – ଝିଅର ମନକଥା ମାଆ ହିଁ ଜାଣିଥାଏ। ବାପାଙ୍କ ପରି ଏଠି ମାଆ ମଧ୍ୟ ନିଜ ଝିଅ ପାଇଁ ଯାତ୍ରା ମେଳାରୁ ନୂଆ ନୁଆ ଦରବ କିଣି ଆଣୁଛନ୍ତି। ଗୋଟି ଗୋଟି କରି ମାଆ ତାର ଝିଅ ପାଇଁ ନାନା ଘର କରଣା ଜିନିଷ ସହିତ ନାନା ଆବଶ୍ୟକ ପଦାର୍ଥ ଘିନି ଆଣେ। ଏ କଥାକୁ ନେଇ ଚଷା ଝିଅ ଭାବୁଛି ଯାତରା ତୀର୍ଥ ମେଳଣରୁ ବୋଉ
କିଣିଛି ଗିନା,ତାଟିଆ ତା ସାଥିରେ ପୁଣି ବାସନ କୁସନ ,ହାଣ୍ଡି ,ଡାଲା ବାଉଁଶିଆ, କୁଲା,ଭୋଗେଇ, ଗାଣ୍ଡୁଆ , ଚିଡେଇ ବାକୁସ ଯାହା ମନରେ ପଡିଲା ।
ଏ ସବୁ ନେଇ ଝିଅ ତାର ଶାଶୁ ଘର ଯିବ । ସତରେ ଏଇ ବାସ୍ତବଧର୍ମୀ କବିତାରେ କବି ସମାଜର ବାସ୍ତବତାକୁ ସୁନ୍ଦର ଢଙ୍ଗରେ ଉପସ୍ଥାପନା କରିଛନ୍ତି।

କବିଙ୍କର ଲେଖନୀ ଚାଳନା ବାସ୍ତବରେ ଚିତ୍ତାକର୍ଷକ । ବାପା ମାଆ ଆଉ ଝିଅର ମାନସିକତାକୁ ବିଶ୍ଳେଷଣ କରି ହୃଦୟର ଭାବାବେଗକୁ ସ୍ପଷ୍ଟ ରୂପେ ତୋଳି ଧରିଛନ୍ତି ଏଇ “ବୋଝ” କବିତା ମାଧ୍ୟମରେ । କବିଙ୍କ ଏହି ଲେଖାଟି ସମାଜରେ ଚାଲୁଥିବା ଯୌତୁକ ପ୍ରଥାର ଏକ ବାସ୍ତବ ଚିତ୍ର ଦେବାକୁ ଯାଇ ଗୋଟେ ଗରିବ ଲୋକ କିପରି ମେହେନତ କରି ଝିଅଟିଏ ପାଇଁ ନାନା ଉପକରଣ ଯୋଗାଡ଼ କରିଥାଏ ତାହା ଏଠାରେ ଦର୍ଶା ଯାଇଛି।କିନ୍ତୁ ଆଜିର ଦିନରେ ଯେତେ ଦେଲେ ମଧ୍ୟ ଏଇ କୁତ୍ସିତ ସମାଜର କିଛି ଯୌତୁକ ଲୋଭୀ ନୃଶଂସ ଅତ୍ୟାଚାରୀ ମାନେ ବାପା ମାଆଙ୍କ ସେଇ ଅଲିଅଳି ସୁନାନାକି ଝିଅଟିକୁ କେତେ ନିନ୍ଦା ଅପବାଦ ଓ ନିର୍ଯାତନା ଦେଇ ତାକୁ ଜୀବନରୁ ଶେଷ କରିବାକୁ ମଧ୍ୟ ପଛ ଘୁଞ୍ଚା ମଧ୍ୟ ଦିଅନ୍ତି ନାହିଁ ।

Loading

2 thoughts on “*ସମୀକ୍ଷାତ୍ମକ ଆଲେଖ୍ୟ–ଲକ୍ଷ୍ମୀପ୍ରିୟା ସେଠୀ*

Leave a Reply

Your email address will not be published. Required fields are marked *