ସାଧୁ ସାବଧାନ
ସୁକୁଟି ମାଉସୀ ଆମ ଗାଁ ର
ଚାରି ଖଣ୍ଡେ ନାଁ ଡ଼ାକ ତାହାର।।
ଘର ସେ କରିଛି ମହଲ ପରି
ରହିବାକୁ ତହିଁ ମାତର ଚାରି।।
ବୁଢ଼ୀ ଘର ପଡ଼ି ରହିଛି ଫାଙ୍କା
ଭଡ଼ା କମ ନିଏ ମାଉସୀ ଏକା।।
ସହରୁ ଆସିଲେ ସୁର ମଉସା
ଭଡ଼ା ଖୋଜୁଥିଲେ ସିଏ ସହସା।।
ସୁକୁଟି ମାଉସୀ ସୁକୁଟି ମାଉସୀ
ହଠାତ୍ ଦାଣ୍ଡ ରୁ ଡାକିଲେ ବସି।।
ମାଉସୀ ଅଇଲା ପଦାକୁ ଧାଇଁ
କହିଲା ଡାକୁଛୁ କାଇଁ ଗଳା ଫଟେଇ।।
ମାଉସୀ ଡାକୁଛୁ ସରମ ନାହିଁ
ତୋ କୋଉ ବାପର ମୁଁ ଶାଳୀ ଅଟଇ।।
ବୟସ ମୋ’ର ମାତର ସତର
ଗଲା ସନ ହେଇଛି ଯେ ମୋ ବାହାଘର।।
ଭାଉଜ ବୋଲିକା ପାରୁନୁ ଡ଼ାକି
ଟୋକା ମତେ ସବୁ ମାରନ୍ତି ଆଖି।।
ମାଉସୀ ବୋଲି ତୁ ଡାକୁଛୁ ମତେ
ବହପ ତୋହର ହଇରେ ଏତେ।।
ବୟସ ତୋହର ପଚାଶ ପରି
ବୁଦ୍ଧି ପଶୁନି କି ଦେଖି ସୁନ୍ଦରୀ।।
ଭୁଲ ମାନିଲେ ମଉସା ତହିଁ
ହସି ଡାକିଦେଲେ ଭାଉଜ କହି।।
ଆସିବା କାରଣ ଦେଲେ ବତାଇ
ଘର ଖୋଜୁଛନ୍ତି ସକାଳୁ ସେହି।।
ଭଡ଼ା ମାଗିଲେ ସେ ମୁରୁକି ହସି
କହିଲେ ନସରେ ମାଉସୀ ଖୁସି।।
ବାର୍ଦ୍ଧକ୍ୟେ ଯୁବତୀ ହେଲେ ମାଉସୀ
ପୀରତି ରେ ଦେଲେ ଗାଲ ଆଉଁସି।।
ଏମିତି ଆଜି କା ମାଉସୀ ମନ
ଭଡ଼ା ନେବା ଆଗୁ ସାଧୁ ସାବଧାନ।।
ବ୍ୟଙ୍ଗ କବିତା ଟିଏ ଲେଖିବାକୁ ଇଚ୍ଛା ହେଲା।।
ଅନୁରୋଧ ଦେହକୁ ନେବେନି
ସୌଦାଗର ବିଶ୍ବାଳ