May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ–ସ୍ୱାଗତିକା ବେହେରା*

ସୋପାନ-କ
***************
ଶୀର୍ଷକ: ବହ୍ନି ଜାତିପ୍ରେମର
କବିତା: “ବନ୍ଦୀର ଆତ୍ମକଥା”
କବି: ଉତ୍କଳମଣି ଗୋପବନ୍ଧୁ ଦାସ

କବି ପରିଚୟ:
****************
କବିତାଟି ଓଡ଼ିଶାର ଜଣେ ଜନପ୍ରିୟ ଦେଶସେବକଙ୍କ ଦ୍ଵାରା ରଚିତ । ଯାହାଙ୍କୁ ତାଙ୍କ ସେବା ପାଇଁ କଂଗ୍ରେସ ନେତା ପ୍ରଫୁଲ୍ଲ ଚନ୍ଦ୍ର ରାୟ “ଉତ୍କଳମଣି” ବୋଲି ସମ୍ବୋଧିତ କରିଥିଲେ ।ତେଣୁ ସେ ଉତ୍କଳରେ ” ଉତ୍କଳମଣି ” ଭାବେ ବେଶ୍ ପରିଚିତ। ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଏକାଧାରରେ ସେ ଥିଲେ ଜଣେ ସ୍ୱାଧିନତା ସଂଗ୍ରାମୀ, ସମାଜସେବୀ, ଦେଶପ୍ରେମୀ, ସମାଜ ସଂସ୍କାରକ, ସାମ୍ବାଦିକ, ସୁଲେଖକ, ଶିକ୍ଷାବିତ ଏବଂ ଜଣେ ଆଇନଜ୍ଞ । ସେବାର ମଞ୍ଜି ବୁଣି ସେ ହୋଇଥିଲେ ସମଗ୍ର ଓଡ଼ିଶାର ପ୍ରାଣ । ଦେଶଗଠନ ଦିଗରେ କାମ କରିବା ପାଇଁ ସେ ଥିଲେ ବଦ୍ଧ ପରିକର । ବାଲେଶ୍ଵର ଜିଲ୍ଲାର ନୀଳଗିରିରେ ଶିକ୍ଷକ ଭାବରେ ଯୋଗଦେଇ ସେ ମଣିଷ ଗଢିବାରେ ଲାଗି ପଡ଼ିଥିଲେ। ସେ ବିଦ୍ୟାଳୟକୁ ” ମଣିଷ ତିଆରି କାରଖାନା” ବୋଲି କହୁଥିଲେ । ତେଣୁ ସେ ୧୯୦୯ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

ସାଧାରଣ ଲୋକ ମାନଙ୍କ ଦୁଃଖ ଦୁର୍ଦ୍ଦଶା କଥା ଜଣାଇବା ପାଇଁ “ସତ୍ୟବାଦୀ” ନାମରେ ଖଣ୍ଡିଏ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରିଥିଲେ । ମାତ୍ର ତାହା ବେଶି ଦିନ ଚାଲି ପାରି ନଥିଲା ପରେ ୧୯୧୯ ଅକ୍ଟୋବର ୪ ତାରିଖରେ “ସମାଜ” ନାମକ ଆଉ ଏକ ସାପ୍ତାହିକ ଖବର କାଗଜ ବାହାର କଲେ ।ଏହି ଖବର କାଗଜ ମାଧ୍ୟମରେ ସେ ସତ୍ୟାଗ୍ରହୀମାନଙ୍କୁ ଆନ୍ଦୋଳନରେ ଯୋଗଦାନ କରିବାକୁ ଆହ୍ବାନ ଦେଲେ ।

ସେ ଥିଲେ ଜଣେ ସ୍ଵାଧୀନଚେତା ମଣିଷ ଯିଏ କି ନିଜର ଏକ ମାତ୍ର ପୁତ୍ରକୁ ହରାଇ ତିଳେ ମାତ୍ର ବିବଶ ନ ହୋଇ କହିଥିଲେ – “ଗୋଟିଏ ସିନା ଚାଲିଗଲା ,ହେଲେ କୋଟିଏ ତ ରହିଗଲେ ।” ଜଣେ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ପଣ୍ଡିତ ଗୋପବନ୍ଧୁ ଦାସ ।ସେବା କରି ସେ ପାଉଥିଲେ ଆତ୍ମଶାନ୍ତି । ଦେଶସେବାରେ ମନପ୍ରାଣ ଢାଳି ଦେଇଥିବା ବ୍ୟକ୍ତି ହେଉଛନ୍ତି ଆମର ପ୍ରିୟ “ଦାସେ ଆଜ୍ଞା” । ଗାନ୍ଧିଜୀଙ୍କ ଡ଼ାକରାରେ ଗୋପବନ୍ଧୁ ଅସହଯୋଗ ଆନ୍ଦୋଳନ ଚଳାଉଥିଲେ । ସେହି ଅପରାଧରେ ତାଙ୍କୁ ବିହାରର ହଜାରିବାଗ ଜେଲ୍ ରେ ବନ୍ଦୀ ଭାବରେ ରଖାଗଲା । ବନ୍ଦୀ ଜୀବନ କାଟୁଥିବା ସମୟରେ ସେ “ଗୋ-ମାହାତ୍ମ୍ୟ”, “କାରାକବିତା”, “ଧର୍ମପଦ” ଏବଂ “ବନ୍ଦୀର ଆତ୍ମକଥା” ଆଦି ଭଳି କାଳଜୟୀ କବିତା ପୁସ୍ତକମାନ ରଚନା କରିଥିଲେ ।

ଜେଲ୍ ରୁ ଫେରି ସେ ପୁଣି ଉତ୍କଳପ୍ରଦେଶ କଂଗ୍ରେସ କମିଟିରେ କାର୍ଯ୍ୟ କଲେ । ପରେ ଲୋକସେବକ ମଣ୍ଡଳୀର ପ୍ରତିଷ୍ଠାତା ଲାଲା ଲାଜପତ ରାୟଙ୍କ ସହିତ ମିଶି ଲୋକସେବକ ମଣ୍ଡଳୀର ସଭ୍ୟ ଭାବେ ଯୋଗଦାନ କଲେ । ଗୋପବନ୍ଧୁ ଲାହୋର ଅଧିବେଶନରେ ଉପସଭାପତି ଭାବରେ କାର୍ଯ୍ୟ ତୁଲାଇ ଓଡ଼ିଶା ଫେରିଲେ । ତା’ ପରେ ସେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହେଲେ। କିନ୍ତୁ ସେ ସବୁକୁ ଖାତିର ନ କରି ବିଭିନ୍ନ ସଭାସମିତିରେ ଯୋଗ ଦେଲେ । ଫଳରେ ସେ ଅଧିକ ଅସୁସ୍ଥ ହୋଇଗଲେ । ଡ଼ାକ୍ତର ମାନଙ୍କ ଆପ୍ରାଣ ପ୍ରଚେଷ୍ଟା ପରେ ମଧ୍ୟ ସେ ତାଙ୍କୁ ସୁସ୍ଥ କରି ପାରି ନଥିଲେ ।

ସେଦିନ ଥିଲା ମହାପ୍ରଭୁଙ୍କ ନେତ୍ରଉତ୍ସବ। ୧୯୨୮ ଜୁନ୍ ୧୭ ତାରିଖ । ସେହିଦିନ ରାତିରେ ଗୋପବନ୍ଧୁ ନିଜ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ପ୍ରିୟ ବନ ବିଦ୍ୟାଳୟ ନିକଟରେ ତାଙ୍କ ଶେଷକୃତ୍ୟ ସମାପନ ହୋଇଥିଲା । ଆଜି ସେ ନାହାନ୍ତି ମାତ୍ର ଜଣେ ଜନପ୍ରିୟ ଦେଶସେବକ ଭାବେ ସେ ଆଜି ବି ଉଜ୍ଜୀବିତ ଅଗଣିତ ଜନମାନସରେ। ସେ ଅମର ଚିରଦିନ ପାଇଁ ।

କବିତାର ପୃଷ୍ଠଭୂମି:

“ଦେଶବାସୀ ବନ୍ଧୁ, ଆତ୍ମୀୟ ସୋଦର,
କାରାଦଣ୍ଡେ ମୋର ହେଲକି କାତର ?”

ଲେଖକ ପ୍ରଥମ ପକ୍ତିରେ ଦେଶବାସୀଙ୍କୁ ଆଶ୍ଵାସନା ସହ ସାହାସ ଯୋଗାଇ ଦେବା ପାଇଁ ଜଣାଇଛନ୍ତି ଯେ – ହେ ମୋର ପ୍ରିୟ ଦେଶବାସୀ,ମୋର ଆତ୍ମୀୟ ସ୍ୱଜନ ସବୁ କ’ଣ ଆପଣ ମାନେ ମୋ କାରାଦଣ୍ଡ ପାଇଁ କେହି ବ୍ୟଥିତ ହେଉଛନ୍ତି କି ? ଜଣେ ବିଦ୍ରୋହ କଲେ ତାକୁ କାରାଦଣ୍ଡ ମିଳିବ ଏ କଥା ତ ପ୍ରଥମ କରି ହେଉ ନାହିଁ!! ତେବେ ଏଥିରେ ଏତେ ବିବ୍ରତ କି ଭୟବିତ ହେବା ପରି କ’ଣ ଅଛି ?? ଆମେ କେବେ ଭାଙ୍ଗି ପଡ଼ିବା ନାହିଁ ବରଂ ଜଣେ ବୀର ପରି ସଂଗ୍ରାମ କରି ଦେଶକୁ ଶୃଙ୍ଖଳ ମୁକ୍ତ କରିବା ।

ଗୋପବନ୍ଧୁଙ୍କ ଅଦମ୍ୟ ସାହସ ଓ ଦେଶ ମାତୃକା ପ୍ରତି ଉତ୍ସରଗୀକୃତ ମନୋଭାବ ସମ୍ବନ୍ଧରେ ସ୍ପଷ୍ଟ ଭାବେ ଅବଲୋକନ କରେ ଏଇ ଧାଡ଼ି ଟି :

“ପଛ ଘୁଂଚା ନାହିଁ ବୀରର ଜାତକେ, ନା ମରେ ସେ କେବେ ପରାଣ ଆତଙ୍କେ।”

ସତରେ କବି ଦର୍ଶେଇଛନ୍ତି ଯେ ଗୋଟିଏ ବୀର ଯୋଦ୍ଧାର ସ୍ଵଭାବ କିପରି ହେବା ଉଚିତ୍ । ସେ ଆହ୍ବାନ ଦେବା ପାଇଁ କହିଛନ୍ତି ଯେ, କାତରତା ହେଉଛି ଜଣେ କାପୁରୁଷର ଲକ୍ଷଣ ମାତ୍ର ଜଣେ ସାହାସୀ ସଂଗ୍ରାମୀର ନୁହେଁ!! ଜଣେ ବୀର କେବେ ନିଜ ପ୍ରାଣର ଭିକ୍ଷା ମାଗେନି କି ପ୍ରାଣକୁ ନେଇ ଭୟଭୀତ ହୁଏନି।ସେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢେଇ କରେ ବିନା କୌଣସି ଦ୍ବନ୍ଦରେ ।

ପରବର୍ତ୍ତୀ ପଂକ୍ତିରେ ସେ ଏକ ମହତ ଚିନ୍ତାଧାରା ପୋଷଣ କରିଛନ୍ତି । ତଥା ଆଧ୍ୟାତ୍ମିକବାଦିତା ଉପରେ ପ୍ରାଧାନ୍ୟ ଦେଇ କହିଛନ୍ତି ଯେ ଏଠି ଲଢେଇ ହେବ ବିନା କୌଣସି ଶସ୍ତ୍ରରେ, କେବଳ ଆମ ଆଧ୍ୟାତ୍ମିକ ଚେତନା ହିଁ ଆମ ପାଇଁ ବଳ । ଆଧ୍ୟାତ୍ମିକ ମନୋଭାବ ଆମକୁ ସେଇ ଶକ୍ତି ଦେବ ଯାହା ଗୋରା ସରକାରଙ୍କ ନିଷ୍ଠୁର ଅତ୍ୟାଚାର ବିରୁଦ୍ଧରେ ଲଢ଼ିବାରେ ସହାୟ ହେବ l

ସ୍ବାଧୀନତାର ସ୍ଵାଦ ଚାଖିବା ପାଇଁ ଘର,ଧନ ଆଦି ମାୟାରୁ ନିଜକୁ ମୁକ୍ତ କରି ଅହିଂସା ମାର୍ଗରେ ଆମକୁ ଲଢ଼ିବାକୁ ହେବ । ଏ ଯୁଦ୍ଧର ପ୍ରଥମ ସୋପାନ ହେଉଛି କାରାଦଣ୍ଡ,ଯାହା ମୁଁ ପ୍ରଥମରୁ ବୁଝି ସାରିଛି ତେଣୁ ଏଠି ମାନ, ସମ୍ମାନ,ଅପମାନର କୌଣସି ଜାଗା ନାହିଁ ।

ଦାସେ ଆଜ୍ଞାଙ୍କ ଛାତିର ଦର୍ଘ୍ୟ, ପ୍ରସ୍ଥ କେତେ ଥିଲା କେଜାଣି !! ସେଇ ପତଳା ଶରୀରଟାକୁ ବି ଦେଶ ପାଇଁ ଦାନ କରିବାର ସାହାସ ସେ ରଖିଥିଲେ। ସେଥି ପାଇଁ କବିତାରେ ଲେଖିଛନ୍ତି :

“ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ଵରାଜ୍ୟେ – ପଥେ ଯେତେ ଗାଡ଼,
ପୂରୁ ତହିଁ ପଡ଼ି ମୋର ମାଂସହାଡ଼।”

ମୋର ଏ ଯେଉଁ ହାଡ଼ ରକ୍ତ ମିଶା ଶରୀର ରହିଛି ତାହା ମଧ୍ୟ ମୋ ଦେଶ ମାଟିରେ ମିଶି ଯାଉ । ମୋ ପିଠି ଉପରେ ଦେଶବାସି ଚାଲି ପ୍ରଗତି ପଥରେ ଆଗକୁ ବଢନ୍ତୁ । ଏ ଦେଶ, ଏ ରାଜ୍ୟକୁ ମୁକ୍ତ କରିବା ବାଟରେ ଯେତେ ସବୁ ଗାଡ ରହିଛି ସେହି ସବୁ ଗାଡକୁ ମୁଁ ମୋର ହାଡ଼,ମାଂସ ଦେଇ ପୂର୍ଣ୍ଣ କରିବି। ମୁଁ ସବୁ କଷ୍ଟ, ଯନ୍ତ୍ରଣା ସହିଯିବା ପାଇଁ ପ୍ରସ୍ତୁତ ମାତ୍ର ନିଜକୁ କୌଣସି ପରିସ୍ଥିତିରେ ପଛକୁ ଫେରେଇ ନେଇ ପାରିବି ନାହିଁ । ଦେଶବାସୀଙ୍କ ସେବା ନିମିତ୍ତ ମୋର ଏଇ ଜୀବନ ତେଣୁ ସେ ଶେଷରେ ଈଶ୍ୱରଙ୍କ ନିକଟରେ ଏତିକି ପ୍ରାର୍ଥନା କରି କହିଛନ୍ତି ଯେ; ହେ ମଙ୍ଗଳମୟ!! ମୋତେ ଲଢ଼ିବାର ଶକ୍ତି ଦିଅ ଯେମିତି ଏ ଯୁଦ୍ଧରେ ମୁଁ ନିଜ ପ୍ରାଣବଳି ଦେବାର ସୌଭାଗ୍ୟ ପ୍ରାପ୍ତ କରିବି ।

ବାସ୍ତବରେ ଗୋପବନ୍ଧୁଙ୍କ ମହାନତା, ଦୃଢ଼ ସଂକଳ୍ପବଦ୍ଧତା,ଉନ୍ନତ ଚିନ୍ତାଧାରା,ଦେଶପ୍ରେମର ମୋହ ବିଷୟରେ ସବିଶେଷ ବର୍ଣ୍ଣନା କରେ କବିତାଟି । ଏହା ଗୋଟିଏ ପ୍ରେରଣାଦାୟୀ କବିତା ଯାହା ଆମକୁ ମନେ ପକେଇ ଦିଏ ଯେ ଆମେ ହେଉଛୁ ସାହାସୀ ବୀର ମାନଙ୍କ ସନ୍ତାନ ।

••••••••••••••••••••••••••••••••••••••
ସୋପାନ: ଖ
ଶୀର୍ଷକ : ଚାଲ ଫେରିଯିବା
କବିତା: ମଣିଷ
କବି: ଆର୍ତ୍ତତ୍ରାଣ ପାଣି

କବି ପରିଚୟ:
***************
ସମ୍ବିଧାନର ଚତୁର୍ଥ ସ୍ତମ୍ଭରେ ନିଜକୁ ସାମିଲ କରି ନିରବଚ୍ଛିନ୍ନ ଭାବେ ଜନ ସେବାରେ ନିୟୋଜିତ କରିଥିବା ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଭାବେ ଆର୍ତ୍ତତ୍ରାଣ ପାଣି ଅନନ୍ୟ । ସଚେତନତା ବାର୍ତ୍ତା ହେଉ ଅବା ସରକାରଙ୍କ ଭୁଲ୍ କୁ ଭୁଲ ବୋଲି ଦର୍ଶାଇବାରେ ସିଦ୍ଧହସ୍ତ ହେଉଛନ୍ତି ସେ । ତାଙ୍କ ଅନେକ ଆଲେଖ୍ୟ ଖବରକାଗଜର ପୃଷ୍ଠା ମଣ୍ଡନ କରେ । କେବେ ସେ ଲେଖି ପକାନ୍ତି ଭେଦଭାବ ଭିତରେ କେମିତି ଭକ୍ତି ପେଶି ହେଇଯାଉଛି ତ କେତେବେଳେ ପରିବେଶକୁ ନେଇ ଚିନ୍ତା ବ୍ୟକ୍ତ କରନ୍ତି ସେ। ଉକ୍ତ କବିତାରେ କବିଙ୍କର ପ୍ରକୃତି ନିମିତ୍ତ ଥିବା ଦାୟିତ୍ଵବୋଧତା ସ୍ପଷ୍ଟ ବାରି ହୋଇ ପଡ଼ୁଛି,ଯାହା କବିଙ୍କର ପ୍ରକୃତି ପ୍ରତିଥିବା ଗଭୀର ଅନୁଶୀଳନ ଓ ସଚେତନତା ସମ୍ବନ୍ଧରେ ଦର୍ଶାଉଛି । ସାହିତ୍ୟ ଜଗତରେ ଶ୍ରୀଯୁକ୍ତ ପାଣିଙ୍କ ଭୂମିକା ଅନନ୍ୟ ଆଉ ପରିପୁଷ୍ଟ ।

କବିତାର ପୃଷ୍ଠଭୂମୀ :

କବି ଆଜିର ଯାନ୍ତ୍ରିକ ମଣିଷକୁ ଆହ୍ବାନ ଦେଇ କହିଛନ୍ତି: ଚାଲ ଫେରିଯିବା ପୁଣି ସେ ସୁନ୍ଦର ପୃଥିବୀକୁ । ଯେଉଁଠି କୋଇଲି ଗୀତ ଗାଏ,ପବନ ବଂଶୀ ବଜାଏ, ତାରା ଫୁଲ ହୋଇ ଫୁଟେ,ପାହାଡ ଛାତି ଫୁଲେଇ ହସେ, ଝରଣା ଅବାଧ୍ୟ ଶିଶୁ ପରି ଏଣେତେଣେ ଦଉଡେ, ସୂର୍ଯ୍ୟ ନିଇତି ନୂଆ ସକାଳ ଆଣେ ନୂଆ ବିଶ୍ୱାସ ସହ ଚାଲ ଆମେ ସେଠିକି ପାଲେଇଯିବା । ଯେଉଁଠି ଦିନେ ରହୁଥିଲେ ବିବେକୀ,ସ୍ନେହୀ ମଣିଷ ସବୁ ।

ସେ ଲାଗି କବି ଲେଖିଛନ୍ତି:

“ଚାଲ ଫେରି ଯିବା ସେଇ ଅନ୍ଧାରି ଯୁଗକୁ
ଯେଉଁଠି ବହଳ ଅନ୍ଧାରରେ ତାରା ଫୁଲ ହସେ
ଚାନ୍ଦ ଢାଳେ ରୂପେଲି ଜୋଛନା
ଆଉ ସୂରୁଜ ଉଇଁଲେ ସକାଳ ହୁଏ ll”

‌କବି ପ୍ରଥମ ପଂକ୍ତିରୁ ହିଁ ଆଧୁନିକତାର ବର୍ଷାରେ ଭିଜି ଦେହ ଖରାପ କରୁଥିବା ମଣିଷକୁ ତା’ର ପ୍ରକୃତ ଶାନ୍ତି,ଖୁସି ଯେ କେଉଁଠି ସେ ବିଷୟରେ ଆଲୋଚନା କରିଛନ୍ତି । ମଣିଷର ଜୀବନର ଠିକଣା ଉଚ୍ଚାଉଚ୍ଚା ଟାଇଲ ଘର କି ଅଟ୍ଟାଳିକା ନୁହେଁ ବରଂ ତା ବାସ୍ତବ ଘର ହେଉଛି ପ୍ରକୃତିର କୋଳ । ଯେଉଁଠି ଶୀତଳତା ଅଛି,ଶାନ୍ତି ଅଛି,ପ୍ରେମ ଅଛି । ସେଇଥି ପାଇଁ କବି ତାରା,ଜହ୍ନ,ସୂର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଛନ୍ତି ।

‌ଆମେ ସତରେ ମଣିଷ ମାନେ ଦିନକୁ ଦିନ କେତେ ସ୍ୱାର୍ଥପର ଆଉ ହିଂସ୍ର ହୋଇ ଯାଉଛେ। ମଣିଷ ବଞ୍ଚିବା ପାଇଁ ଯେ ପ୍ରଥମେ ଅମ୍ଳଜାନ ଲୋଡା ତାହା ଜାଣି ମଧ୍ୟ ନିଷ୍ଠୁର ଭାବେ ନିରୀହ ଗଛ ଗୁଡ଼ାଙ୍କ ଜୀବନ ନେଇ ଚାଲିଛି । ଆଉ ମଣିଷ ଯାହାକୁ ଆଜି ବିକାଶ ବୋଲି କହି ଖୁସି ହେଉଛି ସେ ସବୁ ହେଉଛି ବିମୁଖତା । ଆମେ ତ ଏବେ ପ୍ରାକୃତିକ ପବନ ଟିକେ ପାଇ ପାରୁନେ ତେବେ ବାକି ଯାହା ସେ ସବୁ କ’ଣ!! ଏଠି ଜିନିଷ ସବୁ ନକଲି ଆଉ ମଣିଷ ଅସଲି କିନ୍ତୁ ମଣିଷ ଏଠି ମଣିଷ ପାଇଁ ତିଆରି କରେ ନକଲି ଜିନିଷ, ପ୍ରଚାର ଆଉ ପ୍ରସାର ବି ସେଇ ମଣିଷ କରେ ଧନ୍ୟ ମଣିଷ ଆଉ ଧନ୍ୟ ତମ ମାନବିକତା!!
‌ରେ ମଣିଷ ତୁ ବି ନିଜେ ଭେଜାଲ ହୋଇ ସାରିଛୁ କାରଣ ତୁ ବି ଆଉ ଏବେ ବିଶ୍ୱାସ କି ଭରସାର ଯୋଗ୍ୟ ହୋଇ ନାହୁଁ ।


‌ପିଲାଦିନର ସେ ଜହ୍ନ ମାମୁଁ ଯାହାକୁ ଦେଖି ଆମ ପିଲାଦିନ କଟିଛି,ସେ ଆଉ ଏବେ ମାମୁଁ ହେଇ ନାହିଁ । ବର୍ତ୍ତମାନ ତାହା କେବଳ ଗୋଟିଏ ଉପଗ୍ରହ । ଆଗ ପରି ତା’ ଉପରେ ଏତେ ସରାଗ,ସ୍ନେହ କେହି ଅଜାଡ଼ି ଦେଉ ନାହାନ୍ତି କି ତାକୁ ଦେଖି କେହି ଏବେ ମାମୁଁ-ମାମୁଁ କହି ଖୁସି ହେଉ ନାହାନ୍ତି । ଯେମିତି ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରି ବୁଲେ ସେମିତି ଆଜିର ଏ ସ୍ବାର୍ଥବାଦୀ ମଣିଷ ନିଜ ସ୍ବାର୍ଥ ହାସଲ ପାଇଁ ସମ୍ପର୍କ ତିଆରି କରି ତା’ ଚାରି ପାଖେ ଘୁରି ବୁଲୁଛି କେବଳ ନିଜ ସ୍ବାର୍ଥ ହାସଲ ପାଇଁ। ସ୍ବାର୍ଥର ବଶବର୍ତ୍ତୀ ହୋଇ ମଣିଷ ଭୁଲି ସାରିଛି ତା’ର ମଣିଷପଣିଆ ।


‌”ମଣିଷ କହୁଛି! ମୁଁ ଈଶ୍ୱର
ତିଆରି କରିବ ନୂତନ ପୃଥିବୀ
ହଁ ତିଆରି ବି’ କରୁଛି
ଅନେକ ଜୀବ ପଶୁ ପକ୍ଷୀ ଆଉ ନାହାନ୍ତି
ଏହା ଏବେ ମଣିଷ ନିର୍ମିତ ନୂଆ ପୃଥିବୀ
ଯାହାର ସେ’ ଏକା ଅଧିଶ୍ୱର ll”

କବି ମଣିଷ ମାନଙ୍କ ଆଚରଣରେ ଅତିଷ୍ଠ ହୋଇ କହିଛନ୍ତି ଯେ : ମଣିଷ ନିଜେ ଗୋଟିଏ ଅଦେଖା ଶକ୍ତିର ହାତ ଗଢା ହୋଇବି ନିଜେ ଏବେ ନିଜକୁ ସ୍ରଷ୍ଟା ଵୋଲାଉଛି । ଆଜି ସେ ନିଜେ ନୂଆ ପୃଥିବୀ ଗଢ଼ୁଛି ହେଲେ ଅନେକ ନୀରିହଙ୍କୁ ହତ୍ୟା କରି । ତା’ ନିର୍ମିତ ପୃଥିବୀରେ ଜୀବ ଜନ୍ତୁ ଅପେକ୍ଷା ଦେଖା ଯାଆନ୍ତି ଅଧିକ ଭିନ୍ନଭିନ୍ନ ଯନ୍ତ୍ର ସବୁ, ସତ ବୋଲି ସେଠି କିଛି ନାହିଁ ସବୁଆଡେ ଖାଲି କୁତ୍ରିମ ବାଦଲ । ଆଜିର ଦିନରେ ମଣିଷ ପାଖରେ ସବୁ ଅଛି। କିନ୍ତୁ ଏ ପୃଥିବୀ ଖଣ୍ଡ ବିଖଣ୍ଡିତ । ତା’ କୋଳରେ ଥିବା ସେ ସୁନ୍ଦରୀ ପାହାଡ଼, ଝରଣା ସବୁ ଆଉ ନାଚିକୁଦି ଗୀତ ଗାଉ ନାହାନ୍ତି କି ପରସ୍ପର ସହ ଗେଲ ହେଉ ନାହାନ୍ତି। ସେମାନେ ଆଜି ସବୁ ମଣିଷର ଦାସ ପାଲଟିଛନ୍ତି । ଦିନକୁ ଦିନ ମଣିଷ ପ୍ରଭୂତ୍ୱ ବିସ୍ତାର କରିବାକୁ ଯାଇ ବିପଥଗାମୀ ହେଉଛି ।

“ଯେଉଁଠି ଦେଖ ହିଂସ୍ରତା
ମାଂସର ଲୋଭ
ଫୁଲ ଫୁଟିବା ଆଗରୁ
କିଏ ଦଳି ଦେଇ ଅଟ୍ଟହାସ୍ୟ କରୁଛି
ଉକୁଟି ଆସୁଛି ଶବର ଗନ୍ଧ
ତଥାପି କହୁଛି ଆମେ ବିକଶିତ”

ଆହା, ଏ କେମିତି ବିକାଶ ଯେଉଁଠି ତିନି ମାସର ଶିଶୁ କନ୍ୟା ବି ସୁରକ୍ଷିତ ନୁହେଁ!!! ମାଂସର ଲୋଭରେ ମଣିଷ ବିକିଛି ବିବେକକୁ । ହେଲେ ବି ଟିକେ ଅନୁସୋଚନା ନାହିଁ ତା’ ମନରେ। ଆତ୍ମା ନାହିଁ ସବୁ ଆଡ଼େ ଏବେ ଭୋଗ ଆଉ ବିଳାସର ରାଜୁତି । ମଣିଷ ଆଜି ଖୁବ୍ ହସେ ନିଜ କର୍ମରେ ଆଉ କରି ଚାଲେ ସତେଜ ମାଂସ ଭକ୍ଷଣ । ସତରେ ମଣିଷ ଆଉ ମଣିଷ ହୋଇ ନାହିଁ ସେ ଏବେ ହିଂସ୍ରତାର ଚରମ ସୀମାରେ ବୋଲି କବି ବର୍ଣ୍ଣନା କରିଛନ୍ତି ।

ପରିଶେଷରେ କବି ଏ ବିକଶିତ ନଗରରେ ଅଣନିଶ୍ୱାସୀ ହୋଇ ଫେରି ଯିବାକୁ ଚାହିଁଛନ୍ତି ନିଜର ଆଇ ମା’ର କାହାଣୀ ଯୁଗକୁ । ଯେଉଁଠି ଆଇ ମା ମିଛ ମନ ଗଢା ଗପ କହି ଶୁଆଇ ଦେଉଥିଲା । ସେ ଯୁଗର ଲୋକ ଭେଜାଲ ନଥିଲେ । ସେମାନେ ଏ ଯୁଗର ମଣିଷ ମାନଙ୍କ ପରି ବିକଶିତ ନ ହେଲେ ବି ସେମାନେ ଥିଲେ ପ୍ରକୃତ ମଣିଷ,ବିବେକୀ ମଣିଷ,ଶାନ୍ତିପ୍ରିୟ ମଣିଷ,ଆପଣାର ଡୋରରେ ବାନ୍ଧି ପାରୁଥିବା ମଣିଷ ।

“ଦୁର୍ଲଭେ ପାଇ ଏ ଶରୀର,
କୁଟୁମ୍ୱେ ଦୃଢ଼ ମତି ଯାର,
ଜୀବ ଚଳଇ ଦୁଃଖ ସୁଖେ,
ଅନ୍ତେ ପଡ଼ଇ କୁମ୍ଭୀ ପାଖେ,
ଏ ଭାବ ବୁଝିଲି ସଂସାର,
ଏଣୁ କପୋତ ଗୁରୁ ମୋର।”
ତେଣୁ ମାନବ ଜନ୍ମ ପାଇ ମାନବିକତାକୁ ସାର୍ଥକ, ଜନକଲ୍ୟାଣ ଆଉ ମାନବ ଜୀବନ କୁ ଉଦ୍ଧାର କରିବାରେ ଥାଏ । ବାସ୍ତବରେ କବିତାଟି “ମଣିଷ” ସମାଜ ପାଇଁ ଏକ ଦର୍ପଣ ସଦୃଶ। ଯାହା ମଣିଷକୁ ବାସ୍ତବିକତା ସହ ପରିଚିତ କରାଇବ ଓ ଉଜ୍ଜୀବିତ କରିବ ପ୍ରେମ ତା’ ହୃଦୟରେ ।

ନବ ଯୁବପ୍ରତିଭା : ସ୍ୱାଗତିକା ବେହେରା
ଜିଲ୍ଲା : କଟକ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

Loading

4 thoughts on “*ସମୀକ୍ଷାତ୍ମକ ଆଲେଖ୍ୟ–ସ୍ୱାଗତିକା ବେହେରା*

Leave a Reply

Your email address will not be published. Required fields are marked *