May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ-ଶୁଭସ୍ମିତା ମହାନ୍ତି*

ସୂର୍ଯ୍ୟୋଦୟ ନବ ପ୍ରତିଭା ଅନ୍ୱେଷଣ
**************************
ଚତୁର୍ଥ ପର୍ଯ୍ୟାୟ – କବିତା ସମୀକ୍ଷା
**************************
ସୋପାନ – (କ)
**************

“ବନ୍ଧୀ ର ଆତ୍ମକଥା” (କବିତା ସମୀକ୍ଷା)
ରଚନା – ଉତ୍କଳମଣି ଗୋପବନ୍ଧୁ ଦାସ।
ସମୀକ୍ଷା – ଶୁଭସ୍ମିତା ମହାନ୍ତି।

ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଦେଶ ସେବକ ମାନଙ୍କ ମଧ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସ ହେଉଛନ୍ତି ଅନ୍ୟତମ। ସେ ଏକାଧାରରେ ଜଣେ ଦେଶ ସେବକ, ଜନନାୟକ, ବ୍ୟବସ୍ଥାପକ, କବି, ଲେଖକ, ସ୍ୱାଧୀନତା ସଂଗ୍ରାମୀ, ଜନନେତା, ଓ ଆଦର୍ଶ ଶିକ୍ଷକ ଅଟନ୍ତି। ସତ୍ୟବାଦୀ ବକୁଳବନ ର ଛୁରିଆନା କୁଞ୍ଜତଳେ ଯେତେ ଜଣ ଆଦର୍ଶ ଶିକ୍ଷକ ବ୍ରତୀ ଥିଲେ, ସେମାନଙ୍କ ମଧ୍ୟରେ ଗୋପବନ୍ଧୁ ଦାସ ଥିଲେ ଅଦ୍ୱିତୀୟ। ସତ୍ୟବାଦୀ ରେ ପ୍ରତିଷ୍ଠିତ ମଣିଷ ତିଆରି କାରଖାନା ର ସେ ଥିଲେ ସ୍ରଷ୍ଟା। ପଞ୍ଚସଖା ଯୁଗର ସାହିତ୍ୟ ସାଧକ ଭାବେ ତାଙ୍କର ନାମ ଚିରସ୍ମରଣୀୟ।
୧୮୭୭ ମସିହା ଅକ୍ଟୋବର ୯ ତାରିଖ ରେ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ‘ସୁଆଣ୍ଡୋ’ ଗ୍ରାମ ରେ ଏକ ମଧ୍ୟବିତ୍ତ ଶ୍ରେଣୀର ପରିବାର ରେ ଗୋପବନ୍ଧୁ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୨୮ ମସିହା ଜୁନ୍ ମାସ ୧୭ ତାରିଖ ରେ ମୃତ୍ୟୁବରଣ କରିଥିଲେ।
ଗୋପବନ୍ଧୁ ଙ୍କର ଜନସେବା ସହିତ ସାହିତ୍ୟ ସେବା ଜୀବନ ର ପ୍ରଧାନ ବ୍ରତ ଥିଲା। ଓଡ଼ିଆ ଭାଷା ସାହିତ୍ୟ କୁ ଗୋପବନ୍ଧୁ ଙ୍କ ର ଦାନ ଅତୁଳନୀୟ। ତାଙ୍କର ସୃଷ୍ଟି ମଧ୍ୟରେ ‘ ଧର୍ମପଦ ‘,’ ଅବକାଶ ଚିନ୍ତା ‘,’ କାରା କବିତା ‘, ‘ ବନ୍ଧୀ ର ଆତ୍ମକଥା ‘,’ ଗୋମାହାତ୍ମ୍ୟ’ ଓ ‘ ନଚିକେତା ‘ ଉପାଖ୍ୟାନ ପ୍ରଭୃତି ହେଉଛି ଅମ୍ଲାନ କୃତି।
ଏତଦ୍ ବ୍ୟତୀତ ସେ କେତେକ ପ୍ରବନ୍ଧ ରଚନା କରି ଛାତ୍ର ସମାଜ କୁ ଉଦବୋଧନ ଦେଇଥିଲେ। ତାଙ୍କର କବିତା ଗୁଡ଼ିକ ମୁଖ୍ୟତଃ ଦେଶ ପ୍ରାଣରେ ଉଦବୁଦ୍ଧ ଥିଲା। ଯଥା –
” ସ୍ୱାଧୀନତା ମାନବ ର ଜନ୍ମ ଅଧିକାର
ସ୍ୱାଧୀନ ଭାଷଣ ଆଉ ସ୍ୱାଧୀନ ବିହାର
ସ୍ୱାଧୀନ ଜୀବନ ପୁଣି ସ୍ୱାଧୀନ ସମିତି
ଚାରିସ୍ତମ୍ଭେ ମାନବ ର ସମାଜ ସଂସ୍ଥିତି। “

ଉପରୋକ୍ତ କବିତା ର ଖଣ୍ଡିତାଂଶ ରେ କବି ପ୍ରାଣ ବିକଳ ହୋଇଉଠିଛି। ଯେଉଁ ସ୍ୱାଧୀନତା ମାନବର ଜନ୍ମଗତ ଅଧିକାର, ସେହି ସ୍ୱାଧୀନତା ଆଣିବା ପାଇଁ କବି ମନ ଅଧୀର ହୋଇଉଠିଛି। ସେଥିପାଇଁ ସେ ଦେଶ ମାତୃକା କୁ ବିଦେଶୀ ହାତରୁ ମୁକୁଳେଇବା ନିମନ୍ତେ ଶତ ଚେଷ୍ଟିତ ହୋଇଛନ୍ତି।

ଗାନ୍ଧୀଜୀ ଙ୍କ ଅସହଯୋଗ ଡାକରା ରେ ଉଦବୁଦ୍ଧ ହୋଇ ଗୋପବନ୍ଧୁ ଦେଶ ମାତୃକା ସେବାରେ ଲାଗି ପଡ଼ିଥିଲେ। ଏବଂ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଏକାଧିକ ବାର କାରାବରଣ କରିଥିଲେ। ସେହି ଜେଲ୍ ମଧ୍ୟରେ ରହି ” ବନ୍ଧୀ ର ଆତ୍ମକଥା ” ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ” ହେ ମୋର ଦେଶବାସୀ ବନ୍ଧୁ, ମୋର ଆତ୍ମୀୟ ସୋଦର, ମୋର କାରାବରଣ ପାଇଁ ତୁମେ ଦୁଃଖ କରିଛ କି ? ଏଥିପାଇଁ ତୁମେ କାହିଁକି ମନ ଦୁଃଖ କରୁଛ, ଏହାତ ଆଗରୁ ଜଣାଥିଲା। ଡରିଯିବା ହେଉଛି ଗୋଟିଏ କାପୁରୁଷ ର ପ୍ରଥା। କିନ୍ତୁ ଗୋଟିଏ ବୀର ଯୁଦ୍ଧକୁ ସମ୍ମୁଖୀନ କରିଥାଏ। ମୃତ୍ୟୁ କୁ ତିଳେ ହେଲେ ଭୟ କରେନାହିଁ। କବି କହୁଛନ୍ତି –
” ପଛଘୁଞ୍ଚା ନାହିଁ ବୀରର ଜାତକେ
ନ ମରେ ସେ କେଉଁ ପରାଣ ଆତଙ୍କେ “।

ବୀର ତା’ ଜୀବନରେ କେବେ ପଛଘୁଞ୍ଚା ଦିଏ ନାହିଁ, ଏବଂ କାହାର ଡରରେ ସେ ମରେ ନାହିଁ। କବି କହୁଛନ୍ତି, “ମୁଁ ଜାଣିଛି ଏହି ଶାନ୍ତି ଯୁଦ୍ଧ ରେ ହତିଆର କି ବଳ ର କୌଣସି ଆବଶ୍ୟକତା ନାହିଁ, ଏବଂ ହାତୀ, ଘୋଡ଼ା କି ରଥ ଦରକାର ନାହିଁ। ଏଠାରେ ଇଂରେଜ ମାନଙ୍କ ର ବଳ ଅହିଂସା ମାଧ୍ୟମରେ ଭାଙ୍ଗିବା ନିମିତ୍ତ ପଣ୍ଡିତ ଗୋପବନ୍ଧୁ ଏହି କବିତା ମାଧ୍ୟମରେ ପ୍ରକାଶ କରିଛନ୍ତି।
ଆଧ୍ୟାତ୍ମିକତା କୁ ଅହିଂସା ସହ ଏବଂ ପଶୁବଳ କୁ ଇଂରେଜ ମାନଙ୍କ ସହ ତୁଳନା କରି କବି କହିଛନ୍ତି ଯେ, ଅହିଂସା ମାଧ୍ୟମରେ ହିଁ ଇଂରେଜ ମାନଙ୍କୁ ଦମନ କରିବାକୁ ହେବ ଏବଂ ଯେଉଁମାନେ ଏହି ଯୁଦ୍ଧ ରେ ସାମିଲ୍ ହୋଇ ଦେଶ କୁ ସ୍ୱାଧୀନତା ଫେରାଇ ଆଣିବାକୁ ଚାହୁଁଛନ୍ତି, ସେମାନେ ମନ ମଧ୍ୟରୁ ଧନ ର ଆଶା ଏବଂ ଘରଦ୍ୱାର ର ମାୟା ଛାଡ଼ି ଅହିଂସା ବଳରେ ବଳୀୟାନ ହୋଇ ଯୁଦ୍ଧ ରେ ସାମିଲ୍ ହେବାକୁ ପଡ଼ିବ ବୋଲି କବି ଏଠାରେ ସୂଚାଇଛନ୍ତି। କବି ପୁଣି କହିଛନ୍ତି –
” ଏଥିରେ ପ୍ରଥମ ଫଳ କାରାଦଣ୍ଡ,
ପଛେ ହୋଇପାରେ ଦେହ ଖଣ୍ଡ ଖଣ୍ଡ।”

ଏହି ଯୁଦ୍ଧର ପ୍ରଥମ ଫଳ ହେଉଛି କାରାଦଣ୍ଡ ଏବଂ ତା’ ପରେ ମୃତ୍ୟୁ ମଧ୍ୟ ହୋଇପାରେ, ଯାହାକୁ କବି ଦେହ ଖଣ୍ଡ ଖଣ୍ଡ ସହ ତୁଳନା କରିଛନ୍ତି। ଏହି ବିଷୟରେ ଭଲ ଭାବରେ ବୁଝି ସଂଗ୍ରାମ ରେ ଯୋଗ ଦେଇଛନ୍ତି ବୋଲି ସେ ଦେଶବାସୀଙ୍କୁ ଜଣାଇଛନ୍ତି। ଏଥିରେ ମାନ ,ଅପମାନ ପ୍ରତି ତିଳେ ହେଲେ ଖାତିରି ନାହିଁ। କବି ଆଉ ଗୋଟିଏ ପଂକ୍ତି ରେ କହିଛନ୍ତି –

” ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲିଯାଆନ୍ତୁ ପିଠିରେ।”

ପଣ୍ଡିତ ଗୋପବନ୍ଧୁ ଦାସ୍ ଏହି ପଂକ୍ତି ମାଧ୍ୟମରେ ଦେଶବାସୀଙ୍କ ନିମନ୍ତେ କଥା ରଖିଛନ୍ତି ଯେ, ଦେଶ ପାଇଁ କାର୍ଯ୍ୟ କରି ତାଙ୍କର ଜୀବନ ଚାଲିଯାଉ, ଯାହାକି ତାଙ୍କ ଦେହ ମାଟିରେ ମିଶିବା ସହିତ ଦେଶବାସୀ ତାଙ୍କ ପିଠିରେ ଚାଲିଯିବା କଥା କବି କହିଛନ୍ତି ଏବଂ ଆଉ ମଧ୍ୟ କହିଛନ୍ତି ଦେଶର ସ୍ଵରାଜ ନିମନ୍ତେ ଯେତେସବୁ ଖାଲ ରୂପକ ଅସୁବିଧା ରହିଛି, ତାହା ମୋର ପରିଶ୍ରମ ରୂପକ ମାଂସ ହାଡ଼ ରେ ପରିପୂର୍ଣ ହେଉ।

ସ୍ୱାଧୀନତା ପଥ ରେ ଯେଉଁ ନର ନିଜ ଜୀବନକୁ ବାଜି ଲଗାଇବା ନିମିତ୍ତ ଇଛା ପ୍ରକାଶ କରୁନାହାନ୍ତି, ସେଠାରେ ମୋ ଜୀବନକୁ ଦାନ କରି ଦେଶବାସୀ ଙ୍କୁ ସ୍ୱାଧୀନତା ପ୍ରତି ଅଗ୍ରସର ହେବା ନିମିତ୍ତ ଚେଷ୍ଟା କରିବେ ବୋଲି ଗୋପବନ୍ଧୁ ଦାସ ଏହି ଆତ୍ମକଥା ମାଧ୍ୟମରେ ପରିପ୍ରକାଶ କରିଛନ୍ତି। ଶେଷରେ କହିଛନ୍ତି ଭଗବାନ ଙ୍କ ର ମଙ୍ଗଳ ରୁ ଏହି ପ୍ରାଣ ଦେଶବାସୀ ଙ୍କ ନିମନ୍ତେ ଉତ୍ସର୍ଗୀକୃତ ହେଉ , ଏହାହିଁ ଶେଷ ଭିକ୍ଷା। କବି ଙ୍କ କବିତା ରେ –
” ମଙ୍ଗଳମୟ ଙ୍କ ସୁମଙ୍ଗଳ ଇଛା
ପରୁ ଏ ପରାଣେ ଏହି ଶେଷ ଭିକ୍ଷା।”

କବିତା ର ଛଅ ଭାଗ ରୁ ଏହା ଥିଲା ପ୍ରଥମ ଭାଗ, ଏହା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି। କବି ଙ୍କର ଲେଖା ର ପ୍ରତ୍ୟେକ ଟି ଧାଡ଼ି ଦେଶବାସୀ ଙ୍କ ନିମନ୍ତେ ଉତ୍ସର୍ଗୀକୃତ ହୋଇଛି।

 

 

ସୋପାନ – (ଖ)
**************
“ମଣିଷ” – ( କବିତା ସମୀକ୍ଷା )
କବି – ଆର୍ତ୍ତତ୍ରାଣ ପାଣି
ସମୀକ୍ଷା – ଶୁଭସ୍ମିତା ମହାନ୍ତି

ସାହିତ୍ୟ ଜଗତରେ ଜଣେ ଜଣାଶୁଣା କବି ହେଉଛନ୍ତି ଆର୍ତ୍ତତ୍ରାଣ ପାଣି। ତାଙ୍କର ପ୍ରତ୍ୟେକ ଲେଖା ରେ ଏହି ସମାଜ ଏବଂ ମଣିଷ ଜାତି ପାଇଁ କିଛି ନା କିଛି ସନ୍ଦେଶ ମୂଳକ ଓ ହୃଦୟସ୍ପର୍ଶୀ ବାର୍ତ୍ତା ପ୍ରଦାନ କରିଥାଆନ୍ତି। ଶ୍ରୀ ପାଣି ତାଳଚେରରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ସାମ୍ବାଦିକ ତଥା ସମାଜ ସେବକ ଏବଂ କବି। ତାଙ୍କର ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଯଥେଷ୍ଟ ଅଧିକ। ତାଙ୍କର ସମସ୍ତ କୃତି ମଧ୍ୟରୁ ” ମଣିଷ ” କୃତି ଟି ଅନ୍ୟତମ।

କବିତା ” ମଣିଷ ” ରେ ଆଜି ର ସମୟରେ ମାନବ ର ବିଭିନ୍ନ କାର୍ଯ୍ୟ ରେ ଦୃଷ୍ଟିଗୋଚର ହେଉଥିବା ଅମାନୁଷିକତା କୁ ଶ୍ରୀ ପାଣି ତାଙ୍କର ସୃଷ୍ଟି ମାଧ୍ୟମରେ ଉପସ୍ଥାପନା କରିଛନ୍ତି। ତେବେ ଆମେ ଯଦି କବି ଙ୍କର ପ୍ରଥମ ପଂକ୍ତି କୁ ବୁଝିବା ପାଇଁ ଚେଷ୍ଟା କରିବା, ତେବେ ଏଠାରେ କବି ପ୍ରକାଶ କରିଛନ୍ତି ଯେ-

” ଚାଲ ଫେରିଯିବା ସେଇ ଅନ୍ଧାରି ଯୁଗକୁ
ଯେଉଁଠି ବହଳ ଅନ୍ଧାର ରେ ତାରା ଫୁଲ ହସେ
ଚାନ୍ଦ ଢାଳେ ରୂପେଲି ଜୋଛନା
ଆଉ ସୂରୁଜ ଉଇଁଲେ ସକାଳ ହୁଏ।।”

କବି ଆମ ସମସ୍ତଙ୍କୁ ସେଇ ଯୁଗ କୁ ଫେରିଯିବା ପାଇଁ କହିଛନ୍ତି, ଯେଉଁଠାରେ ଘନ ଅନ୍ଧକାରରେ ତାରା ହସୁଥିବ, ଚାନ୍ଦ ରୁପା ର କିରଣ ଢାଳୁଥିବ ଏବଂ ସୂର୍ଯ୍ୟ ଉଦୟ ହେଲେ ସେଠାରେ ସକାଳ ହେଉଥିବ , ସେହି ଯୁଗ କୁ ଫେରିଯିବା ପାଇଁ କବି ଆମ ସମସ୍ତଙ୍କୁ ତାଙ୍କ ସୃଷ୍ଟି ମାଧ୍ୟମରେ ଦର୍ଶାଇଛନ୍ତି।

କବି କବିତା ର ଦ୍ୱିତୀୟ ପଂକ୍ତି ରେ ମାନବ ସମାଜକୁ ପ୍ରକୃତି ସହିତ ଆମର ସଂପର୍କ କୁ ଉପସ୍ଥାପନା କରିଛନ୍ତି। କବି କହିଛନ୍ତି, ଦିନ ଥିଲା ଆମର ପ୍ରକୃତି ସହିତ ଗୋଟିଏ ଉତ୍ତମ ସଂପର୍କ ସ୍ଥାପନ ହୋଇଥିଲା। ଆମେ ବୃକ୍ଷ ଠାରୁ ଅମ୍ଳଜାନ ପାଇ ବଞ୍ଚି ରହୁଥିଲେ। କିନ୍ତୁ ଆମେ ନିଜ ହାତରେ ଆମର ସୁବିଧା ପାଇଁ ସେମାନଙ୍କୁ ଅକାରଣେ ଛେଦନ କରିଦେଇଛେ। କବି କହୁଛନ୍ତି ଏବେ ବି ଆମେ ବଞ୍ଚିଛେ ସତ କିନ୍ତୁ ସବୁକିଛି ବଦଳିଯାଇଛି। ଆମେ ଯେମିତି ସବୁକିଛି ଭେଜାଲ୍ ପାଇ ଖୁସି ରେ ବଞ୍ଚିଛେ ଏବଂ ନୂତନ ପିଢ଼ି ଙ୍କ ଭାଷାରେ ଏହା ସଂପୂର୍ଣ୍ଣ ବିକଶିତ ବୋଲି କବି ଉପସ୍ଥାପନା କରିଛନ୍ତି।

ଆମେ ଯଦି କବି ଙ୍କର ତୃତୀୟ ପଂକ୍ତି କୁ ବୁଝିବାକୁ ଚେଷ୍ଟା କରିବା, ତେବେ କବି ପୁଣି କହୁଛନ୍ତି, ଆମ ସମୟରେ ଜହ୍ନ କୁ ଆମେ ମାମୁଁ ସମ୍ବୋଧନ କରି ଜହ୍ନମାମୁଁ କହୁଥିଲେ। କିନ୍ତୁ ଏବେ ତାହା ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ ହୋଇଯାଇଛି। ଏହି ସମୟରେ ଯେପରି ସ୍ୱାର୍ଥ ଚାରିପାଖରେ ସଂପର୍କ ଘେରି ରହିଛି , କବି ଏହାକୁ ପୃଥିବୀ ଓ ସୂର୍ଯ୍ୟ ଙ୍କ ମଧ୍ୟରେ ଥିବା ମାଧ୍ୟାକର୍ଷଣ ଶକ୍ତି ସହିତ ତୁଳନା କରିଛନ୍ତି। କବି ପୁଣି ତାଙ୍କ ସୃଷ୍ଟି ର ଚତୁର୍ଥ ପଂକ୍ତି ରେ ଉପସ୍ଥାପନା କରିଛନ୍ତି –

” ମଣିଷ କହୁଛି! ମୁଁ ଈଶ୍ୱର
ତିଆରି କରିବ ନୂତନ ପୃଥିବୀ
ହଁ ତିଆରି ବି କରୁଛି
ଅନେକ ଜୀବ ପଶୁପକ୍ଷୀ ଆଉ ନାହାନ୍ତି
ଏହା ଏବେ ମଣିଷ ନିର୍ମିତ ନୂଆ ପୃଥିବୀ
ଯାହାର ସେ ‘ ଏକା ଅଧୀଶ୍ଵର ‘ ।”

ଉପରୋକ୍ତ କବିତା ରେ କବି ମାନବ ସମାଜ କୁ ଲକ୍ଷ୍ୟ କରି କହିଛନ୍ତି ଯେ – ମାନବ କହୁଛି, ‘ସେ ହେଉଛି ଈଶ୍ୱର’ ଏବଂ ସେ ନୂତନ ପୃଥିବୀ ତିଆରି କରିବ, ସେ ତିଆରି କରୁଛି ମଧ୍ୟ, କିନ୍ତୁ ସେହି ପୃଥିବୀରେ ଅନେକ ଜୀବ ଓ ପଶୁପକ୍ଷୀ ନାହାନ୍ତି। ଏହା ହେଉଛି ମଣିଷ ଦ୍ୱାରା ତିଆରି ନୂତନ ପୃଥିବୀ, ଯେଉଁଠାରେ ସେ ନିଜେ ହିଁ ହର୍ତ୍ତା, କର୍ତ୍ତା ଏବଂ ଦୈବ ବିଧାତା।

କବି ତାଙ୍କର ପଞ୍ଚମ ପଂକ୍ତି ମାଧ୍ୟମରେ ବୁଝାଇ କହିଛନ୍ତି ଯେ, ଆଜି ପୃଥିବୀରେ ସବୁକିଛି ଥାଇ ମଧ୍ୟ ଆଜି ସବୁକିଛି ଏକା ଏକା ଲାଗୁଛି। ପୁରାତନ ସମୟ ଏବଂ ନୂତନ ପିଢ଼ି ର ବିକଶିତ ସମୟ ରେ ବହୁତ କିଛି ପରିବର୍ତ୍ତନ ହୋଇଛି।ପ୍ରକୃତି ରେ ଶୋଭା ପାଉଥିବା ପାହାଡ଼ ଏବଂ ଝରି ଯାଉଥିବା ଝରଣା ପାଦ ରେ ଯେପରି ଶିକୁଳି ବନ୍ଧା ହୋଇଛି, ଯେଉଁଠାରେ କବି ପଥର ସହିତ ଶିକୁଳି (ବେଢ଼ି) କୁ ତୁଳନା କରିଛନ୍ତି। କବି ଙ୍କ କବିତା ରେ –

” ଯେଉଁଠି ଦେଖ ହିଂସ୍ରତା
ମାଂସ ର ଲୋଭ
ଫୁଲ ଫୁଟିବା ଆଗରୁ
କିଏ ଦଳି ଦେଇ ଅଟ୍ଟହାସ୍ୟ କରୁଛି
ଉକୁଟି ଆସୁଛି ଶବ ର ଗନ୍ଧ
ତଥାପି କହୁଛି ଆମେ ବିକଶିତ।।”

କବି କବିତା ର ଷଷ୍ଠ ପଂକ୍ତି ରେ ଉପସ୍ଥାପନା କରିଛନ୍ତି ଯେ, ଏବେ ଯେଉଁଠାରେ ବି ଦେଖ ସବୁଠାରେ ହିଂସ୍ରତା ଭରି ରହିଛି। ଫୁଲ ସହିତ କନ୍ୟାଭୃଣ କୁ ତୁଳନା କରି କବି କହିଛନ୍ତି ଯେ, କନ୍ୟାଭୃଣ ଟି ବାହାର କୁ ଆସି ଦୁନିଆ ଦେଖିବା ଆଗରୁ ତା’କୁ ଚାହୁଁନଥିବା ମଣିଷ, ମା’ ର ଗର୍ଭରୁ ହିଁ ମାରି ଦେଉଛନ୍ତି। ଏହି ପଂକ୍ତି ଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ଏବଂ କବି କହିଛନ୍ତି ଯେ ସବୁଆଡେ଼ ଦୁର୍ନୀତି ରୂପକ ଶବ ର ଗନ୍ଧ ବାରିହୋଇ ପଡ଼ୁଛି। କିନ୍ତୁ ଏବେବି ମାନବ ନିଜକୁ ବିକଶିତ ବୋଲି ମନେ କରୁଛି।

କବି କବିତା ର ଶେଷ ପଂକ୍ତି ରେ ବର୍ଣ୍ଣନା କରିଛନ୍ତି- ” ଏହି ଅଣନିଃଶ୍ବାସୀ ସମୟ ଭିତରୁ ବାହାରି ପୁରୁଣା ସମୟ ର ଆଈ ମା’ କାହାଣୀ ଯୁଗକୁ ଫେରିଯିବା ପାଇଁ କବି ଇଚ୍ଛା ପ୍ରକାଶ କରିଛନ୍ତି। ଯେଉଁଠାରେ ଗାଁ ରାସ୍ତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ମନମୁଗ୍ଧକର ହୋଇଥିବ ଏବଂ ଯେଉଁଠାରେ ମାନବ ବିକଶିତ ନହୋଇ ସେହି ମାନବ ହୋଇ ରହିଥିବ, ଯିଏକି ଏହି ବିକଶିତ ପୃଥିବୀରୁ ସଂପୂର୍ଣ୍ଣ ଅଲଗା ହୋଇ ରହିଥିବ।

କବି ଶ୍ରୀ ପାଣି ଙ୍କର ଏହି ‘ମଣିଷ’ କବିତା ଟି ଆଜି ର ସମୟରେ ମାନବ ସମାଜର ଅମାନୁଷିକତା କୁ ନେଇ ବର୍ଣ୍ଣନା କରିଛନ୍ତି। କବି ଙ୍କ ସୃଷ୍ଟି ରେ ପ୍ରତ୍ୟେକ ଟି ଧାଡ଼ି ଅତ୍ୟନ୍ତ ହୃଦୟସ୍ପର୍ଶୀ ହେବା ସହିତ ଶବ୍ଦ ସଂଯୋଜନା ମଧ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି।

Loading

Leave a Reply

Your email address will not be published. Required fields are marked *