May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ–ଶୁଭଲକ୍ଷ୍ମୀ ବେହେରା*

କ ବିଭାଗ

ହାସ୍ୟାସ୍ପଦ
×××××××××××
କବିସୂର୍ଯ୍ୟ ବଳଦେବ ରଥ ଜଣେ ଉଚ୍ଚ କୋଟୀର କବି। ସେ ଗଞ୍ଜାମ ଜିଲ୍ଲାର ବଡଖେମୁଣ୍ଡି ଅଞ୍ଚଳ ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ଆଠଗଡ଼ ଓଡ଼ିଶା ରେ ଇହଧାମ ତ୍ୟାଗ କରିଥିଲେ। ତାଙ୍କର ସୃଷ୍ଟି ମାନଙ୍କ ମଧ୍ୟରେ, କିଶୋରଚନ୍ଦ୍ରାନନ୍ଦଚମ୍ପୁ, ରତ୍ନାକରଚମ୍ପୁ, ଆଦି ପ୍ରଧାନ।ତାଙ୍କ ରଚନା ଗୁଡ଼ିକ ବେଶ ପ୍ରେରଣାଦାୟୀ ଏବଂ ଶ୍ରୁତି ମଧୁର। ଛନ୍ଦବଦ୍ଧ ଭାବରେ ତାଙ୍କର ପ୍ରତି ଟି କବିତା ଲିଖିତ।

ହାସ୍ୟାସ୍ପଦ ରଚନା ରଚିବା ଜମାରୁ ସହଜ ନୁହେଁ। ହାସ୍ୟ ରସ ଏକ ପ୍ରକାର ବିଶେଷ ରସ, ଯାହା ମନ ମସ୍ତିଷ୍କ ଉଭୟଙ୍କୁ ଆନନ୍ଦିତ ରଖେ। କିନ୍ତୁ କବିସୂର୍ଯ୍ୟ ବଳଦେବ ରଥଙ୍କ ଲିଖିତ କବିତା, ” ଜଗତେ କେବଳ ଜନେ ହସିବେ” ଏକ ଭିନ୍ନ ଧରଣର କବିତା। ଯେଉଁଥିରେ କବି ଙ୍କ ଉପସ୍ଥାପନା ବେଶ ପ୍ରଶଂସାଯୋଗ୍ୟ। କବି ହାସ୍ୟ ଛଳ ରେ ଜଗତ କୁ ଅନେକ ଶିକ୍ଷା ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଦେଇ ଯାଇଛନ୍ତି।
କଥା ରେ ନାହିଁ, “ଛୋଟି କୁ ଶ୍ରୀମତୀ କୁହେ ବୋଲି,
ଦେଖାଏ ସିଏ ଅଣ୍ଟା ଭଙ୍ଗା ଚାଲି।” ଏହାର ଅର୍ଥ ଯିଏ ଯାହା ନୁହେଁ ଅର୍ଥାତ୍ ଯାହା ସ୍ଵଭାବ ଯାହା ନୁହେଁ, ସେ ଯଦି ନିଜକୁ ନିଜଠୁ ଅଧିକା ଭାବି ସମାଜ ରେ ଖୁବ୍ ଉଚ୍ଚ ଭାବେ ଉପସ୍ଥାପନ କରେ, ତେବେ କଥା ଟା ଭାରି ହାସ୍ୟାସ୍ପଦ ହେବ।
କବି ଲେଖନ୍ତି,
ଜଟିଳ କରି ସ୍କନ୍ଧ ରୋମରାଜି
ଶିଖରି ଦରି ରେ ମରୁ ଗରଜି,
କୁଟୀଳ କରି ଭ୍ରୂକୁଟୀ କି ଚାହୁଁ
ସରମା କଣ୍ଠୀରବ ହେବ କାହୁଁ…?
ଜଗତେ କେବଳ ଜନେ ହସିବେ, ଏହି ତହୁଁ ଫଳ….୧
ନିଜ କାନ୍ଧ ର ରୋମରାଜି କୁ ଗର୍ବ ର ସହ ଫୁଲାଇ,
ପର୍ବତ ର ଏକ ଗୁମ୍ଫା ରେ ସିଂହ ରୂପୀ ଗର୍ଜନ କରି, ଆଖିର ଭ୍ରୁଲତା କୁ କୁଞ୍ଚିତ କରି ଚାହିଁଲେ, ବୁଲୁଥିବା ବୁଲା କୁକୁର କେବେ ଅରଣ୍ୟ ର ରାଜା ସିଂହ ବୋଲାଇବ କି!
ଏହା ହୋଇଲେ, ଜଗତେ ଜନେ ହସିବା ଟା ଥୟ।
ପୁନଶ୍ଚ କବି କୁହନ୍ତି,
ଅଲକତ ଦ୍ରବ୍ୟ ନୟନେ ବୋଳି,
ରସାଳ ଗହଳ ଶାଖାରେ ଖେଳି,
କବଳ କରି ତା କରୁ କଳାପ,
କାକ କି କରିବ ପଞ୍ଚମାଳାପ…..?
ଜଗତେ କେବଳ…….(୨)
ନୟନ ରେ ରକ୍ତ ରୂପୀ ଅଳତା ଲଗାଇ, ଆମ୍ର ବନ ର ଆମ୍ର ବୃକ୍ଷ ଡାଳରେ ଖେଳି, କୋଇଲି କରୁଥିବା, ସମସ୍ତ କାର୍ଯ୍ୟକଳାପ କୁ ଅନୁସରି କେବେ କାକ କଣ କେବେ କୋଇଲି ପରି ହେବାକୁ ସକ୍ଷମ ହେବ…?
ଏହା ହେଲେ ଜଗତେ କେବଳ ଜନେ ହସିବେ।
ନିଜର ପରବର୍ତ୍ତୀ ପଦ ରେ କବି କୁହନ୍ତି,
ବର ଜୀବ ରସେ ଦେଇ ମାନସ,
ବରଜି ବରଷେ ଅମେଧ୍ୟ ଗ୍ରାସ,
ଦେହେ ମନ୍ଦାକିନୀ ରଜ ଲଗାଇ,
ଗ୍ରାମ ଶୁକରୀ କି ହୋଇବ ଗାଈ…?
ଜଗତେ କେବଳ ଜନେ ହସିବେ, ଏହି ତହୁଁ ଫଳ…(୩)
ଅର୍ଥାତ୍, ଗୋମାତା ର ରସ ଅର୍ଥାତ୍ କ୍ଷୀର କୁ ପାନ କରି, ପୁଣି, ବର୍ଷେ ପର୍ଯ୍ୟନ୍ତ ନିଜର ଖାଦ୍ୟ ବିଷ୍ଟା କୁ ପରିହାରି, ନିଜ ଦେହ ରେ ପବିତ୍ର ଗଙ୍ଗା ନଦୀ ର ମୃତ୍ତିକା ବୋଳି ହୋଇ,
ଗ୍ରାମ ରେ ଥିବା ଘୁଷୁରୀ କଣ କେବେ ଗୋମାତା ପଦବାଚ୍ୟ ହେବ?
ସଭିଏଁ ହସିବା ଟା ଯାହା ପ୍ରଯୁଜ୍ୟ।

ପୁନଶ୍ଚ, କବି ନିଜ ଭାଷା ରେ କୁହନ୍ତି,
ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ,
ନିଜ ତୁଣ୍ଡେ ମଣ୍ଡି ଖଣ୍ଡ ମୃଣାଳ,
ଚାଲୁ ପୂର୍ବ ଅଙ୍ଗ ବୁଲାଇ ବକୀ,
ତେବେ ସେ ମରାଳୀ ବୋଲାଇବ କି….?
ଜଗତେ କେବଳ ଜନେ ହସିବେ, ଏହି ତହୁଁ ଫଳ …..(୪)

ନିଜ ଥଣ୍ଟ ଏବଂ ପାଦ ରେ ହଳଦୀ ମାଖି, ପାଟିରେ ପଦ୍ମ ନାଡ଼
କୁ ମଣ୍ଡନ କରି, ବଗ ଯଦି ନିଜ ଗୋଡ କୁ ବୁଲାଇ ପକାଏ, ତେବେ କଣ ସେ କେବେ ହଂସ ବୋଲି କୁହାଯିବ କି…?
ଜଗତେ ଜନେ ହସିବା ଟା ଯାହା ଶୋଭା ପାଇବ।

କବି ଙ୍କ ପ୍ରଚଣ୍ଡ ବ୍ୟଙ୍ଗତ୍ମକ ବର୍ଣ୍ଣନା ଏଠାରେ ଖୁବ୍ ଉଚ୍ଚ ପ୍ରଶଂସାଯୋଗ୍ୟ। ହସିବାର ଅନେକ କାରଣ ଥାଏ ହେଲେ ନିଜେ ନିଜକୁ ହସିବାର ପାତ୍ର ସଜେଇ ଦେଲେ ଆମେ ଅନ୍ୟକୁ ଆମ ଉପରେ ହସିବା ପାଇଁ ସୁଯୋଗ ଯାହା ଦେଲେ ଜାଣ!!
କବିତା ରୁ ଆମକୁ ଖୁବ୍ ଶିକ୍ଷଣୀୟ ତଥ୍ୟ ମିଳେ।
ସର୍ବପରେ, କବି ଙ୍କ ବର୍ଣ୍ଣନା ଯଥାର୍ଥ ଅଟେ।

ଖ ବିଭାଗ

ପ୍ରେମ
××××

କବି ଅଜିତ କୁମାର ଜଣେ ସରଳ , ମିଷ୍ଟଭାଷୀ ଏବଂ ଭଲ ମଣିଷ। ତାଙ୍କର ପ୍ରତି ଟି ରଚନା ରେ ବାସ୍ତବତା ର ଝଲକ ଦେଖିବାକୁ ମିଳେ। ସେ ପ୍ରତି ଟି ସମ୍ପର୍କ କୁ ବାସ୍ତବତା ର ସହ ଦେଖନ୍ତି, ଯାହା ଲଣ୍ଠନ କବିତା ରୁ ସ୍ପଷ୍ଟ ପ୍ରମାଣିତ। ତାଙ୍କ ରଚନା ଗୁଡ଼ିକ ବେଶ ପ୍ରେରଣାଦାୟୀ ଏବଂ ଚମତ୍କାର ଭାବେ ଉପସ୍ଥାପନ କରାଯାଇଛି।

କବି ଙ୍କ ବର୍ଣ୍ଣନା ସେ ପୁଣି ଲଣ୍ଠନ ଉପରେ। ଆଜି କାଲିକା ପିଲା କିଏ ଲଣ୍ଠନ ଦେଖିବାର ଦିଶୁନି। ସଭିଏଁ ବିଦ୍ୟୁତ୍ ଉପକରଣ ସହ ଚୁମ୍ବକ ଲୁହା ପରି ଜଡ଼ିତ। ସଭିଏଁ ଖୁବ୍ ଅଭ୍ୟସ୍ତ ସେଇ ସବୁ ବିଦ୍ୟୁତ୍ ଉପକରଣ ସହ। ଯାନ୍ତ୍ରିକ ଦୁନିଆ ରେ ମଣିଷ ବି ଯନ୍ତ୍ର ହୋଇ ଗଲାଣି। ସବୁବେଳେ ଯନ୍ତ୍ର ପରି କର୍ମ କରିବାକୁ ବେଶ ପସନ୍ଦ କରୁଛି। ହୁଏ ତ ଆମେ ହେଉଛୁ, ଲଣ୍ଠନ ଦେଖିଥିବା ଶେଷ ପିଢ଼ି, ଯିଏ ପ୍ରତ୍ୟକ୍ଷ ଭାବେ, ଲଣ୍ଠନ, ଡିବିରି ଆଦି ର ବ୍ୟବହାର ଜାଣୁ। ନଚେତ୍ ଏବେ ଯୋଉ ପିଲା ଏମାନେ ସେ କିରୋସିନ ଭିତରେ ଡ଼ିବିରି ଆଉ ଲଣ୍ଠନ ର କୁନି ସଳିତା ଜଳୁଥିବାର ବିରଳ ଦୃଶ୍ୟ ଆଉ ଦେଖି ପାରିବେ କି ନାହିଁ ତାହା ମୁଁ ଦ୍ଵନ୍ଦ ରେ। ଲଣ୍ଠନ କଥା ମନେ ପଡିଲେ, ସ୍ୱତଃସ୍ପୃତ ଭାବେ ମନକୁ ଆସେ ସବୁ ପୂର୍ବ କଥା, କେମିତି ବର୍ଷା ରାତି, ବିଦ୍ୟୁତ୍ ଆସିବାର ନାମ ନେଉନଥିବ, ହେଲେ ଆମେ ସେଇ ଲଣ୍ଠନ କୁ ଦେଖି ଭାରି ଖୁସି ହେଉ। ଲଣ୍ଠନ ବି ସେମିତି ରାତିସାରା ଜଳୁଥିବ। ଅବଶ୍ୟ ଲଣ୍ଠନ କାଚ ରେ ହାତ ବାଜି କେତେ ଥର ହାତ ପୋଡ଼ି ବି ଯାଇଛି, ହେଲେ ଏତେ ସବୁ ଜୀବନ୍ତ ପୂର୍ବ କଥା ସବୁ ଭିତରେ ଏ ଛୋଟ କଷ୍ଟ ର କିଛି ସ୍ଥାନ ନାହିଁ। ସେତେବେଳେ ଏତେ କିଛି ଭାବି ପାରିବାର ସାମର୍ଥ୍ୟ ନଥାଏ। କିନ୍ତୁ କବି ଙ୍କ କବିତା ପଢ଼ି ଲାଗୁଛି, କବି ଙ୍କ କାବ୍ୟିକ ଚେତନା ର ତୁଳନା ନାହିଁ। କବି ଖୁବ୍ ନିଖୁଣ ଭାବରେ ଲଣ୍ଠନ ର ମାହାତ୍ମ୍ୟ ପ୍ରତିପାଦନ କରିଛନ୍ତି।

କବିଙ୍କ ଭାଷାରେ,
ଧେତ୍,
ବୁଝିପାରିବନି ତୁମେ ଥରେ,
ସେ ଲଣ୍ଠନ ଆଉ ମୋ ପ୍ରେମ ର ସମ୍ପର୍କ!!
କାହିଁକି ଖୋଜେ ମୁଁ ସେ ଲଣ୍ଠନ କୁ,
ନିରୋଳା ରାତି ର ପ୍ରତି ପ୍ରହରରେ!!

ଅର୍ଥାତ୍, କବି ଙ୍କ ସମ୍ପର୍କ ଲଣ୍ଠନ ସହ ବେଶ୍ ପୁରୁଣା,ଏବଂ ସତେଜ ମଧ୍ୟ, କିଏ ଲଣ୍ଠନ କୁ ଏକ କ୍ଷୁଦ୍ର ଆଲୋକ ପ୍ରଦାନ କରୁଥିବା, ଉତ୍ସ ଭାବେ ଦେଖେ ତ ପୁଣି କିଏ ଦେଖେ, ଲଣ୍ଠନ ଆଉ ନିଜ ଭିତର ର ସମ୍ପର୍କ କୁ। କବି ଙ୍କ ସମ୍ପର୍କ ଲଣ୍ଠନ ସହ ଏତେ ନିବିଡ ଯେ, କ୍ଷଣେ ମାତ୍ର ଦୂରେଇ ଦେବାକୁ ଚାହାନ୍ତିନି, ଲଣ୍ଠନ କୁ ନିଜ ଠୁ। ବୋଧେ କେତେ ଅନ୍ଧାର ରାତିର ଅନ୍ଧାର ଭାବନା ସବୁ ଦେଖିଥିବ କବି ଙ୍କ ଏଇ ଲଣ୍ଠନ। କବି ଙ୍କ ସହ ନିରନ୍ତର ସହଯୋଗୀ ସାଜି ପ୍ରତ୍ୟକ୍ଷଦ୍ରଷ୍ଟା ହୋଇଥିବ ଏଇ ଲଣ୍ଠନ।ଯେବେ ଯେବେ କବି ଭାଙ୍ଗି ପଡ଼ିଥିବେ, ଲଣ୍ଠନ ପ୍ରଦାନ କରିଥିବ ତାଙ୍କୁ ଆବେଗିକ ସାହସ।ତେଣୁ କବି ଭାବ ବିହ୍ୱଳ ହୋଇ ଲେଖିଛନ୍ତି ସେ କାଳେ ଏଇ ଲଣ୍ଠନ କୁ ଖୋଜନ୍ତି ରାତ୍ରି ର ପ୍ରତି ପ୍ରହରରେ।

କବି ପୁଣି କୁହନ୍ତି,
କୁହ ବୁଝିବକି ତୁମେ,
କବଡିଆ ଅଖା ରେ, ଅଣନିଶ୍ୱାସୀ ହୋଇ
କବାଡ଼ିଆ ହାତରେ ଛଟପଟ ହୋଇ,
ଲଣ୍ଠନ ଟିର ଜୀବନ ଗଲାବେଳେ,
ବାଉନି ବାଉନି କେତେ କାନ୍ଦିଥିବ ସେ?

କବି ଏଠାରେ ଗଭୀର ଭାବେ ଆଘାତଗ୍ରସ୍ତ ହୋଇ ଏହି ଉକ୍ତି ସବୁ ଲେଖିବାକୁ ବାଧ୍ୟ ହୋଇଛନ୍ତି। ଲଣ୍ଠନ ର କଷ୍ଟ କୁ ଅଙ୍ଗେ ନିଭାଇ ତା ହୃଦୟ ର ବାର୍ତ୍ତା ସବୁ ସର୍ବସମ୍ମୁଖେ ପ୍ରକାଶ କରିବାକୁ, କେବେ ତିଳେ ହେଲେ ପଛଘୁଞ୍ଚା ଦେଇ ନାହାନ୍ତି। ଖୁବ୍ ବାସ୍ତବତା କୁ ପାଥେୟ କରି, କବି ଲଣ୍ଠନ ର ଜୀବନ ଯେବେ କବାଡିଆ ର ଅଖା ବସ୍ତାରେ ଚାଲି ଯାଉଥିବ ତାକୁ କେତେ ବା ଯନ୍ତ୍ରଣା ନ ହେଉଥିବ। ସଭିଏଁ ଏ ଦୁଃଖ ବୁଝି ପାରନ୍ତିନି। କବି ଙ୍କ ହୃଦୟ ଖୁବ୍ ଦରଦୀ ଏବଂ ଅନ୍ୟ ପାଇଁ ବ୍ୟାକୁଳ ତେଣୁ କବି ଖୁବ୍ ଚମତ୍କାର ପରିକଳ୍ପନା କରି ପାରିଛନ୍ତି।

ପୁଣି କବି ଙ୍କ ଭାଷା ରେ,
ବୁଝିଥିଲେ ସେ ଲଣ୍ଠନ ର ଦେହକୁ
ବିକି ଦେଇନଥାନ୍ତ, ଟଙ୍କା ଦଶ ଟା ରେ,
ଗଞ୍ଜଡ ଖିଆ କବଡିଆ ହାତରେ!!!

ଯଦି ଲଣ୍ଠନ ର ଦୁଃଖ କୁ ସମସ୍ତେ ବୁଝି ପାରିଥାନ୍ତେ, ହୁଏ ତ ତା କଷ୍ଟ କୁ ଦ୍ଵିଗୁଣିତ କରିବା ପାଇଁ ସେ ଗଂଜଡ ଖିଆ କବାଡ଼ିଆ ହାତ ରେ ତାକୁ ବିକିବାକୁ ମନସ୍ଥ କରି ନଥାନ୍ତେ। ନିଜ ର ଆପଣା କୁ ଦୂରେଇ ଦେବା ଟା ଯେତିକି କଷ୍ଟ, ଏଠି କବି ଙ୍କ ପାଇଁ ଲଣ୍ଠନ କୁ ଆପଣା ଠୁ ଦୂରେଇ ଦେବା ମଧ୍ୟ ସେତିକି ଯନ୍ତ୍ରଣାଦାୟୀ।

ପରବର୍ତ୍ତୀ ପଂକ୍ତି ରେ କବି କୁହନ୍ତି,

ବ୍ୟସ୍ତ ହେବିନି କେମିତି,???
ସେଇ ଲଣ୍ଠନ ଆଲୁଅ ରେ ପରା
ଜନ୍ମ ନେଇଥିଲା, କେତେଗୁଡ଼ିଏ
ଏଣୁତେଣୁ କବିତା ମୋ ଜୀବନର!
ସେଇ ଲଣ୍ଠନ ଫିଲିପ୍ସ ଟର୍ଚ୍ଚ ମୋ ବୁଢୀମା ର,
ଆଉ ସେଇ ଲଣ୍ଠନ,
ଜୀବନ୍ତ ସ୍ମୃତି ଖଣ୍ଡେ ମୋ ମେଟ୍ରିକ୍ ପରୀକ୍ଷା ର!!

ଯେତେବେଳେ ସାମ୍ନା ଆଡୁ ପ୍ରଶ୍ନ ଆସେ, ଲଣ୍ଠନ ତ ଏକ ବସ୍ତୁ ମାତ୍ର, ତା ମୃତ୍ୟୁ ରେ ଏତେ ଶୋକ ପ୍ରକାଶ କରିବା କଣ ଦରକାର!! କବି ଉତ୍ତର ଦିଅନ୍ତି, ସେ ବ୍ୟସ୍ତ ହେବେନି କେମିତି, ସେଇ ଲଣ୍ଠନ ପା ଥିଲା ତାଙ୍କର କବିତା ସୃଷ୍ଟି ର ମାଧ୍ୟମ, ସେଇ ଲଣ୍ଠନ ପାଇଁ ହିଁ, ଜନ୍ମ ନେଇଥିଲା କବି ଙ୍କ ଭିତର ର କବିତା ଲେଖିବା ର ଅଦମ୍ୟ ଅଭିଳାଷ। ଏହା କଣ କମ୍ ବଡ଼ କଥା। ସେଇ ଲଣ୍ଠନ ଥିଲା, କବି ଙ୍କ ବୁଢ଼ୀ ମା ଙ୍କ ଟର୍ଚ୍ଚ ସଦୃଶ, ଆଉ ବିଶେଷ କରି, କବି ଙ୍କ ଅଭୁଲା ସ୍ମୃତି ମେଟ୍ରିକ୍ ପରୀକ୍ଷା ର ଏକ ଜୀବନ୍ତ ଅଂଶ।

ଛାଡ଼ ,ମୋତେ ଟିକେ ଏକା ଛାଡ଼!
ତମେ ଏତିକି ବୁଝ…..
ସେଇ ଲଣ୍ଠନ ମଲାପରେ,
ମୁଁ ବି କିଛି ଅଂଶେ ମରିଯାଇଛି
କବାଡ଼ିଆ ହାତରେ
ଲୁହା ଚୁତା ରେ ପିଟାହେଲା ପରେ!!

କବି ଏବେ ଖୁବ୍ ଦୁଃଖିତ।ସେ ଏବେ ଏକା ରହିବାକୁ ଚାହାଁନ୍ତି କିଛି କ୍ଷଣ। ସେଇ ଲଣ୍ଠନ ର ମୃତ୍ୟୁ ରେ କବି ବି ମର୍ମାହତ। କବାଡିଆ ହାତରେ ଲଣ୍ଠନ ଟିକି ଟିକି କରି ଖଣ୍ଡ ବିଖଣ୍ଡିତ ହୋଇ ସାରିବା ପରେ।

ସତରେ କବିତା ଟି ଖୁବ୍ ମାର୍ମିକ। କବି ଙ୍କୁ ପ୍ରଣାମ ଜଣାଇ ମୋ କବିତା ସମୀକ୍ଷା ଶେଷ କରିଲି।

ଶୁଭଲକ୍ଷ୍ମୀ ବେହେରା
କଟକ

Loading

7 thoughts on “*ସମୀକ୍ଷାତ୍ମକ ଆଲେଖ୍ୟ–ଶୁଭଲକ୍ଷ୍ମୀ ବେହେରା*

  1. Waooooooo waooo waoooooo
    Subha bahut agaku jiba…
    Lanthana upare padhiki maja asigala..
    Satare kie janiba lanthana ra mulya jie na bujhichi…

  2. Was just astonished seeing your mind behind writing such beautiful poems. Well done subhu. ଏମିତି ଆଗକୁ ବଢ଼ି ଚାଲ ।

  3. Was just astonished seeing your mind behind writing such beautiful poems. Well done subhu. ଏମିତି ଆଗକୁ ବଢ଼ି ଚାଲ

Leave a Reply

Your email address will not be published. Required fields are marked *