May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ- ଉର୍ମିଳା ଗଉଡ଼*

କ ସ୍ତମ୍ଭ କବିତା ସମୀକ୍ଷା:-

କବିତାର ଶୀର୍ଷକ :- ଦେଶପ୍ରେମ

ଏହି କବିତାର କବି ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ। ସେ ଅକ୍ଟୋବର ୯ ତାରିଖ ୧୮୭୭ ମସିହାରେ ଓଡ଼ିଶାର ପୁରୀ ନିକଟସ୍ଥ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଦୈତାରୀ ଦାସ ଓ ମାତା ସ୍ଵର୍ଣ୍ଣମୟୀ ଦେବୀ। ସେ ଜୁନ ୧୭ ତାରିଖ ୧୯୨୮ ମସିହାରେ ମୃତ୍ୟୁବରଣ କରିଥିଲେ।

କବି କହୁଛନ୍ତି ହେ ଦେଶବାସୀ ବନ୍ଧୁ, ସେ ପ୍ରିୟ ପରିଜନ ମୋ କାରାଗାର ଯିବାରେ ତୁମ୍ଭେମାନେ କେହି କାତର ହୁଅନାହିଁ ଏହା ତ ପୂର୍ବନିଶ୍ଚିତ କଥା ଏଥିପାଇଁ ତୁମ୍ଭମାନଙ୍କ ମନରେ ବ୍ୟସ୍ତ ବିବ୍ରତର ଝଡ଼ ସୃଷ୍ଟି ନହେଉ। କବି କାତରତା କୁ କାପୁରୁଷର ଲକ୍ଷଣ ବୋଲି କହିଛନ୍ତି । କବିଙ୍କ ମତରେ ବୀର ପୁରୁଷ ରଣଭୂମି ରେ ପଛଘୁଞ୍ଚା ଦିଏ ନାହିଁ କିମ୍ବା ନିଜ ମରଣ ପାଇଁ ଭୟଭୀତ ହୁଏନାହିଁ, ବୀର ମାରେ ଅବା ରଣ କରିକି ମରେ । କବି କହୁଛନ୍ତି ମୋତେ ଜ୍ଞାତ ଅଛି ଏହା ଶାନ୍ତିର ଯୁଦ୍ଧ ଏହି ଯୁଦ୍ଧରେ ଯୁଦ୍ଧପୋକରଣ, ଯୁଦ୍ଧଯାନ ଓ ଧନସମ୍ପଦର କୋୖ‌ଣସି ଆବଶ୍ୟକତା ନାହିଁ। ଇଂରେଜମାନଙ୍କ ପାଶବିକତା ପ୍ରବୃତ୍ତି ଓ ଗର୍ବ ଅହଙ୍କାରର ଦମନ ପାଇଁ ଏହି ଲଢେଇ ଆଧ୍ୟାତ୍ମିକ ଭାବରେ ଲାଗିଛି। ଦେଶପ୍ରେମୀମାନେ ଧନ ସମ୍ପଦ, ମୋହ ମାୟାକୁ ବଳି ପକେଇ ବିନା ଅସ୍ତ୍ରଶସ୍ତ୍ରରେ ନିଜକୁ ଲଢେଇ ପାଇଁ ପ୍ରସ୍ତୁତ କରିଛନ୍ତି। ଯେହେତୁ ଏହି ଯୁଦ୍ଧ ଶାନ୍ତି ଓ ଅହିଂସାର ତେଣୁ ବୀର ଯୋଦ୍ଧାମାନଙ୍କୁ ଅହିଂସାର ସହ ରଣଭୂମି କୁ ଅବତରଣ କରିବା ପାଇଁ କୁହାଯାଇଛି। ଏହି ଯୁଦ୍ଧରେ ହୁଏତ ପ୍ରଥମେ ଜେଲ୍ ଯିବାକୁ ପଡିପାରେ କିମ୍ବା ପର ମୂହୁର୍ତ୍ତରେ ଦେହ ଖଣ୍ଡବିଖଣ୍ଡିତ ହୋଇ ମୃତ୍ୟୁ ଘଟିପାରେ। କବି କହୁଛନ୍ତି ମୁଁ ମୋ ଜ୍ଞାତସାରରେ ଏହି ସଂଗ୍ରାମରେ ପଶିଛି ତେଣୁ ମୋତେ ମାନ ଅପମାନର କୋୖଣସି ଖାତିର ନାହିଁ। କବି ତାଙ୍କ ଶରୀରକୁ ଏହି ଦେଶମାଟିରେ ମିଶିଯାଉ ଓ ଦେଶବାସୀ ତାଙ୍କ ଶରୀର ଉପରେ ଚାଲିଯାଆନ୍ତୁ ବୋଲି କହିଛନ୍ତି ଓ ଦେଶର ରାଜ୍ୟରେ ଯେତେ ଖାଲଢିପ ଅଛି ତହିଁରେ ତାଙ୍କର ମାଂସ ହାଡ଼ ପଡ଼ି ପୂରିଯାଉ ବୋଲି କହିଛନ୍ତି। ସ୍ବାଧିନତା ସଂଗ୍ରାମରେ କବି ତାଙ୍କ ପ୍ରାଣ ବଳିଦାନ ଦ୍ଵାରା ଦେଶବାସୀ ମାନେ ଅନୁପ୍ରାଣିତ ହୋଇ ଆଗକୁ ଅଗ୍ରସର ହେବାର ସୁମଙ୍ଗଳ ଇଚ୍ଛା ରଖିଛନ୍ତି ଓ ଶେଷ ଭିକ୍ଷା ପ୍ରାର୍ଥନା କରିଛନ୍ତି।

ସ୍ବାଧୀନତା ସଂଗ୍ରାମ ସମୟରେ କବି କାରାବରଣ କରି ବନ୍ଦୀ ଅବସ୍ଥାରେ ଏହି କବିତା ରଚନା କରିଥିଲେ। କବିତାଟି ଏକ ଦେଶାତ୍ମବୋଧକ କବିତା । ଏହି କବିତାରେ କବି ନିଜ ଦେଶପ୍ରୀତିକୁ ଅତି ସୁନ୍ଦର ଭାବରେ କବିତା ମାଧ୍ୟମରେ ପ୍ରକାଶ କରିଛନ୍ତି ।

ଉର୍ମିଳା ଗଉଡ଼
ବିଜେପୁର, ଟିଟିଲାଗଡ଼, ବଲାଙ୍ଗୀର

ଖ ସ୍ତମ୍ଭ କବିତା ସମୀକ୍ଷା:-

କବିତାର ଶୀର୍ଷକ:- ଆଧୁନିକ ଯୁଗର ମଣିଷ

କବିତାରେ କବି ଆଧୁନିକ ଯୁଗ ମାନବର ବଞ୍ଚିବାର ଶୈଳୀ ଓ ପ୍ରକୃତି ସହ ତା’ର ସମ୍ପର୍କକୁ ନେଇ ଅତି ସୁନ୍ଦର ଭାବରେ କବିତା ଉପସ୍ଥାପନା କରିଛନ୍ତି । କବି ପୁରାତନ ସମୟର ଅନୁଭବକୁ ଉପଲବ୍ଧି କରି ସେହି ସମୟକୁ ପୁନର୍ବାର ଯିବା ପାଇଁ ମନ ବଳାଇଛନ୍ତି । ଯେଉଁଠି ଅନ୍ଧାର ରାତ୍ରିରେ ତାରା ଉଇଁଥିବ, ଜହ୍ନର ରୂପେଲି ଯୋଜନା ଝରିପଡୁଥିବ ଓ ପ୍ରଭାତରୁ ସିନ୍ଦୂରଫଟା ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି । ଯେଉଁ ପ୍ରକୃତି ଆମକୁ ଅମ୍ଳଜାନ ଦେଇ ନିଃଶ୍ୱାସ ଭରୁଥିଲା ସେଇ ପ୍ରକୃତି ସହ ମଣିଷ ବିଶ୍ୱାସଘାତକତା କରି ନୂଆ ମଣିଷର ଆଖ୍ୟା ପାଉଛି ବୋଲି ସେ କହିଛନ୍ତି । ଆଗକାଳରେ ଜହ୍ନକୁ “ମାମୁଁ” ବୋଲି ସମ୍ବୋଧିତ କରାଯାଉଥିଲା। ମାଆମାନେ ଶିଶୁମାନଙ୍କୁ ଖୁଆଇବା ସମୟରେ ଜହ୍ନମାମୁଁର ସୁମଧୁର ବୋଳି ଶୁଣାଇ ଖୁଆଇ ଦେଉଥିଲେ କିନ୍ତୁ, ସାମ୍ପ୍ରତିକ ଯୁଗରେ ଜହ୍ନ ଆଉ ମାମୁଁ ହେଇକି ନାହିଁ ଆଧୁନିକ ଯୁଗର ମଣିଷ ଆଗରେ ତାହା ଗୋଟିଏ ଶୁଖିଲା ଖାବଖାବଡିଆ ଉପଗ୍ରହ। ପୃଥିବୀ ନିଜ ମାଧ୍ୟାକର୍ଷଣ ଶକ୍ତି ବଳରେ ସୂର୍ଯ୍ୟ ଚତୁଃପାର୍ଶ୍ଵରେ ଘୁରୁଛି ବୋଲି କବି କହୁଛନ୍ତି ଯାହାକୁ ସେ ମଣିଷର ସ୍ବାର୍ଥ ଓ ସମ୍ପର୍କ ସହ ତୁଳନା କରିଛନ୍ତି ‌‌। ଅନେକ ପଶୁପକ୍ଷୀ ଲୁପ୍ତ ହୋଇ ଗଲେଣି ମଣିଷର କୃତ୍ରିମ ଦୁନିଆରେ । ଆଧୁନିକ ଯୁଗର ମଣିଷ ନିଜକୁ ପୃଥିବୀର ଅଧୀଶ୍ଵର ବୋଲି ମନେକରି ପ୍ରକୃତିକୁ ଉପେକ୍ଷା କରୁଛି ବୋଲି ସେ କହିଛନ୍ତି । ସବୁଜ ପାହାଡ଼ ତା’ର ପରିଚୟ ହଜେଇ ଧୂସର ପାହାଡ଼ରେ ରୂପାନ୍ତରିତ ହୋଇଛି । ଛମଛମ ପ୍ରୀତିର ଛନ୍ଦରେ ବହି ଯାଉଥିବା ଝରଣାକୁ ବାନ୍ଧି ଦେଇଛି ପଥର ବନ୍ଧରେ, ମଣିଷ ତା’ର ନିର୍ଦ୍ଦେଶ ଅନୁସାରେ ସାଗର ସହିତ ମିଶିବାକୁ ଦେବ । ଅବିକଶିତ ପୁଷ୍ପକଢିକୁ ନିର୍ଦ୍ଦୟ ଭାବରେ ଦଳି ଦେଇ ଅଟ୍ଟହାସ୍ୟ କରୁଛି ମଣିଷ। କବି ଫେରିବାକୁ ଚାହୁଁଛନ୍ତି ସେଇ ପୁରୁଣା ସମୟକୁ ଯେଉଁ ସମୟରେ ଆଇ ମା’ କାହାଣୀ କହୁଥିଲେ, ଅବିକଶିତ ଭାବରେ ଗାଆଁର ରାସ୍ତା ଥିଲା ଖାଲଖମଣ କିନ୍ତୁ, ମଣିଷର ମଣିଷପଣିଆ ଜୀବନ୍ତ ଥିଲା ।।

ଏହି କବିତାରେ କବି ପୁରାତନ ସମୟ ଓ ଆଧୁନିକ ସମୟର ମଣିଷ ଭିତରେ ଥିବା ସାମଞ୍ଜସ୍ୟ କୁ ଲକ୍ଷ୍ୟକରି କବିତା ରଚନା କରିଛନ୍ତି । ମଣିଷ ଓ ପ୍ରକୃତି ସହ ସମ୍ପର୍କ, ପ୍ରକୃତି ସୁରକ୍ଷା ବିଷୟରେ ବର୍ଣ୍ଣନା କରିଛନ୍ତି ।

ଉର୍ମିଳା ଗଉଡ଼
ବିଜେପୁର, ଟିଟିଲାଗଡ଼, ବଲାଙ୍ଗୀର

Loading

Leave a Reply

Your email address will not be published. Required fields are marked *