#ସେ_ତ_ଏମିତି_ରାତି !
▪️▪️▪️▪️ସେ ତ ଏମିତି ରାତି !
ଜହ୍ନ ହସୁଥିଲା ଜୋଛନାକୁ ଢାଳି
ତାରା ସାଜିଥିଲେ ଫୁଲ,
ରାତି କରୁଥିଲା ପ୍ରେମର ବିଦ୍ରୋହ
କଇଁ ହେଉଥିଲା ଗେଲ,
ଶୀତଳ ପବନ ଦେହ ଚୁମୁଥିଲା
ଦେଖି ଆମ ଚୋରା ପୀରତି,
ସେ ତ ଏମିତି ରାତି ……||ସେ ତ ଏମିତି ରାତି !
ତମେ ଥିଲ ପାଖେ ହାତକୁ ଛନ୍ଦି
ଛାତିପରେ ମଥା ରଖି,
କରୁଥିଲ ପ୍ରିୟା ପ୍ରେମର ଆଳାପ
ମନେ ରଖିଛ କି ସାଥି ?
ଆଖି ମିଶୁଥିଲା ଆଖିରେ ଆଖିରେ
ଦେହେ ପ୍ରଣୟର ତାତି,
ସେ ତ ଏମିତି ରାତି …..||ସେ ତ ଏମିତି ରାତି !
ଗୋଲାପୀ ଓଠରେ କୃଷ୍ଣଚୁଡା ହସ
ଖୋଲି ଥିଲ ଘନ କେଶ,
ରୁପା ଚାନ୍ଦିନୀ ରେ ତେଜି ଉଠୁଥିଲା
ବଢ଼ୁଥିଲା ରାତି ବୟସ,
ନିଶବ୍ଦ ରାତ୍ରିର ପ୍ରେମ ପ୍ରଣୟର
ରଖୁଥିଲ ସ୍ମୃତି ସାଇତି,
ସେ ତ ଏମିତି ରାତି…… ||ସେ ତ ଏମିତି ରାତି !
ନିଦ ଭୁଲି ଦିବା ସପନ ପାଳିଲେ
ଦେଇ କେତେ ପ୍ରତିସୃତି,
ତମେ କହୁଥିଲ ପ୍ରାଣ ସଙ୍ଗିନୀ ମୁଁ
ତମକୁ ରଖିବି ସାଇତି,
କେଶ ଝାଡ଼ି ଦେଇ ଓଠ ଚୁମିଦେଲ
ଦେଲ ପ୍ରଣୟର ପ୍ରୀତି,
ସେ ତ ଏମିତି ରାତି…… ||ସେ ତ ଏମିତି ରାତି!
ଜହ୍ନ ଖେଳୁଥିଲା ଲୁଚକାଳି ପ୍ରିୟା
ଶୁଣି ତୋ ପାଉଁଜି ଶବଦ,
ରାତି ସୋଇଥିଲା ତାରାଙ୍କ ମେଳିରେ
କଇଁ ଭୁଲିଥିଲା ନିଦ,
ରାତି ନେଇଥିଲା ଆଖିରୁ କଜଳ
ଚୋରି କଲା କହ କେମିତି!
ସେ ତ ଏମିତି ରାତି…….||ସେ ତ ଏମିତି ରାତି !
ହିଆ ନାଚୁଥିଲା ଦୀର୍ଘନିଶ୍ୱାସରେ
ଛନକା ଛାତିରେ ମୋର,
ପ୍ରେମ କରି ପ୍ରିୟା ଯାଯାବର ହେଲି
ଦେଲ ପ୍ରତାରଣା ଜହର,
ଫେରିଲନି ପ୍ରିୟା ଦିନ ମାସ ଯାଇ ବରଷ ହେଲା
କେତେ ପକ୍ଷ ଗଲେ ବିତି,
ସେ ତ ଏମିତି ରାତି…….. ||–ପ୍ରସନ୍ନ କୁମାର
ରାଜକନିକା